ସାହେବ ଆମକୁ ଫା-ଶୀ ଲଗାଉ ଲଗାଉ ଏବେ ବହୁତ ବର୍ଷ ଲାଗିଯିବ ! ଶବନମଙ୍କ ପ୍ରେମିକ ସଲିମଙ୍କୁ ଫା-ଶୀରୁ କୌଣସି ଭୟ ନାହିଁ…

ସାହେବ ଆମକୁ ଫା-ଶୀ ଲଗାଉ ଲଗାଉ ଏବେ ବହୁତ ବର୍ଷ ଲାଗିଯିବ ! ଶବନମଙ୍କ ପ୍ରେମିକ ସଲିମଙ୍କୁ ଫା-ଶୀରୁ କୌଣସି ଭୟ ନାହିଁ…

ପ୍ରେମିକା ଶବନମଙ୍କ ସହିତ ମିଶି ତାଙ୍କ ପରିବାରର ସାତ ଜଣ ଲୋକଙ୍କୁ ମାରିଥିବା ସଲିମଙ୍କୁ ଫାଶୀ ଦଣ୍ଡରୁ କୌଣସି ଭୟ ନାହିଁ । ସଲିମଙ୍କୁ ଲାଗେ ଯେ ତାଙ୍କୁ ଫାଶୀଦାଣ୍ଡ ଦିଆଯାଉ ନା କାହିଁକି ତାଙ୍କୁ ଏତେଶୀଘ୍ର ଫାଶୀ ଫଣ୍ଡ ଦିଆଯିବ ନାହିଁ । ସଲିମଙ୍କ ଅନୁଯାୟୀ ସାହେବ ! ଚିନ୍ତିତ କାହିଁକି ହେଉଛନ୍ତି, ଏତେଶୀଘ୍ର ମୋତେ ଫାଶୀ ହେବ ନାହିଁ, ଏଠାରେ ଏମିତି ଫାଶୀ ଦିଆଯାଏ ନାହିଁ । ଏତେ ବିକଳ୍ପ ଖୋଲା ଅଛି । ଆମକୁ ଫାଶୀ ହେଉ ହେଉ ବର୍ତ୍ତମାନ ଅନେକ ବର୍ଷ ବିତିଯିବ । ସଲିମଙ୍କ ଏହି କଥାରୁ ସ୍ପଷ୍ଟ ହୁଏ ଯେ ତାକୁ ଫାଶୀ ଦଣ୍ଡରୁ ଭୟ ଲାଗୁ ନାହିଁ ଏବଂ ନିଜ ଦୁଷ୍କର୍ମ ଉପରେ ତାକୁ ତିଳେ ମାତ୍ର ଦୁଃଖ ନାହିଁ ।

ସଲିମ୍ ଜେଲର ସାଥି ଲୋକଙ୍କ ଅନୁସାରେ ଯେତେବେଳେ ଜେଲ୍ ଅଧିକାରୀ ସଲିମଙ୍କୁ କହିଲେ ଯେ ବର୍ତ୍ତମାନ ତୁମକୁ ଫାଶୀ ହେବ, ସେତେବେଳେ ସେ ଏହି ଉତ୍ତର ଦେଲେ ଯେ ଏଥିରୁ ବଞ୍ଚିବାର ଏତେ ବିକଳ୍ପ ଅଛି ଯେ ଫାଶୀ ହେବାକୁ ବର୍ଷ ବର୍ଷ ଲାଗିଯିବ । ଚିନ୍ତିତ ହୁଅନ୍ତୁ ନାହିଁ, ଆମକୁ ଏତେଶୀଘ୍ର କିଛି ହେବ ନାହିଁ । ବାସ୍ତବରେ ସଲିମ୍ ବର୍ତ୍ତମାନ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ୍ ଜେଲରେ ବନ୍ଦ ଅଛି । ଏହି ଜେଲରେ ଏହାକୁ ୨୬୭ ସେପ୍ଟେମ୍ବର ୨୦୧୮କୁ ଅଣାଯାଇଥିଲା । ଏହା ପୂର୍ବରୁ ସେ ବରେଲି ଜେଲରେ ବନ୍ଦ ଥିଲେ । ବରେଲି ଜେଲରେ ଫାଶୀର ସୁବିଧା ନଥିବାରୁ ସଲିମଙ୍କୁ ଏଠାରେ ସ୍ଥାନାନ୍ତରିତ କରାଯାଇଥିଲା ।

