ବିବାହର କିଛି ବର୍ଷ ପରେ ଶିଳ୍ପା ଓ ରାଜ୍ କୁନ୍ଦ୍ରାଙ୍କ ସମ୍ପର୍କରେ ସୃଷ୍ଟି ହେଲା ଫାଟ । ମାଁଙ୍କୁ ମେସେଜ୍ କରି କହିଲେ – ମୋତେ ଛାଡ଼ପତ୍ର ଦରକାର !

ବିବାହର କିଛି ବର୍ଷ ପରେ ଶିଳ୍ପା ଓ ରାଜ୍ କୁନ୍ଦ୍ରାଙ୍କ ସମ୍ପର୍କରେ ସୃଷ୍ଟି ହେଲା ଫାଟ । ମାଁଙ୍କୁ ମେସେଜ୍ କରି କହିଲେ – ମୋତେ ଛାଡ଼ପତ୍ର ଦରକାର !

ଏପରି ଏକ ସମୟ ମଧ୍ୟ ଥିଲା ଯେତେବେଳେ ଶିଳ୍ପା ଓ ରାଜ୍ କୁନ୍ଦ୍ରାଙ୍କ ଛାଡ଼ପତ୍ର ହେଉ ହେଉ ରହିଗଲା । ଶିଳ୍ପା ସେଟ୍ଟୀ ୯୦ ଦଶକରେ ଅନେକ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଚଳଚ୍ଚିତ୍ର ମାନଙ୍କରେ ବେଶୀ ନଜର ଆସନ୍ତି ନାହିଁ । ସେହିପରି ସେ ବହୁତ ଦୀର୍ଘ ସମୟ ପରେ ‘ହଙ୍ଗାମା ୨’ ଓ ‘ନିକମ୍ମା’ ଚଳଚ୍ଚିତ୍ରରୁ ବଲିଉଡ଼କୁ ଫେରିବାକୁ ଯାଉଛନ୍ତି । ଶିଳ୍ପାଙ୍କ ଫିଲ୍ମୀ କ୍ୟାରିୟର ତାଙ୍କ ବିବାହ ପରେ ଯେପରି ଅଟକି ଯାଇଥିଲା । ସେ ୨୦୦୯ ମସିହାରେ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ସହିତ ବିବାହ କରିଥିଲେ । ଏହି ବିବାହ ପରେ ତାଙ୍କର ଗୋଟିଏ ପୁଅ ଜନ୍ମ ହେଲା ତାହାର ନାମ ହେଉଛି ଭିୟାନ୍ ରାଜ୍ କୁନ୍ଦ୍ରା । ଶିଳ୍ପା ସୋସିଆଲ ମିଡ଼ିଆରେ ନିଜ ପରିବାରର ଅନେକ ଫଟୋ ସେୟାର କରନ୍ତି । ଦେଖିବାକୁ ଏମାନେ ଏକ ସୁଖମୟ ପରିବାର ଭଳି ନଜର ଆସନ୍ତି ।

newstrend

କିନ୍ତୁ କଣ ଆପଣ ଜାଣନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଶିଳ୍ପା ଓ ରାଜ୍ କୁନ୍ଦ୍ରାଙ୍କ ଛାଡ଼ପତ୍ର ହେଉ ହେଉ ରହିଗଲା । ଏତିକି ଯେ ଶିଳ୍ପାଙ୍କ ଫୋନରୁ ତାଙ୍କ ମାଆଙ୍କୁ ଏହା ବିଷୟରେ ଏକ ସନ୍ଦେଶ ମଧ୍ୟ ମିଳିଥିଲା । ଏହି ମେସେଜକୁ ପଢ଼ି ତାଙ୍କ ମାଁ ଖୁବ୍ ଚିନ୍ତିତ ହୋଇଯାଇଥିଲେ । ଯଦିଓ ଯେତେବେଳେ ଶିଳ୍ପା ନିଜ ପକ୍ଷରୁ ସ୍ପଷ୍ଟତା ଦେଲେ ତେବେ ସେହି ମାମଲା ଶାନ୍ତ ହୋଇଯାଇଥିଲା । ଆସନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ ବିସ୍ତାର ପୂର୍ବକ ଜାଣିବା ।

କଣ ସତରେ ଛାଡପତ୍ର ନେବାକୁ ଯାଉଥିଲେ ଶିଳ୍ପା ?

newstrend

ବାସ୍ତବରେ ଏହି ଘଟଣା ସେହି ସମୟରେ ଅଟେ ଯେତେବେଳେ ଶିଳ୍ପା ‘ସୁପର ଡ୍ୟାନ୍ସର’ ରିଏଲିଟି ଶୋ’କୁ ଜଜ୍ କରୁଥିଲେ । ସେହି ସମୟରେ ତାଙ୍କ ସହିତ ଚଳଚ୍ଚିତ୍ର ନିର୍ଦେଶକ ଅନୁରାଗ ବାସୁ ଓ କୋରୀଓଗ୍ରାଫର ଗୀତା କପୂର ମଧ୍ୟ ଜଜ୍ ହୋଇଥିଲେ । ଅନୁରାଗ ସେତେବେଳେ ଶିଳ୍ପାଙ୍କ ସହ ଏକ ପ୍ରେଙ୍କ ବା ଥଟ୍ଟା କରିଥିଲେ । ଏହି ଥଟ୍ଟା ଶିଳ୍ପାଙ୍କୁ ବହୁତ ମହଙ୍ଗା ପଡିଥିଲା । ତାଙ୍କୁ ତାଙ୍କ ମାଁଙ୍କ ଠାରୁ ଗାଳି ଶୁଣିବାକୁ ପଡିଥିଲା । ସେତେବେଳେ ଏପରି ହୋଇଥିଲା ଯେ ଯେତେବେଳେ ଶିଳ୍ପା ଶୋ’ରେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ ସେତେବେଳେ ଅନୁରାଗ ଶିଳ୍ପାଙ୍କ ମୋବାଇଲ ନେଇ ଯାଇଥିଲେ । ଏବଂ ସେ ଶିଳ୍ପାଙ୍କ ମାଆଙ୍କୁ ମେସେଜ୍ କରିଥିଲେ ଯେ ମୁଁ ରାଜ୍ କୁନ୍ଦ୍ରାଙ୍କ ସହିତ ଛାଡ଼ପତ୍ର ନେବାକୁ ଚାହେଁ ।

newstrend

ଶିଳ୍ପାଙ୍କ ଏହି ମେସେଜ୍ ପଢ଼ି ତାଙ୍କ ମାଁ ରାଗିଗଲେ । ସେ ଶିଳ୍ପାଙ୍କୁ ତୁରନ୍ତ ଫୋନ କରି ବହୁ କଥା ଶୁଣାଇଥିଲେ । ଏବଂ ପଚାରିଲେ ଯେ ଏ ସବୁ କଣ ଚାଲୁଛି ? ଅନ୍ୟ ପକ୍ଷରେ ଶିଳ୍ପାଙ୍କୁ ଏହା ବିଷୟରେ କିଛି ଜଣାନଥିଲା ଯେ ଅନୁରାଗ ତାଙ୍କ ମୋବାଇଲରୁ କୌଣସି ମେସେଜ୍ କରିଛନ୍ତି । ଏବଂ ମାମଲା ଆହୁରି ଖରାପ ହେବାକୁ ଲାଗିଲା ସେତେବେଳେ ଗୀତା କପୂର ଶିଳ୍ପାଙ୍କୁ ଅନୁରାଗଙ୍କ ପ୍ରାଙ୍କ ବିଷୟରେ କହିଦେଲେ । ଏହା ପରେ ଶିଳ୍ପା ଏହା ବିଷୟରେ ନିଜ ମାଁଙ୍କୁ ସୂଚନା ଦେଇଦେଲେ । ଏବଂ ସେ ଏହା ମଧ୍ୟ କହିଲେ ଯେ ଯେତେବେଳେ ଯାଏ ମୁଁ ତୁମକୁ ମୋ ଛାଡ଼ପତ୍ର କିମ୍ବା ଗର୍ଭବତୀ ହେବା ବିଷୟରେ ନକହିବି ଅନ୍ୟ କାହା କଥାକୁ ବିଶ୍ୱାସ କରିବେ ନାହିଁ ।

Leave a Reply

Your email address will not be published. Required fields are marked *