୧୫ରୁ ଖୋଲିବ ସ୍କୁଲ ଓ କୋଚିଂ ସେଣ୍ଟର: ଜାରି ହେଲା ଗାଇଡଲାଇନ୍ !

ବିଦ୍ୟାଳୟଗୁଡ଼ିକ ଖୋଲିବା ନିମନ୍ତେ ଏସଓପି ମଧ୍ୟ ପ୍ରତୀକ୍ଷାରତ ଅଛନ୍ତି । କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅଧିକାରୀଙ୍କ ସହ ଏକ ବୈଠକ କରିବେ । ନୂତନ ନିୟମ ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ଖୋଲିବ ଓ କଡା ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବ ।

ନୂଆଦିଲ୍ଲୀ,୩/୧୦: ସାରା ଦେଶରେ ଅକ୍ଟୋବର ପହିଲାରୁ ଅନଲକ-୫.୦ ଲାଗୁ କରାଯାଇଛି । କଡ଼ା କଟକଣା ମଧ୍ୟରେ ସମସ୍ତ ବନ୍ଦଥିବା ସମସ୍ତ ଅନୁଷ୍ଠାନକୁ ପୁନଃ ଖୋଲାଯିବା ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଅକ୍ଟୋବର ୧୫ ତାରିଖ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲାଯାଇପାରିବ । ଏହାର ଅବ୍ୟବହିତ ପୂର୍ବରୁ ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ଗାଇଡଲାଇନ୍ ଅନୁପାଳନ କରି ଖୋଲିପାରିବେ । ଏଥିପାଇଁ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ କରିବେ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ ପୂର୍ବରୁ କୁହାଯାଇଛି । ତେବେ ଏଥିପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମର ଅନୁପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଅଧିକାଂଶ ରାଜ୍ୟ ସରକାର ଏବେ ବି ଶିକ୍ଷାନୁଷ୍ଠାନ ଖୋଲିବା ସପକ୍ଷରେ ନାହାନ୍ତି । ଏମିତିକି ଅଭିଭାବକମାନେ ମଧ୍ୟ ସରକାରଙ୍କ ନିଷ୍ପତ୍ତି ସତ୍ତ୍ୱେ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ନିରାପଦ ମଣୁ ନାହାନ୍ତି । ଏସବୁ ମଧ୍ୟରେ ସ୍କୁଲ ଓ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ହିଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ଖୋଲିବାକୁ ଅନୁମତି ଦେଇପାରିବେ । ଉଚ୍ଚ ଶିକ୍ଷା ବିଭାଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି କଲେଜ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଖୋଲିବାର ସମୟ ଧାର୍ଯ୍ୟ କରିବେ । ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ଏସଓପି ସହ ରାଜ୍ୟ ସରକାରମାନେ ନିଜସ୍ୱ ଗାଇଡଲାଇନ ଜାରି କରିପାରିବେ । ଏଥିସହ ଅନଲକ-୫.୦ରେ ଖୋଲିବାକୁ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ରାଜ୍ୟ ଶିକ୍ଷା ବିଭାଗ ଦ୍ୱାରା ପ୍ରଦତ୍ତ ଏସଓପିକୁ ପାଳନ କରିବାକୁ ବାଧ୍ୟ ହେବେ ।

ଅନ୍ୟପକ୍ଷରେ କେବଳ ପିଏଚଡି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ । ବିଜ୍ଞାନ ଓ ବୈଷୟିକବିଦ୍ୟା ପାଠ୍ୟକ୍ରମ ପାଇଁ ଲ୍ୟାବ୍ ଓ ଅନ୍ୟ କାମକୁ ଅନୁମତି ଦିଆଯାଇଛି । କେନ୍ଦ୍ରୀୟ ଅର୍ଥରେ ପରିଚାଳିତ ଏଚ୍‌ଇଆଇଗୁଡ଼ିକର ମୁଖ୍ୟ ହିଁ ଲ୍ୟାବ୍ ଓ ଅନ୍ୟାନ୍ୟ ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦେଇପାରିବେ । ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ଅନୁମତି ପରେ ଲ୍ୟାବ୍ ଓ ବୈଷୟିକ କାର୍ଯ୍ୟକୁ ପୁଣିଥରେ ଆରମ୍ଭ କରିପାରିବେ ।

ଏପରି ସ୍ଥଳେ ସ୍କୁଲଗୁଡ଼ିକ ଏସଓପି ଜାରି କରାଯିବାକୁ ଅପେକ୍ଷା କରିଛନ୍ତି । ଏଥିସହ ଶେଷ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ସହ ଏକ ବୈଠକ କରିବେ । ସ୍କୁଲଗୁଡ଼ିକ ନୂଆ ନିୟମ ଅନୁଯାୟୀ ଖୋଲିବ ଏବଂ ମହାମାରୀରୁ ରକ୍ଷା ପାଇବାକୁ ସେଠାରେ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ।

Be the first to comment

Leave a Reply

Your email address will not be published.


*