ବହୁତ ସୁନ୍ଦର ଅଟନ୍ତି ‘ସୋଲେ’ରେ ସାମ୍ବା ହୋଇଥିବା ଅଭିନେତାଙ୍କ ଦୁଇ ଝିଅ ! ବାପାଙ୍କ ଭଳି ବଲିଉଡରେ କମାଉଛନ୍ତି ସୁନାମ…

ବହୁତ ସୁନ୍ଦର ଅଟନ୍ତି ‘ସୋଲେ’ରେ ସାମ୍ବା ହୋଇଥିବା ଅଭିନେତାଙ୍କ ଦୁଇ ଝିଅ ! ବାପାଙ୍କ ଭଳି ବଲିଉଡରେ କମାଉଛନ୍ତି ସୁନାମ…

୭୦ ଦଶକର ବ୍ଲକବଷ୍ଟର୍ ଫିଲ୍ମ ‘ସୋଲେ’ରେ ସାମ୍ବା ଭୂମିକାରେ ଅଭିନୟ କରିଥିବା ‘ମ୍ୟାକ୍ ମୋହନ୍’ଙ୍କର ଏକାଦଶ ମୃତ୍ୟୁ ବାର୍ଷିକୀ ନିକଟରେ ଚାଲିଯାଇଛି । ‘ମ୍ୟାକ୍ ମୋହନ୍’ଙ୍କ ମୃତ୍ୟୁ ୨୦୧୦ ମସିହା ମେ ୧୦ ତାରିଖରେ ହୋଇଥିଲା । ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସତ୍ୱେ ମ୍ୟାକ୍ ମୋହନଙ୍କୁ ‘ସୋଲେ’ର ସାମ୍ବା ଚରିତ୍ର ଲୋକପ୍ରିୟତା ଆଣିଦେଇଥିଲା । ଲୋକ ତାଙ୍କୁ ମ୍ୟାକ୍ ମୋହନ୍ ନୁହେଁ ବରଂ ସାମ୍ବା ନାମରେ ଅଧିକ ଜାଣିଥିଲେ । ‘ମ୍ୟାକ୍ ମୋହନ୍’ଙ୍କ ବିଷୟରେ ତ ଅନେକ ଲୋକ ଜଣିଥିବେ କିନ୍ତୁ ତାଙ୍କ ଝିଅମାନଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ମ୍ୟାକଙ୍କ ବଡ ଝିଅଙ୍କ ନାମ ମଞ୍ଜରୀ ମକିଜାନି ଏବଂ ସାନ ଝିଅ ହେଉଛନ୍ତି ବିନତି ମକୀଜାନି । ନିଜ ବାପାଙ୍କ ଭଳି ଦୁଇଝିଅ ମଧ୍ୟ ବଲିଉଡରେ କାମ କରୁଛନ୍ତି ଏବଂ ଖୁବ୍ ସୁନାମ ଅର୍ଜନ କରିଛନ୍ତି । ମ୍ୟାକଙ୍କର ଏକ ପୁଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଵିକ୍ରମ ମକୀଜାନି ।

ମ୍ୟାକଙ୍କ ବଡ ଝିଅ ଜଣେ ‘ଫିଲ୍ ପ୍ରଡ୍ୟୁସର୍’ ଅଟନ୍ତି ଏବଂ ନିଜର ଶର୍ଟ ଫିଲ୍ମ ପାଇଁ ସେ ପ୍ରସିଦ୍ଧ । ୨୦୧୨ରେ ଆସିଥିବା ଶର୍ଟ ଫିଲ୍ମ ‘ଦ ଲାଷ୍ଟ ମାର୍ବଲ୍’ ଏବଂ ୨୦୧୪ରେ ଆସିଥିବା ଶର୍ଟ ଫିଲ୍ମ ‘ଦ କର୍ଣ୍ଣର୍ ଟେବଲ୍’ରେ ଲୋକମାନେ ତାଙ୍କ କାମକୁ ଖୁବ୍ ପସନ୍ଦ କରିଥିଲେ ।

ମଞ୍ଜରୀ ‘ଡାକିର୍କ’, ‘ଦ ଡାର୍କ ନାଇଟ୍ ରାଇଜେସ୍’, ‘ୱଣ୍ଡର୍ ଓମେନ୍’, ‘ମିଶନ୍ ଇମପସିବଲ୍’ ଭଳି ଫିଲ୍ମରେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର୍ ଭାବେ କାମ କରିଛନ୍ତି । ସେ ପ୍ରିୟଙ୍କାଙ୍କ ଫିଲ୍ମ ‘ସାତ୍ ଖୁନ୍ ମାଫ୍’ ଏବଂ ରଣବୀରଙ୍କ ଫିଲ୍ମ ‘ୱେକ୍ ଅପ୍ ସିଡ୍’ରେ ମଧ୍ୟ କାମ କରିଛନ୍ତି ।

ବଡ ଭଉଣୀ ମଞ୍ଜରୀଙ୍କ ଭଳି ସାନ ଭଉଣୀ ବିନତୀ ମଧ୍ୟ ପ୍ରଡ୍ୟୁସର୍ ଏବଂ ଅଭିନେତ୍ରୀ ଅଟନ୍ତି । ସେ ୨୦୧୦ ମସିହାରେ ଆସିଥିବା ଫିଲ୍ମ ‘ମାଇଁ ନେମ୍ ଇଜ୍ ଖାନ୍’, ‘ସ୍କେଟ୍ ବସ୍ତି’, ‘ସ୍କେଟର୍ ଗାର୍ଲ’ରେ କାମ କରିଛନ୍ତି ।

