ସୈଫ-କରିନାଙ୍କ ଘରେ ଶୁଣାଯିବ ଶିଶୁର ସ୍ୱର । ଗର୍ଭବତୀ ଅଛନ୍ତି କପୂର ପରିବାରର ‘ବେବୋ’ !

ପଟୋଦି ପରିବାରରେ ପୁଣିଥରେ ଶିଶୁର ସ୍ୱର ଶୁଣିବାକୁ ଯାଉଛି । କପୂର ପରିବାରରୁ ଏକ ଶୁଭ ଖବର ଶୁଣିବାକୁ ମିଳୁଛି । ଖୁସିର ଖବର ଆଗରୁ ଜଣାଇଦେଉଛୁ ଯେ, ଆଜି ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କ ୨୫ତମ ଜନ୍ମଦିନ ଅଟେ ଏବଂ ଏମିତିରେ କରିନା କପୂର ଖାନ୍ ବହୁତ ଖୁସିର ସହିତ ଏହି ଖବର ନିଜ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି । ଯାହା ଅନୁଯାୟୀ, ଦୁହେଁ ଦ୍ୱିତୀୟ ଥର ମାଆ ବାପା ହେବାକୁ ଯାଉଛନ୍ତି । ସେହିପରି ତାଙ୍କର ଆଉ ଏକ ପୁଅ ମଧ୍ୟ ଅଛି ତୈମୁର କିନ୍ତୁ ଦ୍ୱିତୀୟ ଥର ମାତାପିତା ହେବା କଥା ଏହି ଦମ୍ପତି ନିଜେ ଘୋଷଣା କରିଛନ୍ତି ଏବଂ ଫ୍ୟାନ୍ସ ମାନଙ୍କ ସହ ଏହି ଖୁସିର ଖବର ସେୟାର କରିଛନ୍ତି । ଏହା ପରଠାରୁ ବଲିଉଡ଼ କଳାକାର ଓ ତାଙ୍କ ଫ୍ୟାନ୍ସ ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସାରାଙ୍କ ଜନ୍ମଦିନରେ ଆସିଲା ଘରକୁ ଖୁସି

google

ସାରା ଅଲି ଖାନ୍ କରିନାଙ୍କ ପ୍ରକୃତ ଝିଅ ନୁହଁନ୍ତି କିନ୍ତୁ ତାଙ୍କ ସହିତ ସାରାଙ୍କ ଭଲ ସମ୍ପର୍କ ରହିଛି ଏବଂ ସାରାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଖୁସି ଆସିଛି । କରିନା ଓ ସୈଫ ଖୁସି ଖବରର ଘୋଷଣା କରି କହିଛନ୍ତି ଯେ, ‘ଆମକୁ ଏହା କହି ବହୁତ ଖୁସି ଅନୁଭବ ହେଉଛି ଯେ ଖୁବଶୀଘ୍ର ଆମ ପରିବାରରେ ଆଉ ଏକ ନୂତନ ସଦସ୍ୟ ସାମିଲ ହେବାକୁ ଯାଉଛନ୍ତି । ଆମର ସମସ୍ତ ଶୁଭ ଚିନ୍ତକ ମାନଙ୍କୁ ତାଙ୍କ ପ୍ରେମ ଓ ସହଯୋଗ ପାଇଁ ଧନ୍ୟବାଦ ।’

କରିନା କପୂର ହେଲେ ଗର୍ଭବତୀ

google

ସୈଫ-କରିନା ଯେପରି ହିଁ ଏହି ଖୁସିର ଖବର ବିଷୟରେ ଘୋଷଣା କଲେ ସେତେବେଳେ କମେଣ୍ଟ ବକ୍ସ କିଛି ମିନିଟ୍ ମଧ୍ୟରେ ଅଭିନନ୍ଦନ ସନ୍ଦେଶରେ ଭରିଗଲା । ସମସ୍ତେ ତାଙ୍କୁ ଓ ଆସିବାକୁ ଥିବା ସଦସ୍ୟକୁ ଶୁଭକାମନା ଜଣାଇଲେ । କରିନା କପୂର ପୁଣିଥରେ ଗର୍ଭବତୀ ହେବାରୁ ତାଙ୍କ ପିତା ରଣଧୀର କପୂର ଯିଏକି ଦ୍ୱିତୀୟ ଥର ପାଇଁ ଅଜା ହେବାକୁ ଯାଉଛନ୍ତି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ‘ଆଶାକରେ ଏହା ସତ ହେଉ, ଦୁଇଟି ଛୁଆ ହେବା ଭଲ ଅଟେ ।’

ଭଉଣୀ ଜଣାଇଲେ ଭାଇ ଭାଉଜଙ୍କୁ ଅଭିନନ୍ଦନ

google

ପଟୋଦି ପରିବାରରେ ବର୍ତ୍ତମାନ ଏକ ପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସୈଫଙ୍କ ଭଉଣୀ ଓ କରିନାଙ୍କ ନଣନ୍ଦ ଅଭିନେତ୍ରୀ ସୋହା ଅଲି ଖାନ୍ ଇଂଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ତାଙ୍କୁ ପୁଣିଥରେ ମାତାପିତା ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ କେପ୍ସନରେ ଲେଖିଛନ୍ତି, ‘ନିଜକୁ ଅଟକାଇ ପାରିଲି ନାହିଁ, ଅଭିନନ୍ଦନ କରିନା କପୂର ଖାନ୍ । ସୁରକ୍ଷିତ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ । ସର୍ବଦା ଭଳି ଏପରି ଖୁସିରେ ରୁହନ୍ତୁ । ‘

୨୦୧୬ ମସିହାରେ ଦେଇଥିଲେ ତୈମୁରଙ୍କୁ ଜନ୍ମ

google

ବଲିଉଡ଼ର ପ୍ରସିଦ୍ଧ ଦମ୍ପତି ସୈଫ କରିନା ୨୦୧୨ରେ ବିବାହ କରିଥିଲେ ଏହା ପରେ ୨୦୧୬ରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ମାଁ ହୋଇଥିଲେ ଓ ତୈମୁରଙ୍କୁ ଜନ୍ମ ଦେଇଥିଲେ । ତୈମୁର ମଧ୍ୟ ନିଜ ମାତାପିତାଙ୍କ ପରି ବହୁତ ପ୍ରସିଦ୍ଧ ହୋଇଗଲେଣି ଏବଂ ପ୍ରସିଦ୍ଧ ଷ୍ଟାର କିଡ୍ସ ମଧ୍ୟରେ ସାମିଲ ଅଛନ୍ତି । ଏମିତିରେ ଯେତେବେଳେ କରିନା ପୁଣିଥରେ ମାଁ ହେବାକୁ ଯାଉଛନ୍ତି ସେତେବେଳେ ତୈମୁରଙ୍କୁ ମଧ୍ୟ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି କାରଣ ତାଙ୍କୁ ମଧ୍ୟ ଏକ ଛୋଟ ଭାଇ କିମ୍ବା ଭଉଣୀ ମିଳିବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*