ମାଁ’ ହେବାପରେ ୧୦୫ କିଲୋଗ୍ରାମ୍ ଓଜନର ହୋଇଯାଇଥିଲେ ସମୀରା ରେଡ୍ଡୀ ! ଗର୍ଭାବସ୍ଥାର ଅଷ୍ଟମ ମାସରେ ଅଭିନେତ୍ରୀ କରାଇଥିଲେ ବିକିନୀ ସୁଟ୍…

ମାଁ’ ହେବାପରେ ୧୦୫ କିଲୋଗ୍ରାମ୍ ଓଜନର ହୋଇଯାଇଥିଲେ ସମୀରା ରେଡ୍ଡୀ ! ଗର୍ଭାବସ୍ଥାର ଅଷ୍ଟମ ମାସରେ ଅଭିନେତ୍ରୀ କରାଇଥିଲେ ବିକିନୀ ସୁଟ୍…

ବଲିଉଡ଼ର ସବୁଠାରୁ ସୁନ୍ଦରୀ ଓ ଜଣାଶୁଣା ଅଭିନେତ୍ରୀ ସମୀରା ରେଡ୍ଡୀ କିଛି ସମୟରୁ ବଲିଉଡ଼ରୁ ଦୂରେଇ ଯାଇଛନ୍ତି ଏବଂ ସେ ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି ଓ ଅଧିକାଂଶ ସମୟରେ ନିଜର ସୁନ୍ଦର ସୁନ୍ଦର ଫଟୋଗୁଡିକ ସେୟାର୍ କରନ୍ତି । ଯାହାକି ଖୁବ୍ ଭାଇରଲ୍ ହେଉଛି । ସମୀରା ରେଡ୍ଡୀ ୨୦୦୨ରେ ଚଳଚ୍ଚିତ୍ର ‘ମେନେ ଦିଲ ତୁଝକୋ ଦିୟା’ରୁ ବଲିଉଡ଼ରୁ ଡେବ୍ୟୁ କରିଥିଲେ ଏବଂ ଏହାପରେ ସେ ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଏବଂ ଇଣ୍ଡଷ୍ଟ୍ରିରେ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି ।

ସେପଟେ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସମୀରା ହିନ୍ଦୀ, ତାମିଲ୍, ତେଲୁଗୁ, ମାଲାୟଲମ୍, କନ୍ନଡ଼ ଓ ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ ନିଜର ଯଲବା ଦେଖାଇଛନ୍ତି । ଜଣାଇଦେଉଛୁ ଯେ ସମୀରା ନିଜ କ୍ୟାରିୟରରେ ‘ଡରନା ମନା ହେ’, ‘ମୁସାଫିର୍’, ‘ନୋଏଣ୍ଟ୍ରି’, ‘ପ୍ଲାନ୍’, ‘ଟେକ୍ସି ନମ୍ବର୍ ୯ ୨ ୧୧’ ଓ ‘ଦେ ଦନା ଦନ୍’ ଭଳି ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ୨୦୧୨ରେ ସେ ଚଳଚ୍ଚିତ୍ର “ଚକ୍ରବ୍ୟୁହ”ରେ ନଜର ଆସିଛନ୍ତି ଏବଂ ଏହାପର ଠାରୁ ସମୀରା ବଲିଉଡ଼ରୁ ଦୁରେଇ ଯାଇଛନ୍ତି ।

ସେପଟେ ଯଦି ଆଲୋଚନା କରିବା ତେବେ ସମୀରା ରେଡ୍ଡୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତେବେ ସେମାନେ ୨୧ ଜାନୁଆରୀ ୨୦୧୪ କୁ ଅକ୍ଷୟ ବର୍ଦ୍ଧେଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଜଣାଇଦେଉଛୁ ଯେ ସମୀରା ସ୍ୱାମୀ ଅକ୍ଷୟ ବର୍ଦ୍ଧେ ବରଦେଞ୍ଚି ବାଇକ୍ସ କମ୍ପାନୀର ମାଲିକ ଅଟନ୍ତି ଏବଂ ସମୀରାଙ୍କୁ ମୋଟର୍ ବାଇକ୍ସରେ ବହୁତ ରୁଚି ରହିଛି ଏବଂ ଆପଣଙ୍କୁ ସୁଚାଇଦେଉଛୁ ଯେ ସମୀରାଙ୍କ ବିବାହରେ ତାଙ୍କ ବର ଅକ୍ଷୟ ବର୍ଦ୍ଧେ ଘୋଡାରେ ଚଢ଼ି ନୁହେଁ ବରଂ ମୋଟର୍ ସାଇକେଲରେ ବସି ଆସିଥିଲେ ଏବଂ ଏ ଦୁହିଁଙ୍କ ପ୍ରେମ କାହାଣୀ ମଧ୍ୟ ମୋଟର୍ ସାଇକେଲରୁ ଆରମ୍ଭ ହୋଇଥିଲା ।

ବାସ୍ତବରେ ସମୀରା ଓ ଅକ୍ଷୟ ବର୍ଦ୍ଧେଙ୍କ ପ୍ରଥମ ଦେଖା ଅକ୍ଷୟଙ୍କ କମ୍ପାନୀକୁ ବାଇକ୍ କିଣିବା ପାଇଁ ପହଞ୍ଚି ଥିଲେ । ଯେତେବେଳେ ସମୀରା ତାଙ୍କ କମ୍ପାନୀରେ ବାଇକ୍ କିଣିବା ପାଇଁ ପହଞ୍ଚି ଥିଲେ ଏବଂ ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେଲା ଏବଂ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଗଲା ଏବଂ ପରେ ଦୁହେଁ ଏହି ଭଲପାଇବାକୁ ବିବାହର ନାମ ଦେଇ ଦେଲେ । ଆଜି ସମୀରା ଓ ଅକ୍ଷୟ ସ୍ୱାମୀ ସ୍ତ୍ରୀ ହୋଇ ଗଲେଣି ଓ ଆଜି ଏ ଦମ୍ପତ୍ତି ଦୁଇଟି ଶିଶୁର ମାତାପିତା ଅଟନ୍ତି ।

ଜଣାଇଦେଉଛୁ ଯେ ସମୀରା ୨୦୧୮ରେ ନିଜ ଝିଅ ନ୍ୟାରାଙ୍କୁ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହା ପୂର୍ବରୁ ତାଙ୍କର ଗୋଟିଏ ପୁଅ ଅଛନ୍ତି ଯାହାର ନାମ ହଂସ ଅଟେ ଓ ସମୀରାଙ୍କ ଅନୁଯାୟୀ ତାଙ୍କର ପ୍ରଥମ ଗର୍ଭାବସ୍ଥାରେ ତାଙ୍କୁ ସେତେ ଅଧିକ ପ୍ରଭାବ ପଡିନଥିଲା କିନ୍ତୁ ଦ୍ୱିତୀୟ ଗର୍ଭାବସ୍ଥାର ଅନୁଭବ କିଛି ଭିନ୍ନ ଥିଲା ଓ ସେମାନେ ଏହି ସମୟରେ ପୋଷ୍ଟ ‘ପାର୍ଟମ୍ ଡ଼ିପ୍ରେସନ୍’ର ଶିକାର ହୋଇଥିଲେ ।

ସମୀରା ଏହା ବିଷୟରେ ଆଲୋଚନା କରି ଏକ ଇଣ୍ଟରଭିୟୁରେ କହିଥିଲେ ଯେ ଦ୍ୱିତୀୟ ଗର୍ଭାବସ୍ଥା ପରେ ତାଙ୍କ ଓଜନ ୧୦୫ କିଲୋ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ଏବଂ ସେ କହିଥିଲେ ଯେ ଦ୍ୱିତୀୟ ଥର ମାଁ ହେବାପରେ ସେ ନିଜକୁ ସମ୍ଭାଳିବା ବହୁତ କଷ୍ଟକର ଥିଲା କିନ୍ତୁ ସେ ନିଜକୁ ଖୁବ୍ କଷ୍ଟରେ ସମ୍ଭାଳି ଥିଲେ କାରଣ ତାଙ୍କର ଏକ ଚାରି ବର୍ଷର ପୁଅ ହଂସ ମଧ୍ୟ ଥିଲା ଏବଂ ସେ ନିଜକୁ ଏଥିପାଇଁ ପ୍ରସ୍ତୁତ କରି ନେଇଥିଲେ ।

ଜଣାଇଦେଉଛୁ ଯେ ସମୀରା ୨୦୧୮ରେ ଝିଅ ନ୍ୟାରାଙ୍କୁ ଜନ୍ମ ଦେଇଥିଲେ ଏବଂ ନିଜର ଦ୍ୱିତୀୟ ଗର୍ଭାବସ୍ଥା ସମୟରେ ସେ ସେ ସବୁ କିଛି କରିବା ପାଇଁ ଚାହୁଁଥିଲେ ଯାହା ସେମାନେ ପ୍ରଥମ ଗର୍ଭାବସ୍ଥା ସମୟରେ କରିପାରିନଥିଲେ ଓ ସେ ଗର୍ଭାବସ୍ଥା ସମୟରେ ସନ୍ତରଣର ଅନୁଭବ ମଧ୍ୟ ନେଇଥିଲେ ।

ସମୀରା ୮ ମାସର ଗର୍ଭାବସ୍ଥା ସମୟରେ ନିଜର ବିକିନୀ ସୁଟ୍ ମଧ୍ୟ କରାଇ ଥିଲେ ଏବଂ ତାଙ୍କର ଏହି ବିକିନୀ ସୁଟ୍ ଦେଖି କିଛି ଗର୍ଭବତୀ ମହିଳା ତାଙ୍କଠାରୁ ପ୍ରେରଣା ନେଇଥିଲେ ।

ଜଣାଇଦେଉଛୁ ଅଭିନେତ୍ରୀ ସମୀରା ରେଡ୍ଡୀ ନିଜର ଖୋଲା ବକ୍ତା ଶୈଳୀ ପାଇଁ ମଧ୍ୟ ଜଣାଶୁଣା ଏବଂ ଥରେ ସମୀରା ରେଡ୍ଡୀ ମଧ୍ୟ ସୋସିଆଲ୍ ମିଡ଼ିଆ ନିଜର ଧଳା କେଶର ଫୋଟ ମଧ୍ୟ ସେୟାର୍ କରିଥିଲେ ଯାହା ଫଳରେ ଲୋକମାନେ ତାଙ୍କୁ ଖୁବ୍ ଟ୍ରୋଲ୍ ମଧ୍ୟ କରିଥିଲେ । ଜଣାଇଦେଉଛୁ ଯେ ସୋସିଆଲ୍ ମିଡିଆରେ ସମୀରା ଖୁବ୍ ସକ୍ରିୟ ରୁହନ୍ତି ଏବଂ ସେ ଅଧିକାଂଶ ସମୟରେ ନିଜ ପରିବାର ସହ ଫୋଟ ପୋଷ୍ଟ କରନ୍ତି ।

Leave a Reply

Your email address will not be published. Required fields are marked *