SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ! ବ୍ୟାଙ୍କିଙ୍ଗ ସେବା ଜାରି ରଖିବା ପାଇଁ ତୁରନ୍ତ ଏହି କାମ କରନ୍ତୁ…

SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ! ବ୍ୟାଙ୍କିଙ୍ଗ ସେବା ଜାରି ରଖିବା ପାଇଁ ତୁରନ୍ତ ଏହି କାମ କରନ୍ତୁ…

ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରିଛି । ବ୍ୟାଙ୍କ ଏହାର ଆକାଉଣ୍ଟଧାରୀମାନଙ୍କୁ ୩୦ ସେପ୍ଟେମ୍ବର ପୂର୍ବରୁ ପାନ୍-ଆଧାର କାର୍ଡକୁ ଲିଙ୍କ କରିବାକୁ ସୂଚନା ଦେଇଛି । ବ୍ୟାଙ୍କ କହିଛି ଯେ, ଯଦି ଗ୍ରାହକ ଏହା ନକରନ୍ତି ତେବେ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ । SBI ଏଥିପାଇଁ ଟୁଇଟ୍ କରିଛି ।

୩୦ ସେପ୍ଟେମ୍ବର୍ ସୁଦ୍ଧା ଲିଙ୍କ କରିବାର ସୁଯୋଗ

SBI ଏହାର ଅଫିସିଆଲ୍ ୱେବସାଇଟରେ କହିଛି, ‘ଆମେ ଆମର ଗ୍ରାହକମାନଙ୍କୁ ପରାମର୍ଶ ଦେଉଛୁ ଯେ କୌଣସି ଅସୁବିଧାକୁ ଏଡାଇବା ପାଇଁ ନିଜର ‘ପାନ୍’କୁ ଆଧାର ସହିତ ଲିଙ୍କ କରନ୍ତୁ ଏବଂ ସେମାନଙ୍କ ବ୍ୟାଙ୍କ ସେବାକୁ ଉପଭୋଗ କରନ୍ତୁ । ‘ଏହା ସହିତ ବ୍ୟାଙ୍କ କହିଛି ଯେ ‘ପାନ୍’କୁ ଆଧାର ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ । ଯଦି ପାନ୍ ଏବଂ ଆଧାର ଲିଙ୍କ ହୋଇନଥାଏ, ତେବେ ପାନ୍ ନିଷ୍କ୍ରିୟ ହୋଇଯିବ ଏବଂ ନିର୍ଦ୍ଦିଷ୍ଟ କାରବାର କରିବା ପାଇଁ ପାନ୍ ବ୍ୟବହାର କରାଯାଇପାରିବ ନାହିଁ । ଆଧାର ସହିତ ପାନ୍ କୁ ସଂଯୋଗ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର୍ ୩୦, ୨୦୨୧ ।

କହିରଖୁଛୁ ଯେ, ଗତ ମାସରେ କରୋନା ଜୀବାଣୁ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପାନ୍ କୁ ଆଧାର ସହିତ ସଂଯୋଗ କରିବାର ସମୟସୀମାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ ଭାବରେ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସଂଶୋଧନ କରାଯାଇଥିଲା ।

ପାନ୍-ଆଧାର କାର୍ଡକୁ କିପରି ଲିଙ୍କ କରିବେ ?

ପ୍ରଥମ ଉପାୟ

୧- ପ୍ରଥମେ ଆପଣ ଆୟକର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ https://www.incometaxindiaefiling.gov.in/home

୨- ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ ଆଧାରର ବିକଳ୍ପ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ

୩- ଏକ ନୂତନ ପୃଷ୍ଠା ଖୋଲିବ, ଯେଉଁଠାରେ ଆପଣଙ୍କୁ ପାନ୍, ଆଧାର ଏବଂ ଆଧାରରେ ଆପଣଙ୍କ ନାମ ଉଲ୍ଲେଖ କରିବାକୁ ପଡିବ ।

୪- ଯଦି ଆପଣଙ୍କର ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଅଛି ତେବେ ‘ଆଇ ହାଭ ଓନଲି ଇଅର୍ ଅଫ୍ ବାର୍ଥ’ ବାକ୍ସକୁ ଟିକ୍ କରନ୍ତୁ ।

୫- କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ କିମ୍ବା ଓଟିପି ପାଇଁ ଟିକ୍ କରନ୍ତୁ ।

୬- ଲିଙ୍କ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ, ଏହାପରେ ଆପଣଙ୍କର ପାନ୍ ଏବଂ ଆଧାର ଲିଙ୍କ ହୋଇଯିବ ।

ଅନ୍ୟ ଏକ ଉପାୟ

୧- ଆପଣ SMS ମାଧ୍ୟମରେ ମଧ୍ୟ ପାନ୍ ଏବଂ ଆଧାରକୁ ଲିଙ୍କ କରିପାରିବେ

୨- ମୋବାଇଲ୍ ମେସେଜ୍ ବାକ୍ସକୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ- ୟୁଆଇଡ଼ିପିଏଏନ୍

Leave a Reply

Your email address will not be published. Required fields are marked *