ସାବତ ମାଁ କରିନାଙ୍କୁ ଦେଖା କରିବା ପାଇଁ ଯାଇଥିବା ସମୟରେ ସାରା ପିନ୍ଧିଥିଲେ ବହୁତ ଶସ୍ତା କୁର୍ତ୍ତା । ମୂଲ୍ୟ ଜାଣି ହେବ ନାହିଁ ବିଶ୍ୱାସ !

ସାରାଙ୍କୁ ତାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ଏବଂ ଅଧିକାଂଶ ସମୟରେ ତାଙ୍କୁ ଭାରତୀୟ ବେଶ ଭୁଷାରେ ଦେଖାଯାଇଥାଏ ।

ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ୍ ବଲିଉଡ଼ରେ ନିଜ ଚଳଚ୍ଚିତ୍ରରୁ ଅଧିକ ନିଜ ଷ୍ଟାଇଲ ପାଇଁ ଜଣାଶୁଣା । ସାରା ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, କିନ୍ତୁ ସେ ସମସ୍ତଙ୍କୁ ନିଜ ଦିୱାନା କରିସାରିଲେଣି । ସାରାଙ୍କ ଡ୍ରେସ୍ ଗୁଡ଼ିକ ପେପରାଜି ସମେତ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସେ । ସେ କୌଣସି ସାଧାରଣ ସ୍ଥାନକୁ ଗଲେ ବା ମୁମ୍ବାଇରେ ଖୁବ୍ ବର୍ଷାରେ ସାଇକେଲ ଚଳାଉଥିଲେ ସାରା ନିଜର ଫେସନ୍ ସେନ୍ସ ଯୋଗୁଁ ସମସ୍ତଙ୍କୁ ନିଜ ଦିୱାନା କରିଦିଅନ୍ତି । ନିକଟରେ ସାରା ନିଜ ସାବତ ମାଆ କରିନାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ଓ ସେ ଏପରି ଏକ ଆଉଟଫିଟ୍ ବା ଡ୍ରେସ୍ ପିନ୍ଧିଥିଲେ ଯାହାକୁ ଆପଣ ମଧ୍ୟ ବହୁତ ସହଜରେ ପିନ୍ଧି ପାରିବେ ।

ବହୁତ ଷ୍ଟାଇଲିସ୍ ନଜର ଆସିଲେ ସାରା

newstrend

ସାରା ଚଳଚ୍ଚିତ୍ରରେ ବହୁତ ଗ୍ଲେମରେସ୍ ପୋଷାକ ପିନ୍ଧନ୍ତି କିନ୍ତୁ ଅଫସ୍କ୍ରିନ ବା ପରଦା ବାହାରେ ସେ ଅଧିକାଂଶ ସାଧାରଣ ଓ କ୍ଲାସି ପୋଷାକ ସବୁ ପିନ୍ଧିଥିବାର ନଜର ଆସନ୍ତି । ଯଦି ଆପଣ ସାରାଙ୍କ ଫେସନ୍ ସେନ୍ସ ଉପରେ ଧ୍ୟାନ ଦେଇଥିବେ ତେବେ ଦେଖିବେ ଯେ ସାରା ଭାରତୀୟ ପରିଧାନ ପିନ୍ଧିବାକୁ ଖୁବ୍ ପସନ୍ଦ କରନ୍ତି ।

newstrend

ସେ ଅଧିକାଂଶ ସମୟରେ ସୁଟ୍, ସଲବାର ଓ କୁର୍ତ୍ତା ପିନ୍ଧିଥିବାର ନଜର ଆସନ୍ତି । ଏହପରି ଯେତେବେଳେ ସାରା କରିନାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ସେତେବେଳେ ସେ ବହୁତ ସୁନ୍ଦର ପୋଷାକ ପିନ୍ଧିଥିଲେ ।

newstrend

ଲକଡାଉନ କାରଣରୁ କିଛି ମାସରୁ ଫିଲ୍ମର ଶୁଟିଂ ଅଟକି ରହିଥିଲା ଏବଂ ସେଲେବ୍ସ ମାନେ ଘରେ ବିଶ୍ରାମ କରୁଥିଲେ । ବର୍ତ୍ତମାନ ଅନଲକ ପରଠାରୁ କିଛି କଳାକାରମାନେ ସେଟକୁ ଯାଇ ସୁଟିଂ ଆରମ୍ଭ କରିଦେଇଛନ୍ତି । ସାରା ବର୍ତ୍ତମାନ ଫିଲ୍ମୀ ସେଟରେ ଫେରି ନାହାଁନ୍ତି କିନ୍ତୁ ସେ ନିଜ ପିତାଙ୍କ ଘରକୁ ଅନେକ ଥର ଯାଇଛନ୍ତି । ନିକଟରେ ସାରା ଯେତେବେଳେ କରିନାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ସେତେବେଳେ ସେ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ଯାହା ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛି ।

ସାରା ପିନ୍ଧିଥିଲେ ବହୁତ ଶସ୍ତା କୁର୍ତ୍ତି

newstrend

ଭାଇ ଇବ୍ରାହିମ୍ ଅଲି ଖାନଙ୍କ ସହିତ କରିନାଙ୍କ ଘରକୁ ଯାଇଥିଲେ ସେତେବେଳେ ସାରା ଏକ ସାମାନ୍ୟ କୁର୍ତ୍ତା ପିନ୍ଧିଥିଲେ, ଯେଉଁଥିରେ ଅଙ୍କିତ ବ୍ଲାକ୍ ପ୍ରିଣ୍ଟ ବହୁତ ସୁନ୍ଦର ଦେଖାଯାଉଥିଲା । ଜଣାଇଦେଉଛୁ ଯେ ସାରା ହଳଦିଆ ରଙ୍ଗର କୁର୍ତ୍ତା ଓ ଶରାରା ପିନ୍ଧିଥିଲେ ଯାହା ଷ୍ଟାଇଲିସ୍ ଥିବା ସଙ୍ଗେ ସଙ୍ଗେ ବହୁତ ଶସ୍ତା ଥିଲା । ବାସ୍ତବରେ ସାରା ଷ୍ଟାଇଲ ସହ ଆରମ ଉପରେ ମଧ୍ୟ ଧ୍ୟାନ ରଖନ୍ତି । ଏହପରି ସେ ଢିଲା ଢିଲା ଷ୍ଟାଇଲିସ କୁର୍ତ୍ତା ଓ ଶରାରା ପିନ୍ଧିଥିଲେ ।

newstrend
newstrend

ସାରାଙ୍କ ସମ୍ପୂର୍ଣ୍ଣ ଲୁକ୍ ବିଷୟରେ ଆଲୋଚନା କରିବା ତେବେ ସେ ବ୍ଲାକ୍ ପ୍ରିଣ୍ଟ କୁର୍ତ୍ତା ସେଟ୍ ସହିତ ହଳଦିଆ ରଙ୍ଗର ଚୁଡ଼ି ପିନ୍ଧିଥିଲେ । ଏହା ବ୍ୟତୀତ ସେ ଫ୍ଲୋରଲ ଜୋତା ପିନ୍ଧିଥିଲେ ଏବଂ ଏହା ସହିତ ମଲ୍ଟି ରଙ୍ଗର ମିକ୍ସ ଓ ମ୍ୟାଚ୍ ପ୍ରିଣ୍ଟେଣ୍ଡ ଟୋଟ ବ୍ୟାଗ୍ ମଧ୍ୟ ଧରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥାଟି ଏହା ଯେ ସୈଫ ଅଲି ଖାନଙ୍କ ଏକମାତ୍ର ଝିଅଙ୍କ ଏହି ଡ୍ରେସ୍ ୧୦୦୦ ଟଙ୍କା ଭିତରେ ଅଛି ଏବଂ ଏହାର ମୂଲ୍ୟ ମାତ୍ର ୯୦୦ ଟଙ୍କା ଅଟେ । ବର୍ତ୍ତମାନ ଆପଣ ବୁଝିଗଲେ ନା କଳାକାରମାନେ ମଧ୍ୟ ସାଧାରଣ ଓ ଶସ୍ତା ପୋଷାକ ପିନ୍ଧନ୍ତି ଯାହା ତାଙ୍କୁ ପସନ୍ଦ ଆସେ । ବର୍ତ୍ତମାନ ଆପଣ ମଧ୍ୟ ନିଜକୁ ଶସ୍ତା କପଡ଼ାରେ ନିଜକୁ ଷ୍ଟାଇଲିସ୍ କରିପାରିବେ ।

Be the first to comment

Leave a Reply

Your email address will not be published.


*