ପୁଅ ସନ୍ଦୀପ୍ ନାହରଙ୍କ ପାର୍ଥିବ ଶରୀର ଦେଖି କାନ୍ଦି କାନ୍ଦି ମୁର୍ଚ୍ଛିତ ହେଲେ ମା’ ! କହିଲେ “ମୋ ହିରୋ ଚାଲିଗଲା”…

ପୁଅ ସନ୍ଦୀପ୍ ନାହରଙ୍କ ପାର୍ଥିବ ଶରୀର ଦେଖି କାନ୍ଦି କାନ୍ଦି ମୁର୍ଚ୍ଛିତ ହେଲେ ମା’ ! କହିଲେ “ମୋ ହିରୋ ଚାଲିଗଲା”…

ସୁଶାନ୍ତ ସିଂ ରାଜପୁତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ୍ ନାହର୍ ଫେବୃଆରୀ ୧୫ରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ଅଭିନେତା ନିଜ ଫେସବୁକ୍ ଆକାଉଣ୍ଟରେ ଏକ ଲମ୍ବା ଆତ୍ମହତ୍ୟା ନୋଟ୍ ଲେଖିଥିଲେ ଏବଂ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କ ପତ୍ନୀ କାଞ୍ଚନ୍ ଶର୍ମା ଏବଂ ତାଙ୍କ ଶାଶୁଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି ବୋଲି କହିଥିଲେ ।

ସନ୍ଦୀପଙ୍କ ଶେଷକୃତ୍ୟ ତାଙ୍କର କଲକାରେ ଥିବା ତାଙ୍କ ପୈତୃକ ବାସଭବନରେ ବୁଧବାର ଦିନ ସମାପ୍ତ ହୋଇଛି । ସନ୍ଦୀପ ନାହରଙ୍କ ମୃତଦେହ ଦେଖି ଅଭିନେତାଙ୍କ ମା’ କାନ୍ଦି କାନ୍ଦି ବେହୋସ୍ ହୋଇଯାଇଛନ୍ତି । ଅଭିନେତାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି, ‘ମୋର ହିରୋ ଚାଲିଯାଇଛି ଏବେ ଆଉ ମୁଁ ମୋ ପୁଅକୁ କିପରି ଭେଟିବି ? କିଏ ମତେ ମୁମ୍ବାଇ ବୁଲେଇବ ।’

ସନ୍ଦୀପଙ୍କ ପିତା ସନ୍ଦୀପଙ୍କ ପତ୍ନୀ କାଞ୍ଚନ୍ ଶର୍ମା ଏବଂ ତାଙ୍କ ମା’ଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ସନ୍ଦୀପ ନାହରଙ୍କ ପତ୍ନୀ ଏବଂ ଶାଶୁଙ୍କ ବିରୋଧରେ ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରେରଣା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଅଭିନେତାଙ୍କ ଫେସବୁକ୍ ଆକାଉଣ୍ଟରୁ ତାଙ୍କ ଭିଡିଓ ଏବଂ ଆତ୍ମହତ୍ୟା ନୋଟ୍ ଡିଲିଟ୍ କରିଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ପୋଲିସ୍ ଅଧିକାରୀ କହିଥିଲେ ଯେ ଏହା ସମ୍ଭବତ ଫେସବୁକ୍ ନିଜ ନୀତି ଅନୁଯାୟୀ ଡିଲିଟ୍ କରିଛି । ସେ କହିଛନ୍ତି, ‘ଯଦି କୌଣସି ଆପତ୍ତିଜନକ ପୋଷ୍ଟକୁ ନେଇ ଅଭିଯୋଗ ଦିଆଯାଇଥାଏ ତେବେ ଫେସବୁକ୍ ଏହାକୁ ନିଜ ତରଫରୁ ଡିଲିଟ୍ କରିଦେଇଥାଏ । ଯାଞ୍ଚ ମାଧ୍ୟମରେ ଆମେ ଜାଣିବାକୁ ଚେଷ୍ଟା କରୁଛୁ ଯେ ଏହି ପୋଷ୍ଟଟି କିଏ ଏବଂ କେବେ ଡିଲିଟ୍ କରିଛି ।’

କେବଳ ଏତିକି ନୁହେଁ ସନ୍ଦୀପ ନାହରଙ୍କ ଫେସବୁକ୍ ଆକାଉଣ୍ଟରୁ ୨୦୨୦ର ସମସ୍ତ ପୋଷ୍ଟ ଡିଲିଟ୍ କରାଯାଇଛି । ପୋଲିସ୍ ସ୍ପଷ୍ଟ ଭାବେ କହିଛି ଯେ ଏ ପର୍ଯ୍ୟନ୍ତ ସେମାନେ ଫେସବୁକକୁ ପୋଷ୍ଟ ଡିଲିଟ୍ କରିବା ପାଇଁ କୌଣସି ଅନୁରୋଧ ପଠାଇ ନାହାଁନ୍ତି । ଏଭଳି ପରିସ୍ଥିତିରେ କିଏ ଭିଡିଓ ଡିଲିଟ୍ କରିଛନ୍ତି ତାହାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *