ଶାହରୁଖ ଖାନ୍ କରିସାରିଛନ୍ତି ୩ଟି ବିବାହ ! ଗୌରୀଙ୍କ ପାଇଁ ବଦଳାଇ ନେଇଥିଲେ ନିଜ ଧର୍ମ !

ଅଭିନେତା ଶାହରୁଖ ଖାନ୍ ଏବଂ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କୁ ବଲିଉଡ଼ର ଆଦର୍ଶ ଦାମ୍ପତ୍ତି ବୋଲି କୁହାଯାଇଥାଏ । କୌଣସି ମଧ୍ୟ ପାର୍ଟି, ଇଭେଣ୍ଟ ଏବଂ ସମାରୋହରେ ଶାହରୁଖ ଖାନ୍ ଏବଂ ଗୌରୀଙ୍କ କ୍ୟାମେଷ୍ଟ୍ରି ଦେଖିବାକୁ ମିଳିଥାଏ । ବିବାହର ଏତେ ବର୍ଷ ପରେ ମଧ୍ୟ ସେ ଲୋକଙ୍କ ପାଇଁ ଏକ କପଲ୍ ଗୋଲ ସେଟ୍ କରନ୍ତି । ଦୁହେଁ ପ୍ରେମ ପାଇଁ ଧର୍ମ ଏବଂ ଶ୍ରେଣୀ ସମସ୍ୟାକୁ ମଧ୍ୟ ଉଠାଇ ଦେଇଥିଲେ । ଶାହରୁଖ ଖାନ୍ ଏବଂ ଗୌରୀଙ୍କ ଲଭ୍ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ, ପରସ୍ପର ସହିତ ସାରା ଜୀବନ ବିତାଇବା ପାଇଁ ସେମାନଙ୍କୁ ଅନକେ ଅସୁବିଧା ଦେଇ ଗତି କରିବାକୁ ପଡ଼ିଛି । ତେଣୁ ଚାଲନ୍ତୁ ଏହି ଲଭ୍ ଷ୍ଟୋରୀ ବିଷୟରେ ଜାଣିନେବା ।

ଗୌରୀଙ୍କ କାରଣରୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ଶାହରୁଖ ଖାନ୍ :-

google

ଶାହରୁଖ ଖାନ ବଲିଉଡ଼ରେ ପାଦ ରଖିବା ପୂର୍ବରୁ ହିଁ ଗୌରୀ ଖାନଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ସାକ୍ଷାତ ଦିଲ୍ଲୀରେ ପାଠ ପଢ଼ୁଥିବା ସମୟରେ ହୋଇଥିଲା । ସେ ଗୌରୀଙ୍କୁ ଦେଖିବା ପରେ ପ୍ରଥମ ନଜରରେ ହିଁ ଭଲ ପାଇବସିଥିଲେ କିନ୍ତୁ ଗୌରୀ ତାଙ୍କୁ କୌଣସି ସୁଯୋଗ ଦେଉନଥିଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା ଏବଂ ପ୍ରାୟ ୬ ବର୍ଷ ପର୍ଯ୍ୟନ୍ତ ସେମାନେ ରିଲେସନସିପରେ ରହିଥିଲେ । କିନ୍ତୁ ଏହି ରିଲେସନସିପ ଏତେ ସହଜ ନଥିଲା । ଏଥିରେ ମଧ୍ୟ ଅନେକ ଉତ୍ଥାନ ପତନ ରହିଥିଲା । ଥରେ ଏପରି କିଛି ହୋଇଥିଲା ଯେ ଶାହରୁଖ ଖାନଙ୍କ ଉପରେ ବିରକ୍ତ ହୋଇ ଗୋୖରୀ ଖାନ୍ ତାଙ୍କୁ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ । ଯେଉଁ କାରଣରୁ ଶାହରୁଖ ଖାନ୍ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ।

ଶାହରୁଖ ଖାନଙ୍କ ଉପରେ ବିରକ୍ତ ହୋଇ ଯାଇଥିଲେ ଗୌରୀ :-

google

ପ୍ରକୃତରେ ଶାହରୁଖ ଖାନ ଗୌରୀଙ୍କ ପାଇଁ ଅଧିକ ପୋଜେସିଭ ଥିଲେ । ସେ ଚାହୁଁ ନଥିଲେ ଯେ ଗୋୖରୀ କେଉଁ ପୁଅଙ୍କ ସହିତ କଥା ହୁଅନ୍ତୁ, ଯେଉଁ କାରଣରୁ ଗୌରୀ ବିରକ୍ତ ହୋଇ ଯାଇଥିଲେ ଏବଂ ଶାହରୁଖ ଖାନଙ୍କୁ ଛାଡ଼ି ଦେଇଥିଲେ ଓ ନିଜ ସାଙ୍ଗ ମାନଙ୍କ ସହିତ ମୁମ୍ବାଇ ବୁଲିବାକୁ ଚାଲି ଯାଇଥିଲେ । ଏହାପରେ ଶାହରୁଖ ଖାନ୍ ପାଖାପାଖି ୧୦ ହଜାର ଟଙ୍କା ନେଇ ମୁମ୍ବାଇ ପହଂଚି ଯାଇଥିଲେ ଏବଂ ସେଠାରେ ଗୋୖରୀଙ୍କୁ ଖୋଜି ତାଙ୍କୁ ମନେଇ ନେଇଥିଲେ । ଏହାପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଗୌରୀଙ୍କ ପାଇଁ ଶାହରୁଖ ଖାନ୍ ନିଜର ଧର୍ମ ବଦଳାଇ ନେଇଥିଲେ :-

google

ଦୁହିଁଙ୍କ ବିବାହରେ ସମସ୍ୟା ଏତିକି ନଥିଲା । ସବୁଠାରୁ ବଡ଼ ସମସ୍ୟା ଏହା ଥିଲା ଯେ ଶାହରୁଖ ଖାନ୍ ମୁସଲିମ ଏବଂ ଗୋୖରୀ ହିନ୍ଦୁ ଥିଲେ । ଶାହରୁଖ ଖାନ୍ ଗୌରୀଙ୍କ ପରିବାର ଲୋକଙ୍କ ସାମ୍ନାରେ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ହିନ୍ଦୁ ହୋଇ ରହିଥିଲେ । କିନ୍ତୁ ତାଙ୍କର ଏହି ମିଛ ମଧ୍ୟ ଧରା ପଡ଼ିଯାଇଥିଲା । ଶାହରୁଖ ଖାନ୍ ଗୌରୀଙ୍କୁ ଥରେ ନୁହେଁ ବରଂ ତିନି ତିନି ଥର ବିବାହ କରିଛନ୍ତି ।ପ୍ରଥମେ କୋର୍ଟ ମ୍ୟାରେଜ୍, ତା’ପରେ ମୁସଲିମ ରୀତିରେ ବିବାହ ଏବଂ ପରେ ହିନ୍ଦୁ ରୀତିରେ ବିବାହ କରିଥିଲେ ।

ଧର୍ମ ପରିବର୍ତ୍ତନ ଉପରେ କହିଥିଲେ ଗୌରୀ :-

google

ଶାହରୁଖ ଖାନ୍ ଏବଂ ଗୌରୀ ଖାନ୍ ଦୁହେଁ ପରସ୍ପରର ଧର୍ମକୁ ସମ୍ମାନ ଦେଉଥିଲେ ଏବଂ ନିଜ ଧର୍ମକୁ ମାନୁ ଥିଲେ । ଗୌରୀଙ୍କୁ ଅନେକ ଥର ଇଣ୍ଟରଭ୍ୟୁରେ ଧର୍ମ ପରିବର୍ତ୍ତନକୁ ପ୍ରଶ୍ନ କରାଯାଉଥିଲା ଯାହାର ଉତ୍ତର ସେ କରନ୍ ଜୌହାରଙ୍କ ଶୋ କଫି ୱିଥ କରନରେ ଦେଇଥିଲେ । ସେ କହିଥିଲେ ଯେ ହଁ ଆମର ଧର୍ମ ଅଲଗା ଅଟେ, କିନ୍ତୁ ଏହାଦ୍ଵାରା ଆମ ସଂପର୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ମୁଁ ଶାହରୁଖ ଖାନଙ୍କ ଧର୍ମର ସମ୍ମାନ କରେ କିନ୍ତୁ ତାହାର ଏହା ଅର୍ଥ ନୁହେଁ ଯେ ନିଜ ଧର୍ମକୁ ବଦଳାଇ ମୁସଲିମ ହୋଇଯିବି । ମୁଁ ଏସବୁ ଜିନିଷ ଉପରେ ଆଦୋୖ ବିଶ୍ଵାସ କରେନାହିଁ ।

Be the first to comment

Leave a Reply

Your email address will not be published.


*