ସଚିନ୍ ତେନ୍ଦୁଲକରଙ୍କ ଝିଅଙ୍କୁ ମହିଳାଙ୍କର ଅପମାନ : ‘ବାପର ପଇସା ନଷ୍ଟ କରୁଛି’ ! ଏହାର ଉଚିତ୍ ଜବାବ୍ ଦେଲେ ସଚିନଙ୍କ ଝିଅ ମହିଳାଙ୍କୁ…

ସଚିନ୍ ତେନ୍ଦୁଲକରଙ୍କ ଝିଅଙ୍କୁ ମହିଳାଙ୍କର ଅପମାନ : ‘ବାପର ପଇସା ନଷ୍ଟ କରୁଛି’ ! ଏହାର ଉଚିତ୍ ଜବାବ୍ ଦେଲେ ସଚିନଙ୍କ ଝିଅ ମହିଳାଙ୍କୁ…

‘କ୍ରିକେଟ୍’ର ଭଗବାନ୍ କୁହାଯାଉଥିବା ମହାନ୍ ଖେଳାଳି ସଚିନ୍ ତେନ୍ଦୁଲକର୍ ଲୋକଲୋଚନରେ ସର୍ବଦା ରହିଥାନ୍ତି । ସଚିନଙ୍କ ସହିତ ତାଙ୍କ ପରିବାର ମଧ୍ୟ ସବୁବେଳେ ‘ଲାଇମଲାଇଟ୍’ରେ ରହିଥାନ୍ତି । ସଚିନଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ତାଙ୍କର ଦୁଇ ସନ୍ତାନ ଅର୍ଜୁନ୍ ଏବଂ ସାରା ମଧ୍ୟ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି ।

ସୂଚନାଯୋଗ୍ୟ ଯେ ସଚିନ୍ ତେନ୍ଦୁଲକର ଏବଂ ଅଞ୍ଜଳି ତେନ୍ଦୁଲକରଙ୍କର ଦୁଇଟି ସନ୍ତାନ ଅଛନ୍ତି, ବଡ଼ ଝିଅ ସାରା ଏବଂ ସାନପୁଅ ଅର୍ଜୁନ୍ । ତାଙ୍କ ପିତାଙ୍କ ପରି ଅର୍ଜୁନ୍ ତେନ୍ଦୁଲକର୍ କ୍ରିକେଟ୍ ଜଗତରେ ନିଜର କ୍ୟାରିଅର୍ ପ୍ରସ୍ତୁତ କରୁଥିବାବେଳେ ସାରା ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି । ସଚିନଙ୍କ ଝିଅ ସାରାଙ୍କ ପ୍ରଶଂସକ ମଧ୍ୟ କୌଣସି ବଲିଉଡ ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ । ଏଥି ସହିତ ସୌନ୍ଦର୍ଯ୍ୟରେ ସାରା ତେନ୍ଦୁଲକର୍ ମଧ୍ୟ ବଲିଉଡ ସେଲିବ୍ରିଟିମାନଙ୍କୁ ପଛରେ ପକାଇଦେବେ ।

ସୂଚନାଯୋଗ୍ୟ ଯେ, ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର୍ ସୋସିଆଲ୍ ମିଡିଆରେ ଟ୍ରଲ୍ ହୋଇଛନ୍ତି । ଇନଷ୍ଟାଗ୍ରାମରେ ସାରାଙ୍କୁ ୧.୨ ମିଲିୟନ୍ ଲୋକ ଅନୁସରଣ କରୁଛନ୍ତି । ସେ କିଛିଦିନ ତଳେ ଇନଷ୍ଟାଗ୍ରାମରେ ନିଜର ଫୋଟ ଏବଂ ଭିଡିଓ ପୋଷ୍ଟ କରିଥିଲେ । ଏ ମଧ୍ୟରେ ସେ ତାଙ୍କର ନୂତନ ପୋଷ୍ଟ ହେତୁ ହେଡଲାଇନରେ ଅଛନ୍ତି ।

