ଏହି ୫ ପ୍ରକାରର ବ୍ୟକ୍ତିଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଥାଏ…

ଏହି ୫ ପ୍ରକାରର ବ୍ୟକ୍ତିଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଥାଏ…

ଏହି ୫ ପ୍ରକାରର ବ୍ୟକ୍ତିଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଥାଏ ,ଜାଣନ୍ତୁ ଆପଣ ସେହି ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ନୁହଁନ୍ତି ନା କଣ ?

ଶନିଦେବଙ୍କ କ୍ରୋଧ ବହୁତ ବିପଦପୂର୍ଣ ଅଟେ । ଶନିଙ୍କ ପ୍ରକୋପରୁ ବଞ୍ଚିବା ଅସମ୍ଭବ ଅଟେ । ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ଚେଷ୍ଟା କରିବା ଉଚିତ ଏହିପରି କୌଣସି କାମ କରିବେ ନାହିଁ ଯାହାଫଳରେ ଶନିଦେବ କ୍ରୋଧିତ ହୋଇଯିବେ । ଏହି ବିଷୟକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ 5ଜଣ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ ଯେଉଁ ମାନଙ୍କ ଉପରେ ଶନିଦେବ କ୍ରୋଧ ପ୍ରକାଶ କରିଥାନ୍ତି । ଯଦି ଆପଣ ଏହି 5ଜଣ ବ୍ୟକ୍ତିଙ୍କ ଭଳି ଭୁଲ କରନ୍ତି ତେବେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଏଣୁ ଏହି ଭୁଲ ଗୁଡିକ ଜୀବନରେ ନକରିବା ପାଇଁ ଚେଷ୍ଟା କରନ୍ତୁ ।

ଅସଚୋଟ ବ୍ୟକ୍ତିଙ୍କୁ ଶନିଦେବ ପସନ୍ଦ କରନ୍ତି ନାହିଁ । ଯଦି ଜୀବନରେ ଆପଣ କୌଣସି ବ୍ୟକ୍ତିଙ୍କୁ ଧୋକା ଦିଅନ୍ତି ତେବେ ଏହାର ପ୍ରଭାବରେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଏଣୁ ଚେଷ୍ଟା କରନ୍ତୁ ଯେପରି ଆପଣଙ୍କ ଯୋଗୁଁ କେହି କଦାପି ଠକେଇର ଶିକାର ନହୁଅନ୍ତି । ନଚେତ ଆପଣ ଯେଉଁଭଳି କର୍ମ କରିବେ ଆପଣଙ୍କୁ ସେହିଭଳି ଫଳ ପ୍ରାପ୍ତି ହେବ । ଯେତେବେଳେ ଆପଣଙ୍କ ପାପର ହାଣ୍ଡି ଭରି ଯିବ ସେହି ସମୟରେ ଆପଣ ଶନିଦେବଙ୍କ କ୍ରୋପର ଶିକାର ହୋଇଯିବେ । ଏହି କାରଣରୁ ଆପଣଙ୍କ ପାଖରେ ସୁଯୋଗ ରହିଛି ନିଜର ଭୁଲ ସୁଧାରି ନିୟନ୍ତୁ ।

ବାଳ ବୃଦ୍ଧ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବ କ୍ରୋଧ ପ୍ରକାଶ କରିଥାନ୍ତି । ଶନିଦେବଙ୍କୁ ଏହି ବିଷୟ ପସନ୍ଦ ନୁହେଁ ।ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ଅନ୍ୟାୟ କିମ୍ବା ଅତ୍ୟାଚାର କରନ୍ତି ତେବେ ଶନିଦେବଙ୍କ କ୍ରୋପର ଶିକାର ହେବେ । ଏହି କାରଣରୁ ସମସ୍ତଙ୍କ ସଂମ୍ମାନ କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ ।

ଶନିଦେବଙ୍କ ପୂଜା କରିବା ସମୟରେ ମନରେ କୌଣସି ପ୍ରକାରର ଭୁଲ ଚିନ୍ତାଧାରା ରଖନ୍ତୁ ନାହିଁ କିମ୍ବା କ୍ରୋଧ ରଖନ୍ତୁ ନାହିଁ ନଚେତ ଶନିଙ୍କ କୋପ ଆପଣଙ୍କ ଉପରେ ପଡିପାରେ । ଯଦି ଆପଣ ଶନି ମନ୍ଦିର ଯାଆନ୍ତି ଏବଂ ସେଠାରେ ଉପସ୍ଥିତ ମହିଳାଙ୍କ ଉପରେ ଖରାପ ନଜର ରଖନ୍ତି ତେବେ ତାହାର ଦଣ୍ଡ ଆପଣଙ୍କୁ ମିଳିପାରେ । ଏହି କାରଣରୁ ଶନି ମନ୍ଦିର ଯିବା ସମୟରେକିମ୍ବା ଶନିଙ୍କ ଆରାଧନା ସମୟରେ ମନରେ କୌଣସି ପ୍ରକାରର ଛନ୍ଦ କପଟ ରଖନ୍ତୁ ନାହିଁ । ମନକୁ ସ୍ୱଚ୍ଛତା ରଖନ୍ତୁ ଆପଣଙ୍କ ମଙ୍ଗଳ ହେବ ।

ଶନିଦେବଙ୍କ ବିଷୟରେ ଅପଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ଶନିଙ୍କ ପ୍ରକୋପ ସହିବା ପାଇଁ ପଡିଥାଏ । ଅନେକ ସମୟରେ ଲୋକେ ଭଗବାନଙ୍କ ଉପରେ କ୍ରୋଧିତ ହୋଇଯାଇଥାନ୍ତି ଏବଂ ଅପଶବ୍ଦ ବ୍ୟବହାର କରିଥାନ୍ତି । ଏହା ଭୁଲ ଅଟେ ।ଦୁଃଖ ଏବଂ ସମସ୍ୟା ପ୍ରତିଟି ବ୍ୟକ୍ତିଙ୍କ ଜୀବନରେ ଲାଗିରହିଥାଏ ।ଭଗବାନଙ୍କୁ ଦୋଷ ଦେବା ଅପେକ୍ଷା ଆପଣ ସମସ୍ୟାର ସମାଧନା ଖୋଜନ୍ତୁ ଏହା ଆପଣଙ୍କ ନିମନ୍ତେ ଉଚିତ ହେବ ଏହା ସହ ଭଗବାନଙ୍କ ପୂଜା କରନ୍ତୁ ଏବଂ ବିଶ୍ୱାସ ରଖନ୍ତୁ ସବୁ କିଛି ଠିକ ହୋଇଯିବ ।

ଶନିବାର ଦିନ ମାଂସ ସେବନ କରି ଘରେ ପୂଜା ପାଠରେ ସାମିଲ ହୁଅନ୍ତୁ ନାହିଁ କିମ୍ବା ମନ୍ଦିରକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏହିପରି କରନ୍ତି ତେବେ ଆପଣଙ୍କ ଉପରେ ଶନିଦେବଙ୍କ ପ୍ରକୋପ ରହିବ । ଚେଷ୍ଟା କରନ୍ତୁ ଶନିବାର ଦିନ ମାଂସ ସେବନ କରନ୍ତୁ ନାହିଁ । ଯଦି କୌଣସି କାରଣରୁ ମାଂସ ଆହାର କରନ୍ତି ତେବେ ଶନିଦେବଙ୍କ ଠାରୁ ଦୁରେଇ ରୁହନ୍ତୁ । ଘରେ ପୂଜାପାଠ କରନ୍ତୁ ନାହିଁ କିମ୍ବା ମନ୍ଦିର ଯାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *