ଏହି ବୈଜ୍ଞାନିକ ଏକ ନିଆରା ମେସିନ ପ୍ରସ୍ତୁତ କରିଛନ୍ତି, ୪୦ ସେକେଣ୍ଡରେ ଛଡାଇ ଦେଇପାରେ ସମ୍ପୂର୍ଣ୍ଣ ନଡ଼ିଆ, ବର୍ତ୍ତମାନ ମିଳିବ ୨୫ ଲକ୍ଷ ଟଙ୍କାର ଅନୁଦାନ…

ଏହି ବୈଜ୍ଞାନିକ ଏକ ନିଆରା ମେସିନ ପ୍ରସ୍ତୁତ କରିଛନ୍ତି, ୪୦ ସେକେଣ୍ଡରେ ଛଡାଇ ଦେଇପାରେ ସମ୍ପୂର୍ଣ୍ଣ ନଡ଼ିଆ, ବର୍ତ୍ତମାନ ମିଳିବ ୨୫ ଲକ୍ଷ ଟଙ୍କାର ଅନୁଦାନ…

କେରଳର ଶ୍ରୀସୁରର କଞ୍ଜନି ଗାଁର ବାସିନ୍ଦା କେ.ସି. ସିଜୋୟ ୧୦ ବର୍ଷର ଗବେଷଣା ଏବଂ କଠିନ ପରିଶ୍ରମ ପରେ ଏକ ସ୍ୱତନ୍ତ୍ର ନଡ଼ିଆ ଛଡ଼ାଇବା ମେସିନ ତିଆରି କରିଛନ୍ତି । ଏହି ମେସିନ ମାତ୍ର ୪୦ ସେକେଣ୍ଡରେ ଏକ ନଡ଼ିଆକୁ ଛଡ଼ାଇଦିଏ, ଏହାର ହାଲୁକା କଠିନ ହୋଇଥିବା ଚୋପାକୁ ମଧ୍ୟ ଏକ ମିଲିମିଟର ଆକାରରେ କାଟିଥାଏ, ଯାହାକୁ ଚାରା ଭାବରେ ପଶୁମାନଙ୍କୁ ଖାଇବାକୁ ଦିଆଯାଇପାରେ ।

ଏପରି କରିଥିଲେ ଉଦ୍ଭାବନ

ବାସ୍ତବରେ, ସେ ମେସିନରେ ୫୦୦ ୱାଟର ମୋଟର ଲଗାଇଛନ୍ତି । ଏହାର ଗୋଟିଏ ମୁଣ୍ଡରେ ଏକ ଲିଭର ଲଗାଇଛନ୍ତି, ଯାହା ନଡ଼ିଆକୁ ଧରିଥାଏ ଏବଂ ଛାଡିଥାଏ, ଅନ୍ୟ ପଟେ ନଡ଼ିଆକୁ ବୁଲାଇବା ପାଈଁ ଏକ ଘୂର୍ଣ୍ଣନ ଯନ୍ତ୍ର ରହିଛି । ଏହା ସହିତ, ଏକ ତୀକ୍ଷ୍ଣ ଧାରଯୁକ୍ତ ଛୁରୀକୁ ନଡିଆ ତଳେ ଲଗାଯାଇଛି, ଯାହା ‘ପଲି ସିଷ୍ଟମ୍’ ସହିତ କାମ କରେ ଏବଂ ବାମରୁ ଡାହାଣକୁ ଗତି କରେ । ଏହା ସହିତ, ଅନ୍ୟ ଏକ ଲିଭର ଲଗାଯାଇଛି ଯାହାକି ଆହୁରି ଦୁଇଟି ତୀକ୍ଷ୍ଣ ଧାରଯୁକ୍ତ ଛୁରୀକୁ ଉଭୟ ପାର୍ଶ୍ୱରୁ ନଡ଼ିଆକୁ ଛଡ଼ାଇବା ପାଇଁ ଉପର ତଳ ହୋଇ ଚଲାଇଥାଏ ।

ତେବେ ମେସିନରେ ୧୦୦ ମିଲିମିଟର ବିଶିଷ୍ଟ ବ୍ଲେଡ ଲାଗିଛି, ଯାହାକି ନଡ଼ିଆର ବାହ୍ୟ ସ୍ତରକୁ ମାତ୍ର ୪୦ ସେକେଣ୍ଡରେ ଛଡ଼ାଇଥାଏ । ଛଡ଼ାଯାଇଥିବା ନଡ଼ିଆକୁ ମେସିନ ସହିତ ସଂଲଗ୍ନ ଏକ କଟିଙ୍ଗ ବୋର୍ଡରେ ଲଗାଯାଇଥାଏ, ଯେଉଁଠାରେ ଏହାର ଶେଷ ଏବଂ ତଳ କଟାଯାଇଥାଏ । ଏହି ସମଗ୍ର ପ୍ରକ୍ରିୟାରେ ନଡିଆ ଭିତରେ ଥିବା କ୍ରିମ ଏବଂ ପାଣିର କୌଣସି କ୍ଷତି ହୁଏନାହିଁ । ଗ୍ରାହକଙ୍କୁ ବର୍ତ୍ତମାନ କେବଳ ଗୋଟିଏ ପାର୍ଶ୍ୱରେ ଏକ ତୀକ୍ଷ୍ଣ ଛୁରୀ ସାହାଯ୍ୟରେ ଖୋଲିବାକୁ ପଡିବ ଏବଂ ଭିତରୁ ପାଣି ଏବଂ କ୍ରିମ ବାହାର କରିବାକୁ ପଡିବ । ବାସ୍ତବରେ ସେ କୁହନ୍ତି ଯେ, ” ଏହି ମେସିନ ଭଲ କାମ କରୁଥିଲା, ମୁଁ ଏକ ଘଣ୍ଟାରେ ୪୦ ରୁ ୫୦ ନଡ଼ିଆକୁ ସହଜରେ ଛଡ଼ାଉଥିଲି କିନ୍ତୁ, କିଛି ମାସ ପରେ ମୁଁ ଏହାକୁ ବନ୍ଦ କରିଦେଇଥିଲି, ଯାହା ଦ୍ୱାରା ମୁଁ ଏହି ମେସିନରୁ ଅଧିକ ରୋଜଗାର କରିପାରିବି, ଏହାକୁ ବଜାର ପାଇଁ ପ୍ରସ୍ତୁତ କରିବି ।”

ବର୍ତ୍ତମାନ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି :

ସିଜୋୟ ବର୍ତ୍ତମାନ ମେସିନରେ ୭୫୦ ୱାଟର ମୋଟର ଲଗାଇଛନ୍ତି ଯାହା ଦ୍ୱାରା ଏହା ଏକ ଘଣ୍ଟାରେ ୬୦ ରୁ ୮୦ ନଡ଼ିଆ ଛଡ଼ାଇପାରିବ । ସେ କୁହନ୍ତି, ” ବଜାରରେ ବର୍ତ୍ତମାନ ବ୍ୟବସାୟୀ ମଣ୍ଡଳ ନାହିଁ, କିନ୍ତୁ ଯେତେବେଳେ ମୁଁ ଏହି ମେସୀନର ଆବଶ୍ୟକୀୟ ପରିବର୍ତ୍ତନ କରିନେବି,ଯଦି କୌଣସି ତୃଟି ଥିବ ତେବେ ଏହାକୁ ଠିକ କରି ଏହାର ଏକ ଶେଷ ମଡେଲ ତିଆରି କରିବି, ଯାହାକୁ ଦେଶବ୍ୟାପି ବିକ୍ରୟ କରିହେବ । “ବାସ୍ତବରେ ତାଙ୍କ ବ୍ୟବସାୟକୁ କେରଳ କୃଷି ବିଶ୍ୱବିଦ୍ୟାଳୟର” ଏଗ୍ରି-ପ୍ରେନ୍ୟରସିପ ଓରିଏଣ୍ଟେସନ ପ୍ରୋଗ୍ରାମ’ ଅନ୍ତର୍ଗତ ଇନ୍କ୍ୟୁବେସନର ସାହାଯ୍ୟ ମିଳିଛି ଏବଂ ଫେବୃଆରୀ ୨୦୨୧ ଆରମ୍ଭରେ , ଶ୍ରେଷ୍ଠ ତିନିଟି ଷ୍ଟାର୍ଟଅପ ମଧ୍ୟରେ ତାଙ୍କର ଷ୍ଟାର୍ଟଅପ ଚୟନ କରାଯାଇଥିଲା ଏବଂ ତାଙ୍କୁ କେନ୍ଦ୍ରସରକାରଙ୍କ ତରଫରୁ ତାଙ୍କ ଆବିଷ୍କାର ପାଇଁ ଏବଂ କାମ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି । କେରଳ କୃଷି ବିଶ୍ୱବିଦ୍ୟାଳୟର କୃଷି ବୈଷୟିକ ବିଭାଗର ସ୍ପିଡ ଏଗ୍ରି – ବିଜନେସ ଇନକ୍ୟୁବେଟରର ମୁଖ୍ୟ କେ.ପି ସୁଧୀର କୁହନ୍ତି, ” ବଜାରରେ ନଡ଼ିଆ ଛଡ଼ାଇବା ପାଇଁ ଅନେକ ଉପକରଣ ଅଛି କିନ୍ତୁ, ସିଜୋୟଙ୍କ ଦ୍ଵାରା ପ୍ରସ୍ତୁତ ମେସିନ ଉଚ୍ଚ-ବୈଷୟିକ ଏବଂ ଏହା ନଡ଼ିଆର କଠିନ ଚୋପାକୁ ମଧ୍ୟ ଛଡ଼ାଇଦିଏ ।

Leave a Reply

Your email address will not be published. Required fields are marked *