ଆଜିଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି ତିନୋଟି ରାଶି ଉପରେ କରିବେ ଧନର ବର୍ଷା !

ଆଜି ଆମେ ଜାଣିବା ଏହି ଫେବୃଆରୀ ମାସରେ ହେବାକୁ ଯାଉଥିବା ମହା ସଂଯୋଗ ବିଷୟରେ ଯାହା ଫଳରେ ଏହି ତିନୋଟି ରାଶିର ବ୍ୟକ୍ତି ସମ୍ପର୍ଣ୍ଣଙ୍କ ଉପରେ ଶନିଦେବଙ୍କ କୃପା ବର୍ଷିବ । ଯାହା ଫଳରେ ଆପଣଙ୍କୁ ଏହି ୭ଟି ଖୁସି ଖବର ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ଖୁସି ଖବର କଣ ଅଟେ ?

ଏହି ବର୍ଷର ଆରମ୍ଭରୁ ଜାନୁଆରୀ ୨୪ ତାରିଖରେ ଶନିଦେବଙ୍କ ରାଶି ପରିବର୍ତ୍ତନ ହୋଇଛି । ଯାହା ୧୨ଟି ରାଶି ଉପରେ ଶୁଭ ଓ ଅଶୁଭ ପରିଣତି ଦେଖିବାକୁ ମିଳିବ । କିନ୍ତୁ ଆଜି ଆମେ ଏହି ତିନୋଟି ଖାସ୍ ରାଶିଙ୍କ ବିଷୟରେ ଜାଣିବା ଯାହାଙ୍କର ଏହି ଫେବୃଆରୀ ମାସରେ ବହୁତ ଧନ ଲାଭ ହେବା ସହ ଏହି ୭ଟି ଖୁସି ଖବର ମିଳିବ । ଏହି ଶ୍ରେଣୀରେ ସର୍ବ ପ୍ରଥମେ ଆସୁଛି…

୧) ବୃଷ ରାଶି –

ଏହି ରାଶିର ଲୋକଙ୍କର କାରକ ଅଟନ୍ତି ଶନିଦେବ । ଯାହାଙ୍କ ସ୍ଥିତି ଆପଣଙ୍କ ପାଇଁ ବହୁତ ମଜବୁତ ରହିଛି । ୨୪ ଜାନୁଆରୀ ପୂର୍ବରୁ ଆପଣଙ୍କ କୁଣ୍ଡଳୀରେ ଶନି ଦେବଙ୍କ ଅଢ଼େଇ ଗଚର ପ୍ରଭାବ ରହିଥିଲା । ଯାହା ଫଳରେ ଆପଣଙ୍କୁ ଛୋଟ ବଡ଼ ସମସ୍ୟା ଓ ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ତାହା ଶନିଦେବଙ୍କ ମହାରାଶି ପରିବର୍ତ୍ତନ ପରେ ସମାପ୍ତ ହୋଇଛି ଓ ଶନିଦେବ ଆପଣଙ୍କ ଭାଗ୍ୟ ଭବନରେ ପ୍ରବେଶ କରିଛନ୍ତି । ଏଭଳି ସ୍ଥିତିରେ କୁହାଯାଇପାରିବ ଯେ, ଏହି ମାସରେ ବୃଷ ରାଶିର ଲୋକଙ୍କୁ ତାଙ୍କ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଯେଉଁ କାର୍ଯ୍ୟ ଗୁଡ଼ିକ ଅଧାରେ ଅଟକି ରହିଥିଲା ତାହା ପୂର୍ଣ୍ଣ ହେବ । ପିତା, ମାତା ଓ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ମଧୁର ରହିବ । କଥାରେ ଅଛି ଯଦି ଭାଗ୍ୟ ଟାଣରେ ଥିବ ତେବେ ମାଟିକୁ ଧରିଲେ ମଧ୍ୟ ତାହା ସୁନାରେ ପାଲଟି ଯିବ । ବେପାର, ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଏହା ସହିତ ଯେଉଁ ବ୍ୟକ୍ତିମାନେ ଚାକିରୀ ଖୋଜୁଥିବେ ସେମାନଙ୍କୁ ନିଜ ମନ ପସନ୍ଦର ଚାକିରୀ ମିଳିବ । ତେଣୁ ଏହି ଫେବୃଆରୀ ମାସରେ ଆପଣ ନିଶ୍ଚୟ ପ୍ରୟାସ କରନ୍ତୁ, ନିଶ୍ଚୟ ଶୁଭ ଫଳ ପ୍ରାପ୍ତ ହେବ । ଦୈନିକ ଆୟରେ ବୃଦ୍ଧି ହେବା ସହ ପରିବାରର ସଦସ୍ୟଙ୍କ ତରଫରୁ ସାହାଯ୍ୟ ସହଯୋଗ ମିଳିବ । ଆପଣଙ୍କ ସବୁ ମନୋସ୍କାମନା ଏହି ମାସରେ ନିଶ୍ଚୟ ପୂରଣ ହେବ । ପରିଶ୍ରମ ଅନୁସାରେ ଅଧିକ ଲାଭ ମିଳିବ । ଋଣରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ରୋଗରେ ପୀଡ଼ିତ ଥିବା ଲୋକମାନେ ଏହି ମାସରେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ପ୍ରାପ୍ତି କରିବେ ।

୨) ତୁଳା ରାଶି –

ଆପଣଙ୍କର ଯଦି ତୁଳା କିମ୍ବା ବିଛା ରାଶି ହୋଇଥାଏ; ତେବେ ଆପଣଙ୍କୁ ମଧ୍ୟ ଶନିଦେବଙ୍କ ବିଶେଷ କୃପା ମିଳିବ । ଜାନୁଆରୀ ୨୪ ତାରିଖ ପରେ ଶନିଦେବଙ୍କ ଅଢେଇ ଗଚରର ସମାପ୍ତ ହେବା କାରଣରୁ ତୁଳା ରାଶିର ଚତୁର୍ଥ ଓ ବିଛା ରାଶିର ତୃତୀୟ ଭାଗରେ ଗଚର କରିବେ । ଏହାସହ ଶନିଦେବ ଆପଣଙ୍କ ଜାତକରେ ପଞ୍ଚ ମହାପୁରୁଷ ଯୋଗରୁ ଗୋଟିଏ ଯୋଗ ନେଇ ଆସୁଛନ୍ତି । ଏହି ଫେବୃଆରୀ ମାସରୁ ଆପଣଙ୍କୁ ଶନିଦେବଙ୍କୁ ଶୁଭ ଫଳ ଦେବେ । ଆପଣ ଯଦି ପୂର୍ବରୁ ଘର, ଜାଗା କିମ୍ବା ଗାଡି କିଣିବାକୁ ଚାହୁଁଥିଲେ, ତେବେ ଆପଣ ଏହି ମାସରେ କିଣି ପାରିବେ । ସମସ୍ତ ଭୌତିକ ସୁଖ ପ୍ରାପ୍ତ ହେବାସହ ମା’ ବାପାଙ୍କ ସୁଖ ପ୍ରାପ୍ତ ହେବ । ଦାମ୍ପତ୍ୟ ଓ ପରିବାର ମଧ୍ୟରେ ମଧୁରତା ଦେଖାଯିବ । ଯଦି ସମାଜ ସେବା କିମ୍ବା ରାଜନୀତିରେ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ଯଶ, ମାନ, କୀର୍ତ୍ତିରେ ବୃଦ୍ଧି ହେବ । ଆକସ୍ମିକ ଭାବରେ ଟଙ୍କା ପ୍ରାପ୍ତ ହେବାସହ ଗୁପ୍ତ ଧନ କିମ୍ବା ପୈତୃକ ଧନ ପ୍ରାପ୍ତ ହେବାର ମଧ୍ୟ ଯୋଗ ରହିଛି । ଶରୀରର ସମସ୍ତ ପ୍ରକାରର ଶାରୀରିକ ରୋଗରୁ ମୁକ୍ତି ମିଳିବ । ମାନସିକ ଓ ଶାରୀରିକ ଶକ୍ତିରେ ବିକଶିତ ହେବ । ପ୍ରତ୍ୟେକ କଥାକୁ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ବେପାର, ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଚାକିରୀ ଖୋଜୁଥିବେ ବ୍ୟକ୍ତିଙ୍କୁ ଭଲ ଚାକିରୀ ମିଳିବ ।

୩) ମକର ରାଶି –

ମକର ରାଶିର ସ୍ୱାମୀ ସ୍ୱୟଂ ଶନିଦେବ ଅଟନ୍ତି । ଜାନୁଆରୀ ୨୪ ତାରିଖରେ ଶନିଦେବ ମକର ରାଶିରେ ପ୍ରବେଶ କରି ମହାପୁରୁଷ ଯୋଗ ସ୍ଥାପନା କରିସାରିଛନ୍ତି । ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ଆସିବ । ବେପାର ଓ କର୍ମ କ୍ଷେତ୍ରରେ ଉନ୍ନତି ଲାଭ କରିବେ । ସମସ୍ତ ମାନସିକ ଚିନ୍ତା ଦୂର ହେବା ସହ ମନ ପ୍ରସନ୍ନତା ରହିବ । ଧନ ପ୍ରାପ୍ତି ହେବାର ନୂଆ ନୂଆ ରାସ୍ତା ନଜର ଆସିବ । ସମାଜରେ ଯଶ ଓ ମାନସମ୍ମାନ ବୃଦ୍ଧି ହେବା । ନିଜ ପରିଶ୍ରମ ଠାରୁ ଅଧିକ ଲାଭ ପାଇ ଆତ୍ମସନ୍ତୋଷ ହେବେ । ଦୈନିକ ରୋଜଗାରରେ ବୃଦ୍ଧି ହେବାସହ ବେପାର ଓ ଚାକିରୀ ଉଭୟ କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ । ଦାମ୍ପତ୍ୟ ଓ ପାରିବାରିକ ସମ୍ପର୍କରେ ମଧୁରତା ଦେଖାଯିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ଓ ନିଜ ଇଚ୍ଛା ଅନୁସାରେ ସ୍ଥାନାନ୍ତରନ କରିବା ସୁଯୋଗ ପ୍ରାପ୍ତ ହେବ । ଏହି ମାସ ଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*