ସ୍ତ୍ରୀ ଓ ଭଉଣୀଙ୍କ ସହିତ କର୍କଟ ରୋଗର ଚିକିତ୍ସା କରିବା ପାଇଁ ନ୍ୟୁୟର୍କ ଯିବେ ସଞ୍ଜୟ ଦତ୍ତ । ଆମେରିକା ଦେଲା ୫ ବର୍ଷର ବୀଜା ।

ଅଭିନେତା ସଞ୍ଜୟ ଦତ୍ତ ବର୍ତ୍ତମାନ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି । ଅଭିନେତା ଖୁବଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ତାଙ୍କ ଫ୍ୟାନ୍ସ ଓ ବଲିଉଡ଼ କଳାକାର ମାନେ ପ୍ରତିଦିନ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ବର୍ତ୍ତମାନ ଅଭିନେତା ମୁମ୍ବାଇର କୋକିଲା ବେନ ହସ୍ପିଟାଲରେ ନିଜର ଚିକିତ୍ସା କରୁଛନ୍ତି । ଏଥି ମଧ୍ୟରେ ଖବର ଆସୁଛି ଯେ ଅଭିନେତା ଖୁବଶୀଘ୍ର ଆମେରିକା ଯାଇ ଚିକିତ୍ସା କରାଇବେ । ସୂଚନା ଅନୁଯାୟୀ ଏହି ରୋଗ ବିଷୟରେ ସୂଚନା ମିଳିବା ମାତ୍ରେ ସେ ବୀଜା ପାଇଁ ପ୍ରାର୍ଥନା ପତ୍ର ଦାଖଲ କରିଥିଲେ । ୧୯୯୩ ମସିହାରେ ମୁମ୍ବାଇରେ ବିସ୍ଫୋରଣରେ ନାମ ଆସିଥିବା ଯୋଗୁଁ ତାଙ୍କୁ ବୀଜା ମିଳିବା ସହଜ ନଥିଲା, କିନ୍ତୁ ଏକ ନିକଟ ବନ୍ଧୁ ସାହାଯ୍ୟରେ ତାଙ୍କୁ ୫ ବର୍ଷ ପାଇଁ ବୀଜା ମିଳିଯାଇଛି ।

google

ସଞ୍ଜୟ ଦତ୍ତ ଆମେରିକାରେ ଚିକିତ୍ସା ପାଇଁ ସ୍ତ୍ରୀ ମାନ୍ୟତା ଓ ଭଉଣୀ ପ୍ରିୟା ସହିତ ନ୍ୟୁୟର୍କ ଯିବେ । ରିପୋର୍ଟ ଅନୁଯାୟୀ ସଞ୍ଜୟ ଦତ୍ତଙ୍କ ମାଁ ଓ ସ୍ବର୍ଗତ ଅଭିନେତ୍ରୀ ନର୍ଗିସଙ୍କ ଚିକିତ୍ସା ମଧ୍ୟ ସେହି ହସ୍ପିଟାଲରେ ହୋଇଥିଲା । ସୂଚନାଥାଉକି ତାଙ୍କୁ ପେନକ୍ରିଏଟିକ କର୍କଟ ରୋଗ ଥିଲା । ତାଙ୍କର ପ୍ରଥମ ସ୍ତ୍ରୀ ରିଚା ଶର୍ମା ମଧ୍ୟ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ଥିଲେ ।

google

ଆପଣଙ୍କୁ ସୁଚାଇଦେଉଛୁ ଯେ ମନୀଷା କୋଈରାଲା, ୟୁବରାଜ ସିଂହ ଓ ସୋନାଲି ବେନ୍ଦ୍ରେ ଭଳି କଳାକାର ମାନେ ମଧ୍ୟ ନ୍ୟୁୟର୍କର ସ୍ନୋଲ କେଟରିଙ୍ଗ କର୍କଟ ସେଣ୍ଟରରେ ଚିକିତ୍ସା କରାଇଲେ ଓ କର୍କଟ ରୋଗରୁ ମୁକ୍ତ ହେଲେ । କୁହାଯାଏ ଯେ ଆମେରିକାର ନ୍ୟୁୟର୍କରେ କର୍କଟ ରୋଗର ସବୁଠାରୁ ଭଲ ହସ୍ପିଟାଲ ରହିଛି । ଯାହାର ନାମ ହେଉଛି ମେମୋରୀୟଲ ସ୍ନୋଲ କ୍ୟାରିୟର ସେଣ୍ଟର । କୁହାଯାଉଛି ଯେ ସଞ୍ଜୟ ଦତ୍ତଙ୍କ କର୍କଟ ରୋଗର ଚିକିତ୍ସା ମଧ୍ୟ ଏଠାରେ ହୋଇପାରେ, ଏଥିପାଇଁ ତାଙ୍କୁ ଶିଘ୍ରରୁ ଅତିଶୀଘ୍ର ନ୍ୟୁୟର୍କ ଯିବାକୁ ପଡ଼ିବ । ବର୍ତ୍ତମାନ ପୁରା ଦତ୍ତ ପରିବାର ସଞ୍ଜୁ ବାବାଙ୍କ ସହିତ ଠିଆ ହୋଇଛି ।

google

କୁହାଯାଉଛି ଯେ ତାଙ୍କର କର୍କଟ ଷ୍ଟେଜ୍ ୪ ଅଟେ । ୮ ଅଗଷ୍ଟରେ ସଞ୍ଜୟ ଦତ୍ତ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ସେଠାରେ ଏଡ଼ମିଟ୍ ହୋଇଥିଲେ । ସଞ୍ଜୟ ଦତ୍ତଙ୍କୁ ଛାତିରେ କଷ୍ଟ ଓ ନିଃଶ୍ବାସ ନେବାକୁ କଷ୍ଟ ହେଉଥିଲା । ଡାକ୍ତର ମାନେ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ଚିକିତ୍ସା କଲେ ଓ ଫୁସଫୁସ କର୍କଟ ଅଛି ବୋଲି ଜଣାଇଲେ, ଏହା ପରେ ଅଭିନେତା କିଛି ସମୟ ପାଇଁ ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିବି ବୋଲି ଘୋଷଣା କଲେ ।

google

ସେ ଲେଖିଥିଲେ ଯେ, ‘ହାୟ ଫ୍ରେଣ୍ଡସ…..କିଛି ଦିନ ପାଇଁ ମୁଁ ଡାକ୍ତରୀ ଚିକିତ୍ସା କାରଣରୁ ବ୍ରେକ୍ ନେଉଛି । ମୋର ପରିବାର ଲୋକମାନେ ମୋ ସହିତ ଅଛନ୍ତି । ମୁଁ ନିଜେ ଫ୍ୟାନ୍ସ ମାନଙ୍କୁ କହିବା ପାଇଁ ଚାହେଁ ଯେ ସେମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଏବଂ ଅଧିକ ଅନୁମାନ ଲଗାନ୍ତୁ ନାହିଁ । ଆପଣଙ୍କ ପ୍ରେମ ଓ ପ୍ରାର୍ଥନା ଯୋଗୁଁ ମୁଁ ଖୁବଶୀଘ୍ର ଫେରିବି ।’

google

ଗତ ଦିନ ଗୁଡ଼ିକରେ ସଞ୍ଜୟ ଦତ୍ତଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ସଞ୍ଜୁ ବାବାଙ୍କ ଚିକିତ୍ସାକୁ ନେଇ ଏକ ବୟାନ ଜାରି କରିଛନ୍ତି । ଏହି ବୟାନରେ ମାନ୍ୟତା ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ରୋଗର ଷ୍ଟେଜ୍ ଅନୁମାନ ଲଗାନ୍ତୁ ନାହିଁ ଏହା ସହିତ ଏହା ମଧ୍ୟ କହିଛନ୍ତି ଯେ ସେ ସାମାନ୍ୟ ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟା କରିବେ କାରଣ ଏହି ଯୁଦ୍ଧ ବହୁତଦିନ ଧରି ଚାଲିବ । ମାନ୍ୟତା ଏହା ମଧ୍ୟ କହିଛନ୍ତି ଯେ ଆରମ୍ଭରେ ଚିକିତ୍ସା ମୁମ୍ବାଇରେ ହେବ କିନ୍ତୁ ସ୍ଥିତି ସାମାନ୍ୟ ହେଲେ ବିଦେଶ ମଧ୍ୟ ଯାଇପାରନ୍ତି ।

Be the first to comment

Leave a Reply

Your email address will not be published.


*