ଶାହାରୁଖ ଖାନଙ୍କ ଭଉଣୀ ପ୍ରଥମ ଥର ପାଇଁ ନଜର ଆସିଥିଲେ ! ଯେ କେହି ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଶାହାରୁଖ ଖାନଙ୍କ ଭଉଣୀ ପ୍ରଥମ ଥର ପାଇଁ ନଜର ଆସିଥିଲେ ! ଯେ କେହି ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଶାହାରୁଖ ଖାନ୍ ବୋଲିଉଡ଼ ଇଣ୍ଡଷ୍ଟ୍ରିର ବାଦ୍-ଶାହା (King) ଅଟନ୍ତି । ତାଙ୍କୁ କେବଳ ଭାରତରେ ହିଁ ନୁହଁ ବରଂ ଅନ୍ୟ ଦେଶର ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ତାଙ୍କ ଜନ୍ମ ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ହୋଇଥିଲା । ଶାହାରୁଖ ଖାନ୍ ତାଙ୍କ ସ୍ତ୍ରୀ ଓ ତାଙ୍କ ପିଲାମାନଙ୍କୁ ତ’ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କ ଜୀବନରେ ଏଭଳି ଏକ ସଦସ୍ୟ ଅଛନ୍ତି ଯାହାକୁ ଅଧିକାଂଶ ଲୋକମାନେ ଜାଣିନାହାଁନ୍ତି । ସେ ହେଉଛନ୍ତି ତାଙ୍କ ଭଉଣୀ । ଶାହାରୁଖ ଖାନଙ୍କ ଭଉଣୀଙ୍କ ନାମ ହେଉଛି ସେହେନାଜ୍ ଲାଲା ରୁଖ ଖାନ୍ ।

୬୦ ବର୍ଷର ସେହେନାଜ୍ ଲାଲା ରୁଖ ଖାନ୍, ଶାହାରୁଖ ଖାନଙ୍କ ଠାରୁ ୬ ବର୍ଷ ବଡ଼ ଅଟନ୍ତି । ସେହେନାଜ୍ ଶାହାରୁଖ ଖାନଙ୍କ ସହିତ ହିଁ ରୁହନ୍ତି । ସେହେନାଜ୍ ଲାଲା ରୁଖ ଖାନ୍ ସେହି ସମୟରେ ବହୁତ ଡ଼ିପ୍ରେସନ୍ (ଅବସାଦ)କୁ ଚାଲିଯାଇଥିଲେ, ଯେତେବେଳେ ସେ ନିଜ ବାପାଙ୍କ ମୃତ ଶରୀରକୁ ଦେଖିଥିଲେ । ଶାହାରୁଖ ଖାନଙ୍କ ବାପାଙ୍କ ମୃତ୍ୟୁ କ୍ୟାନ୍ସର ଯୋଗୁଁ ୧୯୮୧ ମସିହାରେ ହୋଇଥିଲା । କୁହାଯାଏ ଯେ, ସେହି ସମୟରେ ସେହେନାଜଙ୍କୁ ଏହି ବିଷୟରେ ଜଣା ନଥିଲା, ସେ ବାହାରେ ଥିଲେ । ଯେତେବେଳେ ସେ ଘରକୁ ଫେରି ବାପାଙ୍କ ମୃତ ଶରୀରକୁ ଦେଖିଲେ ସେତେବେଳେ ସେ ଅଚେତା ହୋଇଯାଇଥିଲେ ।

ଏହି ଘଟଣା ତାଙ୍କୁ ଏତେ ମାତ୍ରାରେ ଆଘାତ କରିଥିଲା ଯେ, ସେ ଡ଼ିପ୍ରେସନକୁ ଚାଲି ଯାଇଥିଲେ । ତାହାପର ଠାରୁ ସେ ଅଧିକାଂଶ ସମୟରେ ଅସୁସ୍ଥ ରହିବାକୁ ଲାଗିଲେ । ଶାହାରୁଖ ଖାନ୍ ଗୋଟିଏ ଇଣ୍ଟରଭିଉରେ କହିଥିଲେ ଯେ, ବାପାଙ୍କ ମୃତ୍ୟୁ ପରେ ଭଉଣୀ ଡ଼ିପ୍ରେସନ୍ ହୋଇ ନିଜ ସନ୍ତୁଳନ ହରାଇ ବସିଥିଲେ । ଏହି ଘଟଣା ହେବାର ୨ ବର୍ଷ ପର୍ଯ୍ୟନ୍ତ ଏଥିରୁ ନିଜକୁ ସମ୍ଭାଳି ପାରିନଥିଲେ । ସେ କାନ୍ଦୁନଥିଲେ କିନ୍ତୁ ବାପାଙ୍କ ମୃତ୍ୟୁ ଯୋଗୁଁ ସେ ସବୁବେଳେ ବହୁତ ଦୁଃଖରେ ରହୁଥିଲେ । ଡ଼ିଡ଼ିଏଲ ଚଳଚିତ୍ରର ସୁଟିଙ୍ଗ ସମୟରେ ଭଉଣୀଙ୍କ ଦେହ ବହୁତ ଖରାପ ହେବା ଯୋଗୁଁ ତାଙ୍କୁ ସ୍ୱିଜରଲ୍ୟାଣ୍ଡ ନିଆଯାଇଥିଲା ପରେ ତାଙ୍କ ଦେହରେ ସୁଧାର ଆସିଥିଲା । କିନ୍ତୁ କହିବାକୁ ଗଲେ ସେ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *