ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଅଭିଯାନକୁ ପ୍ରଶଂସା କଲେ ସଲମାନ ଖାନ୍, ଫ୍ୟାନ୍ସ ମାନଙ୍କୁ ଦେଲେ ଏହି ପରାମର୍ଶ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଅଭିଯାନକୁ ପ୍ରଶଂସା କଲେ ସଲମାନ ଖାନ୍, ଫ୍ୟାନ୍ସ ମାନଙ୍କୁ ଦେଲେ ଏହି ପରାମର୍ଶ !

ଦେଶରେ ବୃଦ୍ଧି କରୋନା ପ୍ରକୋପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ପାର୍ବଣ ଋତୁ ଓ ଶୀତ ଋତୁକୁ ନେଇ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗଣ ଆନ୍ଦୋଳନ କରୋନା ଭାଇରସ୍ ନିୟନ୍ତ୍ରଣ ପାଇଁ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଦେଶର ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଯେବେ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ପ୍ରସ୍ତୁତ ହେଉ ନାହିଁ, ତେବେ ପର୍ଯ୍ୟନ୍ତ କଡ଼ାକଡ଼ି ନିୟମ ପାଳନ କରନ୍ତୁ ।’ ପ୍ରଧାନମନ୍ତ୍ରୀଙ୍କ ଏହି ଆନ୍ଦୋଳନରେ ସଲମାନ ଖାନ୍ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି ଏବଂ ନିଜ ଫ୍ୟାନ୍ସ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସଲମାନ ଖାନ୍ ଟ୍ୱିଟର ରେ ଲୋକଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି ଯେ, ଭାଇ ଭଉଣୀ ଓ ବନ୍ଧୁମାନେ ଏହି ଅସୁବିଧା ସମୟରେ, ମାତ୍ର ତିନୋଟି ନିୟମ ପାଳନ କରନ୍ତୁ । ୬ ଫୁଟ ଦୂରତା, ମାସ୍କ ପିନ୍ଧନ୍ତୁ ଓ ନିଜ ହାତକୁ ସମୟ ସମୟରେ ଧୁଅନ୍ତୁ ଓ ସାନିଟାଇଜ କରିବାକୁ ଭୁଲନ୍ତୁ ନାହିଁ । ଚାଲନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କରୋନା ବିରୁଦ୍ଧରେ ଆରମ୍ଭ କରାଯାଇଥିବା ଜନ ଆନ୍ଦୋଳନକୁ ଲାଗୁ କରିବା । କମନ୍ ଇଣ୍ଡିଆ। ଜୟ ହିନ୍ଦ ।’ ସଲମାନ ନିଜ କଥା ରଖିବା ସଙ୍ଗେ ସଙ୍ଗେ ୟୁନିଟ ଟୁ ଫାଇଟ କରୋନା ବୋଲି ହେସ୍ ଟ୍ୟାଗ ଦେଇଛନ୍ତି । ସଲମାନଙ୍କ ଏହି ଟ୍ୱିଟକୁ ଟ୍ୱିଟରରେ ଖୁବ୍ ପସନ୍ଦ କରାଯାଉଛି ।

ସୁଚାଇଦେଉଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଲେଖିଥିଲେ ଯେ, ‘ଆସନ୍ତୁ, କରୋନା ସହ ଲଢ଼ିବା ପାଇଁ ଏକଜୁଟ ହୁଅନ୍ତୁ! ସର୍ବଦା ମନେ ରଖନ୍ତୁ: ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ। ହାତକୁ ପରିଷ୍କାର ରଖନ୍ତୁ । ସାମାଜିକ ଦୂରତା ପାଳନ କରନ୍ତୁ । ‘ଦୁଇ ଗଜ ଦୂରତା’ ବଜାୟ ରଖନ୍ତୁ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେସ୍ ଟ୍ୟାଗ ୟୁନିଟ ଟୁ ଫାଇଟ କରୋନା ବୋଲି ଲେଖିଥିଲେ ।

ସୂଚନାଥାଉକି କରୋନା ଭାଇରସ୍ ମାମଲା ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଛି । ଲକଡାଉନ ଖୋଲିବା ପରଠାରୁ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇ ଭାରତ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି । ଲୋକମାନେ ଅବହେଳାର ସୀମା ଉଲ୍ଲଂଘନ କରୁଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *