ବଲିଉଡରେ ଯିଏ ସମସ୍ତଙ୍କୁ ନିର୍ବାକ କରିଦେଇଥିଲେ, ସେ ଆଜି ଏତେ କୋଟି ଟଙ୍କାର ମାଲିକ !

ବଲିଉଡରେ ଯିଏ ସମସ୍ତଙ୍କୁ ନିର୍ବାକ କରିଦେଇଥିଲେ, ସେ ଆଜି ଏତେ କୋଟି ଟଙ୍କାର ମାଲିକ !

ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଶତ୍ରୁଘ୍ନ ସ୍ନିହା ନିଜ ସମୟର ଏକ ଜଣାଶୁଣା ଅଭିନେତା ଅଟନ୍ତି । ତାଙ୍କର ଚଳଚ୍ଚିତ୍ରକୁ ଅଧିକାଂଶ ଲୋକ ଦେଖିଥିବେ । ନିଜ ସମୟର ବଡ଼ ବଡ଼ ସୁପରଷ୍ଟାର୍ ମାନଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ସାମିଲ୍ ରହିଛି । ଶତ୍ରୁଘ୍ନ ସ୍ନିହାଙ୍କ ଝିଅ ସୋନାକ୍ଷୀ ସ୍ନିହା ମଧ୍ୟ ବଲିଉଡ଼ର ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଶତ୍ରୁଘ୍ନ ସ୍ନିହା ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଶତ୍ରୁଘ୍ନ ସ୍ନିହା ମୁମ୍ବାଇର ବାସଭବନର ନାମ ରାମାୟଣ ରଖିଛନ୍ତି । ଏହି ଘରେ ସେ ନିଜ ପରିବାର ସହ ଏକାଠି ରୁହନ୍ତି । ଶତ୍ରୁଘ୍ନଙ୍କ ଏହି ଘର ମୁମ୍ବାଇର ଜୁହୁରେ ଅବସ୍ଥିତ । ଆପଣଙ୍କୁ ସୁଚାଇଦେଉଛୁ ଯେ ଶତ୍ରୁଘ୍ନ ସ୍ନିହା ଏହି ଘର ନିଜ ବାହାଘର ପୁର୍ବରୁ କିଣିଥିଲେ । ଯେତେବେଳେ ସେ ଏହି ଘର କ୍ରୟ କରିଥିଲେ ସେତେବେଳେ ଏହାର ମୂଲ୍ୟ ଢେର୍ ଅଧିକ ଥିଲା ।

ଏତେ ଜମିର ମାଲିକ ଅଟନ୍ତି ଶତ୍ରୁଘ୍ନ

ଏଡିଆର ରିପୋର୍ଟ ଅନୁଯାୟୀ ଶତ୍ରୁଘ୍ନ ସ୍ନିହାଙ୍କ ପାଖରେ ମୋଟ ୧୩୧ କୋଟି ଟଙ୍କାର ଜମିବାଡ଼ି ରହିଛି ଯେଉଁଥିରୁ ୬୩ କୋଟି ଟଙ୍କାର ଏକ କମର୍ସିଆଲ୍ କୋଠା ଓ ୨୫ ଲକ୍ଷ ଟଙ୍କାର ଘର ଅଛି ଯେଉଁଠି ସେ ବର୍ତ୍ତମାନ ରହୁଛନ୍ତି । ଏହାବ୍ୟତୀତ ତାଙ୍କ ପାଖରେ କୃଷି ଜମି ମଧ୍ୟ ରହିଛି ଯାହାର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା ଅଟେ । ତେବେ ମୋଟ ତାଙ୍କ ନିକଟରେ ୮୯ କୋଟି ଓ ୨୫ ଲକ୍ଷ ଟଙ୍କାର ଜମି ରହିଛି । ଏହାବ୍ୟତୀତ ତାଙ୍କ ପାଖରେ ୮ ଲକ୍ଷ ଟଙ୍କା ନଗଦ ମଧ୍ୟ ରହିଛି ।

ବ୍ୟାଙ୍କ ରାଶି ଓ ସୁନା ଗହଣା

ବାସ୍ତବରେ ଶତ୍ରୁଘ୍ନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଅଛି । ଏହାବ୍ୟତୀତ ସେ ସେୟାର୍ ମାର୍କେଟରେ ମଧ୍ୟ ପୁଞ୍ଜି ବିନିଯୋଗ କରନ୍ତି ଏଥିପାଇଁ ସେ ୨୭ ଲକ୍ଷ ଟଙ୍କାର ସେୟାର୍ ମଧ୍ୟ ନେଇଛନ୍ତି । ଶତ୍ରୁଘ୍ନଙ୍କ ନିକଟରେ ଖୁବ୍ ମହଙ୍ଗା ଗାଡ଼ି ଅଛି ଯେଉଁଥିରେ ହୋଣ୍ଡା ଗାଡି ଓ ମର୍ସିଡ଼ିଜ୍ ସାମିଲ୍ ଅଛି ।

ଚଳଚ୍ଚିତ୍ରରୁ ମିଳିଲା ସ୍ୱତନ୍ତ୍ର ପରିଚୟ

ଯଦି ଆଲୋଚନା କରିବା ତାଙ୍କ ଫିଲ୍ମୀ କ୍ୟାରିୟର୍ ବିଷୟରେ ତେବେ ଶତ୍ରୁଘ୍ନ ୮୦ ଦଶକର ବେଶ୍ ପରିଚିତ କଳାକାର ଅଟନ୍ତି ସେ ନିଜ କ୍ୟାରିୟରରେ ବହୁତଗୁଡିଏ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଏବଂ ହିଟ୍ କରାଇଛନ୍ତି । ଚଳଚ୍ଚିତ୍ର ଗୁଡ଼ିକରେ ତାଙ୍କର ବହୁତ ଯୋଗଦାନ ରହିଛି ଏବଂ ସେ ଚଳଚ୍ଚିତ୍ର ମାଧ୍ୟମରେ ସେହି ସମସ୍ତ ଧନ ସମ୍ପତ୍ତି ଅର୍ଜନ କରିଛନ୍ତି ।

୬ କୋଟି ଟଙ୍କାର ରହିଛି ବ୍ୟକ୍ତିଗତ ଋଣ

ସେପଟେ ଏଡ଼ିଆର ରିପୋର୍ଟ ଅନୁଯାୟୀ ଶତ୍ରୁଘ୍ନ ସ୍ନିହା ପାଖାପାଖି ୬ କୋଟି ଟଙ୍କାର ବ୍ୟକ୍ତିଗତ ଋଣ ନେଇଛନ୍ତି । ଯାହାକି ଭିନ୍ନ ଭିନ୍ନ ବ୍ୟାଙ୍କରୁ ନେଇଛନ୍ତି । କେଉଁ ବ୍ୟାଙ୍କରୁ କେତେ ଟଙ୍କା ନିଆଯାଇଛି ତାହା ବିଷୟରେ ସ୍ପଷ୍ଟ ସୂଚନା ଜଣାନାହିଁ । ଏହାବ୍ୟତୀତ ସେ ନିଜ ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ଏଲଆଇସି ମଧ୍ୟ କରାଇଛନ୍ତି ଯାହାର ମୂଲ୍ୟ ପାଖାପାଖି ୫୯ ଲକ୍ଷ ଟଙ୍କା ଅଟେ । ସୂଚନା ଥାଉକି ୨୦୧୪ ପରେ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଏହାର ସୂଚନା ମିଳିନାହିଁ ।”

Leave a Reply

Your email address will not be published. Required fields are marked *