ପୁରୁଣା ପ୍ରସିଦ୍ଧ ଅଭିନେତ୍ରୀ ସଂଗୀତା ବିଜଲାନୀ ଆଜି ନିଜର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ଜନ୍ମ ଜୁଲାଇ ୯, ୧୯୬୦ରେ ମୁମ୍ବାଇରେ ହୋଇଥିଲା । ୧୯୮୭ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ କାତିଲ୍ ‘ ସହିତ ସଂଗୀତା ନିଜର ବଲିଉଡ଼ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ଆଦିତ୍ୟ ପଞ୍ଚୋଳୀ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ପରେ ସେ ତ୍ରିଦେବ, ଜୁର୍ମ, ଯୋଦ୍ଧା, ଲକ୍ଷ୍ମଣରେଖା, ହାତିମ୍ ତାଈ ଭଳି ବଲିଉଡ଼ ଫିଲ୍ମରେ କାମ କରିଥିଲେ । ଆଜି ଆମେ ଏହି ଆର୍ଟିକିଲରେ ସଂଗୀତା ବିଜଲାନୀଙ୍କ କ୍ୟାରିଅର ବିଷୟରେ ନୁହେଁ ବରଂ ସଲମାନ ଖାନଙ୍କ ସହିତ ତାଙ୍କର ଅଫେୟାର ବିଷୟରେ କହିବୁ । ଆସନ୍ତୁ ଜାଣିବା ଯେ ଠିକ୍ ସମୟରେ ସେ କାହିଁକି ସଲମାନ ଖାନଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।

ଗୋଟିଏ ସମୟ ଥିଲା ଯେତେବେଳେ ସଂଗୀତା ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ବିବାହ କରିବା ପାଇଁ ଠିକ୍ କରିଥିଲେ କିନ୍ତୁ ହଠାତ୍ ସେ ବିବାହ କରିବାକୁ ମନା କରିଦେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ସଂଗୀତା ଏବଂ ସଲମାନ ଖାନ୍ ମଇ ୨୭, ୧୯୯୪ରେ ବିବାହ କରିବାକୁ ଯାଇଥିଲେ । ଏହି ବିଷୟରେ ସଂଗୀତା କହନ୍ତି ଯେ ସଲମାନ ନିଜେ ଏହି ତାରିଖକୁ ବିବାହ ପାଇଁ ଠିକ୍ କରିଥିଲେ ।

ଦୁହିଁଙ୍କ ପ୍ରଥମ ଦେଖା ଠିକ୍ ତାହାର ପୂର୍ବ ବର୍ଷ ଅର୍ଥାତ ୧୯୮୬ରେ ହୋଇଥିଲା । ଏହି ସାକ୍ଷାତ ପରେ ଦୁହେଁ ଏକ କମାର୍ସିଆଲରେ ସାଙ୍ଗରେ କାମ କରିଥିଲେ । ପ୍ରଥମେ ଦୁହେଁ ଖୁବ୍ ଭଲ ସାଙ୍ଗ ଥିଲେ । କିନ୍ତୁ ପରେ ସେହି ବନ୍ଧୁତା ପ୍ରେମରେ ବଦଳିଯାଇଥିଲା । ୧୯୯୩ ଆସୁ ଆସୁ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିଷୟରେ ନିଜେ ସଲମାନ ଖାନ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ମୁଁ ବିବାହ କରିବାକୁ ଚାହୁଁଛି ଏବଂ ସେ ସଂଗୀତା ବିଜଲାନୀ ମଧ୍ୟ ହୋଇପାରନ୍ତି ।

କରଣ ଜୌହାରଙ୍କ “ଚେଟ୍ ଶୋ କଫି ୱିଥ୍ କରନ”ରେ ଥରେ ସଲମାନ ଖାନ୍ ଏହି କଥାକୁ ମାନିଥିଲେ ଯେ ସଂଗୀତା ବିଜଲାନୀଙ୍କ ସହିତ ତାଙ୍କର ବିବାହ କାର୍ଡ଼ ମଧ୍ୟ ଛପା ସରିଥିଲା ଏବଂ ସଂଗୀତା ହଠାତ୍ ବିବାହ କରିବାକୁ ମନା କରିଦେଇଥିଲେ ।
କେଉଁ କାରଣରୁ ସଲମାନ ଏବଂ ସଂଗୀତାଙ୍କ ବିବାହ ହୋଇପାରିନଥିଲା :-

କୁହାଯାଏ ଯେ ସଲମାନଙ୍କ ପରିବାର ସଂଗୀତା ବିଜଲାନୀଙ୍କ ସହିତ ବିବାହକୁ ନେଇ ପ୍ରସ୍ତୁତ ଥିଲେ । ପୁଣି ଅନ୍ୟ ପକ୍ଷରେ ସଂଗୀତାଙ୍କ ପରିବାର ଲୋକଙ୍କୁ ଏହି ବିବାହ ପାଇଁ କିଛି ଠିକ୍ ଲାଗୁନଥିଲା । କିନ୍ତୁ ସଂଗୀତାଙ୍କ ଘରଲୋକ ପରେ ପରେ ଏହି ବିବାହ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ବିବାହର ଜୋରଦାର ପ୍ରସ୍ତୁତି ଚାଲିଥିଲା । ସେତେବେଳେ ହିଁ କିଛି ସମସ୍ୟା ଦେଖାଦେଇଥିଲା । ସଂଗୀତାଙ୍କୁ ଏହି ବିଷୟରେ ଜଣାପଡ଼ିଥିଲା ଯେ ସଲମାନ ଖାନଙ୍କ ଅଫେୟାର ସୋମୀ ଅଲୀଙ୍କ ସହିତ ଚାଲିଥିଲା । ଏହାପରେ ସଂଗୀତା ବିବାହ ପାଇଁ ମନା କରିଦେଇଥିଲେ । ଏହି ବିଷୟରେ ସେ ଏକ ଇଣ୍ଟରଭ୍ୟୁରେ ମଧ୍ୟ କହିଥିଲେ ଯେ ମୋତେ ସଲମାନ ଖାନଙ୍କର ସୋମୀ ଅଲୀଙ୍କ ସହିତ ଅଫେୟାରର ବିଷୟରେ ଜଣାପଡ଼ିଥିଲା । ସେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲି ଏବଂ ସେହି ସମୟ ମୋ ପାଇଁ ଖୁବ୍ କଷ୍ଟକର ଥିଲା ।
ସଂଗୀତା ଅଜହରୁଦ୍ଦିନଙ୍କୁ ବିବାହ କରିଥିଲେ :-

ସଂଗୀତା ଅଜହରୁଦ୍ଦିନ ୧୯୯୬ରେ ଭାରତୀୟ କ୍ରିକେଟ ଟିମର ପୂର୍ବ କପ୍ତାନ ମହମ୍ମଦ ଅଜହରୁଦ୍ଦିନଙ୍କୁ ବିବାହ କରିଥିଲେ । ଅଜହରୁଦ୍ଦିନ ସଂଗୀତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ଥିଲା ନୌରୀନ ଯାହାଙ୍କୁ ସେ ଛାଡ଼ପତ୍ର ଦେଇଥିଲେ ଏବଂ ସଂଗୀତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ନିଜର ନାମ ବଦଳାଇ ଆୟଶା ରଖିଥିଲେ । ବିବାହର ୧୪ ବର୍ଷ ପରେ ସଂଗୀତା ଅଜହରୁଦ୍ଦିନଙ୍କୁ ୨୦୧୦ରେ ଛାଡପତ୍ର ଦେଇଥିଲେ ।