‘ସଲମାନ୍’ଙ୍କ ଏହି ହିରୋଇନଙ୍କ ଲେଟେଷ୍ଟ ଫୋଟ ହେଲା ଭାଇରଲ୍ ! ରମ୍ଭା ଆଜି ମଧ୍ୟ ଦେଖାଯାନ୍ତି ଖୁବ ସୁନ୍ଦରୀ…

‘ସଲମାନ୍’ଙ୍କ ଏହି ହିରୋଇନଙ୍କ ଲେଟେଷ୍ଟ ଫୋଟ ହେଲା ଭାଇରଲ୍ ! ରମ୍ଭା ଆଜି ମଧ୍ୟ ଦେଖାଯାନ୍ତି ଖୁବ ସୁନ୍ଦରୀ…

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏପରି ଅନେକଗୁଡ଼ିଏ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯିଏକି ସୁନ୍ଦରତା ସଙ୍ଗେ ସଙ୍ଗେ ନିଜ ଉତ୍ତମ ଅଭିନୟରୁ ସମସ୍ତ ଲୋକଙ୍କୁ ନିଜର ଦିୱାନା କରିଛନ୍ତି । ସେହି ଅଭିନେତ୍ରୀ ମାନଙ୍କ କ୍ୟାରିୟରର ଶୁଭାରମ୍ଭରେ ଅନେକଗୁଡ଼ିଏ ଭଲ ଭଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ଧୀରେ ଧୀରେ ସେହି ଅଭିନେତ୍ରୀ ମାନେ ଆଉ ନଜର ଆସନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଏକ ସୁନ୍ଦରୀ ଅଭିନେତ୍ରୀ ବିଷୟରେ ସୁଚାଇବାକୁ ଯାଉଛୁ, ଯେଉଁଥିରେ ବଲିଉଡ଼ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ସଲମାନ୍ ଖାଁଙ୍କ ସହିତ କାମ କରିଥିଲେ କିନ୍ତୁ ବର୍ତ୍ତମାନ ସେ ନିଜକୁ ଚଳଚ୍ଚିତ୍ର ଜଗତରୁ ଦୂରେଇ କରି ନେଇଛନ୍ତି ।

ଆମେ ସଲମାନ୍ ଖାଁଙ୍କ ହିରୋଇନ୍ ରମ୍ଭାଙ୍କ ବିଷୟରେ ଆଲୋଚନା କରୁଛୁ ଯିଏକି ସଲମାନ୍ ଖାଁଙ୍କ ଚଳଚ୍ଚିତ୍ର “ଜୁଡ଼ବା”ରେ କାମ କରିଥିଲେ । ଏବେକାର ସମୟରେ ତାଙ୍କ ଫ୍ୟାନମାନଙ୍କ ଅଭାବ ନାହିଁ । ପାଖାପାଖି ସମସ୍ତ ଲୋକ ଅଭିନେତ୍ରୀଙ୍କୁ ଖୁବ୍ ଭଲ ଭାବରେ ଜାଣନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଅଭିନେତ୍ରୀ ରମ୍ଭା ଗତ କିଛି ବର୍ଷରୁ ‘ଲାଇମ୍ ଲାଇଟ୍’ରୁ ଦୂରେଇ ଅଛନ୍ତି କିନ୍ତୁ ଆଜି ମଧ୍ୟ ଅଭିନେତ୍ରୀଙ୍କ ଫ୍ୟାନମାନେ ତାଙ୍କୁ ବହୁତ ମନେ ପକାନ୍ତି ।

ସୁନ୍ଦରୀ ଅଭିନେତ୍ରୀ ରମ୍ଭା ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ ଦକ୍ଷିଣ ସିନେମାରୁ କରିଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ର “ଆ ଓକତଟ୍ଟୀ ଅଡ଼କକୁ” ମୁକ୍ତିଲାଭ କରିଥିଲା । ଏହାପରେ ସେ ହିନ୍ଦୀ ସିନେମା ଆଡ଼କୁ ଆଗେଇ ଗଲେ । ରମ୍ଭାଙ୍କ ବଲିଉଡ଼ କ୍ୟାରିୟରର ଆରମ୍ଭ ୧୯୯୫ ମସିହାରେ ଆସିଥିବା ଚଳଚ୍ଚିତ୍ର “ଜଲ୍ଲାଦ୍”ରୁ କରିଥିଲେ । ନିଜ ପ୍ରଥମ ଚଳଚ୍ଚିତ୍ରରୁ ରମ୍ଭା ନିଜ ସୁନ୍ଦରତା ଏବଂ ଉତ୍ତମ ଅଭିନୟ ବଳରେ ସମସ୍ତ ଲୋକଙ୍କ ହୃଦୟ ଜିଣିଥିଲେ । ଏହି ଚଳଚ୍ଚିତ୍ର ପରେ ତାଙ୍କ ପାଖରେ କିଛି ଚଳଚ୍ଚିତ୍ର ପାଇଁ ପ୍ରସ୍ତାବ ଆସିବାକୁ ଲାଗିଥିଲା ।

ପରେ ରମ୍ଭା ସଲମାନ୍ ଖାଁଙ୍କ ସହିତ ଚଳଚ୍ଚିତ୍ର “ଜୁଡ଼ବା”ରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ସେହି ସମୟରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ସମସ୍ତ ଦର୍ଶକ ସଲମାନ୍ ଖାଁଙ୍କ ସହିତ ରମ୍ଭାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଥିଲେ । ଏହାପରେ ସଲମାନ୍ ଖାଁଙ୍କ ସହିତ ରମ୍ଭା ଚଳଚ୍ଚିତ୍ର “ବନ୍ଧନ”ରେ ମଧ୍ୟ କାମ କରିଥିଲେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଅଭିନେତ୍ରୀ ରମ୍ଭା ୯୦ ରୁ ୨୦୦୦ ଦଶକ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଥିଲେ । ପରେ ୨୦୧୦ରେ ଇନ୍ଦ୍ର କୁମାର ପଥମନାଥନଙ୍କ ସହ ବିବାହ କରିନେଲେ । ବିବାହ ପରେ ଅଭିନେତ୍ରୀ ରମ୍ଭା ନିଜ ସ୍ୱାମୀଙ୍କ ସହ କାନାଡ଼ା ଚାଲିଗଲେ । ଆଜି ଏହି ଦମ୍ପତ୍ତିଙ୍କ ତିନୋଟି ଶିଶୁ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

ଅଭିନେତ୍ରୀ ରମ୍ଭାଙ୍କ ଜନ୍ମ ‘୫ ଜୁନ୍’କୁ ବିଜୟବାଡ଼ା ଆନ୍ଧ୍ରପ୍ରଦେଶରେ ହୋଇଥିଲା । ନିକଟରେ ଅଭିନେତ୍ରୀ ନିଜ ଜନ୍ମଦିନ ପାଳନ କରିଥିଲେ । ସେ ସୋସିଆଲ୍ ମିଡ଼ିଆରେ ନିଜ ସୁନ୍ଦର ଫୋଟ ଗୁଡିକ ସେୟାର୍ କରିଥିଲେ ଯାହାକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଥିଲେ । ଆଜି ମଧ୍ୟ ରମ୍ଭା ସେତିକି ସୁନ୍ଦର ଦେଖାଯାନ୍ତି ଯେତିକି ଆଗରୁ ଦେଖାଯାଉଥିଲେ । ବୋଧହୁଏ ଆପଣ ମାନେ ଜାଣିନଥିବେ ଯେ ରମ୍ଭାଙ୍କ ପ୍ରକୃତ ନାମ ବିଜୟଲକ୍ଷ୍ମୀ ୟୀଦି ଅଟେ । ସେ ଦକ୍ଷିଣ ଚଳଚ୍ଚିତ୍ର ଜଗତ ବ୍ୟତୀତ ବଲିଉଡ଼ରେ ମଧ୍ୟ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

ରମ୍ଭା ନିଜ ଅଭିନୟ କ୍ୟାରିୟରର ଶୁଭାରମ୍ଭ ମାତ୍ର ୧୫ ବର୍ଷର ଆୟୁରେ ଆରମ୍ଭ କରିଥିଲେ । ଏହି ଛୋଟ ବୟସରେ ସେ ମାଲାୟଲମ୍ ଚଳଚ୍ଚିତ୍ର ‘ସରଗମ୍’ରେ କାମ କରିଥିଲେ । ତାପରେ ଆ ଓକକ୍ତି ଅଦକକୁରୁ ତେଲୁଗୁ ସିନେମାରେ ପାଦ ରଖିଥିଲେ ।

ଅଭିନେତ୍ରୀ ରମ୍ଭା ବଲିଉଡ଼ ଇଣ୍ଡଷ୍ଟ୍ରିର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ସଜନା, ମେ ତେରେ ପ୍ୟାର୍ ମେ ପାଗଳ, କ୍ରୋଧ, ବେଟି ନମ୍ବର୍ ୱାନ୍, ଘରବାଲି ବାହାରବାଲି, କ୍ୟୁକି ମେ ଝୁଠ୍ ନହି ବୋଲତି, ଜାନୀ ଦୁଷ୍ମନ୍: ଏକ ଅନୋଖୀ କହାନୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *