‘Titanic’ Pose, ଦେଉ ଦେଉ ‘Oops Moment’ର ଶିକାର ହେଲେ ଅଭିନେତ୍ରୀ ଶେଫାଲି ଜରିୱାଲା !

‘Titanic’ Pose, ଦେଉ ଦେଉ ‘Oops Moment’ର ଶିକାର ହେଲେ ଅଭିନେତ୍ରୀ ଶେଫାଲି ଜରିୱାଲା !

ଆପଣ ଅନେକ ସମୟରେ ବଲିଉଡ ଅଭିନେତ୍ରୀମାନଙ୍କୁ ଅନେକ ସ୍ଥାନରେ ‘Oops Moment’ର ଶିକାର ହେବା ଦେଖିଥିବେ । ଏପରି ପରିସ୍ଥିତି ଗୁଡିକରେ ଟ୍ରୋଲରମାନଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଯାଏ ଏହି ସେଲିବ୍ରିଟିଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିବା ପାଇଁ । ନିକଟରେ କାଣ୍ଟା ଲଗା ଗାର୍ଲ ତଥା ‘ବିଗ୍-ବସ୍’ ଫେମ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ନିକଟରେ ଶେଫାଲୀ ଜରିୱାଲା ତାଙ୍କ ସ୍ୱାମୀ ପରାଗ୍ ତ୍ୟାଗିଙ୍କ ସହ ଛୁଟି କଟାଇବା ପାଇଁ ମାଳଦ୍ୱୀପ ଯାଇଥିଲେ । ସେହି ‘ଟ୍ରିପ୍’ର ଫୋଟ ଏବଂ ଭିଡ଼ିଓଗୁଡିକ ସେ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର୍ କରିଛନ୍ତି । ଶେଫାଲିଙ୍କ ଇନଷ୍ଟାଗ୍ରାମରେ ସେୟାର୍ ହୋଇଥିବା ଭିଡିଓ ମଧ୍ୟରୁ ଏକ ଭିଡ଼ିଓ ଇଣ୍ଟରନେଟରେ ବହୁତ ଭାଇରାଲ୍ ହେବାରେ ଲାଗିଛି ।

ଏପରି ହେଲେ ‘Oops Moment’ର ଶିକାର

ବାସ୍ତବରେ ଶେଫାଲୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିଛନ୍ତି, ଯେଉଁଥିରେ ସେ ସ୍ୱାମୀ ପରାଗ୍ ତ୍ୟାଗିଙ୍କ ସହ କ୍ରୁଜରେ ‘Titanic’ Pose, ଫୋଟ ନେଉଛନ୍ତି । ଭିଡିଓରେ ଶେଫାଲୀ ଧଳା ଲେସ୍ ଯୁକ୍ତ ପୋଷାକ ପିନ୍ଧି ପୋଜ୍ ଦେଉଛନ୍ତି । ଭିଡିଓରେ ପୋଜ୍ କରୁଥିବାବେଳେ ପ୍ରବଳ ପବନ ହେତୁ ତାଙ୍କ ପୋଷାକ ଉଡ଼ିଯାଇଛି ତେଣୁ ଶେଫାଲିଙ୍କୁ ‘Oops Moment’ର ଶିକାର ହେବାକୁ ପଡିଛି । କିନ୍ତୁ, ଏହି ଘଟଣାକୁ ଶେଫାଲୀ ବହୁତ କାଜୁଆଲୀ ହ୍ୟାଣ୍ଡେଲ୍ କରିଛନ୍ତି ।

ଭିଡିଓରେ ଶେଫାଲି ଥିଲେ ବିନ୍ଦାସ୍

ଏପରି ପରିସ୍ଥିତି ସତ୍ତ୍ୱେ ଭିଡିଓରେ ଶେଫାଲିଙ୍କୁ ଖୁବ୍ କୁଲ୍ ଆଟିଟ୍ୟୁଡ୍ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଘଟଣା ପ୍ରତି କୌଣସି ଧ୍ୟାନ ନଥିଲା । ଏହାପରେ ଶେଫାଲି ତାଙ୍କର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର୍ କରିଛନ୍ତି । ଯଦିଓ ଶେଫାଲୀ ଏହାକୁ କାଜୁଆଲି ହ୍ୟାଣ୍ଡେଲ୍ କରିଛନ୍ତି କିନ୍ତୁ ସୋସିଆଲ୍ ମିଡିଆ ୟୁଜରମାନେ ଏଥିପାଇଁ ଶେଫାଲିଙ୍କୁ ଖରାପ ଭାବେ ଟ୍ରୋଲ୍ କରିଛନ୍ତି ।

ସୋସିଆଲ୍ ମିଡିଆରେ ୟୁଜରମାନେ ଶେଫାଲୀଙ୍କୁ ଟ୍ରୋଲ୍ କରି ଅନେକ ଅଶ୍ଳୀଳ କମେଣ୍ଟ ସବୁ ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, “ପବନରେ ଉଡିଯାଉଛି” । ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, “ଆମକୁ ସବୁ ଦେଖାଗଲା ।” ତା’ପରେ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘କେଜାଣି ପବନ କଣ ସବୁ ନେଇଯିବ’ । ଅନେକ ସେଲିବ୍ରିଟି କିନ୍ତୁ ଶେଫାଲୀଙ୍କ ଏହି ଭିଡିଓରେ ତାଙ୍କର ‘Titanic’ Poseକୁ ପ୍ରଶଂସା କରି କମେଣ୍ଟ ଦେଇଛନ୍ତି ।

‘ଖତରୋ କେ ଖିଲାଡି ୧୧’ରେ ଆସିବେ ନଜର

ଶେଫାଲୀ ଜରିୱାଲାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ ରୋହିତ ଶେଟ୍ଟୀଙ୍କ ଶୋ ‘ଖତରୋ କେ ଖିଲାଡି ୧୧’ରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ ଏହି ଶୋ’ର ‘ସିଜିନ୍-୧୧’ ପାଇଁ ଶେଫାଲି ଜରିୱାଲା ସାଇନ୍ କରିସାରିଛନ୍ତି, ଯଦିଓ ଶେଫାଲିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଶେଫାଲି ଜରିୱାଲା ‘ବିଗ୍-ବସ୍’ ‘ସିଜନ୍-୧୩’ରେ ନଜର ଆସିଥିଲେ । ‘କାଣ୍ଟା ଲଗା’ ଆଲବମରୁ ନିଜର ପରିଚୟ ସୃଷ୍ଟି କରିଥିବା ଶେଫାଲି ଜରିୱାଲା ତାଙ୍କ ବାସ୍ତବ ଜୀବନରେ ବହୁତ ବିନ୍ଦାସ୍ । ସେ ଦୀର୍ଘ ସମୟ ପରେ ‘ବିଗ୍-ବସ୍’ ଜରିଆରେ ପରଦାରେ ନଜର ଆସିଥିଲେ । ଶେଫାଲି ସଲମାନ୍ ଖାନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ମୁଝସେ ଶାଦି କରୋଗୀ’ରେ ମଧ୍ୟ କାମ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶେଫାଲୀ ‘ବିଜଲୀ’ ଭୂମିକାରେ କାମ କରିଥିଲେ । ଏହା ବ୍ୟତୀତ ଅଭିନେତ୍ରୀ ଅଲ୍ଟ ବାଲାଜୀର ଆଗାମୀ ୱେବ୍ ସିରିଜ୍ ‘ବୁ’ରେ ମଧ୍ୟ ନଜର ଆସିବେ ।

Leave a Reply

Your email address will not be published. Required fields are marked *