ସଲିମ୍ ଯେତେବେଳେ ବରେଲି ଜେଲରେ ଥିଲେ ସେହି ସମୟରେ ସେଠାକର ପ୍ରଭାରୀ ପିଏନ ପାଣ୍ଡେ ଥିଲେ । ଯିଏକି ବର୍ତ୍ତମାନ ନୈନି ସେଣ୍ଟ୍ରାଲ୍ ଜେଲର ସିନିୟର୍ ସୁପ୍ରିଟେଣ୍ଡେଣ୍ଟ ଅଟନ୍ତି ଏବଂ ଡ଼ିଆଇଜିଙ୍କ ଚାର୍ଜ ଦେଖୁଛନ୍ତି । ବରିଷ୍ଠ ଜେଲ୍ ଅଧିକ୍ଷକ ପିଏନ୍ ପାଣ୍ଡେୟ ସଲିମଙ୍କ ବିଷୟରେ କହିଛନ୍ତି ଯେ ସେ ଜେଲରେ କାଠ କାମର ପ୍ରଶିକ୍ଷଣ ନେଇଥିଲେ । ସେତେବେଳେ ବଢ଼େଇର କାମ ବହୁତ ଭଲ କରେ । ସେପଟେ ୭ ଜଣ ଲୋକଙ୍କ ହତ୍ୟା ମାମଲାରେ ପିଏନ୍ ପାଣ୍ଡେୟ କହିଛନ୍ତି ଯେ ସଲିମଙ୍କୁ କୌଣସି ପଶ୍ଚାତାଭ ନଥିଲା ଏବଂ ଆଜି ମଧ୍ୟ ନାହିଁ ।

ସଲିମ୍ ନିଜ ପ୍ରେମିକା ଶବନମଙ୍କ କହିବା ଯୋଗୁଁ ତାଙ୍କ ମାତାପିତା, ଦୁଇ ଭାଇ, ଏକ ଭାଉଜ, ସମ୍ପର୍କୀୟ ଭଉଣୀଙ୍କୁ କୁରାଢ଼ୀରୁ କାଟି ହତ୍ୟା କରି ଦେଇଥିଲେ । ଏହି ହତ୍ୟାକାଣ୍ଡ ଅମରୋହା ବାବନଖେଡ଼ିରେ ୧୪ ଏପ୍ରିଲ ୨୦୦୮ କୁ ହୋଇଥିଲା । ଘରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଅଭିଯୋଗରେ ପୋଲିସ୍ ଶବନମ୍ ଓ ସଲିମଙ୍କୁ ଗିରଫ କରିଥିଲେ । ତାଙ୍କ ଉପରେ ଅନେକ ବର୍ଷ ପର୍ଯ୍ୟନ୍ତ କେସ ଚାଲିଥିଲା । ଏହାପରେ କୋର୍ଟ ଏ ଦୁହିଁଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ । ଯେଉଁ ସମୟରେ ଶବନମ୍ ସଲିମଙ୍କ ସହିତ ମିଶି ତାଙ୍କ ପରିବାରକୁ ମାରିଥିଲେ । ସେହି ସମୟରେ ଶବନମ୍ ଗର୍ଭବତୀ ଥିଲେ । ଶବନମ୍ ଓ ସଲିମଙ୍କ ଏକ ଶିଶୁ ଅଛନ୍ତି, ବର୍ତମାନ ସେ ତାଙ୍କ ବନ୍ଧୁଙ୍କ ନିକଟରେ ଅଛି ।

ଏହି କାରଣରୁ କରିଥିଲେ ହତ୍ୟା

ଶବନନ୍ ଓ ସଲିମ୍ ପରସ୍ପରକୁ ପ୍ରେମ କରୁଥିଲେ, କିନ୍ତୁ ଶବନମଙ୍କ ପରିବାରକୁ ଏହି ସମ୍ପର୍କ ମଞ୍ଜୁର ନଥିଲା । ଯାହା ଫଳରେ ସେ ପରିବାରର ସମସ୍ତ ସଦସ୍ୟଙ୍କ ହତ୍ୟା କରି ଦେଇଥିଲେ । ଶବନମ୍ ଦୁଇଟି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଥିଲେ ।

ସଲିମଙ୍କ ପ୍ରେମିକା ଶବନମ୍ ନିଜ ଫାଶୀଦାଣ୍ଡକୁ କ୍ଷମା କରିବା ପାଇଁ ଦୟା ଯାଚିକା ରାଷ୍ଟ୍ରପତିକୁ ଦେଇଥିଲେ । ଯାହାକୁ ନିକଟରେ ଖାରଜ୍ କରିଦିଆଯାଇଥିଲା । ଏହାପରେ ଶବନମଙ୍କୁ ଫାଶୀଦଣ୍ଡ ଦେବା ନିଶ୍ଚିତ ଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫାଶୀର ତାରିଖ ନିଶ୍ଚିତ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *