ବୈଜ୍ଞାନିକମାନେ ଚିହ୍ନଟ କଲେ କରୋନାର ନୂଆ ମ୍ୟୁଟାଣ୍ଟ ‘N440K’ ! ଜାଣନ୍ତୁ ଏହା ମଣିଷ ପାଇଁ କେତେ ଭୟାନକ…

ବୈଜ୍ଞାନିକମାନେ ଚିହ୍ନଟ କଲେ କରୋନାର ନୂଆ ମ୍ୟୁଟାଣ୍ଟ ‘N440K’ ! ଜାଣନ୍ତୁ ଏହା ମଣିଷ ପାଇଁ କେତେ ଭୟାନକ…

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁର ଆତଙ୍କ ଖେଳିଯାଇଛି । ଏହି ଭୁତାଣୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିସାରିଲାଣି ଏବଂ ଅନେକ ଲୋକ ପ୍ରାଣ ଏହି ଭୁତାଣୁ କବଳରେ ଆସି ପ୍ରାଣ ହରାଇଛନ୍ତି । ଯଦିଓ ଏହାକୁ ରୋକିବା ପାଇଁ ସରକାରଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଲକଡାଉନ୍ କରାଯାଉଛି କିନ୍ତୁ ଏହା ସତ୍ୱେ ମଧ୍ୟ ବୃଦ୍ଧି ପାଉଥିବା ମାମଲା ହ୍ରାସର ହେବାର ନାମ ନେଉନାହିଁ । ବର୍ତ୍ତମାନ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଯାଇଛି । ବର୍ତ୍ତମାନ ଏହି ଭୁତାଣୁର ଆଉ ଏକ ନୂତନ ଏବଂ ବିପଜ୍ଜନକ ମ୍ୟୁଟାଣ୍ଟ ବୈଜ୍ଞାନିକମାନେ ଠାବ କରିଛନ୍ତି, ସେବେଠାରୁ ଡବ୍ଲୁଏଚଓର ଚିନ୍ତା ଆହୁରି ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ନିକଟରେ କରୋନା ଭୁତାଣୁର ଏକ ନୂତନ ମ୍ୟୁଟାଣ୍ଟ ଚିହ୍ନଟ କରାଯାଇଛି ଯାହାର ନାମ ଦିଆଯାଇଛି N440K । କୁହାଯାଉଛି ଯେ ଏହି ଭୁତାଣୁ ପୂର୍ବ ଅପେକ୍ଷା ୧୦ଗୁଣ ଅଧିକ ମାରାତ୍ମକ ଅଟେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ନୂତନ ମ୍ୟୁଟାଣ୍ଟ ଆଗକୁ ଅନେକ ଦେଶରେ ଆତଙ୍କ ସୃଷ୍ଟି କରିବ ।

ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ ଏହି ମ୍ୟୁଟାଣ୍ଟ

ନିକଟରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଏପ୍ରିଲ୍ ୨୬ରୁ ମେ ୨ ତାରିଖ ମଧ୍ୟରେ ଭାରତରେ ପ୍ରାୟ ୨୬ଲକ୍ଷ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀମାନଙ୍କ ମଧ୍ୟରୁ ୨୩, ୮୦୦ ଜଣ ନିଜର ପ୍ରାଣ ହରାଇଛନ୍ତି । ଏପରି ପରିସ୍ଥିତିରେ ଏହି ନୂତନ ମ୍ୟୁଟାଣ୍ଟ N440K, ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡିଛି । ରିସର୍ଚ୍ଚ ଅନୁଯାୟୀ ଏହି ନୂତନ ମ୍ୟୁଟାଣ୍ଟ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ୧୦୦୦ଗୁଣ ଅଧିକ ଶକ୍ତିଶାଳୀ ଏବଂ ଏହି କାରଣରୁ ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ଶିଖରରେ ପହଞ୍ଚିଛି ।

ଭାରତର ଏହି ପ୍ରାନ୍ତରେ ପହଞ୍ଚିସାରିଛି N440K,

ଏହି ମ୍ୟୁଟାଣ୍ଟ ବିଦେଶରେ ନୁହେଁ ଭାରତରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଏହି ମ୍ୟୁଟାଣ୍ଟ ପ୍ରଥମେ ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ସହରରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ମ୍ୟୁଟାଣ୍ଟ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ପର୍ଯ୍ୟନ୍ତ ବିସ୍ତାର ହୋଇସାରିଲାଣି । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀ ଏହି ମ୍ୟୁଟାଣ୍ଟ ଦ୍ୱାରା ପୀଡିତ ଅଟନ୍ତି ଏବଂ ଏହା ଧୀରେ ଧୀରେ ବିସ୍ତାର ହେବାରେ ଲାଗିଛି ।

‘ସିସିଏମବି’ ଏବଂ ‘ଏଏସସିଆଇଆର୍’ର ବୈଜ୍ଞାନିକମାନେ ଠାବ କରିଛନ୍ତି ଏହି ଭୁତାଣୁ

ସୂଚନାଯୋଗ୍ୟ ଯେ, ଗତ ଦୁଇ ମାସ ମଧ୍ୟରେ ଭାରତରେ କରୋନା ରୋଗର ଅଧିକାଂଶ ମାମଲା କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଛତିଶଗଡରେ ଚିହ୍ନଟ ହୋଇଛନ୍ତି ତେଣୁ ଏହା ନିଃସନ୍ଦେହ ଯେ ଏହି ନୂତନ ମ୍ୟୁଟାଣ୍ଟଟି ଏହି ରାଜ୍ୟଗୁଡିକରେ ବ୍ୟାପି ସାରିଲାଣି । ହାଇଦ୍ରାବାଦର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିସିଏମବି) ଏବଂ ଗାଜିଆବାଦସ୍ଥିତ ଏକାଡେମୀ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇନୋଭେସନ୍ ରିସର୍ଚ୍ଚ (ଏଏସସିଆଇଆର୍)ର ବିଶେଷଜ୍ଞମାନେ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *