୧୭ ବର୍ଷୀୟ ପ୍ରିୟଙ୍କାଙ୍କୁ ଶାହାରୁଖ ଖାନ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ! ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିଙ୍ଗ ଖାନ୍ !

ବଲିଉଡରେ ଏପରି ଅନେକ ପୁରୁଣା ଓ ନୂଆ ଘଟଣା ରହିଛି, ଯାହାକୁ ନେଇ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତି । ଶାହାରୁଖ ଖାନ ପ୍ରାୟତଃ ବଲିଉଡ଼ରେ ଚର୍ଚ୍ଚିତ ରୁହନ୍ତି ଓ ସେ ସୋସିଆଲ ମିଡିଆ ଏବଂ ଅନ୍ୟ ରଙ୍ଗମଞ୍ଚରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହନ୍ତି । ତାଙ୍କର ଏହି ଚର୍ଚ୍ଚାର କାରଣ, କେବେ ତାଙ୍କର କିଛି ନୂଆ ଆଉ କିଛି ପୁରୁଣା କଥା ଓ ଅନୁଭୂତିକୁ ନେଇ ହୋଇଥାଏ ତ କେବେ ତାଙ୍କ ଝିଅକୁ ନେଇ ଚିର୍ଚ୍ଚିତ ରୁହନ୍ତ । ଆଜିର ଏହି ଅନୁଛେଦରେ ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା କୌଣସି ନୂଆ କଥା ନୁହଁ ବରଂ ଏହା ବିଗତ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୁବ୍ ଚର୍ଚ୍ଚାର ବିଷୟ ହୋଇରହିଛି । କିନ୍ତୁ କଥାଟି ଦୀର୍ଘ ୨୦ ବର୍ଷର ପୁରୁଣା ଅଟେ । ଯେତେବେଳେ ବୋଲିଉଡ଼ର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୧୭ ବର୍ଷ ବୟସରେ ମିସ୍ ଇଣ୍ଡିଆ ହୋଇଥିଲେ, ସେହି ସମୟର କଥା ଅଟେ… ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବରଟି କଣ ଅଟେ ?

Google

କିଙ୍ଗ ଖାନଙ୍କର ଏହି କଥାରୁ ଜଣା ପଡ଼ିଛି ଯେ, ଶାହରୁଖ ସେହି ସମୟରେ ପ୍ରିୟଙ୍କାଙ୍କ ପାଇଁ କେତେ ବ୍ୟସ୍ତ ହେଉଥିଲେ । ସେତେବେଳେ “ମିସ୍ ଇଣ୍ଡିଆ” ଶୋ’ର ଜଣେ ଗୁରୁତ୍ୱପୁର୍ଣ ସଦସ୍ୟ ଥିଲେ ଶାହରୁଖ ଖାନ ଓ ସେହି ଶୋ’କୁ ବଲିଉଡ଼ ସୁନ୍ଦରୀ ମଲାଇକା ଅରୋଡା ହୋଷ୍ଟ କରୁଥିଲେ ଏବଂ ସେହି ସମୟରେ ପ୍ରିୟଙ୍କା ଚୋପ୍ରା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଟୋପ୍-୧୦ପ୍ରତିଯୋଗୀଙ୍କ ମଧ୍ୟରେ ପହଞ୍ଚିଥିଲେ ।

gramho

ଶାହାରୁଖ ଖାନ ଏହି ଇଭେଣ୍ଟରେ ଏକ ସଦସ୍ୟ ଥିଲେ ଓ ମଲାଇକା ଅରୋଡା ହୋଷ୍ଟ କରୁଥିଲେ । ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ ୧୭ ବର୍ଷୀୟ ପ୍ରିୟଙ୍କାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯାହାକି ଆଜି ମଧ୍ୟ ସେହି ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ, ପ୍ରିୟଙ୍କାଙ୍କ ମନର ଉପସ୍ଥିତି ଜାଣିବା ପାଇଁ ସେ ପଚାରିଥିଲେ ଯେ ସେ କାହାକୁ ବିବାହ କରିବାକୁ ପସନ୍ଦ କରିବେ ?

ଶାହାରୁଖ ଖାନ କେବଳ ବିବାହ ପାଇଁ ପ୍ରିୟଙ୍କାଙ୍କ ନିକଟରେ ପ୍ରସ୍ତାବ ରଖିନଥିଲେ ବରଂ ଶାହରୁଖ ଖାନ ତାଙ୍କ ନିକଟରେ ଦୁଇଟି ବିକଳ୍ପ ମଧ୍ୟ ରଖିଥିଲେ । ପ୍ରଥମ ବିକଳ୍ପ, ଆଜହରଉଦ୍ଦିନଙ୍କ ଭଳି ଲୋକ ପ୍ରିୟ କ୍ରିକେଟ ଖେଳାଳି ଯାହାଙ୍କ ନାମରେ ବହୁତ କୀର୍ତ୍ତିନାମା ସ୍ଥାପିତ ହୋଇଛି କିମ୍ବା ମୋ ଭଳି ଜଣେ ଲୋକପ୍ରିୟ ଅଭିନେତାଙ୍କୁ…. ଏବଂ ଶାହାରୁଖ କହିଥିଲେ ଏହା ଛଡା ଆପଣଙ୍କୁ କାଳ୍ପନିକ ବିବାହ ବନ୍ଧନରେ ବାନ୍ଧି ହେବାକୁ ଅନ୍ୟ କୌଣସି ବିକଳ୍ପ ନାହିଁ ।

ଏହି କଥାର ପ୍ରତିକ୍ରିୟାରେ ପ୍ରିୟଙ୍କା ଯେଉଁ ଉତ୍ତର ଦେଇଥିଲେ, ତାହା ଶୁଣି ଶାହାରୁଖ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ ମୁଁ ଜଣେ ସୁପ୍ରତିଷ୍ଠିତ ଖେଳାଳିଙ୍କୁ ବିବାହ କରିବାକୁ ପସନ୍ଦ କରିବି । କାରଣ ଦର୍ଶାଇବାକୁ ଯାଇ ପ୍ରିୟଙ୍କା କହିଥିଲେ, ଯେତେବେଳେ କୌଣସି ଖେଳ ଜିତି ସେ ଘରକୁ ଫେରିବେ ସେତେବେଳେ ମୁଁ ବି ଘରକୁ ଫେରିବି ଓ ତାଙ୍କୁ ସବୁ କ୍ଷେତ୍ରରେ ସପୋର୍ଟ କରିବି ଏବଂ ମୁଁ ତାଙ୍କ ଉପରେ ଗର୍ବ ଅନୁଭବ କରିବି, ଯିଏକି ଜଣେ ସଫଳ ମଣିଷ ହୋଇଥିବେ । କୁହାଯାଏ କି ପ୍ରିୟଙ୍କାଙ୍କର ଏହି ଉତ୍ତର ଶୁଣି ଶାହାରୁଖ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ପ୍ରତିଯୋଗିତା ପରେ ଦୁହେଁ “ଡ଼ନ୍” ଫିଲ୍ମରେ ଏକାଠି କାମ କରିଥିଲେ । “ଡ଼ନ୍” ଫିଲ୍ମର ସଫଳତା ପରେ “ଡ଼ନ୍-୨”ରେ ମଧ୍ୟ ଦୁହେଁ ଏକାଠି କାମ କରିଥିଲେ । ଏହି ଦୁଇଟି ଫିଲ୍ମର ସଫଳତା ପରେ ସେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବାର ଗୁଜବ ଖୁବ ଚର୍ଚ୍ଚାରେ ଥିଲା । ଏହି କଥା ପାଇଁ ଶାହାରୁଖଙ୍କ ପତ୍ନୀ ଓ ଶାହାରୁଖଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ କଥା ବଢି ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚି ଥିଲା ।

ଏହା ପରେ ଶାହାରୁଖ ନିଜେ ପରିସ୍ଥିତିକୁ ବୁଝି ତାଙ୍କ ପତ୍ନୀଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ଏହି କଥାର ସମାଧାନ ପାଇଁ ଗୌରୀ ଏକ ସର୍ତ୍ତ ରଖିଥିଲେ କି ଶାହାରୁଖ କେବେହେଲେ ପ୍ରିୟଙ୍କାଙ୍କ ସହିତ କାମ କରିବେ ନାହିଁ । ସେତେବେଳେ କିଙ୍ଗ ଖାନ ମଧ୍ୟ ଗୌରୀଙ୍କୁ ବିଶ୍ୱାସ କରାଇଥିଲେ ଯେ, ସେ କେବେ ହେଲେ ପ୍ରିୟଙ୍କାଙ୍କ ସହିତ କାମ କରିବେ ନାହିଁ । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ବିବାହିତା । ପ୍ରିୟଙ୍କା ନିଜ ବୟସ ଠାରୁ ୧୦ ବର୍ଷ ଛୋଟ ନିକ୍ ଜେନ୍ସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଉଭୟେ ନିଜ ନିଜ କର୍ମକ୍ଷେତ୍ର ସହିତ ବିବାହିତ ଜୀବନରେ ମଧ୍ୟ ଖୁବ୍ ଖୁସିରେ ଅତିବାହିତ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*