ଆପଣଙ୍କ ଶରୀରରେ ଏହି ଲକ୍ଷଣ ଗୁଡିକ ଦେଖା ଗଲେ ଜାଣି ରଖନ୍ତୁ ଶରୀରରେ ରହିଛି କ୍ୟାଲସିୟମର ଅଭାବ !

ଯେଉଁଭଳି ଆମ ଶରୀରକୁ ପୋଷକ ତତ୍ତ୍ୱର ଆବଶ୍ୟକ ହୋଇଥାଏ ଠିକ୍ ସେହି ଭଳି ଆମ ଶରୀରକୁ କ୍ୟାଲସିୟମର ମଧ୍ୟ ଆବଶ୍ୟକ ହୋଇଥାଏ । କ୍ୟାଲସିୟମ ଆମ ଶରୀରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ହାଡ଼ ଏବଂ ଦାନ୍ତକୁ ମଜଭୁତ କରିବାରେ କ୍ୟାଲସିୟମ ଆବଶ୍ୟକ ହୋଇଥାଏ । କ୍ୟାଲସିୟମର ଅଭାବରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଜିର ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କୁ କ୍ୟାଲସିୟମର ଅଭାବରେ କେଉଁ ସବୁ ସମସ୍ୟା ଦେଖାଯାଇଥାଏ ସେହି ବିଷୟରେ ଅବଗତ କରାଇବୁ ।

ଆସନ୍ତୁ ଜାଣିବେ କ୍ୟାଲସିୟମ ଅଭାବରେ ଶରୀରକୁ କେଉଁସବୁ ସମସ୍ୟା ଭୋଗ କରିବା ପାଇଁ ପଡିଥାଏ ।

ହାଡ଼ ଦୁର୍ବଳ ହୋଇ ଯାଇଥାଏ ।

କ୍ୟାଲସିୟମ ଅଭାବ ହେଲେ ହାଡ଼ ଦୁର୍ବଳ ହୋଇ ଯାଇଥାଏ । ଯାହାଫଳରେ ବ୍ୟକ୍ତିର ହାଡ଼ ଦୁର୍ବଳ ହୋଇ ହାଡ଼ ସହଜରେ ଭାଙ୍ଗି ଯାଇଥାଏ ଏବଂ ଶରୀରର ମାଂସପେଶୀରେ ପୀଡା ଅନୁଭୂତ ହୋଇଥାଏ ।

ଦାନ୍ତ ଦୁର୍ବଳ ହୋଇ ଯାଇଥାଏ ।

କ୍ୟାଲସିୟମ ଅଭାବରେ ଦାନ୍ତ ଦୁର୍ବଳ ହୋଇ ଯାଇଥାଏ । ସାଧାରଣତଃ ପିଲାଙ୍କ କ୍ଷେତ୍ରରେ ଦାନ୍ତ ସଢ଼ି ଯାଇ ନୂତନ ଦାନ୍ତ ବଢ଼ିବାରେ ବିଳମ୍ବ ହୋଇଥାଏ ।

ନଖ ଦୁର୍ବଳ ହୋଇଯାଏ ।

ନଖ ସୁନ୍ଦର ଏବଂ ମଜଭୁତ ହେବା ନିମନ୍ତେ କ୍ୟାଲସିୟମ ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ହୋଇଥାଏ ତେବେ ନଖ ଦୁର୍ବଳ ହୋଇ ଭାଙ୍ଗିବାର ସମ୍ଭବନା ରହିଥାଏ । ଏହିପରି ସମସ୍ୟା ଆପଣଙ୍କ ଠାରେ ଦେଖାଗଲେ ଜାଣି ରଖନ୍ତୁ ଆପଣଙ୍କ କ୍ୟାଲସିୟମ ଅଭାବ ରହିଛି ।

କେଶ ଝଡ଼ିବା

ଶରୀରରେ କ୍ୟାଲସିୟମର ଅଭାବ ହେବା ସହ ଶରୀରକୁ ଉଚିତ ପୋଷକ ତତ୍ତ୍ୱ ଅଭାବ ହେଲେ କେଶ ଝଡ଼ିବା ସମସ୍ୟା ଦେଖା ଯାଇଥାଏ । କେଶ କଠୋର ହେବା ସହ ଶୁଷ୍କ ହୋଇ ଯାଇଥାଏ । ଆପଣଙ୍କ ଠାରେ ଏହି ସମସ୍ୟା ଦେଖା ଗଲେ ଜାଣି ରଖନ୍ତୁ ଆପଣଙ୍କୁ କ୍ୟାଲସିୟମର ଅଭାବ ହୋଇଛି ।

ଥକାପଣ ଅନୁଭୂତ ହେବା

କୌଣସି ବ୍ୟକ୍ତି ଥକାପଣ ଅନୁଭୂତ କରୁଥିଲେ ଏହା ଶରୀରରେ କ୍ୟାଲସିୟମର ଅଭାବର ଲକ୍ଷଣ ଅଟେ । କ୍ୟାଲସିୟମ ଅଭାବରେ ହାଡ଼ ଦୁର୍ବଳ ହେବା ସହ ମାଂସପେଶୀ ଟାଣି ହୋଇ ଯାଇଥାଏ ଏବଂ ଆପଣଙ୍କୁ ଥକାପଣ ଅନୁଭୂତ ହୋଇଥାଏ । କ୍ୟାଲସିୟମ ଅଭାବରେ ଆପଣଙ୍କୁ ନିଦ କମ୍ ହୋଇଥାଏ ଏବଂ ମାନସିକ ଚିନ୍ତା ଲାଗି ରହିଥାଏ ।

ଉପରୋକ୍ତ ସମସ୍ୟା ଗୁଡିକ ଆପଣଙ୍କ ଶରୀରରେ ଦେଖା ଗଲେ ଏହା କ୍ୟାଲସିୟମର ଅଭାବ ଅଟେ । କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ଚାହୁଁଥିଲେ ସବୁଜ ପନିପରିବା, ପତ୍ରକୋବି, ମେଥି, ମୂଳା ଶାଗ, ପୁଦିନା ପତ୍ର, ଧନିଆ, କାକୁଡି, ଗାଜର, ଭେଣ୍ଡି, ବିଲାତି ବାଇଗଣ ସେବନ କରି କ୍ୟାଲସିୟମର ଅଭାବକୁ ପୂର୍ତ୍ତି କରି ପାରିବେ ।

Be the first to comment

Leave a Reply

Your email address will not be published.


*