ସୁଶାନ୍ତଙ୍କ ଠାରୁ ଅଲଗା ହୋଇ ଅଙ୍କିତା ବିକୀ ଜୈନଙ୍କୁ କରିଥିଲେ ନିଜ ଜୀବନସାଥୀ ! ପ୍ରଥମେ ଏହି ସୁନ୍ଦରୀଙ୍କ ଉପରେ ମୋହିତ ଥିଲେ ବିକୀ

ସୁଶାନ୍ତଙ୍କ ଠାରୁ ଅଲଗା ହୋଇ ଅଙ୍କିତା ବିକୀ ଜୈନଙ୍କୁ କରିଥିଲେ ନିଜ ଜୀବନସାଥୀ ! ପ୍ରଥମେ ଏହି ସୁନ୍ଦରୀଙ୍କ ଉପରେ ମୋହିତ ଥିଲେ ବିକୀ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୂତ ଯିଏକି ବିଗତ ଜୁନ ମାସ ୧୪ ତାରିଖରେ ଆତ୍ମହତ୍ୟା କରିଦେଇଛନ୍ତି, ତାଙ୍କର ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ସୋସିଆଲ୍ ମିଡିଆରେ ବର୍ତ୍ତମାନ ଦିନମାନଙ୍କରେ ଶୀର୍ଷରେ ରହି ଆସୁଛନ୍ତି । ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି । ଥରେ ଏମିତି ମଧ୍ୟ ସମୟ ଥିଲା ଯେତେବେଳେ ସୁଶାନ୍ତ ସିଂହ ରାଜପୂତଙ୍କ ସହିତ ବ୍ରେକଅପ୍ ପରେ ଅଙ୍କିତା ଲୋଖଣ୍ଡେ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ଏମିତିକି କିଛି ସମୟ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟର ଉପରେ ମଧ୍ୟ ଏହା ପ୍ରଭାବ ପଡିଥିଲା, କିନ୍ତୁ କିଛି ବର୍ଷ ବିତିଗଲା ପରେ ଅଙ୍କିତାଙ୍କ ଜୀବନରେ ପୁନର୍ବାର ପ୍ରେମର ପ୍ରବେଶ ହୋଇଥିଲା ।

Google

ଆଧିକାରିକ ରୂପରେ କରିଥିଲେ ଘୋଷଣା

ଏଥର ବ୍ୟବସାୟୀ ବିକୀ ଜୈନ ଅଙ୍କିତାଙ୍କ ହୃଦୟ ଜିତି ପାରିଛନ୍ତି । ଅଙ୍କିତା ଲୋଖଣ୍ଡେ ଏବଂ ବିକୀ ଜୈନଙ୍କୁ ସର୍ବଦା ଏକା ସାଥିରେ ସମୟ ଅତିବାହିତ କରୁଥିବାର ଦେଖାଯାଇଥାଏ । ବିଗତ ଅନେକ ବର୍ଷ ଧରି ଦୁହେଁ ଏକା ସାଥିରେ ନଜର ଆସୁଛନ୍ତି । ଏହି ଦୂହିଁଙ୍କୁ ପର୍ବପର୍ବାଣୀ ଗୁଡିକ ମିଳିମିଶି କରି ପାଳନ କରିବାର ଦେଖାଯାଇଛି । ୨୦୧୯ ମସିହାରେ ଅଙ୍କିତା ଲୋଖଣ୍ଡେ ବିକୀ ଜୈନଙ୍କ ସହିତ ନିଜର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରିବା ସହ ନିଜ ସମ୍ପର୍କ ବିଷୟରେ ଆଧିକାରିକ ରୂପରେ ଘୋଷଣା ମଧ୍ୟ କରିଦେଇଥିଲେ ।

Google

ବିକୀ ଜୈନଙ୍କ ସହିତ ବିବାହକୁ ନେଇ ଅଙ୍କିତା କହିଥିଲେ ଯେ, ବର୍ତ୍ତମାନ ସେ ନିଜ କ୍ୟାରିୟର ଉପରେ ଫୋକସ୍ କରୁଛନ୍ତି । ଏହା ସତ୍ତ୍ୱେ ମଧ୍ୟ ବିକୀ ଜୈନଙ୍କ ସହିତ ଯେଉଁପରି ଭାବରେ ଅଙ୍କିତା ଲୋଖଣ୍ଡେ ସମୟ ଅତିବାହିତ କରିବା ନଜରରେ ଆସୁଛନ୍ତି, ଏଥୁରୁ ଏହା ସ୍ପଷ୍ଟ ହୋଇଯାଇଛି କି ସୁଶାନ୍ତ ସିଂହ ରାଜପୂତଙ୍କ ସହିତ ବ୍ରେକଅପ୍ ଦୁଃଖକୁ ସେ ସମ୍ପୁର୍ଣ୍ଣ ଭାବେ ଭୁଲାଇ ଦେଇଛନ୍ତି ।

ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ପରେ ଅଙ୍କିତା ଲୋଖଣ୍ଡେ ମଧ୍ୟ ବହୁତ ଦୁଃଖୀ ନଜର ଆସିଥିଲେ । ସେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗଙ୍କୁ ମିଶିବା ପାଇଁ ମଧ୍ୟ ପହଞ୍ଚିଥିଲେ । ଟିଭି ସିରିଏଲ ‘ପବିତ୍ର ରିସ୍ତା’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଙ୍କିତା ଲୋଖଣ୍ଡେଙ୍କୁ କଙ୍ଗନା ରନୌତଙ୍କ ଚଳଚ୍ଚିତ୍ର ‘ମଣିକାର୍ନିକା’ରୁ ବଲିଉଡରେ ମଧ୍ୟ ପ୍ରବେଶ କରିବା ପାଇଁ ସୁଯୋଗ ମିଳିଥିଲା, ଯେଉଁଥିରେ ସେ ଝଲକାରୀ ବାଈଙ୍କ ଭୂମିକାରେ ଅଭିନୟ କରିଥିଲେ । ଶେଷ ଥର ପାଇଁ ଅଙ୍କିତାଙ୍କୁ ‘ବାଗୀ-୩’ରେ ଦେଖିବାକୁ ମିଳିଥିଲା ।

Google

ବୟଫ୍ରେଣ୍ଡଙ୍କୁ ମିସ୍ କରୁଛନ୍ତି ଅଙ୍କିତା

ଅଙ୍କିତା ଲୋଖଣ୍ଡେଙ୍କ ବୟଫ୍ରେଣ୍ଡ ବିକୀ ଜୈନ ‘ବକ୍ସ କ୍ରିକେଟ ଲିଗ୍’ର ମାଲିକ ଅଟନ୍ତି । ଏହି କାରଣ ହେତୁ ଟିଭି ଜଗତ ସହିତ ଜଡିତ ଅନେକ ଲୋକଙ୍କ ସହ ତାଙ୍କର ପରିଚୟ ମଧ୍ୟ ରହିଛି । ଅଙ୍କିତା କହିଛନ୍ତି ଯେ, ଲକଡ଼ାଉନ ସମୟରେ ବିକୀ ଜୈନ ବିଳାସପୁରରେ ନିଜ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରୁଛନ୍ତି, ତାଙ୍କ ଦେଖାଶୁଣା ମଧ୍ୟ କରୁଛନ୍ତି । ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ କହିଥିଲେ ଯେ, ସେ ବିକୀ ଜୈନଙ୍କୁ ବହୁତ ମିସ୍ କରୁଛନ୍ତି । ଭିଡିଓ କଲ୍ ଦ୍ୱାରା ବିକୀଙ୍କ ସହିତ ତାଙ୍କର କଥାବାର୍ତ୍ତା ହେଉଛି ।

Google

ଅଙ୍କିତା ଲୋଖଣ୍ଡେଙ୍କୁ ବୁଲିବାକୁ ବହୁତ ପସନ୍ଦ । ଏହି କାରଣ ହେତୁ ବିକୀ ଜୈନ ସର୍ଵଦା ଅଙ୍କିତାଙ୍କୁ ବୁଲାଇବାକୁ ମଧ୍ୟ ନେଇଯାଇଥାନ୍ତି । ସାଥିରେ ସମୟ ଅତିବାହିତ କରିବା ସମୟରେ ଦୁହିଁଙ୍କ ବହୁତ ପ୍ରେମଭରା ଫୋଟୋ ସର୍ଵଦା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥାଏ । ସେମାନଙ୍କ ହୋଲି ପାଳନ କରିବାର ଏକ ଫୋଟୋ କିଛି ସମୟ ପୂର୍ବରୁ ଭାଇରାଲ ହୋଇଥିଲା ।

ପ୍ରଥମେ ଏହି ସୁନ୍ଦରୀଙ୍କ ସହିତ ପ୍ରେମସମ୍ପର୍କରେ ଥିଲେ ବିକୀ

Google

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ଅଙ୍କିତା ଲୋଖଣ୍ଡେଙ୍କ ସହିତ ଯୋଡ଼ି ହେବା ପୂର୍ବରୁ ବିକୀ ଜୈନ “ଘର କୀ ଲକ୍ଷ୍ମୀ ବେଟିୟା” ସିରିଏଲର ପ୍ରସିଦ୍ଧ ଅଭିନେତ୍ରୀ ଟିୟା ବାଜପେୟୀଙ୍କ ସହିତ ଯୋଡ଼ି ହୋଇଥିଲେ । ତଥାପି, ବିକୀ ଜୈନଙ୍କ ସହିତ ଟିୟା ବାଜପେୟୀଙ୍କ ବ୍ରେକଅପ୍ କଣ ପାଇଁ ହେଲା, ଏହା କେବେହେଲେ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ । କହିରଖୁଛୁ ଯେ, ଟିୟା ବଲିଉଡର କିଛି ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ କାମ କରିସାରିଛନ୍ତି ଏବଂ ଜଣେ ଉତ୍ତମ ଗାୟିକା ମଧ୍ୟ ଅଟନ୍ତି । ଟିୟା ‘1920: Evil Returns’ ଏବଂ ‘Haunted-3D’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ବିକ୍ରମ ଭଟ୍ଟଙ୍କ ସିରିଜ ‘Twisted’ରେ ମଧ୍ୟ ନିଜ ଦମଦାର ଅଭିନୟ ଦେଖାଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *