ଅଚାନକ ପରସ୍ପରକୁ ମିଶି ନଥିଲେ ସାକ୍ସି – ଧୋନୀ, ବର୍ଷ ପୂର୍ବେ ହୋଇଥିଲା ଭେଟ ଏବଂ ପୁଣି ଗୋଟିଏ ଦିନ…

ଧୋନୀ ଏବଂ ସାକ୍ଷୀଙ୍କ ପ୍ରେମ କାହାଣୀ ଚଳଚ୍ଚିତ୍ରରେ ଯେପରି ଦେଖାଯାଇଛି ଅସଲ ଜୀବନରେ ସେହି କାହାଣୀ ସମ୍ପୁର୍ଣ୍ଣ ଅଲଗା ଅଟେ ।

ମହେନ୍ଦ୍ର ସିଂହ ଧୋନୀ ଯେବେ ଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ଯାଇଛନ୍ତି ସେବେ ଠାରୁ ସର୍ବତ୍ର ତାଙ୍କର ହିଁ ଚର୍ଚ୍ଚା ହେଉଛି । ଧୋନୀ ନିଜ ଜୀବନର ୧୬ ବର୍ଷ ଭାରତୀୟ କ୍ରିକେଟ ଦଳକୁ ଦେଇଛନ୍ତି ଏବଂ ବର୍ତ୍ତମାନ ସେ କ୍ରିକେଟ ଦୁନିଆକୁ ଅଲବିଦା କହି ଦେଇଛନ୍ତି । ଯଦିଓ ସେ ଆଇପିଏଲରେ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବେ । ଧୋନୀଙ୍କ କ୍ରିକେଟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନର ମଧ୍ୟ ପ୍ରାୟତଃ ଚର୍ଚ୍ଚା ହୋଇଥାଏ । ଧୋନୀଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ ଏତେ ସ୍ୱତନ୍ତ୍ର ଅଟେ କି ତାଙ୍କ ଜୀବନ ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ଚଳଚ୍ଚିତ୍ର “ଏମ୍ ଏସ୍ ଧୋନୀ”ରେ ମାହିଙ୍କ ଜୀବନର କିଛି ବିଶେଷ କାହାଣୀ ଦେଖାଇବାକୁ ଚେଷ୍ଟା କରାଯାଇଛି, ଯଦିଓ ଏଥିରେ ତାଙ୍କର ପ୍ରକୃତ ପ୍ରେମ କାହାଣୀ ଦେଖାଯାଇ ନଥିଲା ।

ଗୋଟିଏ ହିଁ ବିଦ୍ୟାଳୟରେ ପଢୁଥିଲେ ଧୋନୀ- ସାକ୍ସି

newstrend

ବାସ୍ତବରେ ବିବାହ ପୂର୍ବରୁ ସାକ୍ସିଙ୍କୁ କ୍ରିକେଟ ପ୍ରତି ବହୁତ କମ୍ ଆଗ୍ରହ ଥିଲା, କିନ୍ତୁ ଭାରତୀୟ କ୍ରିକେଟ ଦଳର ସର୍ବୋତ୍ତମ ଖେଳାଳି ମାନଙ୍କ ମଧ୍ୟରୁ ଅନ୍ୟତମ ଧୋନୀ ତାଙ୍କ ଜୀବନରେ ଆସିଥିଲେ । ଧୋନୀ ଝାଡଖଣ୍ଡର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପରିବାର ଅଲମୋରା ଜିଲ୍ଲାର ଅଟନ୍ତି । ଅପର ପକ୍ଷରେ ସାକ୍ସି ସିଂହ ରାୱତଙ୍କ ପାରିବାରିକ ସମ୍ପର୍କ ଦେହରାଦୂନ ସହିତ ଜଡିତ । ଧୋନୀଙ୍କ ପିତା ପାନ୍ ସିଂହ ଭାରତ ସରକାରଙ୍କ ଇସ୍ପାତ ଉତ୍ପାଦନ କାରଖାନାରେ ଚାକିରି କରୁଥିବା ହେତୁ ରାଞ୍ଚିରେ ଯାଇ ଅବସ୍ଥାନ କରିଥିଲେ ।

newstrend

ସାକ୍ସିଙ୍କ ବାପା ମଧ୍ୟ କାରଖାନାରେ କାମ କରୁଥିଲେ। ସେମାନେ ଦୁହେଁ ପରସ୍ପରକୁ ଜାଣି ମଧ୍ୟ ଥିଲେ । ତେବେ ପରବର୍ତ୍ତୀ ସମୟରେ ସାକ୍ସିଙ୍କ ପିତା କେନାଈ ଗ୍ରୁପର ବୀନାଗୁରୀ ଚାହା କମ୍ପାନୀରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଯାଇଥିଲେ । ସେହି ସମୟରେ ସାକ୍ସି ଏବଂ ଧୋନୀ ରାଞ୍ଚିର ଡୀଏବୀ ଶ୍ୟାମାଲି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ପରେ ସାକ୍ସିଙ୍କ ପରିବାର ଦେହରାଦୂନରେ ବସବାସ କଲେ । ସେଠାରେ ସାକ୍ସିଙ୍କ ଜେଜେବାପା ଦେହରାଦୂନ ଠାରେ ବନ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ ଥିଲେ ।

ଜଣେ ବନ୍ଧୁ ଦୁହିଁଙ୍କ ଭେଟ କରାଇଥିଲେ

ସାକ୍ସି ଆଗକୁ ଅଧ୍ୟୟନ ଦେହରାଦୂନ ୱେଲକେମ୍ ଠାରୁ କରିଥିଲେ ଏବଂ ପରେ ସେ ଔରଙ୍ଗାବାଦର ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରୁ ଡିଗ୍ରୀ ହାସଲ କରିଥିଲେ । ସାକ୍ସି ନିଜର ତାଲିମ କୋଲକାତାର ତାଜ ବେଙ୍ଗଲ ହୋଟେଲରୁ ସମାପ୍ତ କରିଥିଲେ । ତାଜ ବେଙ୍ଗଲ ହୋଟେଲରେ ୨୦୦୮ ମସିହାରେରେ ସାକ୍ଷୀ ଏବଂ ଧୋନୀଙ୍କ ପୁଣିଥରେ ଭେଟ ହୋଇଥିଲା ଯେତେବେଳେ ଭାରତୀୟ ଦଳ ପାକିସ୍ତାନ ସହିତ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ୍ ପାଇଁ ତାଜରେ ରହିଥିଲେ ।

newstrend

ଚଳଚ୍ଚିତ୍ରରେ ଦେଖାଯାଇଥିଲା କି ସାକ୍ସି ଯେତେବେଳେ ଧୋନୀଙ୍କ ସହିତ ମିଶିଥିଲେ, ସେତେବେଳେ ସେ ଜାଣି ପାରିନଥିଲେ କି ଧୋନୀ ଜଣେ କ୍ରିକେଟର ଅଟନ୍ତି ଏବଂ ପରବର୍ତ୍ତୀ ସମୟରେ କର୍ମଚାରୀ ମାନେ ତାଙ୍କୁ ଧୋନୀଙ୍କୁ କ୍ଷମା ମାଗିବାକୁ କହିଥାନ୍ତି । ଏହା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମ ହୋଇ ଯାଇଥାଏ । ବାସ୍ତବ ଜୀବନରେ ଉଭୟେ ପରସ୍ପରଙ୍କୁ ସ୍କୁଲ ଦିନରୁ ହିଁ ଜାଣିଥିଲେ। ଏହା ପରେ ଯୁଦ୍ଧଜୀତ ଦତ୍ତ ଯିଏ ସାକ୍ସି ଏବଂ ଧୋନୀଙ୍କ ବନ୍ଧୁ ଥିଲେ ସେ ହିଁ ଉଭୟଙ୍କୁ ଭେଟ କରାଇଥିଲେ । ପରେ ଧୋନି ଯୁଦ୍ଧଜୀତଙ୍କୁ ସାକ୍ସିଙ୍କ ନମ୍ବର ମାଗି ମେସେଜ୍ କରିଥିଲେ । ସାକ୍ସିଙ୍କୁ ଏହି କଥାର ବିଶ୍ବାସ ହୋଇନଥିଲା କି ଧୋନୀ ତାଙ୍କୁ ମେସେଜ୍ କରିଛନ୍ତି ।

newstrend

ଏହା ପରେ ସାକ୍ସି ଏବଂ ଧୋନୀଙ୍କ ପ୍ରେମ ଆରମ୍ଭ ହୋଇଥିଲା । ତେବେ ୨୦୧୦ ମସିହାରେ ଉଭୟେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ । ଦୁହେଁ ଜୁଲାଇ ମାସ ୪ ତାରିଖ ୨୦୧୦ ମସିହାରେ ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ବିବାହ ପରେ ଧୋନୀ ଏବଂ ସାକ୍ସିଙ୍କର ଗୋଟିଏ ସୁନ୍ଦର ଝିଅ ହୋଇଥିଲା ଯାହାର ନାମ ଜୀବା ଅଟେ । ଜୀବା ଜଣେ ଅତି ସୁନ୍ଦର ଝିଅ ଅଟନ୍ତି ଯିଏ ସର୍ଵଦା ପଡ଼ିଆରେ ତାଙ୍କ ପିତା ଧୋନୀଙ୍କୁ ଚୀୟର କରୁଥିବା ନଜରରେ ଆସିଥାନ୍ତି । ଧୋନୀ ତାଙ୍କ ପରିବାରର ଅତି ନିକଟତର ଅଟନ୍ତି । ଖେଳ ବ୍ୟତୀତ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ତାଙ୍କ ପରିବାର ଉପରେ ରହିଥାଏ ଏବଂ ସେ ପ୍ରାୟତଃ ପରିବାର ସହିତ ସମୟ ଅତିବାହିତ କରୁଥିବା ନଜରରେ ଆସିଥାନ୍ତି ।

Be the first to comment

Leave a Reply

Your email address will not be published.


*