ସଲମାନ ଏହି ୭ ଜଣ କଳାକାରଙ୍କ କ୍ୟାରିଅରେ ସୁଧାର ଆଣିଥିଲେ !

ସଲମାନ ଏହି ୭ ଜଣ କଳାକାରଙ୍କ କ୍ୟାରିଅରେ ସୁଧାର ଆଣିଥିଲେ !

ସଲମାନ ଏହି ୭ ଜଣ କଳାକାରଙ୍କ କ୍ୟାରିଅରେ ସୁଧାର ଆଣିଥିଲେ ! ସେମାନଙ୍କ ମଧ୍ୟରୁ ଗୋଟିଏ କଳାକାର ମଦ ନିଶା ରେ ବୁଡି ରହିଥିଲେ…

ସଲମାନ ଖାନଙ୍କୁ ବୋଲିଉଡ଼ର “ରୋବିନହୁଡ଼” କୁହାଯାଇଥାଏ । ଅନେକ କାରଣବଶତଃ ସଲମାନଙ୍କୁ ଟ୍ରଲିଂର ସାମ୍ନା କରିବାକୁ ପଡ଼ିଥାଏ । ବେଡ଼ ବୟର ଇମେଜ ତାଙ୍କ ଭଲ ଚରିତ୍ର ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ଏହି କଥାରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ ସଲମାନ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥାନ୍ତି । ବୋଲିଉଡ଼ରେ ଅନେକ ନୂଆ ଚେହେରା କୁ ଲଞ୍ଚ କରି ସାରିଥିବା ସଲମାନ ଅନେକ ବୋଲିଉଡ଼ ଷ୍ଟାରଙ୍କର ନଷ୍ଟ ହେବାକୁ ଯାଉଥିବା କ୍ୟାରିଅର କୁ ସହାରା ଦେଇଥିଲେ । ଆଜି ଆମେ ସେହି ଷ୍ଟାର ମାନଙ୍କ ବିଷୟରେ କଥା ହେବୁ ଯେଉଁମାନେ କ୍ୟାରିଅର ବୁଡ଼ି ଯାଉଥିବାର ଦେଖି ସଲମାନ ତାଙ୍କ କ୍ୟାରିଅର କୁ ଜୀବନଦାନ ଦେଇଥିଲେ ।

ବୋବି ଦେଓଲ :-

ବେବ ସିରିଜ ଆଶ୍ରମରେ ବାବା ନିରାଲା ହୋଇ ବୋବି ଦେଓଲ ପୁଣିଥରେ ଷ୍ଟାରଡମ କୁ ଉପଭୋଗ କରୁଛନ୍ତି । କିନ୍ତୁ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ବୋବି ଗୁମନାମର ଅନ୍ଧକାରରେ ହଜି ଯାଇଥିଲେ । ସେତେବେଳେ ତାଙ୍କ ଫିଲ୍ମ ‘ରେସ 3’ରେ ଦମଦାର ନେଗେଟିଭ ରୋଲ ଦେଇ ସଲମାନ ବୋବି ଦେଓଲଙ୍କ ଦିଗରେ ସାହାଯ୍ୟର ହାତ ବଢ଼ାଇ ଥିଲେ । ‘ରେସ 3’ରେ ନଜର ଆସିବା ପରେ ବୋବି ଦେଓଲଙ୍କ ଜୀବନ ନଥିବା କ୍ୟାରିଅରକୁ ପୁଣିଥରେ ସକ୍ଷମ କରାଇଥିଲେ ।

ଗୋବିନ୍ଦା :-

ନିଜ କ୍ୟାରିଅରରେ ଜବରଦସ୍ତ ସଫଳତା ଏବଂ ଷ୍ଟାରଡମ ଦେଖାଯାଉଥିବା ଗୋବିନ୍ଦା ଖୁବ ଖରାପ ପରିସ୍ଥିତି ମଧ୍ୟ ଦେଖିଛନ୍ତି । ନିଜେ ଗୋବିନ୍ଦା ସ୍ୱୀକାର କରିଥିଲେ ଯେ ତାଙ୍କୁ ଲଗାତାର ତିନି-ଚାରି ବର୍ଷ ପର୍ଯ୍ୟନ୍ତ ବିନା କାମରେ ଘରେ ବସିବାକୁ ପଡ଼ିଥିଲା । ଏମିତିକି ‘ଭାଗମଭାଗ’ ଏବଂ ‘ସଲାମ ଏ ଇସ୍କ’ ଭଳି ଫିଲ୍ମରୁ ମଧ୍ୟ ଗୋବିନ୍ଦାଙ୍କୁ କୌଣସି ଖାସ ଫାଇଦା ମିଳିପାରି ନଥିଲା । ଯାହାପରେ ସଲମାନ ହିଁ ଗୋବିନ୍ଦାଙ୍କୁ ସାହାଯ୍ୟ କରିଥିଲେ । ସଲମାନ ଫିଲ୍ମ ‘ପାର୍ଟନର’ରେ ଗୋବିନ୍ଦାଙ୍କୁ ଦମଦାର ରୋଲ ଦେଇଥିଲେ । “ପାର୍ଟନର”ର ସଫଳତାରୁ ଗୋବିନ୍ଦାଙ୍କୁ ବୋଲିଉଡ଼ରେ ରହିବାକୁ ଏକ ଦ୍ୱିତୀୟ ସୁଯୋଗ ମିଳିଥିଲା ।

କଟରୀନା କୈଫ :-

ବ୍ରେକଅପ ପରେ ବି ସଲମାନ ଖାନଙ୍କ ହୃଦୟରେ କଟରୀନା କୈଫଙ୍କ ପାଇଁ ଏକ ଖାସ ସ୍ଥାନ ରହିଛି ବୋଲି ଏହି କଥାକୁ କେହିବି ଅମାନ୍ୟ କରି ପାରିବେ ନାହିଁ । କଟରୀନାଙ୍କ ଦ୍ଵାରା ଦିଆଯାଇଥିବା ଧୋକାକୁ ମଧ୍ୟ ସଲମାନ ଏପରି ଭୁଲାଇ ଦେଇଥିଲେ ଯେପରି କେବେ କିଛି ହିଁ ହୋଇ ନଥିଲା । ‘ଫେଣ୍ଟମ’, ‘ଫିତୁର’, ‘ବାର ବାର ଦେଖ’ ଏବଂ ‘ଜଗ୍ଗା ଜାସୁସ’ ଭଳି ଫ୍ଲୋପ ଫିଲ୍ମ ପରେ କଟରୀନାଙ୍କ କ୍ୟାରିଅର ପ୍ରାୟ ନଷ୍ଟ ହେବା ଉପରେ ହିଁ ଥିଲା । ସେତେବେଳେ ସଲମାନ କଟରୀନାଙ୍କୁ ନିଜ ଫିଲ୍ମ ‘ଏକ ଥା ଟାଇଗର’ରେ ଜୟା ଚରିତ୍ର ଅଫର କରିଥିଲେ ।

ଅରମାନ କୋହଲୀ :-

୯୦ ଦଶକରେ ଅନେକ ଫ୍ଲୋପ ଫିଲ୍ମରେ କାମ କରି ସାରିଥିବା ଅଭିନେତା ଅରମାନ କୋହଲୀଙ୍କ ପାଇଁ ମଧ୍ୟ ସଲମାନ ଖାନ କୌଣସି ଭଗବାନଙ୍କ ଠାରୁ କମ୍ ନଥିଲେ । ସଲମାନଙ୍କ ରିୟାଲିଟି ଶୋ ‘ବୀଗ ବୋସ 7’ରେ ନଜର ଆସିବା ପରେ ଅରମାନ ଜବରଦସ୍ତ ଲାଇମଲାଇଟରେ ରହିଥିଲେ । କିନ୍ତୁ ଅରମାନଙ୍କୁ ନିଜର ଏଗ୍ରେସିଭ ବ୍ୟବହାର କାରଣରୁ ଟ୍ରୋଲିଂର ଶୀକାର ହେବାକୁ ପଡ଼ିଥିଲା । ବିଗ ବୋସ 7 ପରେ ସଲମାନ ଖାନ ଫିଲ୍ମ ‘ପ୍ରେମ ରତନ ଧନ ପାୟ’ ରେ ତାଙ୍କୁ ନେଗେଟିଭ ରୋଲ ଦେଇଥିଲେ । ଏହି ଫିଲ୍ମ ଜରିଆରେ ଅରମାନ ଫିଲ୍ମରେ ୧୧ ବର୍ଷ ଫେରି ପାଇଥିଲେ ।

ନିଲ ନିତିନ ମୁକେଶ :-

ବୋଲିଉଡ଼ ବ୍ୟାକଗ୍ରାଉଣ୍ଡରୁ ହୋଇଥିବା ସତ୍ତ୍ୱେ ବି ନୀଲ ନିତିନ ମୁକେଶ ଫିଲ୍ମ କ୍ୟାରିଅରରେ ଏତେ ଖାସ କମାଲ ମଧ୍ୟ କରି ପାରିନଥିଲେ । ଅନେକ ଫ୍ଲୋପ ଫିଲ୍ମ ଦେଇଥିବା ନୀଲ ନିତିନଙ୍କ ଭାଗ୍ୟରେ “ପ୍ରେମ ରତନ ଧନ ପାୟ” ଏକ ସାହାରା ସାଜି ଥିଲା । ଯାହାକି ସଲମାନ ଖାନଙ୍କ ଦୟାରୁ ମିଳିଥିଲା । ସଲମାନଙ୍କ ସାବତ ଭାଇ ରୋଲ ପୂର୍ବରୁ ବିଦ୍ୟୁତ ଜାମୱାଲଙ୍କୁ ଅପ୍ରଚ କରାଯାଇଥିଲା । କିନ୍ତୁ ବିଦ୍ୟୁତ ଏହି ଫିଲ୍ମ ଛାଡ଼ି ଦେଇଥିଲେ ।

ସୁନୀଲ ସେଟ୍ଟୀ :-

୯୦ ଦଶକର ସବୁଠାରୁ ହିଟ୍ ଆକ୍ସନ ଷ୍ଟାର ହେବା ପରେ ବି ସୁନୀଲ ସେଟ୍ଟୀ କିଛି ନୀଚ ଗ୍ରେଡର ଫିଲ୍ମରେ କାମ କରି ନିଜର ଷ୍ଟାରଡମ ହରାଇ ବସିଥିଲେ । ସେତେବେଳେ ସଲମାନ ଖାନ ଏବଂ ସୋହେଲ ଖାନ ତାଙ୍କୁ ଫିଲ୍ମ ‘ଜୟ ହୋ’ ପାଇଁ ସାଇନ କରାଇ ଥିଲେ ଯେଉଁଥିରେ ସୁନୀଲ ଆର୍ମି ଅଫିସରର ଚରିତ୍ର ପ୍ରଦର୍ଶନ କରିଥିଲେ । ସୁନୀଲଙ୍କୁ ଏହି ରୋଲ ପାଇଁ ଖୁବ ପ୍ରଶଂସା ମଧ୍ୟ ମିଳିଥିଲା ।

ଅଶ୍ମିତା ପଟେଲ :-

ଅମିଶା ପଟେଲଙ୍କ ଭାଇ ଅଶ୍ମିତ ପଟେଲଙ୍କ ଫିଲ୍ମ କ୍ୟାରିଅର ଏମିତିରେ ତ ସମ୍ପୂର୍ଣ୍ଣ ଭାବରେ ଫ୍ଲୋପ ହୋଇ ଯାଇଥିଲା । ବିଗ ବୋସରେ ନଜର ଆସିବା ପରେ ସଲମାନ ଖାନ ଅଶ୍ମିତଙ୍କୁ ‘ଜୟ ହୋ’ରେ ମଧ୍ୟ ସାଇନ କରାଇଥିଲେ । କିନ୍ତୁ ଅଶ୍ମିତ ଏହି ସାହାଯ୍ୟର ଫାଇଦା ଉଠାଇ ପାରି ନଥିଲେ ।

Leave a Reply

Your email address will not be published. Required fields are marked *