ସ୍କ୍ରିନ ଆୱାର୍ଡକୁ ନେଇ ଶେଖର ଗୁପ୍ତା କଲେ ଏକ ବଡ଼ ରହସ୍ୟମୟ ଖୁଲାସା ! କଟ୍ରିନା ଏଥିପାଇଁ ଗଡ଼ାଇଥିଲେ ଲୁହ ।

ସ୍କ୍ରିନ ଆୱାର୍ଡକୁ ନେଇ ଶେଖର ଗୁପ୍ତା କଲେ ଏକ ବଡ଼ ରହସ୍ୟମୟ ଖୁଲାସା ! କଟ୍ରିନା ଏଥିପାଇଁ ଗଡ଼ାଇଥିଲେ ଲୁହ ।

ହିନ୍ଦୀ ସିନେମା ଜଗତରେ ଚାରୋଟି ବଡ଼ ବଡ଼ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥାଏ । ଫିଲ୍ମଫେୟାର, ସ୍କ୍ରିନ ପୁରସ୍କାର, ଜି ସିନେମା ପୁରସ୍କାର ଓ ଉମଙ୍ଗ ଆୱାର୍ଡ । ସବୁଠାରୁ ଶେଷ ପୁରସ୍କାର ପୋଲିସ୍ ନିଜ ପାଇଁ କରାଇଥାଏ ଏଥିପାଇଁ ଏହି ପୁରସ୍କାର ପାଇଁ ଯେଉଁ ଅଭିନେତା ମାନଙ୍କୁ ନିମନ୍ତ୍ରଣ ଦିଆଯାଏ ସେମାନଙ୍କୁ ଏଠାକୁ ଆସିବାକୁ ପଡ଼େ । ଫିଲ୍ମଫେୟାର କିଣିବା ବିଷୟରେ ରିଷି କପୂର ନିଜ ଆତ୍ମଜୀବନୀରେ ଆଗରୁ ଲେଖି ସାରିଛନ୍ତି । ବର୍ତ୍ତମାନ ସ୍କ୍ରିନ୍ ଆୱାର୍ଡ ଆୟୋଜିତ କରୁଥିବା ମିଡ଼ିଆ ସମୂହର ପୂର୍ବ ସିଇଓ ଓ ଏଡିଟର ଅଫ ଚିଫ ରହିସାରିଥିବା ଶେଖର ଗୁପ୍ତା ଏହି ପୁରସ୍କାରକୁ ନେଇ କିଛି ରହସ୍ୟମୟ ଖୁଲାସା କରିଛନ୍ତି ।

ରେଟିଙ୍ଗର ସମ୍ପୂର୍ଣ୍ଣ ଖେଳ

google

ଇଂରାଜୀ ନ୍ୟୁଜ୍ ୱେବସାଇଟ ଦ ପ୍ରିଣ୍ଟରେ ପ୍ରକାଶିତ ଏହି ଲେଖାରେ ଶେଖର କହିଛନ୍ତି ଯେ ହିନ୍ଦୀ ସିନେମାରେ ହେଉଥିବା ଏହି ପୁରସ୍କାର ସମାରୋହ ରେଟିଙ୍ଗର ଖେଳ ଅଟେ । ସେ ଲେଖିଛନ୍ତି ଯେ, ‘ଭାରତରେ ଫିଲ୍ମ ପୁରସ୍କାର ଅସ୍କର ଭଳି କେବଳ ପୁରସ୍କାର ଦେବା ଓ ଭାଷଣ ମଧ୍ୟରେ ସୀମିତ ନୁହେଁ । ଏଠାରେ ଏମାନେ କିଛି ଘଣ୍ଟା ଚାଲିଥିବା ଟିଭି ଶୋ ମଧ୍ୟ ହୋଇଥାଏ ଯାହା ପାଇଁ ଚ୍ୟାନେଲକୁ ଟଙ୍କା ଦେବାକୁ ପଡ଼ିଥାଏ ଏବଂ ପରେ ନିଜ ସ୍ପଂସରଙ୍କ ଠାରୁ ଟଙ୍କା ଅର୍ଜନ କରିଥାନ୍ତି । ଏହା କେବଳ ରେଟିଙ୍ଗର ଖେଳ ଅଟେ । ରେଟିଙ୍ଗ ଦୁଇ ପ୍ରକାରରେ ବଢା ହୋଇଥାଏ; ପ୍ରଥମଟି ମଞ୍ଚରେ ବଡ଼ ବଡ଼ କଳାକାରଙ୍କୁ ଆମନ୍ତ୍ରିତ କରି ତାଙ୍କୁ ସେହି ବର୍ଷର ହିଟ୍ ଗୀତରେ ନୃତ୍ୟ ପରିବେଷଣ କରାଇ ଓ ଅନ୍ୟଟି ଦର୍ଶକଙ୍କୁ ସବୁଠାରୁ ପ୍ରିୟ କଳାକାରଙ୍କୁ ଦେଖାଇ ।

