ଅକ୍ଷୟ କୁମାରଙ୍କ ସ୍ୱର ଶୁଣି ନିଜ ବଙ୍ଗଳାରୁ ବାହାରକୁ ବାହାରି ଆସୁଥିଲେ ଶିଳ୍ପା ! ଏହି କାରଣରୁ ନେଇଥିଲେ ପାଖରେ ଘର…

ଅକ୍ଷୟ କୁମାରଙ୍କ ସ୍ୱର ଶୁଣି ନିଜ ବଙ୍ଗଳାରୁ ବାହାରକୁ ବାହାରି ଆସୁଥିଲେ ଶିଳ୍ପା ! ଏହି କାରଣରୁ ନେଇଥିଲେ ପାଖରେ ଘର…

ବଲିଉଡ଼ କଳାକାର ମାନଙ୍କ ବିଷୟରେ କିଏ ବା ଜାଣିବାକୁ ଚାହଁନ୍ତି ନାହିଁ । ଏହି କଳାକାରଙ୍କ ଅନେକଗୁଡ଼ିଏ ଫ୍ୟାନ ଅଛନ୍ତି । ଏପରି ଫ୍ୟାନମାନେ ଯିଏକି ନିଜ ପ୍ରିୟ କଳାକାରଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହଁନ୍ତି । ତାଙ୍କ ଚଳଚ୍ଚିତ୍ରରୁ ଆରମ୍ଭ କରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ଏଥିପାଇଁ ଆମେ ଆପଣଙ୍କୁ ଏହି କଳାକାର ମାନଙ୍କ କିଛି ଏପରି କଥା ହେବାକୁ ଚାହୁଁଛୁ ଯାହା ଆପଣ ମଧ୍ୟ ଜାଣିନଥିବେ । ଚଳଚ୍ଚିତ୍ରରେ ନଜର ଆସୁଥିବା ଏହି ଅଭିନେତ୍ରୀ ମୁମ୍ବାଇରେ ଏକ ବଡ଼ ବଙ୍ଗଳାରେ ରୁହନ୍ତି । ସାରା ଦୁନିଆର ସମସ୍ତ ସୁଖ ସୁବିଧା ଓ ଆରାମରେ ରୁହନ୍ତି ଯାହାକି ସାଧାରଣ ଜନତା ଚିନ୍ତା ମଧ୍ୟ କରିପାରିବେ ନାହିଁ । କୋଟି କୋଟି ଟଙ୍କାର ଏହି ବଙ୍ଗଳା କୌଣସି ପେଲେସ୍ ଠାରୁ କମ୍ ନୁହେଁ ।

ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର

ଦୁନିଆର ସମସ୍ତ ସୁଖ ସୁବିଧା ଓ ଟେକ୍ନୋଲୋଜି ମଧ୍ୟରେ ଏହି କଳାକାରଙ୍କ ବଙ୍ଗଳାରେ କିଛି ଅଭାବ ପରିଲକ୍ଷିତ ହୋଇଛି । ଏପରି ଅଭାବ ଯାହା ଆପଣ ଜାଣି ନଥିବେ । ବାସ୍ତବରେ ମୁମ୍ବାଇରେ କିଛି କଳାକାରଙ୍କ ଘର ଏତେ ପାଖେ ପାଖେ ରହିଥାଏ ଯେ ଯଦି ଏମାନେ ଟିକିଏ ଉଚ୍ଚ ସ୍ୱରରେ କଥା ହୁଅନ୍ତି ତେବେ ପଡ଼ୋଶୀ ଘରକୁ ସେହି ସ୍ୱର ଶୁଭାଯାଏ । ଏପରି ଏକ ଘଟଣା ଏକ ସାକ୍ଷାତକାର ସମୟରେ ଅମିତାଭ ବଚ୍ଚନ କହିଥିଲେ । ତାଙ୍କ ଅନୁଯାୟୀ ଯଦି ସେ ନିଜ ଘର ଛାତ ଉପରୁ ଡାକିବେ ତେବେ ତାହା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଘରକୁ ଶୁଭାଯାଏ ।

ମୁମ୍ବାଇରେ ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ପଡ଼ୋଶୀ ଭାବେ ପାଖେ ପାଖେ ରୁହନ୍ତି । ଆସନ୍ତୁ ଜାଣିବା କେଉଁ କେଉଁ କଳାକାରଙ୍କ ଘର ପାଖେ ପାଖେ ରହିଛି । ଏହି ସୂଚୀରେ ଅନେକ ବଡ଼ ବଡ଼ ନାମ ସାମିଲ୍ ଅଛି । ଏଥିରୁ ଆମେ ସର୍ବପ୍ରଥମେ ବଲିଉଡ଼ର ଖିଲାଡ଼ି କୁମାର୍ ଅକ୍ଷୟ କୁମାରଙ୍କ ବିଷୟରେ ଆଲୋଚନା କରିବା ।

ଅକ୍ଷୟ କୁମାର୍ ଓ ଶିଳ୍ପା ଶେଟ୍ଟୀ

ଅକ୍ଷୟ କୁମାରଙ୍କ ବଙ୍ଗଳା ମୁମ୍ବାଇର ଜୁହୁ ସ୍ଥିତ ଶାନ୍ତି ମାର୍ଗରେ ରହିଛି । ଅକ୍ଷୟ ବେଳେବେଳେ ଏହି ବଙ୍ଗଳା ଆଗରେ ଛିଡ଼ା ହେଉଥିଲେ । ବେଳେବେଳେ ସେହି ବଙ୍ଗଳାର ଚୌକିଦାର ତାଙ୍କୁ ଘଉଡ଼ାଇ ଦେଉଥିଲା । ଆଜି ସେହି ସୁନ୍ଦର ବଙ୍ଗଳାର ମାଲିକ ଅଟନ୍ତି ଅକ୍ଷୟ କୁମାର୍ । ମୁମ୍ବାଇରେ ଅକ୍ଷୟଙ୍କ ନିକଟରେ ଶିଳ୍ପା ଶେଟ୍ଟୀଙ୍କ ବଙ୍ଗଳା ରହିଛି । ଶିଳ୍ପା ଏଠାରେ ନିଜ ପରିବାର ସହ ରୁହନ୍ତି । ଶିଳ୍ପାଙ୍କ ଏ ଘରେ ଲକ୍ଷ ଲକ୍ଷ ଟଙ୍କାର ଚିତ୍ର ପନ୍ତି ଲାଗିଛି । ଏଥିସହିତ ଘର ଭିତର ମଧ୍ୟ ବହୁତ ଭଲ ଅଛି ।

ଅମିତାଭ ଓ ଶତ୍ରୁଘ୍ନ

ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ଜୁହୁର ଟେନଥ୍ ରୋଡ଼ ବା ଦଶମ ମାର୍ଗ ଜେଭିପିଡ଼ି ସ୍କିମରେ ତିଆରି ବଙ୍ଗଳା ଯଲସାରେ ରୁହନ୍ତି । ସେପଟେ ତାଙ୍କର ପୁରୁଣା ବନ୍ଧୁ କିମ୍ବା ଅଭିନେତା ଶତ୍ରୁଘ୍ନ ସ୍ନିହାଙ୍କ ବଙ୍ଗଳା ରାମାୟଣ ମଧ୍ୟ ଅମିତାଭଙ୍କ ବଙ୍ଗଳା ନିକଟରେ ଏହି ରୋଡ଼ରେ ରହିଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ସମ୍ପତ୍ତି ମାମଲାରେ ଅଧିକ ଆଗରେ ଥିବା ଶତ୍ରୁଘ୍ନ ସ୍ନିହାଙ୍କ ଏହି ବଙ୍ଗଳା ରାମାୟଣ ଅମିତାଭଙ୍କ ବଙ୍ଗଳା ‘ଯଲସା’ରୁ ଅଧିକ ଗୁଣ ମହଙ୍ଗା ଓ ସୁନ୍ଦର ଅଟେ ।

ହେମା ଓ ସନୀ

ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବଙ୍ଗଳା ଏଲେଭେନଥ୍ ରୋଡ଼ ଏକାଦଶ ମାର୍ଗ ଜେଭିପିଡ଼ି ସ୍କିମ୍-ରେ ତିଆରି । ସେପଟେ ହେମା ମାଳିନୀଙ୍କ ସାବତ ପୁଅ ସନୀ ଦେଓଲଙ୍କ ବଙ୍ଗଳା ତାଙ୍କ ଘରର ଖୁବ୍ ନିକଟରେ ନାଇନଥ୍ ରୋଡ଼ ବା ନବମ ମାର୍ଗ ଜେଭିପିଡ଼ି ସ୍କିମରେ ଅଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ହେମା ମାଳିନୀଙ୍କ ବଙ୍ଗଳା ମାତ୍ର ୫ ମିନିଟ୍ ଦୂରତାରେ ଧର୍ମେନ୍ଦ୍ରଙ୍କ ପ୍ରଥମ ବଙ୍ଗଳା ରହିଛି । ଏତେ ନିକଟରେ ଥାଇ ମଧ୍ୟ ହେମା ମାଳିନୀ ଆଜି ପର୍ଯ୍ୟନ୍ତ ସେଠାକୁ ଯାଇ ନାହାଁନ୍ତି ।

ଅନିଲ୍ କପୂରଙ୍କ ବଙ୍ଗଳା ସେଭେନଥ୍ ରୋଡ଼ ଜେଭିପିଡ଼ି ସ୍କିମ୍-ରେ ସ୍ଥିତ ଅଟେ । ସେପଟେ ଅନିଲଙ୍କ ଘର ନିକଟରେ ତାଙ୍କ ବନ୍ଧୁ ଜିତେନ୍ଦ୍ରଙ୍କ ବଙ୍ଗଲ୍ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *