ଲୁଣ ମାଧ୍ୟମରେ ଜାଣିପାରିବେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ! ଦେଖନ୍ତୁ ଘରେ ବସି ଗର୍ଭବସ୍ଥା ପରୀକ୍ଷାର ଅନନ୍ୟ ଉପାୟ…

ଲୁଣ ମାଧ୍ୟମରେ ଜାଣିପାରିବେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ! ଦେଖନ୍ତୁ ଘରେ ବସି ଗର୍ଭବସ୍ଥା ପରୀକ୍ଷାର ଅନନ୍ୟ ଉପାୟ…

ମା ହେବାର ସ୍ୱପ୍ନ ପ୍ରାୟତଃ ସମସ୍ତ ମହିଳା ଦେଖିଥାନ୍ତି । ଯେତେବେଳେ ତାଙ୍କୁ ତାଙ୍କ ଗର୍ଭବତୀ ହେବାର ଖବର ମିଳିଥାଏ, ସେତେବେଳେ ତାଙ୍କର ମୁହଁର ହସ ଖେଳି ଉଠିଥାଏ । ସାଧାରଣତଃ ମହିଳାମାନେ ନିଜ ଗର୍ଭବତୀ ହେବାର ଯାଞ୍ଚ ଡାକ୍ତରଙ୍କ ନିକଟକୁ ଯାଇ କରାଇଥାନ୍ତି । ତେବେ ବଜାରରେ ପ୍ରେଗନେନ୍ସି କିଟ୍ ମଧ୍ୟ ଉପଲବ୍ଧ ରହିଛି କିନ୍ତୁ ଏହାକୁ ସବୁ ମହିଳା କିଣି ପାରନ୍ତିନାହିଁ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଘରେ ବସି ଲୁଣ ସାହାଯ୍ୟରେ ଗର୍ଭାବସ୍ଥା ଯାଞ୍ଚର ଅନନ୍ୟ ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ସାଧାରଣତଃ ଯଦି ଆପଣଙ୍କର ମାସିକ ଋତୁସ୍ରାବ ଅଟକି ଯାଉଛି, ତେବେ ଏହାକୁ ମଧ୍ୟ ଗର୍ଭବତୀ ହେବାର ସଂକେତ ଭାବରେ ବିବେଚନା କରାଯାଉଛି, ତେବେ ଏହି ନିୟମ ସମସ୍ତ ପରିସ୍ଥିତିରେ ଲାଗୁ ହୁଏନାହିଁ । ଅନେକ ଥର ଅନ୍ୟ କୌଣସି କାରଣ ଯୋଗୁଁ ମଧ୍ୟ ମହିଳା ମାନଙ୍କର ଋତୁସ୍ରାବ ଅଟକି ଯାଇଥାଏ । ଏଭଳି ପରିସ୍ଥିତିରେ ଲୁଣ ମାଧ୍ୟମରେ ଆପଣ ଏହା ସୁନିଶ୍ଚିତ କରିପାରିବେ କି ଆପଣ ସତରେ ଗର୍ଭବତୀ ଅଛନ୍ତି କି ନାହିଁ ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ, ଏହି ପ୍ରକାରର ଘରେ ଗର୍ଭବସ୍ଥା ପରୀକ୍ଷା ଆପଣଙ୍କ ଗର୍ଭାବସ୍ଥା ଯାଞ୍ଚର ଅଣ ମେଡ଼ିକାଲ୍ ଉପାୟ ହୋଇଥାଏ । ଯଦି ଆପଣଙ୍କ ନିକଟରେ ପ୍ରେଗନେନ୍ସି କିଟ୍ ଉପଲବ୍ଧ ନାହିଁ, ତେବେ ଆପଣ ଘରେ ଚିନି, ବ୍ଲିଚ୍ ଏବଂ ଲୁଣ ଭଳି ଜିନିଷର ସାହାଯ୍ୟରେ ନିଜର ଗର୍ଭାବସ୍ଥାର ଯାଞ୍ଚ କରିପାରିବେ । ଏହି ସମସ୍ତ ପରୀକ୍ଷା ପଛରେ କେବଳ ଗୋଟିଏ ମାତ୍ର ସିଦ୍ଧାନ୍ତ କାମ କରିଥାଏ ଏବଂ ତାହା ହେଉଛି ପରିସ୍ରାରେ ଏଚସିଜି ହର୍ମୋନର ସ୍ତର ଜଣାପଡିବା ।

କେବେ କରିବେ ଲୁଣ ଦ୍ୱାରା ପରୀକ୍ଷା:-

ଯଦି ଆପଣଙ୍କର ସନ୍ଦେହ କିମ୍ବା ଆଶା ରହିଛି କି ଆପଣ ଗର୍ଭବତୀ ହୋଇପାରନ୍ତି, ତେବେ ଏହି ପରୀକ୍ଷାଟିକୁ ଓଭୁଲେସନର ପଞ୍ଚମ ଦିନ କରିବା ଉଚିତ୍ । ଏହି ଦିନ ଲୁଣ ଦ୍ୱାରା ଗର୍ଭାବସ୍ଥା ପରୀକ୍ଷା କରିବା ଦ୍ୱାରା ଅଧିକ ଭଲ ଫଳାଫଳ ମିଳିଥାଏ । ତେବେ ଏଥିପାଇଁ ଆପଣଙ୍କୁ ପୂର୍ବରୁ ନିଜର ଓଭୁଲେସନ୍ ତାରିଖ ଟ୍ରାକ୍ କରିବାକୁ ପଡିପାରେ ।

ଲୁଣ ଦ୍ୱାରା ଗର୍ଭାବସ୍ଥା ପରୀକ୍ଷା କରିବାର ପ୍ରକ୍ରିୟା:-

ଲୁଣ ଦ୍ୱାରା ନିଜ ଗର୍ଭାବସ୍ଥା ପରୀକ୍ଷା କରିବାପାଇଁ ଆପଣ ସକାଳୁ ସକାଳୁ ଗୋଟିଏ ଖାଲି ପାତ୍ରରେ ନିଜ ମୂତ୍ରର ନମୁନା ନେଇନିଅନ୍ତୁ । ତାପରେ ଏଥିରେ ତିନି ଚତୁର୍ଥାଂଶ ଚାମଚ୍ ଲୁଣ ମିଶାଇ ଦିଅନ୍ତୁ । ଏହାପରେ ଗୋଟିଏରୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏହି ସମୟ ମଧ୍ୟରେ ଲୁଣ ଏବଂ ଆପଣଙ୍କ ପରିସ୍ରା ମଧ୍ୟରେ ପ୍ରତିକ୍ରିୟା ହେବ । ଯଦି ଆପଣଙ୍କ ମୂତ୍ରରେ ଉପସ୍ଥିତ ଏଚସିଜି ହର୍ମୋନ ଲୁଣ ସହ ପ୍ରତିକ୍ରିୟା କରି ଫେଣ ବନାଇ ଦେଉଥାଏ, ତେବେ ଏହାର ଅର୍ଥ ଆପଣ ଗର୍ଭବତୀ ଅଛନ୍ତି । ଏବଂ ଯଦି ଲୁଣ ଏବଂ ପରିସ୍ରା ମଧ୍ୟରେ ପ୍ରତିକ୍ରିୟା ହେଉ ନାହିଁ, ତେବେ ଏହାର ଅର୍ଥ ଆପଣ ଗର୍ଭବତୀ ନାହାଁନ୍ତି । ସରଳ ଶବ୍ଦରେ କହିବାକୁ ଗଲେ ଯଦି ଆପଣଙ୍କ ପରିସ୍ରା ଲୁଣ ସହ ମିଶି ଫେଣ ବନାଇ ଦେଉଛି, ତେବେ ଆପଣ ଗର୍ଭବତୀ ଅଛନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

କେତେ ପ୍ରଭାବଶାଳୀ ଲୁଣ ପରୀକ୍ଷା:-

ଲୁଣ ମାଧ୍ୟମରେ ଗର୍ଭାବସ୍ଥା ପରୀକ୍ଷା କରିବାକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ବିବେଚନା କରାଯାଇଛି, କିନ୍ତୁ ଅଧିକାଂଶ ଦମ୍ପତି ପ୍ରେଗନେନ୍ସି କିଟ୍ ଉପରେ ଅଧିକ ଭରସା କରିଥାନ୍ତି । ତେବେ ଏହି କିଟ୍ ମଧ୍ୟ ଶତ ପ୍ରତିଶତ ସଠିକ୍ ଫଳାଫଳ ଦେବ ଏହା ମଧ୍ୟ ଜରୁରୀ ନୁହେଁ । ଏଥିପାଇଁ ନିଜର ଗର୍ଭାବସ୍ଥା ଯାଞ୍ଚ କରିବାପାଇଁ ଆପଣଙ୍କୁ ଡାକ୍ତରଙ୍କ ନିକଟକୁ ଯାଇ ଅଲ୍ଟ୍ରାସାଉଣ୍ଡ କରିବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *