ବିବାହର ପ୍ରଥମ ରାତ୍ରିରେ ମେଡିକାଲରେ ଭର୍ତ୍ତି ହେଲେ ଏହି ଅଭିନେତା ! ଆସନ୍ତୁ ଜାଣିବା ଏହା ପଛରେ ଲୁଚି ରହିଥିବା ଘଟଣା…

ବିବାହର ପ୍ରଥମ ରାତ୍ରିରେ ମେଡିକାଲରେ ଭର୍ତ୍ତି ହେଲେ ଏହି ଅଭିନେତା ! ଆସନ୍ତୁ ଜାଣିବା ଏହା ପଛରେ ଲୁଚି ରହିଥିବା ଘଟଣା…

ବିବାହ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇଥାଏ । ଏହି ଦିନ ପାଇଁ ସମସ୍ତ ପୁଅ ମାନଙ୍କର ଅପେକ୍ଷା ରହିଥାଏ । ବିଶେଷକରି ଚଉଠିକୁ ନେଇ ପୁଅମାନେ ଅତ୍ୟନ୍ତ ଉତ୍ସାହିତ ରହିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ରହୁଥିବା ଜଣେ ବର ଚଉଠିର କିଛି ସମୟ ପୂର୍ବରୁ ବିଷ ଖାଇ ନେଇଛନ୍ତି । ଏହି କଥା ତାଙ୍କ ଘର ଲୋକଙ୍କୁ ଜଣା ପଡିବା ମାତ୍ରେ ଘରେ ହଲ୍-ଚଲ୍ ସୃଷ୍ଟି ହୋଇଗଲା । ବର ବିବାହର ଦ୍ଵିତୀୟ ଦିନରେ କାହିଁକି ନିଜ ଜୀବନ ଦେବାକୁ ଚେଷ୍ଟା କରୁଥିଲା, ଏହି କଥା ବର୍ତ୍ତମାନ ରହସ୍ୟ ହୋଇ ରହିଛି ।

ଏହି ସମ୍ପୂର୍ଣ୍ଣ ଘଟଣା ଇନ୍ଦୋରର ଚନ୍ଦନନଗରର ଅଟେ । ଏଠାରେ ଶନିବାର ଦିନ ସୈଫ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କର ମଲହାରଗଞ୍ଜରେ ବିବାହ ହୋଇଥିଲା । ଏହି ବିବାହରେ ବର ଠାରୁ ଆରମ୍ଭ କରି କନ୍ୟା ପର୍ଯ୍ୟନ୍ତ ଏବଂ ସେମାନଙ୍କ ସମସ୍ତ ସମ୍ପର୍କୀୟ ଖୁସି ଥିଲେ । ଏହାପରେ ରବିବାର ଦିନ ବର ନିଜ ନୂତନ କନ୍ୟାକୁ ନେଇ ଘରକୁ ଆସିଥିଲେ ଏବଂ ସନ୍ଧ୍ୟା ସମୟରେ ସେ କନ୍ୟାର କଠୋରୀକୁ ଯାଇଥିଲେ । ଏଠାରେ ଦୁହିଁଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିଲା । ଏହାପରେ ବର ଆଉ ଏକ କଠୋରୀକୁ ଚାଲି ଯାଇଥିଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା ଏବଂ ସେ ବାନ୍ତି କରିବାକୁ ଲାଗିଥିଲେ ।

ଘର ଲୋକଙ୍କୁ ଏ ବିଷୟରେ ଜଣାପଡିବା ମାତ୍ରେ ସେମାନେ ତାଙ୍କୁ ମହାରାଜ ଯଶବନ୍ତରାୟ ହସ୍ପିଟାଲକୁ ନେଇ ଯାଇଥିଲେ । ଏଠାରେ ଡାକ୍ତରମାନେ ପରୀକ୍ଷା କରି ଜାଣିଥିଲେ ଯେ, ବର ବିଷ ପିଇଛନ୍ତି । ଏହାପରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୋଲିସକୁ ଏ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବରର ଘର ଲୋକଙ୍କର ମତାମତ ନେଇଥିଲା । ଏହାପରେ ଏକ ମାମଲା ମଧ୍ୟ ଦାୟର୍ କରାଯାଇଥିଲା । ତେବେ ପୋଲିସ୍ ଏ ଘଟଣା ବିଷୟରେ ତଦନ୍ତ କରୁଅଛି । ଏଥିସହିତ ଯୁବକର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି କୁହାଯାଉଛି ।

କୁହାଯାଉଛି ଯେ, ରବିବାର ଦିନ ରୀସେପସନ୍ ହେବାର ଥିଲା କିନ୍ତୁ ରବିବାର ଦିନ ସହରରେ ଲକଡାଉନ୍ ହେବା କାରଣରୁ ଏହାକୁ ସୋମବାର ଦିନକୁ ସ୍ଥାନାନ୍ତର କରି ଦିଆଯାଇଥିଲା । ଘର ଲୋକେ ଏହି ରୀସେପସନର ପ୍ରସ୍ତୁତିରେ ଲାଗି ପଡିଥିଲେ । ତେବେ ବରର ବିଷ ଖାଇବା ପରେ ପରିବେଶରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣା ପରେ ରୀସେପସନକୁ ବନ୍ଦ କରି ଦିଆଯାଇଛି ।

ଏଗି ଘଟଣା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସମସ୍ତେ ଏହା ଭାବୁଛନ୍ତି ଯେ, ସୈଫ ଅଲ୍ଲୀ ତାଙ୍କ ବିବାହର ଗୋଟିଏ ଦିନପରେ କାହିଁକି ବିଷ ପିଇଦେଲେ । କନ୍ୟାର କଠୋରୀକୁ ଯାଇଥିବା ସମୟରେ ଉଭୟଙ୍କ ମଧ୍ୟରେ କେଉଁ କଥା ହୋଇଥିଲା । ଏହି ରହସ୍ୟ ଆହୁରି ଗଭୀର ହୋଇ ଯାଉଛି । ପୋଲିସର କହିବା ଅନୁଯାୟୀ, ଯୁବକ ଜଣକ ସୁସ୍ଥ ହେବା ପରେ ତାଙ୍କ ବିବୃତ୍ତି ନିଆଯିବ । ତାପରେ ସଠିକ୍ ଭାବରେ ଜଣା ପଡିପାରିବ ଯେ, ଯୁବକ କାହିଁକି ବିବାହର ଗୋଟିଏ ଦିନ ପରେ ବିଷ ଖାଇଲେ ।

Leave a Reply

Your email address will not be published. Required fields are marked *