ସାରା ଅଲି ଖାନ୍; ପିତାଙ୍କ ନିକଟରେ ପ୍ରକାଶ କଲେ ବିବାହକୁ ନିଜ ମନର ଭାବନା ! ଏହି ବ୍ୟକ୍ତିଙ୍କୁ କରିବେ ବିବାହ….

ସାରା ଅଲି ଖାନ୍; ପିତାଙ୍କ ନିକଟରେ ପ୍ରକାଶ କଲେ ବିବାହକୁ ନିଜ ମନର ଭାବନା ! ଏହି ବ୍ୟକ୍ତିଙ୍କୁ କରିବେ ବିବାହ….

ବଲିଉଡ଼ ଜଗତରେ ବଡ଼ ବଡ଼ କଳାକାର ଅଛନ୍ତି । ଏଠାରେ ପ୍ରତିଭାର କୌଣସି ଅଭାବ ନାହିଁ । ପ୍ରତି ଶୁକ୍ରବାର କୌଣସି ନା କୌଣସି କଳାକାର ମାନଙ୍କ ଭାଗ୍ୟର ପରୀକ୍ଷା କରନ୍ତି ଦର୍ଶକମାନେ । ବଲିଉଡ଼ କଳାକାର ନିଜ ଅଭିନୟ ଉପରେ ଗର୍ବ ଅନୁଭବ କରନ୍ତି କିନ୍ତୁ ତାଙ୍କ ଭାଗ୍ୟର ନିଷ୍ପତ୍ତି ଦର୍ଶକମାନେ କରନ୍ତି । ଏହା ବିଷୟରେ ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କ କେଦାରନାଥ ରିଲିଜ୍ ହୋଇଛି । ଯାହାକୁ ନେଇ ସେ ଖୁବ୍ ପ୍ରସ୍ତୁତି କରିବାକୁ ନଜର ଆସୁଛନ୍ତି । ଚଳଚ୍ଚିତ୍ରର ପ୍ରଚାର ମଧ୍ୟ କରୁଛନ୍ତି । ଏଥି ମଧ୍ୟରେ ସାରା ଅଲି ଖାନ୍ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ଚଳଚ୍ଚିତ୍ର କେଦାରନାଥ ପ୍ରଚାର ପାଇଁ ସାରା ଅଲି ଖାନ୍ “କଫି ୱିଥ କରନ୍” ଶୋ’କୁ ଆସିବେ । ଏହି ଏପିଷୋଡ଼ର ପ୍ରମୋ ମଧ୍ୟ ରିଲିଜ ହୋଇସାରିଛି । ଯେଉଁଥିରେ ସାରା ଅଲି ଖାନ୍ ନିଜର ବ୍ୟକ୍ତିଗତ ଜୀବନ ଓ ପ୍ରଫେସନଲ ଜୀବନ ସହ ଜଡ଼ିତ କିଛି ରହସ୍ୟ ଉନ୍ମୋଚନ କରିବେ । ସାରା ଅଲି ଖାନ୍ ଏହି ଏପିଷୋଡ଼ରେ ନିଜ ପିତା ଅର୍ଥାତ ସୈଫ ଅଲି ଖାନଙ୍କ ସହିତ ଆସିଛନ୍ତି । ଏହି ସମୟରେ ବାପଝିଅର ଏକ ଉତ୍ତମ ସମ୍ପର୍କ ଦେଖିବାକୁ ମିଳୁଛି, କିନ୍ତୁ ଏହି ସମୟରେ କରନ୍ ଜୋହାର ସାରାଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଛନ୍ତି, ଏବଂ ସାରା ଏହାର ନିର୍ଭୟରେ ଉତ୍ତର ଦେଇଛନ୍ତି ।

ରଣବୀର କପୁରଙ୍କୁ ବିବାହ କରିବା ପାଇଁ ଚାହଁନ୍ତି ସାରା ଅଲି ଖାନ୍

ଶୋ’ର ପ୍ରମୋରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ ସାରା ଅଲି ଖାନ୍ ରଣବୀର କପୂର ଅର୍ଥାତ ନିଜ ସାବତ ମାଁ କରିନାଙ୍କ ଭାଇଙ୍କ ସହ ବିବାହ କରିବାକୁ ଚାହଁନ୍ତି । ଏତିକିନୁହେଁ, ସାରା ଅଲି ଖାନ୍ ସେ ରଣବୀରଙ୍କୁ ଡେଟ୍ କରିବାକୁ ଚାହଁନ୍ତି ନାହିଁ ବରଂ ବିବାହ କରିବାକୁ ଚାହଁନ୍ତି । ଏବଂ ଏଥିପାଇଁ ସେ ଖୁବଶୀଘ୍ର ନିଜ ଘରେ କଥା ହେବେ । ଏହି ସମୟରେ ଯେତେବେଳେ କରନ୍ ଜୋହାର ସାରା ଅଲି ଖାନଙ୍କୁ ପଚାରିଲେ ଯେ ସେ ଡେଟରେ କାହା ସହିତ ଯିବା ପାଇଁ ଚାହଁନ୍ତି ସେତେବେଳେ ସେ କହିଲେ ଯେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ଡେଟରେ ଯିବା ପାଇଁ ଚାହଁନ୍ତି ଏବଂ ଏହି ଏପିଷୋଡ଼ ଖୁବଶୀଘ୍ର ପ୍ରସାରିତ ହେବ ।

ସାରା ଅଲି ଖାନଙ୍କ ପ୍ରେମିକକୁ ଏଭଳି ସବୁ ପ୍ରଶ୍ନ ପଚାରିବେ ସୈଫ

କରନ୍ ଜୋହରଙ୍କ ଏହି ଶୋ’ରେ ସୈଫଙ୍କୁ ପଚରାଗଲା ଯେ ସେ ସାରା ଅଲି ଖାନଙ୍କ ପ୍ରେମୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରିବେ ସେତେବେଳେ ସୈଫ କହିଲେ ଯେ ମୁଁ ତାଙ୍କୁ ରାଜନୈତିକ ମତ ଓ ଡ୍ରଗ୍ସ ବିଷୟରେ ପ୍ରଶ୍ନ କରିବି । ଏହା ବ୍ୟତୀତ ମୋ ଝିଅକୁ ଯେଉଁ ପୁଅ ପସନ୍ଦ ଆସିବ ତା’ସହିତ ମୋ ଝିଅର ବିବାହ କରିବାକୁ ମୁଁ ମନା କରିବି ନାହିଁ । ଏତିକିନୁହେଁ, ସୈଫ ଆହୁରି କହିଲେ ଯେ ଯେଉଁ ପୁଅ ମୋ ଝିଅ ସହିତ ବିବାହ କରିବାକୁ ଚାହେଁ ତାହା ପାଖରେ ଟଙ୍କା ଥିବା ଦରକାର ଯଦି ତାହା ପାଖରେ ଟଙ୍କା ଅଛି ତେବେ ସେ ମୋ ଝିଅ ସହିତ ବିବାହ କରିପାରିବ ।

Leave a Reply

Your email address will not be published. Required fields are marked *