କରୋନା ପରେ ବର୍ତ୍ତମାନ ପିଆଜ ଦ୍ଵାରା ବ୍ୟାପୁଛି ସାଲ୍ମୋନେଲା ବ୍ୟାକ୍ଟେରିଆର ସଂକ୍ରମଣ । ଏହାକୁ ନେଇ CDC ସତର୍କ ସୂଚନା ଜାରି କରିଛି ।

କରୋନା ପରେ ବର୍ତ୍ତମାନ ପିଆଜ ଦ୍ଵାରା ବ୍ୟାପୁଛି ସାଲ୍ମୋନେଲା ବ୍ୟାକ୍ଟେରିଆର ସଂକ୍ରମଣ । ଏହାକୁ ନେଇ CDC ସତର୍କ ସୂଚନା ଜାରି କରିଛି ।

ଗୋଟିଏ ପଟେ କାରୋନା ଭୂତାଣୁ ଦୁନିଆରେ ହଇଚଇ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଭାଇରଲ୍ ଜ୍ୱର ଡେଙ୍ଗୁ ଭଳି ସମସ୍ୟା ସୃଷ୍ଟି କରିଛି । ଏଥି ମଧ୍ୟରେ ଆମେରିକୀୟ CDC (Health Agency Centers for Disease Control and Prevention) ଏକ ନୂତନ ସଂକ୍ରମଣର ଅନୁମାନ କରିଛନ୍ତି । ସାଲ୍ମୋନେଲା ବ୍ୟାକ୍ଟେରିଆ ନାମକ ଏହି ଜୀବାଣୁ ପିଆଜରୁ ସଂକ୍ରମଣ ବ୍ୟାପୁଛି ।

Google

ଆମେରିକାରେ ୪୦୦ ଲୋକ ସଂକ୍ରମିତ ହୋଇଛନ୍ତି :

ଆମେରିକାରେ ପିଆଜ ଦ୍ଵାରା ସାଲ୍ମୋନେଲା ବ୍ୟାକ୍ଟେରିଆ ବ୍ୟାପିବାରେ ଲାଇଛି ଏବଂ ଏହା ଦ୍ୱାରା ଶହ ଶହ ଲୋକ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ଆମେରିକାର ୩୪ଟି ରାଜ୍ୟର ୪୦୦ ଏବଂ କାନାଡ଼ାରେ ୫୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି । ଏହାପର ଠାରୁ ଅନେକ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି ।

ପିଆଜ ମାଧ୍ୟମରେ ସଂକ୍ରମଣ ବ୍ୟାପୁଛି :

ଖବର ଅନୁସାରେ, ପିଆଜ ଦ୍ୱାରା ବ୍ୟାପୁଥିବା ଏହି ସଂକ୍ରମଣ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି । ପିଆଜ ନ ଖାଇବା ପାଇଁ CDC ପରାମର୍ଶ ଦେଇଛି ଏବଂ ଏକ ନୂତନ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ଯେଉଁମାନଙ୍କ ଘରେ ପୂର୍ବରୁ ପିଆଜ ଅଛି, ତାକୁ ଫୋପାଡି ଦେବାକୁ ନିବେଦନ କରାଯାଇଛି । ଜୁନ୍ ୧୯ରୁ ଜୁଲାଇ ୧୧ ତାରିଖ ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି । ଏଥି ସହିତ ଆମେରିକାର ଫୁଡ଼ ଏବଂ ଡ୍ରଗ୍ସ ଆଡ଼ମିନିଷ୍ଟ୍ରେସନ (ଏଫଡ଼ିଏ) ଅନୁଯାୟୀ ଲାଲ୍ ପିଆଜ ଦ୍ୱାରା ସଲମାନେଲା ସଂକ୍ରମଣ ବ୍ୟାପିଥାଏ । ସତର୍କ ଜାରି କରିବା ପରଠାରୁ ଯୋଗଣକାରୀ ସଂସ୍ଥା ଥମସନ ଇଣ୍ଟରନ୍ୟାସନାଲ ଲାଲ, ଧଳା, ହଳଦିଆ ପିଆଜ ଫେରାଇ ଆଣିଛନ୍ତି ।

Google

ସାଲ୍ମୋନେଲା କଣ ଅଟେ ?

ସଲମାନେଲା ବ୍ୟକ୍ଟେରିଆ ଅନ୍ତନଳୀକୁ ପ୍ରଭାବିତ କରୁଥିବା ଏକ ଜୀବାଣୁ ଅଟେ ଯାହା ଅଣ୍ଡା, ମାଂସ, କଞ୍ଚା କୁକୁଡା ଏବଂ ଫଳ, ତଟକା ପନିପରିବା ମାଧ୍ୟମରେ ବ୍ୟାପିଥାଏ । ଏହା ବ୍ୟତୀତ ଏହା ସାପ, କଇଁଛ ଏବଂ ଝିଟିପିଟି ସହିତ ମଣିଷକୁ ମଧ୍ୟ ପ୍ରଭାବିତ କରିପାରେ ।

Google

ସଲମାନେଲା ଜୀବାଣୁର ଲକ୍ଷଣ :

CDC ଅନୁଯାୟୀ, ପୀଡିତ ରୋଗୀକୁ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ପୀଡିତ ବ୍ୟକ୍ତିଙ୍କ ଠାରେ ଡାୟିରିଆ, ଜ୍ୱର, ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇପାରେ । ପରିସ୍ଥିତି ଗମ୍ଭୀର ହେଲେ ଏହାର ସଂକ୍ରମଣ ଦ୍ୱାରା ଅନ୍ତନଳୀ ଉପରେ ପ୍ରଭାବ ପଡିପାରେ ।

Google

କେଉଁମାନଙ୍କ ପାଇଁ ଏହା ଅଧିକ ବିପଦ ଅଟେ :

ପ୍ରାୟ ସମସ୍ତ ଲୋକଙ୍କୁ ଏହି ବ୍ୟକ୍ଟେରିଆର ସଂକ୍ରମଣ ଦେଖିବାକୁ ମିଳିଛି । ବିଶେଷ କରି ୫ ବର୍ଷରୁ କମ ବୟସ୍କ ଶିଶୁ ଏବଂ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଅଧିକ ବିପଦଜନକ ଅଟେ ।

Leave a Reply

Your email address will not be published. Required fields are marked *