ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା, ଥିଏଟରରେ ରିଲିଜ୍ ହେବ ନାହିଁ ଶେଷ ଚଳଚ୍ଚିତ୍ର… !

ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା, ଥିଏଟରରେ ରିଲିଜ୍ ହେବ ନାହିଁ ଶେଷ ଚଳଚ୍ଚିତ୍ର… !

ଆଗଧାଡ଼ିର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଝଟକା ଲାଗିଛି । ବାସ୍ତବରେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ ମାନେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ରକୁ ବଡ଼ ପରଦାରେ ରିଲିଜ କରିବା ପାଇଁ ମାଙ୍ଗ କରିଥିଲେ । ସେ ତାଙ୍କ ଶେଷ ଚଳଚ୍ଚିତ୍ର ଅପେକ୍ଷାରେ ଥିଲେ । କିନ୍ତୁ ମେକର୍ସ ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବେ ବୋଲି ଘୋଷଣା କରିଛନ୍ତି ।

ବଲିଉଡ଼ରେ ଲାଗିରହିଥିବା ନେପୋଟିଜମ ନେଇଗଲା ସୁଶାନ୍ତଙ୍କ ଜୀବନ :

Google

ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିକଟରେ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହେଲେ । ସେ ଦୀର୍ଘ ସମୟ ଧରି ମାନସିକ ଅବସାଦ ଓ ଚାପରେ ରହୁଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

ଫ୍ୟାନ୍ସମାନଙ୍କ ଅନୁସାରେ ବଲିଉଡ଼ରେ ଲାଗିରହିଥିବା ନେପୋଟିଜମ ଯୋଗୁଁ ସୁଶାନ୍ତଙ୍କ ଠାରୁ ଅନେକ ଚଳଚ୍ଚିତ୍ର ଛଡ଼େଇ ନିଆଯାଇଥିଲା ଏବଂ ତାଙ୍କ ସହିତ ଭେଦଭାବ କରାଯାଉଥିଲା । ଏହି କାରଣ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ।

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି କରାଯାଇଛି ଘୋଷଣା :

Google

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ ବେଚାରା’ ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତିଲାଭ ହୋଇନାହିଁ । INS ର ରିପୋର୍ଟ ଅନୁଯାୟୀ ‘ଦିଲ ବେଚାରା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୁକେଶ ଛାବଡ଼ା କହିଛନ୍ତି ଏହା ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ଅଟେ ଏବଂ ନିର୍ଦେଶକ ଭାବେ ଏହା ମୋର ପ୍ରଥମ ଚଳଚ୍ଚିତ୍ର ଅଟେ । ସେ ଚଳଚ୍ଚିତ୍ର ରିଲିଜ କରିବେ ବୋଲି କହିଛନ୍ତି ।

ଡିଜ୍ନି ହଟଷ୍ଟାର ୨୪ ଜୁଲାଇରେ ହେବ ପ୍ରିମିୟର୍ :

ରିପୋର୍ଟ ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରାକୁ ଡିଜନୀ ହଟଷ୍ଟାରରେ ରିଲିଜ କରାଯିବ । ହଟ ଷ୍ଟାର ଗଣମାଧ୍ୟମରେ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି କହିଛି ଯେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ରର ଆସନ୍ତା ମାସ ଜୁଲାଇ ୨୪ ତାରିଖରେ ଡିଜିଟାଲ ପ୍ରିମିୟର ହେବ । ୨୪ ଜୁଲାଇରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ତାଙ୍କର ଏହି ଚଳଚ୍ଚିତ୍ରକୁ ହଟଷ୍ଟାରରେ ଦେଖିପାରିବେ ।

ଫ୍ୟାନ୍ସମାନେ ବଡ଼ ପରଦାରେ ଚଳଚ୍ଚିତ୍ର ରିଲିଜ୍ କରିବାକୁ ନେଇ ଚଳାଇଥିଲେ ଅଭିଯାନ :

ସୁଶାନ୍ତଙ୍କ ଫ୍ୟାନ୍ସମାନେ ମେକର୍ସମାନଙ୍କୁ ଦାବି କରିଥିଲେ ଯେ, ତାଙ୍କ ଶେଷ ଚଳଚ୍ଚିତ୍ରକୁ ବଡ଼ ପରଦାରେ ରିଲିଜ୍ କରାଯିବ । ଏଥିପାଇଁ ଗଣମାଧ୍ୟମରେ ଅଭିଯାନ ଚଳାଯାଇଥିଲା । ଫ୍ୟାନ୍ସମାନଙ୍କ କହିବା ଅନୁଯାୟୀ, ସେ ଚାହୁଁଥିଲେ ଯେ “ଦିଲ ବେଚାରା”କୁ ଓଟିଟି ପ୍ଲାଟଫର୍ମରେ ଅନଲାଇନ୍ ରିଲିଜ୍ କରନ୍ତୁ ନାହିଁ । ସେମାନେ ଏହି ଚଳଚ୍ଚିତ୍ରକୁ ଥିଏଟରରେ ଦେଖିବାକୁ ଚାହୁଁଛନ୍ତି । କିନ୍ତୁ, ମେକର୍ସଙ୍କ ନିଷ୍ପତ୍ତି ପରେ ଫ୍ୟାନ୍ସମାନଙ୍କୁ ଏକ ବଡ଼ ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *