Good news :- SBI ୪୦ କୋଟି ଗ୍ରାହକଙ୍କ ପାଇଁ କଲା ଏକ ବଡ଼ ଘୋଷଣା, ସହଜ ହେଲା ଆପଣଙ୍କ ଖାତା ସହ ଜଡ଼ିତ ନିୟମ…

Good news :- SBI ୪୦ କୋଟି ଗ୍ରାହକଙ୍କ ପାଇଁ କଲା ଏକ ବଡ଼ ଘୋଷଣା, ସହଜ ହେଲା ଆପଣଙ୍କ ଖାତା ସହ ଜଡ଼ିତ ନିୟମ…

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଖାତା ଧାରକଙ୍କ ପାଇଁ ଏକ ଖୁସି ଖବର । ଉପଭୋକ୍ତା ମାନଙ୍କ ପାଇଁ ଖାତାରେ ନମିନିର ନାମ ଯୋଡ଼ିବା ଏକ କଷ୍ଟକର କାର୍ଯ୍ୟ ଅଟେ, ଯାହାକୁ ବ୍ୟାଙ୍କ ବର୍ତ୍ତମାନ ସହଜ କରିଦେଇଛି । ଏସବିଆଇର ଏକ ଟ୍ୱିଟ ଅନୁଯାୟୀ, ଗ୍ରାହକମାନେ ବର୍ତ୍ତମାନ ଖାତାରେ ନମିନି ନାମ ଯୋଡ଼ିବା ପାଇଁ ବ୍ୟାଙ୍କର ୱେବସାଇଟ www.onlinesbi.com କୁ ଯାଇପାରିବେ ଏବଂ ନମିନିର ନାମ।ରେଜିଷ୍ଟ୍ରେସନ କରିପାରିବେ । ଏହି କାମକୁ ଶାଖାକୁ ଯାଇ ମଧ୍ୟ କରାଯାଇପାରିବ ।

ଖାତାରେ ନମିନିର ନାମ ଯୋଡ଼ିବା ମହତ୍ତ୍ୱପୂର୍ଣ୍ଣ ଅଟେ । ଦୁର୍ଭାଗ୍ୟବଶତଃ ଯଦି କୌଣସି ଘଟଣା ଘଟି ଯାଇଛି ତେବେ ଖାତାରେ ଜମା ରାଶି ନମିନିର ହୋଇଯାଏ । ଯଦି ନମିନିର ନାମ ନଥିବ ତେବେ ଜମା ରାଶି ପାଇବା ପାଇଁ ବହୁତ ପରିଶ୍ରମ କରରିବାକୁ ପଡ଼ିବ ଏବଂ ଦସ୍ତାବିଜ ଜନିତ କାର୍ଯ୍ୟ ସବୁ ସମ୍ପାଦନ କରିବା ପରେ ଟଙ୍କା ମିଳିବ । ଏଥିପାଇଁ ବ୍ୟାଙ୍କ ସେ ସଞ୍ଚୟ ଆକାଉଣ୍ଟ ଖୋଲିବା, ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା କିମ୍ବା ବୀମା ପଲିସି ନେବା ସମୟରେ ଏହା ବିଷୟରେ ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ଏବଂ ନମିନିର ନାମ ଜଡ଼ିତ ରଖନ୍ତୁ ।

କାହାକୁ କରିପାରିବେ ନମିନି

ଖାତାରେ ନମିନି ଭାବେ ଆପଣ ସ୍ୱାମୀ ସ୍ତ୍ରୀ ନାମ ଦେଇପାରିବେ । ଆପଣ ଚାହିଁଲେ ନିଜ ଛୁଆ, ମାତାପିତା, ପରିବାରର କୌଣସି ସଦସ୍ୟ କିମ୍ବା ନିଜର କୌଣସି ବିଶେଷ ବନ୍ଧୁଙ୍କୁ ମଧ୍ୟ ନମିନି କରିପାରିବେ । ପ୍ରପଟି କିମ୍ବା ଜମା ରାଶିର ମାଲିକଙ୍କ ମୃତ୍ୟୁ ହୋଇଗଲେ ଏହାର ଲାଭ ନମିନିକୁ ମିଳିଥାଏ । ଯଦି ଆପଣ ଆକାଉଣ୍ଟରେ ନମିନିଙ୍କ ନାମ ଦାଖଲ କରାଇ ନାହାଁନ୍ତି ତେବେ ଏହି ଟଙ୍କା ଫଶି ରହିପାରେ । ଏହାକୁ ପାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଇନଗତ କାର୍ଯ୍ୟ ସମ୍ପାଦନ କରିବାକୁ ପଡିଥାଏ । ଏଥିରୁ ସୁରକ୍ଷିତ ରହିବା ପାଇଁ ଯେବେ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଖାତା ଖୋଲୁଛନ୍ତି ତେବେ ସେଥିରେ ନମିନିଙ୍କ ନାମ ନିଶ୍ଚିତ ଭାବେ ଦାଖଲ କରନ୍ତୁ ।

ବୀମା ପଲିସି ନେବା ସମୟରେ କୌଣସି ନମିନି ଦେବା ଜରୁରୀ ଅଟେ । ଆପଣ ଚାହିଁଲେ ଗୋଟିଏରୁ ଅଧିକ ନମିନିଙ୍କ ନାମ ମଧ୍ୟ ଦେଇପାରିବେ । ସୂଚନା ଅନୁଯାୟୀ, ବୀମା ପଲିସିରେ ନିଜ ଆଇନଗତ ଉତ୍ତରାଧିକାରୀଙ୍କୁ ହିଁ ନମିନି କରିବା ବହୁତ ଭଲ ହୋଇଥାଏ ।

ବ୍ୟାଙ୍କ ଖାତାରେ ଆପଣ ମାତାପିତା, ଶିଶୁ ଓ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ମଧ୍ୟ ନମିନି କରିପାରିବେ । ଯଦିଓ ଖାତାରେ ଆପଣ କୌଣସି ଏକ ବ୍ୟକ୍ତିକୁ ନମିନି କରିପାରିବେ । ଖାତା ଧାରକଙ୍କ ମୃତ୍ୟୁ ହେବା ଫଳରେ ଜଏଣ୍ଟ ଆକାଉଣ୍ଟ ସ୍ଥିତିରେ ଜମା ରାଶି ଅନ୍ୟ ଆକାଉଣ୍ଟ ହୋଲ୍ଡରକୁ ପରେ ନମିନିକୁ ମିଳିଥାଏ ।

ବଦଳି ଦେଇପାରିବେ ନମିନିର ନାମ

ଏଠାରେ ଧ୍ୟାନ ରଖିବା ଜରୁରୀ ଯେ ନମିନି ଯଦି ନାବାଳିକା ଥିବେ ତେବେ ତାଙ୍କ ପାଇଁ କୌଣସି ଅଭିଭାବକକୁ ନିଯୁକ୍ତ କରିବା ଜରୁରୀ ହୋଇଥାଏ ଏବଂ ଏହାର ସୂଚନା ବ୍ୟାଙ୍କ କିମ୍ବା ପଲିସି ଆଦିରେ ଦେବାକୁ ପଡ଼ିଥାଏ । ଆପଣ ଚାହିଁଲେ ଏକରୁ ଅଧିକ ଲୋକଙ୍କୁ ନମିନି କରିପାରିବେ, ଏଥିରେ ନିୟମର କୌଣସି ଅସୁବିଧା ନାହିଁ । ଆକାଉଣ୍ଟ ହୋଲ୍ଡରକୁ ଏହି ସୁବିଧା ମିଳେ ଯେ ସେ ନମିନି ନାମ ପରିବର୍ତ୍ତନ କରିଦେଇ ପାରିବେ ।

ଏହି କଥାଟି ମନେରଖିବା ଉଚିତ୍ ଯେ ନମିନି ସବୁବେଳେ ସମ୍ପତ୍ତିର ଅଧିକାରୀ ହୋଇନଥାନ୍ତି ବରଂ ସେ ସମ୍ପତ୍ତିର ରକ୍ଷଣାବେକ୍ଷଣ କରନ୍ତି । ପରେ ସେହି ସମ୍ପତ୍ତି କିମ୍ବା ଜମା ରାଶି ଆକାଉଣ୍ଟ ହୋଲ୍ଡରର ଆଇନଗତ ଉତ୍ତରାଧିକାରୀ କୁ ଦେଇଥାନ୍ତି । ନମିନି କରିବା ପରେ ମଧ୍ୟ ବିଲ୍ ତିଆରି କରିବା ଜରୁରୀ ଅଟେ । ଯଦି ନମିନି ଅଛି କିନ୍ତୁ ବିଲ ନାହିଁ ତେବେ ସମ୍ପତ୍ତିର ବଣ୍ଟନ ଆଇନ୍ ହିସାବରେ ହେବ ଓ ଏଥିରେ ସମୟ ଲାଗିପାରେ ।

ଏସବିଆଇ ନମିନି ନାମକୁ ନେଇ କାମ ସହଜ କରିଦେଇଛି କାରଣ ଆଗରୁ ଏହି ସୁବିଧା ଅନଲାଇନରେ ମିଳୁନଥିଲା । ବର୍ତ୍ତମାନ ଲୋକେ ଶାଖାକୁ ଯିବାକୁ ନ ଚାହିଁଲେ ୱେବସାଇଟ୍ ଜରିଆରେ ମଧ୍ୟ ଏହି କାର୍ଯ୍ୟ ଖୁବ୍ ସହଜରେ କରିପାରିବେ । ଏସବିଆଇ ଏକ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ଗ୍ରାହକଙ୍କୁ କହିଛନ୍ତି ଯେ ଆକାଉଣ୍ଟ ହୋଲ୍ଡର ଅଫିସିଆଲ୍ ୱେବସାଇଟକୁ ଯାଇ ନମିନି ନାମ ଯୋଡ଼ି ପାରିବେ, ଏଥିପାଇଁ ବ୍ୟାଙ୍କ ଶାଖା ଯିବା ଦରକାର ନାହିଁ ।

Leave a Reply

Your email address will not be published. Required fields are marked *