ଡ୍ରଗ୍ସ ମାମଲାରେ ଫଶିଗଲେ ସାରା ତ ଅମୃତା ସିଂହ ଓ ସୈଫଙ୍କ ମଧ୍ୟରେ ହେଲା ଜବରଦସ୍ତ ଝଗଡା, କହିଲେ – ମୋ ଝିଅକୁ ଭୁଲ୍ ବାଟକୁ ନେଇଗଲେ !

ବର୍ତ୍ତମାନ ଡ୍ରଗ୍ସ ମାମଲାକୁ ନେଇ କଳହ ଲାଗି ରହିଛି । ଜଣାଶୁଣା କଳାକାର ମାନେ ଏନସିବି ସନ୍ଦେହ ଘେରରେ ଅଛନ୍ତି ସେପଟେ ସୈଫ ଅଲି ଖାନ୍ ଘରେ ମଧ୍ୟ କଲହର ସୂତ୍ରପାତ ହୋଇଛି । ସୁଶାନ୍ତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ସାରା ଅଲି ଖାନଙ୍କ ନାମ ମଧ୍ୟ ଆସିଛି । ସାରାଙ୍କ ଉପରେ ଡ୍ରଗ୍ସ ନେଇଥିବାର ଅଭିଯୋଗ ଲାଗିବା ଫଳରେ ସୈଫ ଅଲି ଖାନ୍ ଓ ମାଁ ଅମୃତା ସିଂହ ଖୁବ ଚିନ୍ତିତ ହୋଇଯାଇଛନ୍ତି । ସୂଚନାଥାଉକି ଯେବେଠାରୁ ସାରା ଏହି ମାମଲାରେ ଫଶିଛନ୍ତି ସୈଫ ତାଙ୍କ ଝିଅ ଠାରୁ ଦୂରେଇ ଅଛନ୍ତି । ସବୁଆଡେ ଏହି ପ୍ରଶ୍ନ ଉଠୁଛି ଯେ କାହିଁକି ନିଜ ଝିଅକୁ ଅସୁବିଧା ସମୟରେ ଛାଡ଼ିଦେଇ ଦିଲ୍ଲୀ ଚାଲିଗଲେ ? ତେବେ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ମିଳୁଛି ।

କରିନା ଓ ତୈମୁର ସାଥିରେ ସୈଫ ଦିଲ୍ଲୀ ଗସ୍ତରୁ ସମସ୍ତେ ଚକିତ ଅଛନ୍ତି । ଖବର ଆସୁଛି ଯେ ‘ଡ୍ରଗ୍ସ ମାମଲା’ ଖାନ୍ ପରିବାରରେ ବିଶେଷ କରି ସୈଫ-ଅମୃତା ଓ ସାରାଙ୍କ ମଧ୍ୟରେ କଲହର କାରଣ ପାଲଟିଛି । ଝିଅକୁ ନିଶାଦ୍ରବ୍ୟ ସେବନ କରୁଥିବାର ଶୁଣି ଅନ୍ୟ ପିତାଙ୍କ ଭଳି ସୈଫ ମଧ୍ୟ ଦୁଃଖିତ ହୋଇଥିଲେ । ଏହା ପରେ ସେ ସାରା, ଓ ଅମୃତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କଲେ ଏବଂ ତାଙ୍କ ଉପରେ ରାଗିଲେ ତା’ପରେ ସୈଫଙ୍କ ଅମୃତା ଓ ସାରା ଦୁହିଁଙ୍କ ସହ ବହୁତ ବଡ଼ ଝଗଡା ହୋଇଗଲା ।

ସୂତ୍ରରୁ ଜଣାପଡ଼ିଛି ଯେ ଅମୃତା ଓ ସାରାଙ୍କ ସହିତ ହୋଇଥିବା କଳହ ପରେ ସୈଫ ନିଜର ଦ୍ୱିତୀୟ ସ୍ତ୍ରୀ କରିନା କପୂର ଖାନ୍ ଓ ପୁଅ ତୈମୁରଙ୍କ ସହିତ ମୁମ୍ବାଇ ଛାଡ଼ି ଦିଲ୍ଲୀ ଯିବା ପାଇଁ ନିଷ୍ପତ୍ତି ନେଲେ । ସୈଫ କରିନା ଓ ତୈମୁରଙ୍କ ସହ ବର୍ତ୍ତମାନ ପଟୋଦି ହାଉସରେ ଅଛନ୍ତି । ଯଦିଓ ଆଗରୁ କୁହାଯାଉଥିଲା କି କରିନା ଦିଲ୍ଲୀରେ ନିଜ ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଡ଼ା’ର ଶୁଟିଂ କରୁଛନ୍ତି । ବାସ୍ତବରେ କରିନାଙ୍କ ଦିଲ୍ଲୀ ଗସ୍ତ ପୁରାପୁରି ପ୍ରଫେସନାଲ ଅଟେ କିନ୍ତୁ ସୈଫ କରିନା ସହିତ ଦିଲ୍ଲୀ ଯିବା ନିଷ୍ପତ୍ତି ଅମୃତା ଓ ସାରାଙ୍କ ସହିତ ହୋଇଥିବା ଝଗଡା ଯୋଗୁଁ ନେଇଥିଲେ ।

ଏହିପରି ଏହି ଖବର ମଧ୍ୟ ଆସୁଛି ଯେ, ସୈଫ ପୂର୍ବପତ୍ନୀ ଅମୃତା ସିଂହଙ୍କୁ ମଧ୍ୟ ଏହି ମାମଲାକୁ ନେଇ ବହୁତ କିଛି କହିଥିଲେ । ଏତିକିନୁହେଁ ଏହା ମଧ୍ୟ କୁହାଯାଉଛି ଯେ ସାରାଙ୍କ ଉପରେ ରାଗିଥିବା ସତ୍ତ୍ୱେ ସୈଫ ସାରାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲେ । ସୈଫ ଝିଅ ପାଇଁ ଲିଗାଲ ଟିମର ବ୍ୟବସ୍ଥା କରାଇଲେ । କିନ୍ତୁ ପରେ ଖବର ଆସିଲା ଯେ ସୈଫ ଏପରି କିଛି କରିନଥିଲେ । ସୈଫ ଓ ସାରା ସହ ଜଡ଼ିତ ସୂତ୍ର ଅନୁଯାୟୀ କୁହାଯାଉଛି ଯେ ପିତା ସୈଫ ଅଲି ଖାନଙ୍କ ଝିଅ ସାରାଙ୍କୁ କେହି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି ।

ଏହି ସମ୍ପୂର୍ଣ୍ଣ ବିବାଦରେ ସାରା ଫଶିବା ଦାୟୀ ଅମୃତା ବୋଲି ସୈଫ କହିଛନ୍ତି । ବାସ୍ତବରେ ଅମୃତା ସାରାଙ୍କ କ୍ୟାରିୟରର ନିଷ୍ପତ୍ତି ନିଜେ ନିଅନ୍ତି । ଏହିପରି ସୈଫ ଅଲି ଖାନ୍ ଅମୃତାଙ୍କୁ ପଚାରିଲେ ଯେ ସାରାଙ୍କ ନିଶାଦ୍ରବ୍ୟ ସହ ସଂଲିପ୍ତ ଥିବାର ସୂଚନା ସେ କିପରି ଜାଣିପାରିଲେ ନାହିଁ ?

କିନ୍ତୁ ଅମୃତା ଓ ସାରାଙ୍କୁ ପ୍ରଶ୍ନ କରିବା ସୈଫଙ୍କ ପାଇଁ ବହୁତ କଠୋର ଅନୁଭବ ଥିଲା, କାରଣ ସାରା ଓ ଅମୃତଙ୍କ ସହିତ ପ୍ରଶ୍ନ ଉତ୍ତରର ଏହି କଥାବାର୍ତ୍ତା ବଡ଼ ପାରିବାରିକ କଲହର ରୂପ ନେଇଛି ।

Be the first to comment

Leave a Reply

Your email address will not be published.


*