ବଚ୍ଚନ ପରିବାର କରିଥିଲେ ବହିଷ୍କାର

google

ଶେଖର ଏହି ଲେଖାରେ ଖୁଲାସା କରିଛନ୍ତି ଯେ ଏହି ସମାରୋହରେ କେଉଁ ସିନେ ତାରକା ସାମିଲ ହେବେ ଓ କିଏ ସାମିଲ ହେବେ ନାହିଁ ? ଏହା ମିଳୁଥିବା ପୁରସ୍କାର ଉପରେ ନିର୍ଭର କରେ । ଯଦି ତାଙ୍କୁ ପୁରସ୍କାର ମିଳିବ ତେବେ ସେ ଆସିବେ ଓ ତାଙ୍କ ପୂରା ପରିବାର ଆସିବ କିନ୍ତୁ ଯଦି ତାଙ୍କୁ ପୁରସ୍କାର ମିଳିବ ନାହିଁ ତେବେ ଏକାଠି ମିଶି ସମସ୍ତେ ପୁରସ୍କାର ସମାରୋହକୁ ବହିଷ୍କାର କରିଦିଅନ୍ତି । ଶେଖର ବଚ୍ଚନ ପରିବାର ସହ ସମ୍ବନ୍ଧୀୟ ଏକ ଅନୁଭବ ବିଷୟରେ ଲେଖିଛନ୍ତି, ‘ମୋତେ ଠିକ୍ ଭାବରେ ତାରିଖ ମନେ ନାହିଁ ଏବଂ ଚଳଚ୍ଚିତ୍ରର ନିଜର ଦୁର୍ବଳ ସାମାନ୍ୟ ଜ୍ଞାନ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଯେ ମୋର ପ୍ରଥମ ଅନୁଭବ ବୋଧହୁଏ ୨୦୦୪ ମସିହାର ଅଟେ । ସେହି ସମୟରେ ବଚ୍ଚନ ପରିବାର ଏକା ସାଙ୍ଗରେ କଥା ହୋଇ କିଛି ମତଭେଦ ପାଇଁ ପୁରସ୍କାର ସମାରୋହକୁ ବହିଷ୍କାର କରିଥିଲେ ।’

ପୁରସ୍କାର ନମିଳିବାରୁ କାରଣରୁ କରନ୍ ଜୋହାର ହୋଇଥିଲେ କ୍ରୋଧିତ

୨୦୧୧ର ପୁରସ୍କାର ସମାରୋହ ବିଷୟରେ ଆଲୋଚନା କରି ଶେଖର ଲେଖିଛନ୍ତି ଯେ, ‘ସେହି ବର୍ଷ ଚଳଚ୍ଚିତ୍ର ‘ମାୟ ନେମ୍ ଇଜ୍ ଖାନ୍’ ସବୁଠାରୁ ବଡ଼ ହିଟ୍ ଚଳଚ୍ଚିତ୍ର ଥିଲା କିନ୍ତୁ ସ୍କ୍ରିନ୍ ଆୱାର୍ଡ ରେ ଏହାକୁ କୌଣସି ଶ୍ରେଣୀରେ ନାମିତ କରାଯାଇ ନାହିଁ । ସେହି ସମୟରେ ଜୁରୀର ଅଧ୍ୟକ୍ଷ ଜଣାଶୁଣା କଳାକାର ଅମୋଲ ପାଲେକର ଥିଲେ । ଏହି ସମାରୋହରେ ଶାହରୁଖଙ୍କୁ ମଞ୍ଚରେ ଏକ ପ୍ରସ୍ତୁତକର୍ତ୍ତା ଭାବେ ଅଭିନୟ କରିବାର ଥିଲା । ସମାରୋହରେ ତିନି ଦିନ ପୂର୍ବରୁ ମୋତେ ବହିଷ୍କାର କରିବା ଧମକ୍ ମିଳିବାକୁ ଲାଗିଲା । କରନ୍ ଜୋହାର ମୋତେ କହୁଥିଲେ ଯେ ଜୁରୀ ଯେ ତାଙ୍କ ଚଳଚ୍ଚିତ୍ର କୌଣସି ପୁରସ୍କାରର ଯୋଗ୍ୟ ନୁହେଁ କିପରି ?’

google

ଶେଖର ଆଗକୁ ଲେଖିଛନ୍ତି ଯେ, ‘ମୋତେ ଏପରି ସବୁ ତର୍କ ଦିଆଯାଇଛି ଯେ ଅମୋଲ ପାଲେକରଙ୍କୁ ବର୍ଷର ସବୁଠାରୁ ଭଲ ଚଳଚ୍ଚିତ୍ର ପସନ୍ଦ ଆସିଲା ନାହିଁ କିପରି ? ସେ ଅନୁରାଗ କଶ୍ୟପଙ୍କ ମାମୁଲି ଚଳଚ୍ଚିତ୍ର ‘ଉଡାନ୍’କୁ ଚୟନ କଲେ କିପରି ? ପରେ ଆମେ ଧୈର୍ଯ୍ୟ ଧରି ରଖିଲୁ ଏବଂ ଯେତେବେଳେ ବ୍ୟୁଅର୍ସ ଚଏସ ଆୱାର୍ଡର ଘୋଷଣା ହେଲା ସେତେବେଳେ ଆମକୁ ଟିକିଏ ଆରାମ ମିଳିଲା । ସେ ପୁରସ୍କାର ସେହି ଚଳଚ୍ଚିତ୍ର ପକ୍ଷରେ ଥିଲା ।’

ପୁରସ୍କାର ଗ୍ରହଣ କରିବାକୁ ଯାଇନଥିଲେ ଫରହାନ୍ ଅଖ୍ତର

ଆଉ ଏକ ଘଟଣା ବର୍ଣ୍ଣନା କରିଛନ୍ତି ଯେ ୨୦୧୨ ମସିହାର । ଯେତେବେଳେ ବିଦ୍ୟା ବାଲନଙ୍କ ‘ଦ ଡର୍ଟି ପିକ୍ଚର’ ଓ ମଲ୍ଟିଷ୍ଟାରର ବା ବହୁମୁଖୀ କଳାକାର ଚଳଚ୍ଚିତ୍ର ‘ଜିନ୍ଦଗୀ ନା ମିଳିଗେ ଦୋବାରା’ର ସଂଯୁକ୍ତ ଭାବରେ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ସ୍କ୍ରିନ୍ ପୁରସ୍କାର ଦିଆଗଲା । ଶେଖର ଲେଖିଛନ୍ତି ଯେ, ‘ଏତିକି ତ ଠିକ ଥିଲା କିନ୍ତୁ ଏହି ଦୁଇଟି ଚଳଚ୍ଚିତ୍ରର ସର୍ବଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ଜୋୟା ଅଖ୍ତରଙ୍କୁ ନମିଳି ମିଳନ ଲୁଥରଙ୍କୁ ଘୋଷିତ କରିଦିଆଗଲା । ଏହା ପରେ ‘ଜିନ୍ଦଗୀ ନା ମିଳେଗି ଦୋବାରା’ର ସମସ୍ତ କଳାକାର ଓ କର୍ମଚାରୀ ପୁରସ୍କାର ବିତରଣ ସମାରୋହକୁ ବହିଷ୍କାର କରିବା ଘୋଷଣା କରିଦେଲେ । ବର୍ତ୍ତମାନ ଯେତେବେଳେ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାରକୁ ନେବା ପାଇଁ କେହି ମଞ୍ଚ ଉପରକୁ ଆସିବେ ନାହିଁ ତେବେ ସମାରୋହ କାହା ପାଇଁ ।’

google

ଶେଖର ଆଗକୁ ଲେଖିଛନ୍ତି ଯେ, ‘ସେହି ଦିନ ସନ୍ଧ୍ୟାରେ ମୁଁ ଜାବେଦ୍ ଅଖ୍ତରଙ୍କୁ ମଧ୍ୟ ଫୋନରେ ଅନୁରୋଧ କରିଲି । ପରେ ଏହି ସମାରୋହରେ ଫରହାନ୍ ଆସିଲେ କିନ୍ତୁ କଳା ରଙ୍ଗର ପୋଷାକ ପିନ୍ଧି ମନ ଦୁଃଖରେ । ସେ କହିଛନ୍ତି ଯେ ସେ କେବଳ ଆଦର ଦର୍ଶାଇବା ପାଇଁ ଆସିଛନ୍ତି କିନ୍ତୁ ପୁରସ୍କାର ଗ୍ରହଣ କରିବେ ନାହିଁ ଏବଂ କିଛି ସମୟ ପରେ ସେ ମଧ୍ୟ ଚାଲିଗଲେ । ସେହି ଚଳଚ୍ଚିତ୍ରର ନିର୍ମାତା ଇରୋସ ନାଓର କର୍ତ୍ତା କୃଷିକା ଲୁଲ୍ଲା ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ । ଆମେ ତାଙ୍କୁ ଅନୁରୋଧ କଲୁ କିନ୍ତୁ ସେ ଏକଦମ ଚୁପଚାପ ହୋଇଯାଇଥିଲେ । ସମସ୍ତ କଳାକାରଙ୍କ ଉପସ୍ଥିତର ସେ ଏହି ପୁରସ୍କାରକୁ କିପରି ଗ୍ରହଣ କରିପାରିବେ । ଶେଷରେ ଆମକୁ ନିଜର ଏକ କର୍ମଚାରୀଙ୍କୁ ଚଳଚ୍ଚିତ୍ର ପକ୍ଷରୁ ପୁରସ୍କାର ଗ୍ରହଣ କରିବା ପଠାଇବାକୁ ପଡ଼ିଲା ।’

ହ୍ରୀତିକ୍ ଦେଖାଇଲେ ଗର୍ବ

google

ଶେଖର ନିଜ ଆଲେଖରେ ହ୍ରୀତିକ୍ ରୋଶନ ବିଷୟରେ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ‘ଏହି କଥାଟି ୨୦୦୭ ମସିହାର ଅଟେ । ଯେତେବେଳେ ହ୍ରୀତିକ୍ ରୋଶନଙ୍କୁ ଚଳଚ୍ଚିତ୍ର ‘କ୍ରିଷ୍’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଲାଭ ହେବାର ଥିଲା । ଏହା ସହିତ ସେ ମଞ୍ଚରେ ଏକ ପ୍ରସ୍ତୁତି ଦର୍ଶାଇବାକୁ ଯାଉଥିଲେ, କିନ୍ତୁ ସମାରୋହର ଏକ ଘଣ୍ଟା ପୂର୍ବରୁ ଫୋନ ଆସିଥିଲା ଯେ ସେ ମଞ୍ଚକୁ ଯାଇ ପ୍ରସ୍ତୁତି ଦେବେ କିନ୍ତୁ ପୁରସ୍କାର ଗ୍ରହଣ କରିବେ ନାହିଁ । କାରଣ ଜୁରୀ ତାଙ୍କ ପିତାଙ୍କ ଯୋଗ୍ୟତାକୁ ପୁରସ୍କୃତ କରି ନାହାଁନ୍ତି । ସେ ଏହି ଚଳଚ୍ଚିତ୍ରର ନିର୍ଦେଶକ ଥିଲେ । ତାଙ୍କୁ ବହୁତ ଅନୁରୋଧ କରିବା ପରେ ହ୍ରୀତିକ୍ ପୁରସ୍କାର ଗ୍ରହଣ କରିବା ପାଇଁ ପହଞ୍ଚିଲେ କିନ୍ତୁ ପୁରସ୍କାର ପରେ ହେବାକୁ ଥିବା ଉତ୍ସବକୁ ସେ ବହିଷ୍କାର କରିଦେଲେ ।’

କଟ୍ରିନା ଗଡାଇଲେ ଲୁହ

google

ଶେଖର ଘଟଣା କ୍ୟାଟ୍ରିନାଙ୍କ ବିଷୟରେ ମଧ୍ୟ କହିଛନ୍ତି । ସେ ଲେଖିଛନ୍ତି ଯେ ‘୨୦୧୨ ମସିହାରେ କ୍ୟାଟ୍ରିନା ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିବାର ଓ ଟଙ୍କା ନେବାର କିଛି କ୍ଷଣ ପରେ ଏକ ଝଗଡା ସୃଷ୍ଟି କରିଦେଲେ । ସେ ଏଥିପାଇଁ କ୍ରୋଧିତ ଥିଲେ କାରଣ ତାଙ୍କୁ ଏହି ପୁରସ୍କାର ବିତରଣ ସମାରୋହରେ କୌଣସି ପୁରସ୍କାର ଦିଆଯାଇନାହିଁ । ମୁଁ ତାଙ୍କ ଭେନିଟି ଭେନକୁ ଗଲି । ସେ ଶୋ ପାଇଁ ପୁରାପୁରି ସଜବାଜ ହୋଇଥିଲେ । ସେ ହଠାତ୍ ଚିତ୍କାର କରିବାକୁ ଲାଗିଲେ ଏବଂ କହିଲେ ଯେ ତାଙ୍କୁ କାହିଁକି ସବୁବେଳେ ଆମନ୍ତ୍ରିତ କରି ପୁରସ୍କାର ଦିଆଯାଏ ନାହିଁ ? ମୁଁ ତାଙ୍କୁ ବୁଝାଇଲି ଯେ କଥା କେବଳ ପ୍ରସ୍ତୁତି ପରିବେଷଣ ପାଇଁ ହୋଇଥିଲା, ପୁରସ୍କାର ଦେବା ପାଇଁ ନୁହେଁ । ଏହା ପରେ ତାଙ୍କ ଆଖିରୁ ଲୁହ ଗଡ଼ିବାକୁ ଲାଗିଲା ଏବଂ ତାଙ୍କ ମେକଅପ୍ ଧୋଇ ହୋଇଗଲା ।’

Leave a Reply

Your email address will not be published. Required fields are marked *