ସଲମାନ୍ ଖାନଙ୍କର ଭାଣିଜୀ କରିବାକୁ ଯାଉଛନ୍ତି ବଲିଉଡରେ ଡେବ୍ୟୁ ! ସୁପରଷ୍ଟାର୍ ଧର୍ମେନ୍ଦ୍ରଙ୍କ ନାତିଙ୍କ ସହ ହେବେ ଲଞ୍ଚ…

ସଲମାନ୍ ଖାନଙ୍କର ଭାଣିଜୀ କରିବାକୁ ଯାଉଛନ୍ତି ବଲିଉଡରେ ଡେବ୍ୟୁ ! ସୁପରଷ୍ଟାର୍ ଧର୍ମେନ୍ଦ୍ରଙ୍କ ନାତିଙ୍କ ସହ ହେବେ ଲଞ୍ଚ…

ବଲିଉଡରେ ଷ୍ଟାରକିଡ୍ ମାନଙ୍କର ଲଚିଂ ଅତ୍ୟନ୍ତ ଚର୍ଚ୍ଚାରେ ରହିଛି । ନିକଟରେ କରଣ ଜୋହର୍ ସଞ୍ଜୟ କପୁରଙ୍କର ଝିଅ ଶନାୟା କପୁରଙ୍କୁ ଲଞ୍ଚ କରିବାକୁ ଘୋଷଣା କରିଥିଲେ । ଏଭଳି ପରିସ୍ଥିତିରେ ବଲିଉଡର ଖାନ୍ ପରିବାରର ଷ୍ଟାରକିଡ୍ ମାନେ କିପରି ପଛରେ ରହିପାରିବେ । ଖବର ରହିଛି ଯେ, ସୁପରଷ୍ଟାର୍ ସଲମାନ୍ ଖାନଙ୍କର ଭାଣିଜୀ ଅଲିଜେ ଅଗ୍ନିହୋତ୍ରୀ ମଧ୍ୟ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ତେବେ ସଲମାନ୍ ଖାନ୍ ବଲିଉଡରେ ଅନେକ ଅଭିନେତ୍ରୀ ମାନଙ୍କୁ ଲଞ୍ଚ କରିଛନ୍ତି କିନ୍ତୁ ନିଜେ ନିଜର ଭାଣିଜୀଙ୍କୁ ଏପର୍ଯ୍ୟନ୍ତ ପରଦାକୁ ଆଣିନାହାଁନ୍ତି । କିନ୍ତୁ ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଅଲିଜେଙ୍କୁ ବଲିଉଡ ନିର୍ଦେଶକ ସୁରଜ୍ ବଡ଼ଜାତ୍ୟା ଲଞ୍ଚ କରିବେ । ସୁରଜଙ୍କର ପୁଅ ଅବନିଶ ବଡ଼ଜାତ୍ୟା ଖୁବଶୀଘ୍ର ଏକ ରୋମକୋମ୍ ଚଳଚ୍ଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ଅଲିଜେଙ୍କୁ ମୁଖ୍ୟ ଭୂମିକାରେ କାଷ୍ଟ କରିବାକୁ ଚର୍ଚ୍ଚା ହେଉଛି । କେବଳ ଅଲିଜେ ନୁହେଁ, ଖବର ଏହା ମଧ୍ୟ ରହିଛି ଯେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଧର୍ମେନ୍ଦ୍ରଙ୍କର ନାତି ତଥା ସନୀ ଦେଓଲଙ୍କର ପୁଅ ରାଜବିର୍ ଦେଓଲ୍ ମଧ୍ୟ ଚଳଚ୍ଚିତ୍ର ଦୁନିଆଁରେ ପାଦ ରଖିବେ ।

ସନୀ ଦେଓଲଙ୍କର ପୁଅ ରାଜବିର୍ ଦେଓଲ୍ ଦୀର୍ଘ ସମୟ ଧରି ସିନେମା ଜଗତରେ ପ୍ରବେଶ କରିବା ପ୍ରସ୍ତୁତିରେ ଲାଗି ପଡିଛନ୍ତି ।ଅବନିଶଙ୍କର ଚଳଚ୍ଚିତ୍ର ୟେ ଜୱାନୀ ହେ ଦିୱାନୀ କେ ଜନର୍ ହେବ, ଯେଉଁଥିରେ ମୁଖ୍ୟ ଅଭିନେତ୍ରୀ ପ୍ରେମର ସନ୍ଧାନରେ ବୁଲୁଥିବାର ଦେଖାଦେବେ । ସୂଚନା ପାଇଁ କହିରଖୁଛୁ ଯେ, ପ୍ରଥମେ ଅବନିଶଙ୍କ ଚଳଚ୍ଚିତ୍ରରେ ଜାଭେଦ୍ ଜାଫରିଙ୍କର ପୁଅ ମିଜାନ୍ ଜାଫରି ଦେଖାଯିବେ କିନ୍ତୁ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜଶ୍ରୀ ବ୍ୟାନର ସନୀଙ୍କର ପୁଅଙ୍କୁ ସ୍ଵାକ୍ଷର କରାଇଛି ।

ଏଥିସହ ବର୍ତ୍ତମାନ ସଲମାନ୍ ଖାନଙ୍କର ଭାଣିଜୀ ଅଲିଜେ ୨୦ ବର୍ଷର ଅଟନ୍ତି ଏବଂ ସୋସିଆଲ୍ ମିଡିଆରେ ଅତ୍ୟନ୍ତ ଚର୍ଚ୍ଚିତ ଅଟନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ପବ୍ଲିକ୍ କରିନାହାଁନ୍ତି । ସଲମାନ୍ ଖାନଙ୍କର ଭଉଣୀ ଅଲଭିରା ଖାନ୍ ଏବଂ ଅତୁଲ୍ ଅଗ୍ନିହୋତ୍ରୀ ନିଜ ସୋସିଆଲ୍ ମିଡିଆରେ ଝିଅର ଫୋଟକୁ ବହୁ ମାତ୍ରାରେ ସେୟାର୍ କରିଥାନ୍ତି । ଅଲିଜେ ଅତ୍ୟନ୍ତ ସୁନ୍ଦର ଅଟନ୍ତି, କେବଳ ଏତିକି ନୁହେଁ ସେ ବଲିଉଡର ସ୍ୱର୍ଗୀୟ ପ୍ରସିଦ୍ଧ କୋରିଓଗ୍ରାଫର୍ ସରୋଜ୍ ଖାନଙ୍କ ଠାରୁ ଭାରତୀୟ ନୃତ୍ୟ ମଧ୍ୟ ଶିକ୍ଷା ଲାଭ କରିଛନ୍ତି ।

ଯଦିଓ ସଲମାନ୍ ଖାନ୍ ବଲିଉଡରେ ଅନେକ ଅଭିନେତ୍ରୀ ଲଞ୍ଚ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ନିଜ ଭାଣିଜୀକୁ ପରଦାରେ ଆଣି ନାହାଁନ୍ତି । ତାଙ୍କ ଭାଣିଜୀ ସେହି ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିବେ ଯେଉଁଠାରୁ ସଲମାନ୍ ଖାନ୍ ହିରୋ ଭାବରେ ଲଞ୍ଚ ହୋଇଥିଲେ ଏବଂ ପ୍ରଥମ ଚଳଚ୍ଚିତ୍ରରେ ଷ୍ଟାର୍ ହୋଇଥିଲେ ।

ଅଲିଜେଙ୍କୁ ଅନେକ ଥର ବଲିଉଡ ପାର୍ଟୀରେ ଦେଖିବାକୁ ମିଳିଥିଲା । ତାଙ୍କ ମାମୁ ସଲମାନ୍ ଖାନଙ୍କ ସହ ଅନେକ ଥର ନଜର ଆସିଛନ୍ତି ।

ଅଲିଜେ ‘ଖାନ୍’ ପରିବାରର ପ୍ରଥମ ଝିଅ ଯିଏକି ବଲିଉଡ ଫିଲ୍ମରେ କାମ କରିବେ । ଅଲିଜେଙ୍କ ମମି ଅଲଭିରା ମଧ୍ୟ ସୁନ୍ଦର ଥିଲେ କିନ୍ତୁ ସେ ଫିଲ୍ମରେ କାମ କରିନଥିଲେ । କହିରଖୁଛୁ ଯେ ସଲମାନଙ୍କ ଘରେ ଅଲିଜେ ସବୁଠାରୁ ବଡ ଝିଅ ଅଟନ୍ତି । ଏହି କାରଣରୁ ତାଙ୍କୁ ସଲମାନ୍ ଖାନଙ୍କ ସର୍ବାଧିକ ପ୍ରେମ ମିଳିଛି ।

Leave a Reply

Your email address will not be published. Required fields are marked *