ଯେତେବେଳେ ଗର୍ଭବତୀ କରିସ୍ମାଙ୍କୁ ମାଁଙ୍କ ହାତରେ ମାଡ଼ପିଟ କରିବା ପାଇଁ ଚାହୁଁଥିଲେ ସଞ୍ଜୟ କପୂର, ହନୀମୁନରେ କରିଥିଲେ କଣ୍ଟ୍ରାକ୍ଟ

ବଲିଉଡ଼ ଅଭିନେତ୍ରୀ ମାନେ ପରଦାରେ ଯେତେ ସୁନ୍ଦରୀ ଓ ଖୁସି ନଜର ଆସନ୍ତି ତାଙ୍କ ବାସ୍ତବ ଜୀବନ ସେତିକି କଷ୍ଟଦାୟକ ହୋଇଥାଏ । ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ଗୁଡିଏ ରୋମାଣ୍ଟିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ତାଙ୍କ ବାସ୍ତବ ଜୀବନରେ ରୋମାନ୍ସ ନୁହଁ ବରଂ କଷ୍ଟ ଓ ପୀଡାରେ ଭରପୂର ଅଟେ । ଏହି ଅଭିନେତ୍ରୀ ମାନଙ୍କ ସୂଚୀରେ ଏକ ନାମ ଦିଗଜ୍ଜ ଅଭିନେତ୍ରୀ କରିସ୍ମା କପୂରଙ୍କ ମଧ୍ୟ ଆସେ । ଏକ ସମୟରେ କରିସ୍ମାଙ୍କ ନିର୍ବନ୍ଧ ଅଭିଷେକ ବଚ୍ଚନଙ୍କ ସହିତ ହୋଇଥିଲା କିନ୍ତୁ ଏହି ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ଓ ପରେ କରିସ୍ମା ୨୦୦୬ ମସିହାରେ ବ୍ୟବସାୟୀ ସଞ୍ଜୟ କପୂରଙ୍କ ସହିତ ବିବାହ କରିଥିଲେ । ବାହାଘର ଖୁବ ଧୁମଧାମରେ ଅନୁଷ୍ଠିତ ହେଲା କିନ୍ତୁ ବିବାହର କିଛି ସମୟ ପରେ କହଳ ଓ ଝଗଡାର ଖବର ଆସିଲା ।

ମାଁ ହାତରେ ମାଡ଼ ପିଟ କରାଇବା ପାଇଁ ଚାହୁଁଥିଲେ ସଞ୍ଜୟ କପୂର

ବିବାହର କିଛି ସମୟ ପରେ କରିଷମା ଓ ସଞ୍ଜୟଙ୍କ ମଝିରେ ସୃଷ୍ଟି ହୋଇ ଥିବା କଳହର ଖବର ଆସିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଦୁହିଁଙ୍କ ୨୦୧୬ ମସିହାରେ ଛାଡପତ୍ର ହୋଇଯାଇଥିଲା ଓ ମାମଲା ଅଦାଲତରେ ପହଞ୍ଚିଗଲା । ସେହି ସମୟରେ କରିଷମା କେବଳ ସଞ୍ଜୟଙ୍କ ଉପରେ ନୁହଁ ବରଂ

ତାଙ୍କ ପରିବାର ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ କରିଥିଲେ । କରିଷମା କହିଥିଲେ ଯେ, ସଞ୍ଜୟ ନିଜ ମାଁ ହାତରେ ତାଙ୍କୁ ବାଡ଼େଇବା ପାଇଁ ଚାହୁଁଥିଲେ । କିଛି ଦିନ ଧରି ଅଦାଲତରେ ଚାଲିଥିବା ଏହି ମାମଲାରେ କରିଷମା ଘରୋଇ ହିଂସା ଭଳି ଗମ୍ଭୀର ଅଭିଯୋଗ କରିଥିଲେ।

ଗର୍ଭାବସ୍ଥାରେ ଅତ୍ୟାଚାର

ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, କରିଷମା ସ୍ୱାମୀ ସଞ୍ଜୟ କପୂର ଉପରେ ଅଭିଯୋଗ କରିଥିଲେ ଯେ ଓ ନିଜ ଗର୍ଭାବସ୍ଥା ସମୟର କଥା କହିଥିଲେ। କରିଷମା କହିଥିଲେ ଯେ ଯେତେବେଳେ ସେ ଗର୍ଭବତୀ ଥିଲେ ସେତେବେଳେ ସଞ୍ଜୟ ଗୋଟିଏ ଡ୍ରେସ ପିନ୍ଧିବା ପାଇଁ କହିଥିଲେ ଯାହାକି

ତାଙ୍କୁ ଫିଟ ହେଲା ନାହିଁ କାରଣ ସେ ସେତେବେଳେ ଗର୍ଭବତୀ ଥିଲେ । ଏଥିପାଇଁ ସଞ୍ଜୟ ନିଜ ମାଁ ଙ୍କୁ କରିସ୍ମାଙ୍କ ଗାଲରେ ଗୋଟାଏ ଚାପୁଡ଼ା ମାରିବା ପାଇଁ କହିଥିଲେ । କରିସ୍ମାଙ୍କ ଆବେଦନ ପତ୍ରରେ ଜାହିର କରିଥିବା ଏହି ଘଟଣା ଯୋଗୁଁ ସମସ୍ତେ ଚକିତ ହୋଇ ଯାଇଥିଲେ ।

ହନୀମୁନ ରେ କରିଥିଲେ କଣ୍ଟ୍ରାକ୍ଟ

ସେମିତିରେ ଦେଖିବାକୁ ଗଲେ କରିସ୍ମା ନିଜ ବୈବାହିକ ଜୀବନରେ ଗୋଟିଏ ନୁହଁ ବରଂ ଅନେକ କଷ୍ଟ ସହ୍ୟ କରିଛନ୍ତି । ଯେତେବେଳେ ସେ ସ୍ୱାମୀ ସହିତ ହନୀମୁନରେ ଯାଇଥିଲେ ସେତେବେଳେ ସଞ୍ଜୟ କପୂର ନିଜ ବନ୍ଧୁ ମାନଙ୍କ ସହ କରିସ୍ମାଙ୍କ କଣ୍ଟ୍ରାକ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । ଯାହା ପାଇଁ କରିସ୍ମା ମନା କରି ଦେଇଥିଲେ ଓ ସେତେବେଳେ ସଞ୍ଜୟ କରିସ୍ମାଙ୍କୁ ଖୁବ ମାରିଥିଲେ ।

କରିସ୍ମାଙ୍କ ଅନେକ ଥର ଦୁଃଖ ଝଲସି ଉଠିଲା କିନ୍ତୁ ବର୍ତ୍ତମାନ ସେ ସେସବୁ ଦୁଃଖକୁ ଭୁଲି ଆଗକୁ ବଢ଼ି ଯାଇଛନ୍ତି। କରିସ୍ମାଙ୍କ ଦୁଇଟି ସନ୍ତାନ ଅଛନ୍ତି । ବଡ଼ ଝିଅ ସମୟରା କପୂର ଯିଏ ୧୫ ବର୍ଷ ବୟସ୍କା ଅଟନ୍ତି ଓ ପୁଅ କିଆନ ରାଜ କପୂର ଯାହାର ବର୍ଷ ୧୧ ଅଟେ । ଦୁଇଟି ସନ୍ତାନ କରିଷମାଙ୍କ ସହିତ ରୁହନ୍ତି ।

Be the first to comment

Leave a Reply

Your email address will not be published.


*