ବଲିଉଡ଼ରେ ଶାହରୁଖ୍ ଖାଁଙ୍କ ୨୮ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ ହୋଇଛି ! ଭାବପ୍ରବଣ ପୋଷ୍ଟକୁ ସୋସିଆଲ ମିଡିଆରେ ଛଡାଯାଇଛି |

ବଲିଉଡ଼ରେ ଶାହରୁଖ୍ ଖାଁଙ୍କ ୨୮ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ ହୋଇଛି ! ଭାବପ୍ରବଣ ପୋଷ୍ଟକୁ ସୋସିଆଲ ମିଡିଆରେ ଛଡାଯାଇଛି |

ବଲିଉଡ଼ ଇଣ୍ଡଷ୍ଟ୍ରିର କିଙ୍ଗ ଖାଁ କୁହାଯାଉଥିବା ଜଣାଶୁଣା ଅଭିନେତା ଶାହରୁଖ୍ ଖାଁ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ପରିଚିତ ଚେହେରା ଅଟନ୍ତି । ସେ ନିଜର ଫିଲ୍ମୀ କ୍ୟାରିୟରରେ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଛନ୍ତି । ଆପଣଙ୍କୁ ସୁଚାଇ ଦେଉଛୁ ଯେ, ଶାହରୁଖଖ୍ ଖାଁ ବଲିଉଡ଼ ଇଣ୍ଡଷ୍ଟ୍ରିରେ ୨୮ ବର୍ଷର ଯାତ୍ରା ପୂରଣ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ବହୁତଗୁଡିଏ ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି, ନିଜର ଦମଦାର ଅଭିନୟ ବଳରେ ଶାହରୁଖ ତାଙ୍କ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରନ୍ତି । ନିଜର ଉତ୍ତମ ଅଭିନୟ ବଳରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, କିଛି ସମୟରୁ ଶାହରୁଖ ବଡ଼ ପରଦାରୁ ଦୁରେଇ ଯାଇଛନ୍ତି କିନ୍ତୁ ଇଣ୍ଡଷ୍ଟ୍ରିରେ ୨୮ ବର୍ଷ ପୂରଣ ହେବା ଖୁସିରେ ଅଭିନେତା ଶାହରୁଖ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଏହି ଟ୍ୱିଟରେ ସେ ସମସ୍ତ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

google

ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାଁ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ମୋତେ ଜଣାପଡ଼ିଲା ନାହିଁ ଯେ ମୋର ରୁଚି କେତେବେଳେ ମୋ ଜୀବନର ଲକ୍ଷ୍ୟ ସାଜିଗଲା, ଓ ମୋର ପ୍ରଫେସନରେ ପରିବର୍ତ୍ତିତ ହୋଇଗଲା, ଆପଣ ସମସ୍ତଙ୍କୁ ଧନ୍ୟବାଦ, ଏତେ ବର୍ଷ ପର୍ଯ୍ୟନ୍ତ ଆପଣ ମୋତେ ମନୋରଞ୍ଜନ କରିବା ପାଇଁ ସୁଯୋଗ ଦେଇଥିବାରୁ, ମୋତେ ଲାଗେ ଯେ ମୋ ପ୍ରଫେସନାଲ ଜୀବନରୁ ଅଧିକ ମହତ୍ତ୍ୱ ମୋ ଫେଶନର ରହିଛି, ଯାହା ଫଳରେ ଆସନ୍ତା ବର୍ଷ ମାନଙ୍କରେ ମଧ୍ୟ ମୁଁ ଆପଣଙ୍କୁ ମନୋରଞ୍ଜନ କରିବା ଜାରି ରଖିବି ।” ଶାହରୁଖ ଖାଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଯେଉଁ ଫଟୋ ସେୟାର କରିଛନ୍ତି, ଏହା ଭିତରେ ସେ ଦାଢ଼ି ଓ ଲମ୍ବା କେଶରେ ନଜର ଆସୁଛନ୍ତି, ଏହା ଗୌରୀ ଉଠାଇଛନ୍ତି, ଅଭିନେତା ଶାହରୁଖ ଖାଁ ଲେଖିଛନ୍ତି ଯେ “୨୮ ବର୍ଷ ଆହୁରି ଜାରି ରହୁ, ଧନ୍ୟବାଦ ଗୌରୀ ଏହି ସମୟକୁ ଫଟୋରେ ଜୀବନ୍ତ ରଖିବା ପାଇଁ ।”

ଆପଣଙ୍କୁ ସୁଚାଇଦେଉଛୁ ଯେ ଅଭିନେତା ଶାହରୁଖ ଖାଁ ଙ୍କୁ ପ୍ରେମରେ ଲୋକେ ବଲିଉଡ଼ ଇଣ୍ଡଷ୍ଟ୍ରିର ବାଦଶାହ, କିଙ୍ଗ ଅଫ ବଲିଉଡ଼, କିଙ୍ଗ ଖାଁ ବୋଲି କୁହନ୍ତି, ସେ ନିଜର ସମସ୍ତ ଚରିତ୍ରକୁ ବହୁତ ଭଲ ଭାବରେ ପରଦାରେ ଚିତ୍ରଣ କରନ୍ତି ଏବଂ ନିଜ ପରିଶ୍ରମ ଓ ଦମଦାର ଅଭିନୟ ବଳରେ ଏକ ଭଲ ନାମ ଅର୍ଜନ କରିଛନ୍ତି, ଅଭିନେତା ଶାହରୁଖ ଖାଁଙ୍କ ଜନ୍ମ ଦିଲ୍ଲୀ ସହରରେ ହୋଇଥିଲା,ତାଙ୍କ ପିତାଙ୍କ ନାମ ମିର ତାଜ ମହମ୍ମଦ ଖାନ ଯିଏ ପାକିସ୍ଥାନର ପେଶୱାରରୁ ଆସିଥିଲେ, ସେ ଫିଲ୍ମ “ଦେୱାନା”ରେ ତାଙ୍କ ଫିଲ୍ମ କେରିୟର ଆରମ୍ଭ କରିଥିଲେ । “ଯାହା ଜୁନ୍ 25, 1992ରେ ବଡ ପରଦାରେ ମୁକ୍ତିଲାଭ କରିଥିଲା,

google

ସେ ଏହି ଚଳଚ୍ଚିତ୍ରରେ ସହ କଳାକାର ଭାବେ ନଜର ଆସିଥିଲେ ସତ କିନ୍ତୁ ଏହି ଚଳଚ୍ଚିତ୍ରରୁ ସେ ଲୋକଙ୍କ ହୃଦୟ ଜିଣି ନେଇଥିଲେ, ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ନବୋଦିତ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ ହୋଇଥିଲା, ସେହି ସମୟରେ ଏହି ଚଳଚ୍ଚିତ୍ର ହିଟ ହୋଇଥିଲା, ତାପରେ ଶାହରୁଖ ଲଗାତାର ସଫଳତାର ପାହାଚ ଚଢ଼ିବାକୁ ଲାଗିଲେ ଓ ଏହି ବ୍ଲକବଷ୍ଟର ଫିଲ୍ମ କାରଣରୁ ଶାହରୁଖ ଖାଁଙ୍କୁ ବହୁତ ଲାଭ ମିଳିଥିଲା ।

google

ବଲିଉଡ଼ ଜଗତର ଦିଗଜ୍ଜ ଅଭିନେତା ଶାହରୁଖ ଖାଁଙ୍କ ଅନେକ ଫ୍ୟାନ୍ସ ଅଛନ୍ତି, ବିଶେଷ ଭାବେ ଝିଅମାନେ ତାଙ୍କର ଦିୱାନୀ ଅଟନ୍ତି, ସେ ଦିଲବାଲେ ଦୁଲହନିଆ ଲେ ଜାୟେଙ୍ଗେ, ୟେସ୍ ବସ୍, ପରଦେଶ, ଦିଲ ତୋ ପାଗଳ ହେ, କୁଛ କୁଛ ହୋତା ହେ, କଭି ଖୁସି କଭି ଗମ, ଦେବଦାସ, କଲ ହୋ ନା ହୋ, ଓମ ଶାନ୍ତି ଓମ, ରବ ନେ ବନା ଦି ଯୋଡ଼ି ଭଳି ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ସମସ୍ତ ବୟସର ବ୍ୟକ୍ତି ତାଙ୍କ ଅଭିନୟର ଦିୱାନା ଅଟନ୍ତି ।

Leave a Reply

Your email address will not be published. Required fields are marked *