SBI ହୋମ ଲୋନ ଉପରେ ଦେଉଛି ୨.୬୭ ଲକ୍ଷ ଟଙ୍କାର ରିହାତି ! ଆପଣ ମଧ୍ୟ ଏହିପରି ଏହାର ଫାଇଦା ନେଇପାରନ୍ତି

SBI ହୋମ ଲୋନ ଉପରେ ଦେଉଛି ୨.୬୭ ଲକ୍ଷ ଟଙ୍କାର ରିହାତି ! ଆପଣ ମଧ୍ୟ ଏହିପରି ଏହାର ଫାଇଦା ନେଇପାରନ୍ତି

ଯଦି ଆପଣ ମଧ୍ୟ ଘର କିଣିବାର ଯୋଜନା ପ୍ରସ୍ତୁତ କରୁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ପଇସା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । SBI (SBI Home loan) ଘର କିଣିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ସରକାର (Government of India) ସବସିଡ଼ି ଲିଙ୍କ ହୋମ ଲୋନ ସ୍କିମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର (PMAY-Pradhan Mantri Awas Yojana) ସମୟସୀମାକୁ ବର୍ତ୍ତମାନ ୨୦୨୧ ମସିହା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସ୍କିମର ଫାଇଦା ସେହି ଲୋକମାନେ ହିଁ ଉଠାଇ ପାରିବେ ଯେଉଁମାନଙ୍କ ବାର୍ଷିକ ଆୟ ୬-୧୮ ଲକ୍ଷ ମଧ୍ୟରେ ହୋଇଥିବ । ଏହି ସ୍କିମ ଅନୁଯାୟୀ ସରକାର ୨.୬୭ ଲକ୍ଷ ଟଙ୍କାର ରିହାତି ଦେବେ ।

SBI ଟ୍ୱିଟ କରିଛି

google

SBIର ଏକ ଟ୍ୱିଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଏହି ସ୍କିମ ଜରିଆରେ ୧୦ଲକ୍ଷ ଲୋକ ଏହାର ଫାଇଦା ଉଠାଇସାରିଛନ୍ତି । ଆସନ୍ତୁ ଆପଣଙ୍କୁ ଆମେ କହିବୁ ଏହି ସ୍କିମର କିପରି ଫାଇଦା ଉଠାଇବେ ।

ଏହି ଲୋକମାନଙ୍କୁ ମିଳିବ ଫାଇଦା

google

ଯେଉଁ ଲୋକମାନଙ୍କ ବାର୍ଷିକ ଆୟ ୬ ଲକ୍ଷରୁ ନେଇ ୧୮ ଲକ୍ଷ ଅଟେ, ସେମାନେ ଏହି ସ୍କିମର ଲାଭ ଉଠାଇ ପାରିବେ । ସରକାର ଏହା ଆଶା କରୁଛନ୍ତି ଯେ, ୨୦୨୦-୨୧ ମଧ୍ୟରେ ୨.୫ ଲକ୍ଷ ମଧ୍ୟବିତ୍ତ ଆୟ କରୁଥିବା ପରିବାରକୁ ଏହି ଫାଇଦା ମିଳିବ । ବର୍ତ୍ତମାନ ସୁଦ୍ଧା ୩.୩ ଲକ୍ଷ ମଧ୍ୟମ ବର୍ଗ ପରିବାରକୁ ଏହାର ଫାଇଦା ମିଳିଛି ।

ଏହିପରି ଭାବେ କରିପାରିବେ ଆବେଦନ

google

ଆବାସ ଏବଂ ସହର ମନ୍ତ୍ରାଳୟ ଏଥି ନିମନ୍ତେ ଏକ ସହଜ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆପଣ ଗୋଟିଏ ଫର୍ମ ପୂରଣ କରି ଏହାକୁ ଆବେଦନ କରିପାରିବେ । ଫର୍ମରେ ଦୁଇଟି ପୃଷ୍ଠା ରହିଛି । ଏଥିରେ ଆପଣଙ୍କ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ଦେବାକୁ ପଡିବ । କହିରଖୁଛୁ କି, ଯଦି ବିବାହିତ ଦମ୍ପତି ଅଛନ୍ତି ତେବେ ଉଭୟ ଏକକ ଏବଂ ମିଳିତ ମାଲିକାନା ଅନୁମତିପ୍ରାପ୍ତ ହେବ କିନ୍ତୁ ଉଭୟ ବିକଳ୍ପ ପାଇଁ କେବଳ ଗୋଟିଏ ସବସିଡି ଉପଲବ୍ଧ ହେବ । ଇକୋନୋମୀକଲୀ ୱୀକର ସେକ୍ସନ(EWS), ଲୋୟର ଇନକମ ଗ୍ରୁପ(LIG) ଏବଂ ମିଡ଼ିଲ ଇନକମ ଗ୍ରୁପ CLSS ନିମନ୍ତେ ଯୋଗ୍ୟ ଅଟେ ।

କାହାକୁ କେତେ ସବସିଡ଼ି ମିଳିବ

google

ଯଦି ଆପଣଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟେ ତେବେ ୬ ଲକ୍ଷ ଟଙ୍କା ଲୋନ ଉପରେ ୬.୫ ପ୍ରତିଶତ କ୍ରେଡ଼ିଟ ଲିଙ୍କଡ଼ ସବସିଡ଼ି ମିଳିବ । ଏହା ବ୍ୟତୀତ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଲୋକମାନଙ୍କୁ ୯ ଲକ୍ଷ ଟଙ୍କା ଲୋନ ଉପରେ ୪ ପ୍ରତିଶତ ସୁଧ ସବସିଡ଼ି ମିଳିବ । ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଲୋକମାନଙ୍କ ୧୨ ଲକ୍ଷ ଟଙ୍କା ଲୋନ ଉପରେ ୩ ପ୍ରତିଶତ ସୁଧ ସବସିଡ଼ି ମିଳିବ । ଲୋନର ଅବିଧି ଅଧିକତର ଭାବେ ୨୦ ବର୍ଷ ପର୍ଯ୍ୟନ୍ତ ହେବା ଆବଶ୍ୟକ ।

ଏତିକି ସବସିଡ଼ି ମିଳିବ

google

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ଏବଂ ଲୋନ ରାଶି ୯ ଲକ୍ଷ ଟଙ୍କା ହୁଏ ତେବେ ସବସିଡ଼ି ୨.୩୫ ଲକ୍ଷ ଟଙ୍କା ହେବ । ଯେତେବେଳେ ଏହି ସବସିଡ଼ି ହୋମ ଲୋନରୁ ହଟିଯିବ ତେବେ ଆପଣଙ୍କ ଲୋନ ରାଶି କମି ୬.୬୫ ଲକ୍ଷ ହୋଇଯିବ । ବାର୍ଷିକ ଆୟ ୬ ଲକ୍ଷ ପର୍ଯ୍ୟନ୍ତ ଥିବା ଲୋକମାନଙ୍କ ୨.୬୭ ଲକ୍ଷ, ୧୨ ଲକ୍ଷ ଆୟ ଲୋକଙ୍କ ୨.୩୫ ଲକ୍ଷ ଏବଂ ୧୮ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଲୋକମାନଙ୍କ ୨.୩୦ ଲକ୍ଷ ପର୍ଯ୍ୟନ୍ତ ସବସିଡ଼ି ମିଳୁଛି । ସବସିଡ଼ି ମିଳିବା ପରେ ଆପଣଙ୍କୁ EMI ଏହି କମ ହୋଇଥିବା ରାଶି ଉପରେ ପରିଶୋଧ କରିବାକୁ ପଡ଼ିବ।

ଏହିପରି ଭାବେ ଆବେଦନ କରନ୍ତୁ

google

ଯୋଜନାର ଲାଭ ବ୍ୟାଙ୍କ ମାନଙ୍କରେ ହୋମ ଲୋନ ନିମନ୍ତେ ଆବେଦନ କରି ସବସିଡ଼ିର ଦାବି କରନ୍ତୁ । ଆପଣ ଯଦି ସବସିଡ଼ିର ଯୋଗ୍ୟ ବିବେଚିତ ହିତାଧିକାରୀ ହୋଇଥିବେ ତାହାହେଲେ ଆବେଦନ କେନ୍ଦ୍ରୀୟ ନୋଡାଲ ଏଜେନ୍ସିକୁ ପଠାଯିବ । ଆବେଦନ ମଞ୍ଜୁର ହେବା ପରେ ନୋଡାଲ ଏଜେନ୍ସି ବ୍ୟାଙ୍କକୁ ସବସିଡ଼ି ରାଶି ପଠାଇବ ଏବଂ ଆପଣଙ୍କ ଆକାଉଣ୍ଟକୁ ଆସିଯିବ । ଏହା ଦ୍ୱାରା ଆପଣଙ୍କ ମୋଟ ଲୋନ ରାଶି ହ୍ରାସ ହୋଇଯିବ । ଏହି ହ୍ରାସ ହୋଇଥିବା ରାଶି ଉପରେ EMI ସ୍ଥିର କରାଯିବ । ଯଦି ଲୋନ ରାଶି ସବସିଡିର ଫାଇଦା ଉଠାଇବା ପାଇବା ପାଇଁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ, ତେବେ ଅତିରିକ୍ତ ରାଶି ଉପରେ ବର୍ତ୍ତମାନ ଦରରେ ସୁଧ ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *