ସଲମାନ ଖାନଙ୍କ “ବିଗ୍ – ବୋସ୍ ୧୪”ର ପ୍ରସ୍ତୁତି ଆରମ୍ଭ । ନିୟା ଶର୍ମାଙ୍କ ବ୍ୟତୀତ ଏହି ପ୍ରସିଦ୍ଧ ନାମ ଉପରେ କରାଯାଉଛି ବିଚାର !

ସଲମାନ ଖାନଙ୍କ “ବିଗ୍ – ବୋସ୍ ୧୪”ର ପ୍ରସ୍ତୁତି ଆରମ୍ଭ । ନିୟା ଶର୍ମାଙ୍କ ବ୍ୟତୀତ ଏହି ପ୍ରସିଦ୍ଧ ନାମ ଉପରେ କରାଯାଉଛି ବିଚାର !

୪ ମାସ ପରେ ଦୀର୍ଘ ଲକଡାଉନ ପରେ ବର୍ତ୍ତମାନ ଫିଲ୍ମ ଏବଂ ଟିଭି ଶୋ’ର ଶୁଟିଂ ଆରମ୍ଭ ହୋଇଯାଇଛି । ପୁଣି ଖବର ରହିଛି ଯେ ସଲମାନ ଖାନ୍ ଛୋଟ ପରଦାରେ ପୁଣିଥରେ “ବିଗ୍ ବୋସ୍”ର ନୂଆଁ ସୀଜନ୍ ସହିତ ଦର୍ଶକଙ୍କ ସାମ୍ନାକୁ ଆସିବେ । ବିଗ୍ – ବୋସ୍”ର ସବୁ ସୀଜନ ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ କିନ୍ତୁ ପୂର୍ବ ସୀଜନ୍ ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲା । ବିଗ୍ – ବୋସ୍ ସୀଜନ୍ ୧୩ ରେ ସିଦ୍ଧାର୍ଥ ଶୁକ୍ଳା ବିଜେତା ହୋଇଥିଲେ । ବର୍ତ୍ତମାନ ଫ୍ୟାନ ମାନେ ବିଗ୍ – ବୋସ୍ ୧୪ର ଆରମ୍ଭର ପ୍ରତୀକ୍ଷା କରୁଛନ୍ତି । ଦର୍ଶକମାନେ ଏହି ବିଷୟରେ ଜାଣିବା ପାଇଁ ସବୁଠାରୁ ଉତ୍ସୁକ ଅଛନ୍ତି ଯେ ଏଥର କେଉଁ ଷ୍ଟାର ମାନଙ୍କୁ ବଛାଯିବ । ଆମେ ଆପଣଙ୍କୁ କହିବୁ ଯେ ବିଗ୍ – ବୋସ୍ ସୀଜନ୍ ୧୪ ପାଇଁ କେଉଁ ଷ୍ଟାର ମାନଙ୍କୁ ଆପ୍ରଚ କରାଯିବ ।

newstrend

ନିୟା ଶର୍ମା ଏବଂ ବିବାନଙ୍କୁ କରାଯାଇଛି ଆପ୍ରଚ :-

ବିଗ୍ – ବୋସ୍ ୧୪ ପାଇଁ ଟିଭିର ନାଗିନ୍ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମାଙ୍କୁ ଅପ୍ରଚ କରାଯାଇଛି । ଏକ ରିପୋର୍ଟ ଅନୁସାରେ ନିର୍ମାତା ମାନେ ସେଲିବ୍ରିଟି ମାନଙ୍କୁ ଅପ୍ରଚ କରିବା ଏବଂ ଶୋ ବିଷୟରେ ତାଙ୍କ ସହିତ କଥା ହେବା ଆରମ୍ଭ କରିଦେଇଛନ୍ତି । ବିଗ – ବୋସ୍ ୧୪ର ଥୀମ ସାମାଜିକ ଦୁରତ୍ଵ ଦ୍ଵାରା ହେବ ଏବଂ କୋରୋନାର ସମସ୍ତ ନିୟମର ମଧ୍ୟ ପାଳନ ହେବ ।

newstrend

ବିଗ୍ – ବୋସ୍ ଏକ ସୂତ୍ର ଅନୁସାରେ ଏହି ସୂଚନା ଦେଇଛନ୍ତି ଯେ , ‘ ସଲମାନ ଖାନ୍ ବିଗ୍ ବୋସ୍ ୧୪ର ବୋର୍ଡରେ ଅଛନ୍ତି ଏବଂ ଦୁଇ ମାସ ମଧ୍ୟରେ ହିଁ ଶୋ ଆରମ୍ଭ ହୋଇଯିବ । ଆମେ ସମ୍ଭାବିତ ପ୍ରତିଯୋଗିତା ସହିତ କଥା ହେବା ଆରମ୍ଭ କରିଦେଇଛୁ । ‘ ଏଥିରେ ଟିଭିର ପ୍ରସିଦ୍ଧ ଅଭିନେତା ବିବାନ ଡିସେନା, ନିୟା ଶର୍ମା ଏବଂ ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ନାମ ଆଗକୁ ଆସୁଛି । ଆଶା କରାଯାଉଛି ଯେ ଅହି ଷ୍ଟାରମାନେ ଏହି ଶୋ’ରେ ଆସିପାରନ୍ତି । ଏହି କଳାକାରଙ୍କ ବ୍ୟତୀତ ସୁଶ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କୁ ମଧ୍ୟ ବିଗ୍ ବୋସ୍ ୧୪ ପାୟ ଆପ୍ରଚ କରାଯାଇଛି । ବର୍ତ୍ତମାନ ରାଜୀବଙ୍କର ନିଜ ସ୍ତ୍ରୀ ଠାରୁ ଅଲଗା ହେବାର ଖବର ଚାଲିଛି ।

କୌଣସି ଷ୍ଟାରଙ୍କ ନାମ ଫାଇନାଲ ହୋଇନାହିଁ :-

newstrend

ଖବର ଅନୁସାରେ ବର୍ତ୍ତମାନ ଏହି ନାମ ଗୁଡ଼ିକ ଉପରେ ଚର୍ଚ୍ଚା ହେଉଛି ଏବଂ କୌଣସି ମଧ୍ୟ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଏହି ଶୋ’ରେ କାମ କରିବା ପାଇଁ କଳାକାରଙ୍କ ଫୀସ ଠିକ୍ କରାଯାଉଛି । ଏହାସହିତ ହିଁ ଶୋ’କୁ ନେଇ ପ୍ରସ୍ତୁତ କରାଯାଉଥିବା ସମସ୍ତ ଜିନିଷ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । କିନ୍ତୁ ବ୍ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଷ୍ଟାର ମାନଙ୍କ ବିଷୟରେ ଚର୍ଚ୍ଚା କରାଯାଉଛି ତାହା ଟିଭିର ଖୁବ୍ ପ୍ରସିଦ୍ଧ ନାମ ଅଟେ ।

newstrend

ନିୟା ଶର୍ମାଙ୍କ ବିଷୟରେ ଯଦି କହିବୁ ତେବେ ପ୍ରଥମେ ଟିଭି ଶୋ’ ଏକ ହଜାରୋଁ ମେ ମେରୀ ବହେନା ‘ରେ ନଜର ଆସିଥିଲେ । ଏହାବ୍ୟତୀତ ନିୟା ‘ ଜମାଈ ରାଜା ‘ ଭଳି ଶୋ’ରେ ମଧ୍ୟ ଆସିଛନ୍ତି । ପୁଣି ବିବାନ ‘ ପ୍ୟାର କି ୟେ ଏକ କାହାନୀ ‘ ଏବଂ ‘ ମଧୁବାଲା ‘ ଭଳି ହିଟ୍ ଶୋ’ରେ କାମ କରିଛନ୍ତି । ବିବାନ ‘ ଶକ୍ତି ‘ ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲେ । ବିବାନ ଝିଅଙ୍କ ମଧ୍ୟରେ ଅଧିକ ପ୍ରସିଦ୍ଧ । ଏହିପରି ତାଙ୍କୁ ମଧ୍ୟ ଏହି ଶୋ’ର ଅଂଶ ଭାବରେ ମନୋନୀତ କରାଯାଇପାରେ । ଅନ୍ୟ ପକ୍ଷରେ ଅଧ୍ୟୟନ ସୁମନ ଫିଲ୍ମରେ କାମ କରି ସାରିଛନ୍ତି କିନ୍ତୁ ସଫଳତା ପାଇ ପାରିନାହାଁନ୍ତି । ଅଧ୍ୟୟନ କଙ୍ଗନା ରନୌତଙ୍କୁ ଡେଟ୍ କରିବାକୁ ଏବଂ ତାଙ୍କ ଉପରେ କୌଣସି ଆରୋପ ଲଗାଇବାକୁ ନେଇ ଚର୍ଚ୍ଚାରେ ଆସି ସାରିଛନ୍ତି ।

newstrend

ବର୍ତ୍ତମାନ ସୁଦ୍ଧା କୌଣସି ମଧ୍ୟ ନାମ ଫାଇନାଲ ହୋଇନାହିଁ କିନ୍ତୁ ଏହି ପ୍ରସିଦ୍ଧ କଳାକାରଙ୍କୁ ଶୋ’ରେ ନେବାର ଚର୍ଚ୍ଚା ଜାରି ରହିଛି । ଏବେ ପର୍ଯ୍ୟନ୍ତ “ବିଗ୍ ବୋସ୍”ର କେତେକ ସୀଜନରେ ବହୁତ ବଡ଼ ଟିଭି ଷ୍ଟାର ସାମିଲ ହୋଇ ସାରିଛନ୍ତି ଏବଂ ପ୍ରସିଦ୍ଧ ଷ୍ଟାରମାନେ ଟ୍ରଫିକୁ ନିଜ ନାମରେ ମଧ୍ୟ କରିଛନ୍ତି । ଏଥିମଧ୍ୟରେ ରାହୁଲ ରାୟ, ଶ୍ଵେତା ତିୱାରୀ, ଶିଳ୍ପା ଶିଂଦେ, ସିଦ୍ଧାର୍ଥ ଶୁକ୍ଳାଙ୍କ ଭଳି ପ୍ରସିଦ୍ଧ କଳାକାର ମାନେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *