ଏକ ସମୟରେ ଜେକି ଶ୍ରଫଙ୍କ ଆସିଷ୍ଟାଣ୍ଟ ଥିଲେ ସଲମାନ ଖାଁ ! ତାଙ୍କ ପୋଷକ ଓ ଜୋତା ସମ୍ଭାଳୁଥିଲେ…

ଏକ ସମୟରେ ଜେକି ଶ୍ରଫଙ୍କ ଆସିଷ୍ଟାଣ୍ଟ ଥିଲେ ସଲମାନ ଖାଁ ! ତାଙ୍କ ପୋଷକ ଓ ଜୋତା ସମ୍ଭାଳୁଥିଲେ…

ବଲିଉଡ଼ ଅଭିନେତା ସଲମାନ୍ ଖାଁ ବହୁତ ଲୋକପ୍ରିୟ ଓ ସଫଳ ଅଭିନେତା ଅଟନ୍ତି । ଯେତିକି ହିଟ୍ ତାଙ୍କ ଚଳଚ୍ଚିତ୍ର ହୋଇଥାଏ ସେତିକି ବଡ଼ ହେଉଛି ତାଙ୍କ ହୃଦୟ । ଅଭିନୟ ସଙ୍ଗେ ସଙ୍ଗେ ସଲମାନ୍ ଖାଁ ନିଜ ଦୟାଳୁ ପ୍ରକୃତି ପାଇଁ ମଧ୍ୟ ଜଣାଶୁଣା । କୁହାଯାଏ ଯେ ସଲମାନ୍ ଖାଁ ଥରେ ଯାହା ଆଡ଼କୁ ବନ୍ଧୁତାର ହାତ ବଢ଼ାଇଥାନ୍ତି, ତେବେ ସେ ସାରା ଜୀବନ ସେହି ବନ୍ଧୁତା ରଖନ୍ତି । ତାହା କୌଣସି ଅଭିନେତା ହୋଇଥାନ୍ତୁ ବା ନାହିଁ ।

ଏପରି କିଛି ସମ୍ପର୍କ ସଲମାନ୍ ଓ ପ୍ରସିଦ୍ଧ ଅଭିନେତା ଜେକି ଶ୍ରଫଙ୍କ ମଧ୍ୟରେ ଅଛି । ଦୁହିଁଙ୍କ ପରସ୍ପର ମଧ୍ୟରେ ଭଲ ସଂପର୍କ ଅଛି । ଏତିକିନୁହେଁ ଜେକି ସଲମାନଙ୍କୁ ନିଜର ଛୋଟ ଭାଇ ମାନେ କରନ୍ତି । ଦୁହେଁ ଏକାଠି ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିକଟରେ ସେ ସଲମାନ୍ ଖାଁଙ୍କ ଚଳଚ୍ଚିତ୍ର ‘ରାଧେ ୟୋର୍ ମୋଷ୍ଟ ୱାନଟେଡ୍ ଭାଇ’ରେ ନଜର ଆସିଥିଲେ । ଏହା ପୂର୍ବରୁ ଦୁହେଁ ଭାରତରେ ନଜର ଆସିଥିଲେ । କୁହାଯାଏ ଯେ ସଲମାନ୍ ଖାଁଙ୍କ ଚଳଚ୍ଚିତ୍ର ପାଇଁ ଜେକି କିଛି ନଭାବି କହି ଦେଉଥିଲେ ।

ଯଦିଓ ଏହି କଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏକ ସମୟ ଥିଲା ଯେତେବେଳେ ସଲମାନ୍ ଖାଁ ଜେକି ଶ୍ରଫଙ୍କ ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର୍ ରୂପେ କାମ କରିଛନ୍ତି । ଏ ସମୟରେ ସେ ‘ସେଟ୍’ରେ ଜେକୀଙ୍କ ପୋଷକ, ଜୋତା ସମସ୍ତ ଜିନିଷ ସମ୍ଭାଳୁଥିଲେ । ଏହାର ଖୁଲାସା ନିକଟରେ ଜେକି ଶ୍ରଫ୍ ଏକ ଇଣ୍ଟରଭିୟୁ ସମୟରେ କରିଥିଲେ ।

ଯେଉଁଥିରେ ସେ କହିଥିଲେ ଯେ ଆମେ ପରସ୍ପରକୁ ତିନି ଦଶକରୁ ଅଧିକ ସମୟ ଧରି ଜାଣୁ । ଜେକି ଶ୍ରଫ୍ କହିଲେ, “ମୁଁ ତାଙ୍କୁ ଏକ ମଡେଲ୍ ରୂପେ ଓ ପରେ ଏକ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର୍ ରୂପେ ଜାଣେ, ସେ ମୋ ଚଳଚ୍ଚିତ୍ର ଫଲକର୍ ଶୁଟିଂ ସମୟରେ ମୋ ପୋଷାକ ପତ୍ର ଓ ଜୋତା ଚପଲ ସମ୍ଭାଳି ଥିଲେ । ଏହି କଥାଟି ପାଖାପାଖି ୧୯୮୮ ମସିହାର ଅଟେ । ସେହି ସମୟରେ ସେ ମୋର ଛୋଟ ଭାଇ ଭଳି ମୋର ଯତ୍ନ ନେଉଥିଲେ ।”

ଗୋଟିଏ ସମୟରେ କହିଛନ୍ତି ଯେ ସେ ସଲମାନଙ୍କୁ ପ୍ରଥମ ବ୍ରେକ୍ ଦେଇଥିଲେ । ସେ କହିଛନ୍ତି ଯେ, “ଯେତେବେଳେ ସେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର୍ ଥିଲେ, ସେତେବେଳେ ମୁଁ ତାଙ୍କ ଫୋଟ ସେହି ନିର୍ମାତା ମାନଙ୍କୁ ଦେଖାଉଥିଲି, ଯାହାଙ୍କ ସହିତ ମୁଁ କାମ କରୁଥିଲି । ଶେଷରେ କେସି ବୋକାଡିୟାଙ୍କ ଭିଣୋଇ ତାଙ୍କୁ ବଲିଉଡ଼ରେ ବ୍ରେକ୍ ଦେଲେ । ଯଦିଓ ସଲମାନ୍ ଖାଁଙ୍କୁ ଚଳଚ୍ଚିତ୍ର ‘ମେନେ ପ୍ୟାର୍ କିୟା’ରୁ ଷ୍ଟାରଡ଼ମ୍ ମିଳିଥିଲା ।

କିନ୍ତୁ ମୋତେ ଲାଗେ ଯେ ଇଣ୍ଡଷ୍ଟ୍ରିରେ ତାଙ୍କୁ ବ୍ରେକ୍ ମୋ ପାଇଁ ମିଳିଥିଲା, ବନ୍ଧୁତା ଏପରି ଆରମ୍ଭ ହେଲା, ବନ୍ଧୁତା ଏତେ ମଧ୍ୟ ନାହିଁ ଯେ ଆମେ ଦୁହେଁ ଖୁବ୍ ନିକଟତର ଅଟୁ, କିନ୍ତୁ ସେ ଚଳଚ୍ଚିତ୍ର ନେଇ ଆସନ୍ତି ଓ ଯେତେବେଳେ କିଛି ବଡ଼ ଆସେ ସେ ପ୍ରଥମେ ମୋ ବିଷୟରେ ଚିନ୍ତା କରନ୍ତି । ଏତେ ବର୍ଷ ବିତିଯାଇଛି କିନ୍ତୁ ଆମ ମଧ୍ୟରେ ସବୁକିଛି ଠିକ୍ ଅଛି । ଆଜି ମଧ୍ୟ ଆମେ ପରସ୍ପରକୁ ଜଗଗୁ-ସଲଲୁ କହି ଡାକୁ । ଯେଉଁ ଦିନ ସେ ମୋତେ ମିଷ୍ଟର୍ ଶ୍ରଫ୍ କହିଦେବେ ସେଦିନ ଆମ ସଂପର୍କ ବଦଳିଯିବ ।’

ଆପଣଙ୍କୁ ସୁଚାଇଦେଉଛୁ ଯେ ଗତ ସମୟରେ ଇଦ ଅବସରରେ ସଲମାନ୍ ଖାଁଙ୍କ ଚଳଚ୍ଚିତ୍ର ‘ରାଧେ:ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ ମୁକ୍ତିଲାଭ କରିଛି, ଯେଉଁଥିରେ ସଲମାନଙ୍କ ସହିତ ଜେକି ଶ୍ରଫ୍ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରରେ ଜେକି ଶ୍ରଫ୍ ସଲମାନ୍ ଖାଁଙ୍କ ବସ୍ ଭୂମିକାରେ ନଜର ଆସୁଛନ୍ତି । ଫ୍ୟାନ୍ସ ମାନଙ୍କୁ ଦୁହିଁଙ୍କ ଯୋଡ଼ି ଖୁବ୍ ଭଲ ଲାଗେ । ଏହି ଚଳଚ୍ଚିତ୍ର ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି ।

Leave a Reply

Your email address will not be published. Required fields are marked *