ଦୁଇ ଭଉଣୀ ବାପାଙ୍କ ସ୍ୱପ୍ନ ପୁରା କରୁଛନ୍ତି ଏବଂ ବାପା ଦେଖାଇଥିବା ରାସ୍ତାରେ ଚାଲୁଛନ୍ତି । ଦୁଇ ଭଉଣୀ ନିଜ ବାପାଙ୍କ ନାମରେ ପ୍ରଡକ୍ସନ୍ ହାଉସ୍ ଖୋଲି ସେହି ପ୍ରଡକ୍ସନ୍ ହାଉସ୍ ଅଣ୍ଡରରେ ଫିଲ୍ମ ପ୍ରଡ୍ୟୁସ୍ କରୁଛନ୍ତି ।

ବିନତି ‘ଦ ମ୍ୟାକ୍ ଷ୍ଟେଜ୍ କମ୍ପାନୀ’ର ସଂସ୍ଥାପକ ଅଟନ୍ତି । ଏହି କମ୍ପାନୀ ୨୦୧୬ରେ ସ୍ଥାପନ କରାଯାଇଥିଲା । ହଲିଉଡ଼ରେ କାମ କରୁଥିବା ମଞ୍ଜରୀ ଏମାନୁଏଲ୍ ପପ୍ସଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ତାଙ୍କ ସହ ଆମେରିକାରେ ରହୁଛନ୍ତି ।

ଯଦି ଆମେ ‘ମ୍ୟାକ୍ ମୋହନ୍’ଙ୍କ କଥା କହିବା ତେବେ ସେ ପ୍ରାୟ ସବୁ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର୍ କରିଛନ୍ତି । ୩ ଘଣ୍ଟାର ଫିଲ୍ମ ମଧ୍ୟରେ ସାମ୍ବାଙ୍କର କେବଳ ଗୋଟିଏ ଡାଇଲଗ୍ ଥିଲା ତାହା ହେଉଛି ‘ପୁରେ ପଚାଶ ହଜାର୍’ ଯାହା ମ୍ୟାକଙ୍କୁ ଏତେ ଲୋକପ୍ରିୟତା ଆଣିଦେଇଥିଲା ।

ମ୍ୟାକଙ୍କୁ ଛୁଆ ବେଳରୁ ‘କ୍ରିକେଟ୍’ର ସଉକ୍ ଥିଲା ସେ କ୍ରିକେଟର୍ ହେବା ପାଇଁ ଚାହୁଁଥିଲେ ଏବଂ ସେ ଉତ୍ତରପ୍ରଦେଶ ତରଫରୁ ଖେଳୁଥିଲେ । ୧୯୫୨ ମସିହାରେ ସେ ମୁମ୍ବାଇ ଆସିଥିଲେ ଏବଂ ଏଠାକୁ ଆସବା ପରେ ରଙ୍ଗମଞ୍ଚ ଦେଖି ତାଙ୍କର ଅଭିନୟ ପ୍ରତି ରୁଚି ଆସିଲା ।

୧୯୬୪ ମସିହାରେ ସେ ଫିଲ୍ମ ‘ହକିକତ୍’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ନିଜର ୪୬ ବର୍ଷର ଫିଲ୍ମ କ୍ୟାରିଅରରେ ସେ ପ୍ରାୟ ୧୭୫ଟି ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ‘ଅତିଥି ତୁମ୍ କବ୍ ଯାଓଗେ’ର ଶୁଟିଂ କରୁଥିବା ବେଳେ ମ୍ୟାକଙ୍କ ଦେହ ଖରାପ ହୋଇଯାଇଥିଲା ଏବଂ ଜଣାପଡିଥିଲା ଯେ ତାଙ୍କ ‘ଫୁସ୍-ଫୁସ୍’ରେ ଟ୍ୟୁମର୍ ହୋଇଛି । ଏହା ଜଣାପଡିବା ପରେ ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଶେଷରେ ୨୦୧୦ ମସିହା ମେ ୧୦ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ସେ ‘ଶାର୍ଗିଦ୍’, ‘ଅଭିନେତ୍ରୀ’, ‘ଜଞ୍ଜିର୍’, ‘ହୀରା ପନ୍ନା’, ‘ହସତେ ଜଖମ୍’, ‘ମଜବୁର୍ ପ୍ରେମ୍ କାହାନୀ, ‘ହେରା ଫେରୀ’, ‘ଡନ୍’, ‘ଚରସ୍’, ‘କାଲା ପଥର୍’, ‘ଜାନି ଦୁଶମନ୍’, ‘ର୍କଜ୍’, ‘କୁର୍ବାନି’, ‘ଦୋସ୍ତାନା’, ‘କାଲିୟା’, ‘ସତ୍ତେ ପେ ସତ୍ତା’, ‘ଲାଲ୍ ବାଦଶାହ’, ‘ଆଗ୍ ହି ଆଗ୍’ ଏବଂ ‘ଈନସାନି’ ଭଳି ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *