ସଲମାନଙ୍କ ଏହି ହିରୋଇନଙ୍କ ଶୈଳୀ ଦେଖି ସ୍ୱାମୀ ମଧ୍ୟ ପାଗଳ ! ୫୧ ବର୍ଷ ବୟସରେ ମଧ୍ୟ ଦେଖାଯାଆନ୍ତି ଖୁବ୍ ସୁନ୍ଦରୀ ।

ବଲିଉଡ଼ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କୁ ଲୋକମାନେ ସଲମାନ ଖାନଙ୍କ ‘ମେନେ ପ୍ୟାର କିୟା’ ଚଳଚ୍ଚିତ୍ର କାରଣରୁ ଚିହ୍ନନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କୁ ରାତାରାତି କଳାକାର ଭାବେ ପରିଚିତ କରାଇଥିଲା । ଏହି ଚଳଚ୍ଚିତ୍ର କରିବାର ଏକ ବର୍ଷ ପରେ ଅର୍ଥାତ ୧୯୯୦ ମସିହାରେ ଭାଗ୍ୟଶ୍ରୀ ହିମାଳୟ ଦଶାନୀ ବିବାହ କରି ନେଇଥିଲେ । ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଅଭିମନ୍ୟୁ ଦଶାନୀ ଓ ଅବନ୍ତିକା ଦଶାନୀ ହୋଇଥିଲେ ।

ଭାଗ୍ୟଶ୍ରୀ ସ୍ୱାମୀ ସମ୍ମୁଖରେ ଲଗାଇଲେ ଜୋରଦାର ଠୁମକା

ଭାଗ୍ୟଶ୍ରୀ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ସକ୍ରିୟ ରୁହନ୍ତି । ଏଠାରେ ସେ ନିଜର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଫଟୋ ଓ ଭିଡ଼ିଓ ସେୟାର କରନ୍ତି । ନିକଟରେ ଭାଗ୍ୟଶ୍ରୀ ନିଜ ଅଧିକାରୀକ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତ୍ରୀ ନୃତ୍ୟ କରୁଥିବାର ନଜର ଆସୁଛନ୍ତି ଯେବେକି ତାଙ୍କ ସ୍ୱାମୀ ଆଣ୍ଠୁରେ ବସି ସ୍ତ୍ରୀଙ୍କ ନୃତ୍ୟର ମଜା ନେଉଛନ୍ତି ।

ପ୍ରଥମ ଥର ପାଇଁ ସ୍ୱାମୀ ଆସିଲେ ଆଣ୍ଠୁ ଉପରେ

୫୧ ବର୍ଷୀୟ ଭାଗ୍ୟଶ୍ରୀ ନିଜର ଏହି ପୁରାତନ ଫଟୋ ସେୟାର କରି କେପ୍ସନରେ ଲେଖିଛନ୍ତି ଯେ -‘ଏକ ସମୟର କଥା ମୁଁ ତାଙ୍କୁ ଆଣ୍ଠୁରେ ବସିବାକୁ ରାଜି କରିନେଲି’ । ଏପରି ନୃତ୍ୟ ପରିବେଷଣ କଲି ଯେ ହୃଦୟ ତରଳି ଗଲା । ମୋ ସହିତ ଆପଣଙ୍କର ସେହି ଘଟଣା ଗୁଡ଼ିକ ସେୟାର କରନ୍ତୁ ଯେତେବେଳେ ଆପଣ ନିଜ ସ୍ୱାମୀଙ୍କୁ ଆଣ୍ଠୁରେ ବସେଇ ଦେଇଥିବେ । ଚାଲନ୍ତୁ ପଢ଼ିବା ଓ ହସିବା । ‘ ଭାଗ୍ୟଶ୍ରୀ ନିଜ ସ୍ୱାମୀଙ୍କ ସହିତ ସେୟାର କରିଥିବା ଫଟୋ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସୁଅଛି ।

୫୧ ବର୍ଷ ବୟସରେ ମଧ୍ୟ ଅଛନ୍ତି ଫିଟ

ଭାଗ୍ୟଶ୍ରୀ ୫୧ବର୍ଷ ବୟସ୍କା ଅଟନ୍ତି କିନ୍ତୁ ଏହା ସତ୍ତ୍ୱେ ତାଙ୍କ ସୁନ୍ଦରତା ଓ ଫିଟନେସ୍ ଖୁବ୍ ଭଲ ଅଟେ । ତାଙ୍କୁ ଦେଖି ଏହା ବିଲ୍ କୁଲ୍ ଲାଗେ ନାହିଁ ଯେ ସେମାନେ ୫୧ ବର୍ଷର ହୋଇଯାଇଛନ୍ତି । ନିଜକୁ ଫିଟ୍ ରଖିବା ସେ ପ୍ରତିଦିନ ବ୍ୟାୟାମ କରନ୍ତି ଓ ସୁଷମ ଭୋଜନ ଖାଆନ୍ତି । ଏହା ବ୍ୟତୀତ ସେ ସର୍ବଦା ଖୁସି ରହିବାରେ ବିଶ୍ୱାସ ରଖନ୍ତି ନାହିଁ । ତାଙ୍କ ଅନୁଯାୟୀ ଏକ ସକାରାତ୍ମକ ଭାବନା ଓ ହସ ହସ ଚେହେରାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ ।

Be the first to comment

Leave a Reply

Your email address will not be published.


*