ସୁଶାନ୍ତଙ୍କ ସହିତ ସାରାଙ୍କର ସିଗାରେଟ ନେଉଥିବାର ଭିଡ଼ିଓ ହେଲା ଭାଇରାଲ ! ବଢ଼ିବାରେ ଅଭିନେତ୍ରୀଙ୍କ ସମସ୍ୟା ।

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ NCB ଦ୍ଵାରା ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ସାରା ଅଲୀ ଖାନ ଏବଂ ରକୁଲ୍ ପ୍ରୀତ ସିଂହଙ୍କ ନାମ ନେଇଛନ୍ତି । ଦୁଇଜଣ ହିଁ ରିୟା ଙ୍କର ଭଲ ସାଙ୍ଗ ବୋଲି କୁହାଯାଏ । ରିୟାଙ୍କ ଦ୍ୱାରା ଡ୍ରଗ୍ସ ମାମଲାରେ ଖୁଲାସା କରିବା ପରେ ଯାଞ୍ଚ ଆରମ୍ଭ ହୋଇଛି । ସମଗ୍ର ଦେଶରେ ହାହାକାର ପଡ଼ିଯାଇଥିଲା, ଯେତେବେଳେ ରିୟା ସେହି ଲୋକପ୍ରିୟ ଅଭିନେତ୍ରୀଙ୍କ ନାମ ନେଇଥିଲା, ଯେଉଁମାନେ କି ଡ୍ରଗ୍ସ ସହିତ ଜଡ଼ିତ ଅଛନ୍ତି ।

ଏସବୁ ମଧ୍ୟରେ ଏକ ଏପରି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରରାଲ ହେଉଅଛି, ଯାହାକୁ ଏହି କଥାର ପ୍ରମାଣ ମାନା ଯାଇଥାଏ ଯେ ସାରା ମଧ୍ୟ ଡ୍ରଗ୍ସ ଗ୍ୟାଙ୍ଗରେ ସାମିଲ ଥିଲେ । ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଅଛି, ସେଥିରେ ସୁଶାନ୍ତ ଏବଂ ସାରା ସାଥୀରେ ସିଗାରେଟର ମଜା ନେଉଥିବାର ଦେଖାଯାଇଛି । ସେଠାରେ ଉପସ୍ଥିତ କୌଣସି ଜଣେ ଷ୍ଟାଫ ଗୁପ୍ତରେ ଏହି ଭିଡ଼ିଓ ବନାଇ ଥିଲେ । ହୁଏତ ଭିଡ଼ିଓଟି ଏତେ ସ୍ପଷ୍ଟ ନଜର ଆସୁନାହିଁ । କିନ୍ତୁ ଏଥିରେ ଭଲ ଭାବରେ ସୁଶାନ୍ତ ଏବଂ ସାରାଙ୍କୁ ସ୍ମୋକିଙ୍ଗ କରୁଥିବାର ଦେଖାଯାଇ ପାରିବ ।

ସାରାଙ୍କ ଠାରୁ ସୁଶାନ୍ତଙ୍କୁ ଲାଗିଥିଲା ଡ୍ରଗ୍ସର ନିଶା

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥା ସମ୍ନାକୁ ଆସିଛି ଯେ ଦୁହେଁ ସିଗାରେଟ୍ ପିଉଥିଲେ । ଏହା ମଧ୍ୟ ହୋଇପାରେ ଯେ ଦୁହେଁ ତା’ସହିତ ଡ୍ରଗ୍ସର ଜୋଏଣ୍ଟ ନେଉଥିବେ । ରିୟା ବୟାନରେ କହିଥିଲେ ଯେ ସାରାଙ୍କ ଠାରୁ ହିଁ ସୁଶାନ୍ତଙ୍କୁ ଡ୍ରଗ୍ସର ନିଶା ଲାଗିଥିଲା ଏବଂ ଯେତେବେଳେ ତାଙ୍କୁ ଡ୍ରଗ୍ସର ଆବଶ୍ୟକତା ପଡ଼ୁଥିଲା ସେତେବେଳେ ସେ ସାରାଙ୍କ ଜରିଆରେ ହିଁ ଡ୍ରଗ୍ସର ଆରେଞ୍ଜ କରୁଥିଲେ । ରିୟା ଏହି କଥା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ପାୱନା ଫାର୍ମ ହାଉସରେ ପ୍ରାୟ ପାର୍ଟି ହେଉଥିଲା, ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ପରିଚିତ ଚେହେରା ସାମିଲ ହେଉଥିଲେ ଏବଂ ସମସ୍ତେ ଡ୍ରଗ୍ସ ସେବନ କରୁଥିଲେ ।

ପୁଣି ସୁଶାନ୍ତଙ୍କ ମ୍ୟାନେଜର ମଧ୍ୟ ପୂର୍ବରୁ ସାରାଙ୍କ ବିଷୟରେ ଅନେକ କିଛି କହିଛନ୍ତି । NCB ଜେରାରେ ରିୟା କହିଛି ଯେ ୨୦୧୮ ନଭେମ୍ବର – ଡିସେମ୍ବର ପୂର୍ବରୁ ସୁଶାନ୍ତ ଡ୍ରଗ୍ସ ନେଉନଥିଲେ । କେଦାରନାଥ ଶୁଟିଂ ସମୟରେ ହିଁ ସେ ଏସବୁର ଅଭ୍ୟାସ କରି ଦେଇଥିଲେ । କେଦାରନାଥରେ ସୁଶାନ୍ତଙ୍କ ହିରୋଇନ ସାରା ଅଲୀ ଖାନ୍ ଥିଲେ । ଦୁହିଁଙ୍କ ଫୋଟ ସେହି ସମୟରେ ସୋସିଆଲ ମିଡିଆରେ ପ୍ରାୟ ଭାଇରଲ ହେଉଥିଲା । ସେହି ସମୟରେ ସୁଶାନ୍ତ ଏବଂ ସାରା ଅଲୀ ଖାନଙ୍କ ଅଫେୟାରକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।

ସାରା ଏବଂ ସୁଶାନ୍ତ ପରସ୍ପରକୁ ଖୁବ୍ ଭଲ ପାଉଥିଲେ :-

ଏହିପରି ଖବର ମଧ୍ୟ ସେହି ସମୟରେ ଆସୁଥିଲା ଯେ ସାରାଙ୍କ ପରିବାରକୁ ସାରା ସୁଶାନ୍ତଙ୍କ ସହିତ କ୍ଲୋଜ୍ ହେବା କଥା ଆଦୋୖ ପସନ୍ଦ ନଥିଲା । ସେମାନେ ସାରାଙ୍କୁ କହିଥିଲେ ଯେ ସେ ସୁଶାନ୍ତଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି । ପୁଣି ସୁଶାନ୍ତଙ୍କ ସାଙ୍ଗ ସୈମୁଏଲ ହୋକିପ ମଧ୍ୟ ନିଜର ଇନସ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଏହା କହିଛନ୍ତି ଯେ ସାରା ଏବଂ ସୁଶାନ୍ତ ପରସ୍ପରକୁ ଭଲ ପାଉଥିଲେ ।

ସୈମୁଏଲଙ୍କ ମୁତାବକ କେଦାରନାଥ ଶୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଦୁହେଁ ଏହି ସମ୍ପର୍କକୁ ଖୁବ୍ ମହତ୍ୱ ଦେଉଥିଲେ । ଦୁହିଁଙ୍କୁ ପରସ୍ପରର ଚିନ୍ତା ଥିଲା । ରିପୋର୍ଟ ଅନୁସାରେ ଥାଇଲ୍ୟାଣ୍ଡ ଟ୍ରିପରେ ମୋଟ ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଥାଇଲ୍ୟାଣ୍ଡ ଟ୍ରିପରେ ସାରାଙ୍କୁ ସୁଶାନ୍ତ ଚାର୍ଟେଡ ବିମାନରେ ନେଇ ଯାଇଥିଲେ, କାରଣ ସାରା ଚାହୁଁନଥିଲେ ଯେ ଏହି ଟ୍ରିପ୍ ବିଷୟରେ କାହାକୁ ଜଣାପଡୁ ବୋଲି ।

ଫାର୍ମ ହାଉସକୁ ଆସୁଥିଲେ ସାରା

ସୁଶାନ୍ତ ସିଂହ ରାଜପୁତଙ୍କ ପାୱନା ଫାର୍ମ ହାଉସର ମ୍ୟାନେଜରଙ୍କ ନାମ ରଈସ୍ ଅଟେ । ରଈସ କହିଛନ୍ତି ଯେ ଥାଇଲ୍ୟାଣ୍ଡ ଟ୍ରିପ୍ ପରେ ଦୁହେଁ ସିଧା ଫାର୍ମ ହାଉସ ଆସିଥିଲେ । ଦୁହେଁ ରାତି ପାଖାପାଖି ୧୦ – ୧୧ ମଧ୍ୟରେ ଫାର୍ମ ହାଉସରେ ପହଂଚିଥିଲେ । ଦୁହିଁଙ୍କ ସହିତ ତାଙ୍କର କିଛି ସାଙ୍ଗ ଥିଲେ । ରଈସଙ୍କ ମୁତାବକ ୨୦୧୮ରୁ ହିଁ ସାରା ସୁଶାନ୍ତଙ୍କ ଫାର୍ମ ହାଉସକୁ ଆସୁଥିଲେ । ଦୁହେଁ ତିନି ଚାରି ଦିନ ପର୍ଯ୍ୟନ୍ତ ସାଥୀରେ ରହୁଥିଲେ । ରଈସ୍ କହିଛନ୍ତି ଯେ ଏହି ସମୟରେ ସାରା ସମସ୍ତଙ୍କ ସହିତ ଖୁବ୍ ଭଲରେ କଥାବାର୍ତ୍ତା କରୁଥିଲେ ।

ରଈସ୍ କହିଥିଲେ ଯେ , ” ସାରା ମ୍ୟାଡମ୍ ଖୁବ୍ ଭଲ ଥିଲେ, ସେ କେବେ ମଧ୍ୟ ହିରୋଇନ ଭଳି ବ୍ୟବହାର କରିନଥିଲେ । ଖୁବ୍ ସରଳ ଥିଲେ । ସେ ଘରେ କାମ କରୁଥିବା ମହିଳାଙ୍କୁ ମାଉସୀ ବୋଲି କହୁଥିଲେ କାରଣ ସୁଶାନ୍ତ ମଧ୍ୟ ତାଙ୍କୁ ସେହିପରି ଡାକୁଥିଲେ ଏବଂ ମୋତେ ରଈସ୍ ଭାଇ ବୋଲି ଡାକୁଥିଲେ । ସେ ପୁରା ଷ୍ଟାଫଙ୍କୁ ଖୁବ୍ ସମ୍ମାନ ଦେଉଥିଲେ । ” ରଈସ୍ ଏହି କଥାର ଖୁଲାସା କରିଥିଲେ ଯେ ଦମନ ଟ୍ରିପରେ ସୁଶାନ୍ତ ସିଂହ ରାଜପୁତ ସାରା ଅଲୀ ଖାନଙ୍କୁ ପ୍ରପୋଜ୍ କରିବାର ଥିଲା । ସୁଶାନ୍ତଙ୍କ ସାଙ୍ଗ ଅବ୍ବାସ ଭାଇ ତାଙ୍କୁ ସବୁ ଜିନିଷ ପ୍ୟାକ୍ କରିଦେବାକୁ କହିଥିଲେ ।

ଦମନ ଟ୍ରିପରେ କରିବାର ଥିଲା ପ୍ରପୋଜ୍ :-

ସୁଶାନ୍ତଙ୍କ ଜନ୍ମଦିନରେ ସମସ୍ତେ ମିଶି ଦମନ ଯିବାର ପ୍ଲାନ୍ ବନାଇ ଥିଲେ । ଏହି ଟ୍ରିପରେ ସେ ସାରାଙ୍କୁ ପ୍ରପୋଜ୍ ମଧ୍ୟ କରିବାର ଥିଲା କିନ୍ତୁ ଏହି ଟ୍ରିପ୍ କ୍ୟାନ୍ସଲ ହୋଇ ଯାଇଥିଲା, କାରଣ ସେହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଦମନରେ ଥିଲେ । ସେଠାକାର ସବୁ ହୋଟେଲ ବୁକ୍ ହୋଇଥିବା କାରଣରୁ ସୁଶାନ୍ତଙ୍କୁ ରୁମ୍ ମିଳିପାରିନଥିଲା । ତେଣୁ ସେହି ଟ୍ରିପକୁ କ୍ୟାନ୍ସଲ କରିବାକୁ ପଡ଼ିଥିଲା । ସାରାଙ୍କ ପାଇଁ ସୁଶାନ୍ତ ଗିଫ୍ଟ ମଧ୍ୟ ଅର୍ଡର କରିଥିଲେ । ସେ ତାହାକୁ ସାରାଙ୍କୁ ପ୍ରପୋଜ୍ କରିବା ସମୟରେ ଦେବାକୁ ଚାହୁଁଥିଲେ ।

ଦମନ ଟ୍ରିପ୍ କ୍ୟାନ୍ସଲ ହେବା ପରେ ସମସ୍ତେ କେରଳ ଯିବାକୁ ପ୍ଲାନ୍ କରିଥିଲେ, କିନ୍ତୁ ତାହା ମଧ୍ୟ କ୍ୟାନ୍ସଲ ହୋଇ ଯାଇଥିଲା । ଏହାପରେ ୨୦୧୯ ଫେବୃୟାରୀ – ମାର୍ଚ୍ଚ ମାସରେ ରଈସଙ୍କୁ ସାରା ଏବଂ ସୁଶାନ୍ତଙ୍କ ବ୍ରେକପ୍ ବିଷୟରେ ଜଣା ପଡ଼ିଥିଲା ।

Be the first to comment

Leave a Reply

Your email address will not be published.


*