ଶାହରୁଖ ଖାନଙ୍କ ସମେତ ଡ୍ରଗ୍ସ ମାମଲାରେ ଫଶିଗଲେ ଏହି ୩ ଜଣ ବଡ଼ କଳାକାର, NCB କଲେ ପଚରାଉଚରା !

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଯେବେଠାରୁ ଡ୍ରଗ୍ସ ପ୍ରସଙ୍ଗ ମାମଲାର ଖୁଲାସା ହୋଇଛି, ତେବେଠାରୁ ପ୍ରତିଦିନ କିଛି ନା କିଛି ନୂତନ ଖୁଲାସା ହେଉଅଛି । ବର୍ତ୍ତମାନ ଗଣମାଧ୍ୟମରେ A, D, S ନାମକ କଳାକାରଙ୍କୁ ନେଇ ନୂତନ ଖୁଲାସା ହେଉଛି । ଏନସିବି ଅଧିକାରୀ ଦ୍ୱାରା ଏହି ଖୁଲାସା କରାଗଲା, ଏହି ନାମ ବଲିଉଡ଼ର ତିନୋଟି କଳାକାରଙ୍କ ବୋଲି କୁହାଯାଉଛି । ଯେଉଁମାନଙ୍କ ମଧ୍ୟରେ ଅର୍ଜୁନ ରାମପାଳ, ଡ଼ିନୋ ମୋରୀୟା ଓ ଶାହରୁଖ ଖାନଙ୍କ ନାମ ନିଆଯାଉଛି । ସେହିଅପରି ଆଗରୁ ମଧ୍ୟ ଶାହରୁଖ ଖାନଙ୍କ ନାମ ଡ୍ରଗ୍ସ ପେଡ଼ଲିଂ ମାମଲାରେ ସାମ୍ନାକୁ ଆସିଯାଇଛି ।

ଆମେ ଆପଣଙ୍କୁ ସୁଚାଇଦେଉଛୁ ଯେ, ଏହା ପୂର୍ବରୁ ଦୀପିକା ପାଦୁକୋନ, ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୂର ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଥିଲେ । ଏହା ଫଳରେ ଏନସିବି କାର୍ଯ୍ୟାଳୟ ଏମାନଙ୍କୁ ପଚରାଉଚରା କରିବା ପାଇଁ ଡକାଇ ଥିଲେ । ବର୍ତ୍ତମାନ ଖବର ଆସୁଛି ଯେ ଏନସିବିର ଯେଉଁ ଅଧିକାରୀ ଏହି ଖୁଲାସା କରିଛନ୍ତି, ସେ ନିଜର ନାମ ଗୁପ୍ତ ରଖିବା ପାଇଁ କହିଛନ୍ତି । କୁହାଯାଉଛି ଯେ, ବଲିଉଡ଼ ଅଭିନେତା ଅର୍ଜୁନ ରାମପାଳ, ସୁପରଷ୍ଟାର ଶାହରୁଖ ଖାନଙ୍କୁ ଡ୍ରଗ୍ସ ଉପଲବ୍ଧ କରାନ୍ତି ଏବଂ ଉଭୟ ଡ୍ରଗ୍ସ ପେଡ଼ଲିଂ ମାମଲାରେ ସାମିଲ ଅଛନ୍ତି ।

ଏନସିବି ଅଧିକାରୀ ବର୍ତ୍ତମାନ ଏହି ଅନୁସନ୍ଧାନରେ ଲାଗି ପଡିଛନ୍ତି ଯେ, ଅଭିନେତା ଡ଼ିନୋ ମୋରିୟା କେଉଁ ବ୍ୟକ୍ତିଙ୍କୁ ଡ୍ରଗ୍ସର ବ୍ୟବହାର କରାନ୍ତି । ଏହି ଦାବି କରାଯାଉଛି ଯେ, ଡ଼ିନୋ ମୋରୀୟା ସେହି ବ୍ୟକ୍ତିଙ୍କ ଘରକୁ ଡ୍ରଗ୍ସ ନେଇ ଯାଉଥିଲେ । ଏନସିବି ବର୍ତ୍ତମାନ ଏହି ମାମଲାରେ ବାରମ୍ବାର ପ୍ରମାଣ ଏକାଠି କରିବାରେ ଲାଗି ପଡ଼ିଛନ୍ତି । ଆଶ୍ଚର୍ଯ୍ୟଜନକ ବିଷୟଟି ଏହା ଯେ ଏନସିବି ଅଧିକାରୀ ମାନଙ୍କୁ ଏହା ବିଷୟରେ ସୂଚନା କୌଣସି ଏକ ଡ୍ରଗ୍ସ ପେଡଲର ଦେଇଛନ୍ତି । ଉପଯୁକ୍ତ ପ୍ରମାଣ ମିଳିବା ପରେ ଏହି ମାମଲାରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ସହିତ ଏହି ମାମଲାରେ, A, D ଓ S ନାମ ବ୍ୟତୀତ ଆର ନାମକ ଏକ କଳାକାରଙ୍କୁ ମଧ୍ୟ ସାମିଲ କରାଯାଇଛି । ମିଡ଼ିଆରେ ବର୍ତ୍ତମାନ ଏହି ଖବର ଆସୁଛି ଯେ ଏହା R ନାମକ ବ୍ୟକ୍ତି ରଣବିର କପୂର ହୋଇପାରନ୍ତି ।

ଡ୍ରଗ୍ସ ପ୍ରସଙ୍ଗ ମାମଲାରେ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏନସିବି ଦୀପିକା ପାଦୁକୋନଙ୍କୁ ଚଳିତ ସପ୍ତାହରେ ପଚରାଉଚରା କରିବା ପାଇଁ ଡକାଇଥିଲେ । ଖବର ଆସିଥିଲା ଯେ, ଦୀପିକା ପଚରାଉଚରା ସମୟରେ କାନ୍ଦି ପକେଇଥିଲେ । ଏହି ମାମଲାରେ ଏନସିବି ଦୀପିକା ପାଦୁକୋନ ଓ ତାଙ୍କ ମ୍ୟାନେଜର କରିଷ୍ମା ପ୍ରକାଶଙ୍କ ମୋବାଇଲ ମଧ୍ୟ ଜବତ କରି ନେଇଛନ୍ତି । ମୋବାଇଲରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ ଉଭୟ କୌଣସି ମାଲ୍ ବିଷୟରେ କଥାବାର୍ତ୍ତା କରୁଥିଲେ ।

ଯଦି ବଲିଉଡ଼ ଅଭିନେତା ଶାହରୁଖ ଖାନ୍ ବିଷୟରେ ଆଲୋଚନା କରିବା ତେବେ ସେ ବର୍ତ୍ତମାନ UAE ଦୁବାଇରେ ଅଛନ୍ତି । ଦୁବାଇରେ ଆଇପିଏଲ ୨୦୨୦ର ଆୟୋଜନ କରାଯାଇଛି । ସେଠାରେ ସେ ନିଜ ଦଳ କୋଲକାତା ନାଇଟ୍ ରାଇଡରଙ୍କ ସାଥିରେ ଅଛନ୍ତି ।

Be the first to comment

Leave a Reply

Your email address will not be published.


*