‘କଫି କପ୍’ର ଫୋଟ ସେୟାର୍ କଲେ ସାରା

୨୩ ବର୍ଷୀୟ ସାରା ତେନ୍ଦୁଲକର୍ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ନୂଆ ପୋଷ୍ଟ ସେୟାର୍ କରିଛନ୍ତି । ସାରା ତାଙ୍କ ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ‘କାର୍’ରେ ବସି ‘କଫି କପ୍’ର ଏକ ଚିତ୍ର ସେୟାର୍ କରି ଲେଖିଥିଲେ, ‘ବ୍ଲୁ ଟୋକାଇ କଫି ଜିନ୍ଦେଗି ବଚ୍ଚା ଦେତି ହେ’ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ।

ମହିଳା ମାରିଲେ କମେଣ୍ଟ

ସାରା ତେନ୍ଦୁଲକରଙ୍କ ଏହି ପୋଷ୍ଟରେ ତାଙ୍କୁ ଜଣେ ମହିଳା ଟ୍ରୋଲ୍ କରିଥିଲେ । କିନ୍ତୁ ସାରା ମଧ୍ୟ ଏହାର ଏକ କଡ଼ା ଉତ୍ତର ଦେଇଛନ୍ତି । ଜଣେ ମହିଳା ସାରାଙ୍କୁ ଥଟ୍ଟା କରି କହିଥିଲେ ଯେ ସେ ତାଙ୍କ ପିତାଙ୍କ ଟଙ୍କା ନଷ୍ଟ କରୁଛନ୍ତି । ଅନ୍ୟପକ୍ଷରେ, ସାରା ସେହି ମହିଳାଙ୍କୁ ଟ୍ୟାଗ୍ କରି ବାର୍ତ୍ତାର ସ୍କ୍ରିନସଟ୍ ସେୟାର୍ କରିଛନ୍ତି ଏବଂ ଏହାର ଉତ୍ତରରେ ଲେଖିଛନ୍ତି ଯେ, ‘କୋଈ ଭି ପୈସା ଜୋ କଫନି ପର ଖର୍ଚ୍ଚ ହୁଆ ହୋ ୱ ଉସ୍ ପୈସେ କା ବେହତରିନ ଇସ୍ତମାଲ୍ ହେ, ଇସେ ବର୍ବାଦ କରନା ନେହିଁ କହତେ ହେ (ଚାହେ ୱ କଇ ଭି ହୋ) ।

ଅର୍ଜୁନ୍ ତେନ୍ଦୁଲକରଙ୍କ ଉପରେବି ବର୍ଷିଲେ ମହିଳା

ମହିଳା ଜଣକ ସାରାଙ୍କ ସାନଭାଇ ଏବଂ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ଉପରେ ମଧ୍ୟ କହିଛନ୍ତି । ଅର୍ଜୁନଙ୍କ ପାଇଁ ମହିଳା ଲେଖିଛନ୍ତି, ‘ସବସେ ଶସ୍ତା ଲଡ଼କା’ । ଅର୍ଜୁନ୍ ତେନ୍ଦୁଲକର୍ ଜଣେ କ୍ରିକେଟର୍ । ତାଙ୍କୁ IPL ୨୦୨୧ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ସେ ବୋଲିଂ ପାଇଁ ଜଣାଶୁଣା, ବ୍ୟାଟିଂ ମଧ୍ୟ କରିପାରନ୍ତି ।

ଅର୍ଜୁନଙ୍କ ଡେବୁ କୁ ଅପେକ୍ଷା

ସଚିନ୍ ତେନ୍ଦୁଲକର୍ IPLରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିସାରିଛନ୍ତି । ବର୍ତ୍ତମାନ ସେ ଦଳରେ ମେଣ୍ଟର୍ ଭୂମିକାରେ କାର୍ଯ୍ୟରତ । ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସରୁ ଅର୍ଜୁନଙ୍କ IPL ଡେବ୍ୟୁକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୧ରେ ଦୁଇଟି ମ୍ୟାଚ୍ ଖେଳିଛି, ତାଙ୍କୁ ଆଗାମୀ ମ୍ୟାଚ୍ ଗୁଡିକରେ ଦେଖିବାକୁ ମିଳିବ କି ? ଅର୍ଜୁନ IPL ଡେବ୍ୟୁ ପାଇଁ ସୁଯୋଗ ପାଉଛନ୍ତି କି ନାହିଁ ଦେଖାଯାଉ ।

Leave a Reply

Your email address will not be published. Required fields are marked *