ବଡ଼ ଖବର : ସେପ୍ଟେମ୍ବର ୧ରୁ ଖୋଲିବ ସ୍କୁଲ ! କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ…

ବଡ଼ ଖବର : ସେପ୍ଟେମ୍ବର ୧ରୁ ଖୋଲିବ ସ୍କୁଲ ! କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ…

ଚୀନରୁ ବ୍ୟାପିଥିବା କୋରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ସଂକ୍ରମଣକୁ ରୋକିବା ପାଇଁ ଲକ୍ଡ଼ାଉନ ଜାରି କରାଯାଇଥିଲା କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ଲକ୍ଡ଼ାଉନ ଖୋଲା ଯାଉଛି । ଯେଉଁଥିରେ ଜନତାଙ୍କୁ ଲକ୍ଡ଼ାଉନ ନିମନ୍ତେ ପୂର୍ବରୁ ପ୍ରଚଳିତ କରାଯାଇଥିବା ନୀତିନିୟମରେ ମଧ୍ୟ କିଛି କୋହଳ କରାଯାଉଛି । କିନ୍ତୁ ସ୍କୁଲ କଲେଜ କେବେ ଖୋଲିବ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ । ମାତ୍ର ସରକାର ଅନଲାଇନ୍ (Online)ରେ ପିଲାଙ୍କୁ ପାଠ ପଢ଼ିବାକୁ ନିର୍ଦେଶ ଦେଇଛନ୍ତି ଏବଂ ପିଲାଙ୍କ ଠାରୁ ଆରମ୍ଭ କରି ଅଭିଭାବକଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ ପ୍ରକୃତରେ କେବେ ସ୍କୁଲ ଖୋଲିବ ? ବର୍ତ୍ତମାନ ଏପରି ଖବର ଆସୁଛି ଯେ, କେନ୍ଦ୍ର ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ଉପରେ ବିଚାର କରୁଛନ୍ତି ।

ଆସନ୍ତା ମାସ ଖୋଲିବ ସ୍କୁଲ :-

Google

ଇଣ୍ଡିଆ ଟୁଡେ (India Today)ର ଏକ ଖବର ଅନୁସାରେ, ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ଉପରେ କେନ୍ଦ୍ର ସରକାର ବିଚାର ବିମର୍ଶ କରୁଛନ୍ତି । ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସ୍କୁଲ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ପର୍ଯ୍ୟାୟ କ୍ରମେ ଖୋଲିବ । ସର୍ବପ୍ରଥମେ ଦଶମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଙ୍କ ପାଇଁ ସ୍କୁଲ ଖୋଲାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ତଥା ନବମ, ଅଷ୍ଟମ, ସପ୍ତମ…. ଶ୍ରେଣୀର ଛାତ୍ରମାନଙ୍କ ନିମନ୍ତେ ସ୍କୁଲ ଖୋଲାଯିବ । ଯୋଜନା ଅନୁସାରେ, ଯଦି ଗୋଟିଏ ସ୍କୁଲରେ ଚାରୋଟି ବିଭାଗ (Section) ରହିଛି; ତେବେ ପ୍ରାରମ୍ଭରେ ଗୋଟିଏ ଦିନରେ କେବଳ ଦୁଇଟି ବିଭାଗରେ ହିଁ ପାଠ ପଢ଼ା ଯିବ ଏବଂ ସାମାଜିକ ଦୁରତ୍ଵ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ।

ଶିଫ୍ଟ ଅନୁସାରେ ଚାଲିବ କ୍ଲାସ :-

ଯଦି ସେପ୍ଟେମ୍ବରରୁ ସ୍କୁଲ ଗୁଡ଼ିକ ଖୋଲିଯାଏ, ତେବେ ଏଥିରେ ଅନେକ କିଛି ପରିବର୍ତ୍ତନ ହେବ । ଅର୍ଥାତ ଯେଉଁଭଳି ଭାବରେ ପୂର୍ବରୁ ସ୍କୁଲରେ ପାଠପଢ଼ା ହେଉଥିଲା ସେହିଭଳି ହେବନାହିଁ ବରଂ ଅନେକ କିଛି ନୂଆ ନିୟମ ଲାଗୁ କରାଯିବ । ରିପୋର୍ଟ ଅନୁସାରେ, ସ୍କୁଲ ଖୋଲିଲେ ପାଠପଢ଼ା ୫ ରୁ ୬ ଘଣ୍ଟା ନୁହେଁ ବରଂ ୨ ରୁ ୩ ଘଣ୍ଟା ପଢ଼ାଯିବ । ଏହା ବ୍ୟତୀତ କ୍ଲାସ୍ ଶିଫ୍ଟରେ ଚାଲିବ ଏବଂ ମଝିରେ ୧ ଘଣ୍ଟା ବିରତି ରହିବ । ସରକାର ସ୍କୁଲଗୁଡ଼ିକ ଖୋଲିବା ଉପରେ ବିଚାର କରୁଛନ୍ତି ମାତ୍ର ବର୍ତ୍ତମାନ ପ୍ରାଥମିକ ଏବଂ ପ୍ରୀ-ପ୍ରାଇମେରୀ ସ୍ତରର ଛାତ୍ରଙ୍କ ପାଇଁ ସ୍କୁଲ ଖୋଲାଯାଇ ପାରିବ ନାହିଁ । କାରଣ ଏହି ପିଲାଙ୍କ ପାଇଁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଏଥିପାଇଁ ସେମାନେ କେବଳ ଅନଲାଇନରେ ହିଁ ପଢ଼ି ପାରିବେ । କେନ୍ଦ୍ର ସରକାର ଯାହା ବି ନିଷ୍ପତ୍ତି ନେବେ, ତା’ପରେ ରାଜ୍ୟ ସରକାରମାନେ ନିଜର ଅନୁରୂପ ସେଥିରେ ପରିବର୍ତ୍ତନ କରିପାରିବେ । ସରକାରଙ୍କ ତରଫରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ନେଇ କେତେକ ନିଷ୍ପତ୍ତି ଆସିପାରେ ଏବଂ ତା’ସହିତ ନିୟମାବଳୀ ମଧ୍ୟ ଜାରି ହୋଇପାରେ ।

ରାଜ୍ୟ ଶିକ୍ଷା ସଚିବଙ୍କୁ ପଠାଇ ଥିଲେ ଏହି ପତ୍ର :-

ସ୍କୁଲ ଖୋଲିବା ପ୍ରକ୍ରିୟା ଉପରେ ଗତ ସପ୍ତାହ କେନ୍ଦ୍ର ତରଫରୁ ରାଜ୍ୟ ଶିକ୍ଷା ସଚିବଙ୍କୁ ଏକ ପତ୍ର ପଠାଯାଇଥିଲା । ଯେଉଁଥିରେ ପିଲାଙ୍କ ଅଭିଭାବକଙ୍କ ଠାରୁ ମତାମତ ବା ଫିଡ଼ବ୍ୟାକ ନେବାକୁ କୁହାଯାଇଥିଲା ଏବଂ ଏହା ଜଣାଇବାକୁ କୁହାଯାଇଥିଲା ଯେ ବର୍ତ୍ତମାନ ଅଭିଭାବକମାନେ ସ୍କୁଲ ଖୋଲିବାକୁ ଚାହାଁନ୍ତି କି ନାହିଁ ? ଯେଉଁଥିରେ ଅନେକ ରାଜ୍ୟ ତରଫରୁ ମତ ଆସିଛି । ହରିୟାଣା, କେରଳ, ବିହାର, ଆସାମ ଏବଂ ଲଦାଖ ତରଫରୁ ଅଗଷ୍ଟରେ ଏବଂ ରାଜସ୍ଥାନ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ସ୍କୁଲକୁ ସେପ୍ଟେମ୍ବର ମାସରେ ଖୋଲିବା ପାଇଁ ଅଭିଭାବମାନେ କହିଛନ୍ତି । ଯେହେତୁ ଅଗଷ୍ଟ ମାସ ଆରମ୍ଭ ହୋଇଯାଇଛି; ତେଣୁ ସରକାର ବର୍ତ୍ତମାନ ଠାରୁ ଏହି ନିଷ୍ପତ୍ତି ଉପରେ ବିଚାର କରୁଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ତରଫରୁ ମଧ୍ୟ ଉତ୍ତର ଆସିବା ବାକି ଅଛି ।

ଅଭିଭାବକଙ୍କ ମତ :-

ଅନେକ ପିଲାଙ୍କ ଅଭିଭାବକ ବର୍ତ୍ତମାନ ମଧ୍ୟ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ଚାହୁଁ ନାହାଁନ୍ତି । ସେମାନେ କହିବା କଥା ଯେ ଏବେ ଏପରି ସ୍ଥିତି ଆସିନାହିଁ ଯେ, ଆମେ ଆମ ପିଲାଙ୍କୁ ସ୍କୁଲ ପଠାଇବୁ । କାରଣ ସଂକ୍ରମଣର ଆଶଙ୍କା କମି ନାହିଁ । କରୋନା କଥା କହିବାକୁ ଗଲେ ତ ଏହା ପ୍ରତିଦିନ ଆହୁରି ଅଧିକ ବେଗରେ ବଢ଼ିବାରେ ଲାଗିଛି ଏବଂ ଭାରତରେ କରୋନା ମାମଲା ୨୦ ଲକ୍ଷରୁ ଅଧିକ ହୋଇସାରିଛି ।

Leave a Reply

Your email address will not be published. Required fields are marked *