୩୦ ବର୍ଷ ପୂର୍ବରୁ ବଲିଉଡ଼କୁ ଆସିଥିଲେ ସଲମାନ୍ ଖାଁଙ୍କ ଅନସ୍କ୍ରିନ୍ ସ୍ତ୍ରୀ ! ଚଳଚ୍ଚିତ୍ରରୁ ଦୂରରେ ରହି ବର୍ତ୍ତମାନ କରୁଛନ୍ତି ଦୁଇଟି ଶିଶୁକୁ ଲାଳନପାଳନ…

୩୦ ବର୍ଷ ପୂର୍ବରୁ ବଲିଉଡ଼କୁ ଆସିଥିଲେ ସଲମାନ୍ ଖାଁଙ୍କ ଅନସ୍କ୍ରିନ୍ ସ୍ତ୍ରୀ ! ଚଳଚ୍ଚିତ୍ରରୁ ଦୂରରେ ରହି ବର୍ତ୍ତମାନ କରୁଛନ୍ତି ଦୁଇଟି ଶିଶୁକୁ ଲାଳନପାଳନ…

କରୋନା ଯୋଗୁଁ ସାରା ଦେଶରେ ଲୋକମାନଙ୍କ ଜୀବନ ଭୟରେ କଟୁଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଏହି ଘାତକ ଭାଇରସ୍ ଜାବୁଡ଼ରେ ପଡୁଛନ୍ତି । ଯଦିଓ, ଅଧିକ ସଂଖ୍ୟାରେ ଏହି ଭାଇରସରୁ ଭଲ ମଧ୍ୟ ହେଉଛନ୍ତି । ସେପଟେ, ସରକାର ମଧ୍ୟ ଲୋକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଇଛନ୍ତି । ସାଧାରଣ ଜନତାରୁ ଆରମ୍ଭ କରି ବଲିଉଡ୍ କଳାକାର ସମସ୍ତେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଅନ୍ୟପକ୍ଷରେ କଳାକାରଙ୍କ ସହ ଜଡ଼ିତ କିଛି କାହାଣୀ, କିଛି ପୁରୁଣା ଫୋଟ ଓ ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି । ଏଥି ମଧ୍ୟରେ ୨୯ ବର୍ଷ ଆଗରୁ ସଲମାଲ୍ ଖାଁଙ୍କ ସହ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରେ କାମ କରିଥିବା ଅଭିନେତ୍ରୀ ଶିବାଙ୍କୁ ନେଇ କିଛି କାହାଣୀ ଭାଇରଲ୍ ହୋଇଛି । ଯଦିଓ ଶିବା ବର୍ତ୍ତମାନ ଚଳଚ୍ଚିତ୍ରରୁ ଦୂରରେ ଅଛନ୍ତି ଏବଂ ପାରିବାରିକ ଜୀବନରେ ବ୍ୟସ୍ତ ଅଛନ୍ତି । ସେ ଦୁଇଟି ପୁଅର ମାଁ ମଧ୍ୟ ଅଟନ୍ତି ।

ଶିବା ୧୯୯୧ରେ ଚଳଚ୍ଚିତ୍ର ‘ୟେ ଆଗ୍ କବ୍ ବୁଝେଗି’ରୁ ବଲିଉଡ଼ରେ ପାଦ ରଖିଥିଲେ । କିଛି ସୁପରଷ୍ଟାରଙ୍କ ସହିତ କାମ କରିବା ପରେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ଶେଷଥର ପାଇଁ ୨୦୧୫ରେ ଆସିଥିବା ଚଳଚ୍ଚିତ୍ର ‘ହମ୍ ବାଜା ବଜା ଦେଙ୍ଗେ’ରେ ନଜର ଆସିଥିଲେ ।

ଜଣାଇଦେଉଛୁ ଯେ ସଲମାନ୍ ଖାଁ ବର୍ତ୍ତମାନ ମଧ୍ୟ ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି କିନ୍ତୁ ତାଙ୍କ ସହିତ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିବା କିଛି ଅଭିନେତ୍ରୀ ବର୍ତ୍ତମାନ ଚଳଚ୍ଚିତ୍ର ମାନଙ୍କରେ ଖୁବ୍ କମ୍ ନଜର ଆସୁଛନ୍ତି । ସଲମାନଙ୍କ ସହିତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଭିନୟ କରିଥିବା ଶିବା ମଧ୍ୟ ଦୀର୍ଘ ସମୟରୁ ରୂପେଲି ପରଦାରୁ ଦୂରରେ ଅଛନ୍ତି ।

ଶିବା ‘ପ୍ୟାର୍ କା ସାୟା’, ‘ମିଷ୍ଟର୍ ବଣ୍ଡ’, ‘ହମ୍ କମାଲ୍ କେ’, ;ତିସରା କୋନ୍’, ‘ସୁରକ୍ଷା’, ‘ରାବଣ ରାଜ୍’, ‘କାଲିୟା’, ‘ଜିଓ ଶାନ୍ ସେ’, ‘ମେରି ପ୍ରତିଜ୍ଞା’, ‘ଦମ୍’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିବାଙ୍କ ଯଲବା ବଲିଉଡ଼ରେ ଚାଲିଲା ନାହିଁ ।

ଯଦିଓ, ଚଳଚ୍ଚିତ୍ର ଛାଡିବା ପରେ ଶିବା ପୁଣିଥରେ ଫେରିଲେ ଓ ସେ କିଛି ଟିଭି ଧାରାବାହିକରେ କାମ କଲେ । କିନ୍ତୁ ସେ ଛୋଟ ପରଦାରେ ମଧ୍ୟ କିଛି ବିଶେଷ କରିପାରିଲେ ନାହିଁ ।

ଜଣାଇଦେଉଛୁ ଯେ ଶିବାଙ୍କ ଜନ୍ମ ମୁମ୍ବାଇର ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ହିନ୍ଦୀ ସଙ୍ଗେ ସଙ୍ଗେ ଶିବା ପଞ୍ଜାବୀ ଚଳଚ୍ଚିତ୍ର ଗୁଡ଼ିକରେ ମଧ୍ୟ କାମ କରିଛନ୍ତି ।

କ୍ୟାରିୟର୍ ଆରମ୍ଭରେ ଶିବା ଚଳଚ୍ଚିତ୍ର ନିର୍ମାତା ଆକାଶଦୀପଙ୍କୁ ୧୯୯୬ରେ ବିବାହ କରିଥିଲେ । ଦୁହିଁଙ୍କ ଦେଖା ଚଳଚ୍ଚିତ୍ର ସେଟରେ ହୋଇଥିଲା । ସେପଟେ, ଆକାଶଦୀପ୍ ଶିବାଙ୍କ ଦୁଇଟି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ଥିଲେ ।

ଜଣାଇଦେଉଛୁ ଯେ ଶିବାଙ୍କ ଦୁଇଟି ପୁଅ ଅଛନ୍ତି ହୃଦୟ ଓ ଭବିଷ୍ୟ । ଶିବାଙ୍କ ସ୍ୱାମୀ ଆକାଶଦୀପ ନିର୍ଦ୍ଦେଶକ ହେବା ସଙ୍ଗେ ସଙ୍ଗେ ଜଣେ ଅଭିନେତା ମଧ୍ୟ ଅଟନ୍ତି ଯିଏ ୨୦୧୬ରେ ଆସିଥିବା ଚଳଚ୍ଚିତ୍ର ‘ସନ୍ତା ବନ୍ତା’ରେ ନଜର ଆସିଥିଲେ ।

ଶିବା ଚଳଚ୍ଚିତ୍ରରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି । ପ୍ରତିଦିନ ସେ ନିଜର ଷ୍ଟାଇଲିସ୍ ଫୋଟ ଓ ଫିଟନେସ୍ ଭିଡ଼ିଓ ସେୟାର୍ କରନ୍ତି ।

Leave a Reply

Your email address will not be published. Required fields are marked *