ସଚିନ୍ ତେନ୍ଦୁଲକର୍ ନିଜ ପରିବାର ସହିତ ରହନ୍ତି ଏହି ବଙ୍ଗଳାରେ ! ଦେଖନ୍ତୁ ସଚିନ୍ ଏବଂ ଅଞ୍ଜଳିଙ୍କର ଏହି ସ୍ୱପ୍ନ ଘରର କିଛି ସୁନ୍ଦର ଫୋଟ…

ସଚିନ୍ ତେନ୍ଦୁଲକର୍ ନିଜ ପରିବାର ସହିତ ରହନ୍ତି ଏହି ବଙ୍ଗଳାରେ ! ଦେଖନ୍ତୁ ସଚିନ୍ ଏବଂ ଅଞ୍ଜଳିଙ୍କର ଏହି ସ୍ୱପ୍ନ ଘରର କିଛି ସୁନ୍ଦର ଫୋଟ…

‘କ୍ରିକେଟ୍’ର ଭଗବାନ କୁହାଯାଉଥିବା ଭାରତୀୟ ‘କ୍ରିକେଟ୍ ଟିମ୍’ର ପୂର୍ବ ଖେଳାଳୀ ସଚିନ୍ ତେନ୍ଦୁଲକର୍ ଗତ ଏପ୍ରିଲ୍ ୨୪ ତାରିଖରେ ନିଜର ୪୮ ତମ ଜନ୍ମଦିନ ପାଳନ କରିଛନ୍ତି ଏବଂ ଏହି ଖାସ୍ ଅବସରରେ ସଚିନ୍ ତେନ୍ଦୁଲକରଙ୍କୁ ତାଙ୍କର ସବୁ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ମଧ୍ୟ ମିଳିଛି । ପୁଣି ସଚିନ୍ ମଧ୍ୟ ଏକ ଭିଡ଼ିଓ ସେୟାର୍ କରି ନିଜର ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସଚିନଙ୍କର ଏହି ଭିଡ଼ିଓ ଭାଇରଲ୍ ମଧ୍ୟ ହେଉଛି ।

ଆଜିକା ସମୟରେ ‘ସଚିନ୍ ତେନ୍ଦୁଲକର୍’ଙ୍କୁ ‘କ୍ରିକେଟ୍’ର ଭଗବାନ ବୋଲି ବିଶ୍ୱାସ କରାଯାଇଥାଏ ଏବଂ ଖେଳ ଜଗତରେ ତାଙ୍କ ନାମ ଖୁବ୍ ସମ୍ମାନର ସହିତ ନିଆଯାଇଥାଏ । ଆଜି ତାଙ୍କୁ ଯେଉଁ ସଫଳତା ହାସଲ ହୋଇଛି ତା ପଛରେ ତାଙ୍କର ଅଧ୍ୟବସାୟ ଏବଂ କଠିନ ପରିଶ୍ରମ ରହିଛି ଯାହା ଦ୍ୱାରା ସଚିନ୍ ତେନ୍ଦୁଲକର୍ ଭାରତୀୟ ‘କ୍ରିକେଟ୍ ଟିମ୍’କୁ ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚାଇବାକୁ ନିଜର ଏକ ବୃହତ ଯୋଗଦାନ ଦେଇଛନ୍ତି ।

ପୁଣି ‘ମାଷ୍ଟର୍ ବ୍ଲାଷ୍ଟର୍’ ‘ସଚିନ୍ ତେନ୍ଦୁଲକର୍’ଙ୍କର ଖେଳ ଜଗତରେ କ୍ୟାରିଅର୍ ଯେତିକି ସୁନ୍ଦର ରହିଥିଲା ସେତିକି ପରଫେକ୍ଟ ତାଙ୍କ ବାସ୍ତବ ଜୀବନ ମଧ୍ୟ ଏବଂ ଆଜି ସଚିନ୍ ତାଙ୍କ ପରିବାର ସହିତ ଖୁବ୍ ଖୁସିରେ ନିଜ ଜୀବନକୁ ଉପଭୋଗ କରୁଛନ୍ତି । ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ‘ମାଷ୍ଟର୍ ବ୍ଲାଷ୍ଟର୍’ ‘ସଚିନ୍ ତେନ୍ଦୁଲକର୍’ଙ୍କ ଘର ପରିବାରର କିଛି ସୁନ୍ଦର ଫୋଟ ଦେଖାଇବାକୁ ଯାଉଛୁ ।

ଭାରତୀୟ ‘କ୍ରିକେଟ୍ ଟିମ୍’କୁ ଶୀର୍ଷରେ ଆଣି ନିଜର ଫ୍ୟାନମାନଙ୍କ ହୃଦୟରେ ରାଜତ୍ୱ କରୁଥିବା ସଚିନଙ୍କ ହୃଦୟରେ କେବଳ ଜଣେ ମହିଳା ରାଜତ୍ୱ କରିଛନ୍ତି ବରଂ ସେ ଆଉ କେହି ନୁହଁନ୍ତି ତାଙ୍କର ସ୍ତ୍ରୀ ଅଞ୍ଜଳି ଏବଂ ସଚିନ୍ ନିଜ ପତ୍ନୀ ଅଞ୍ଜଳିକୁ ଖୁବ୍ ଭଲ ପାଆନ୍ତି । ସେହି ଦୁହିଁଙ୍କ ଯୋଡ଼ି ଆମ ଦେଶର ସବୁଠାରୁ ଲୋକପ୍ରିୟ ଏବଂ ରୋମାଣ୍ଟିକ୍ ଯୋଡ଼ି ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ ।

ସେମାନେ ଦୁହେଁ ପରସ୍ପରର ପରଫେକ୍ଟ ଜୀବନସାଥୀ ବୋଲି ମଧ୍ୟ ପ୍ରମାଣ ହୋଇଛି ଏବଂ ସଚିନ୍ ଅଞ୍ଜଳିଙ୍କୁ ନିଜ ସ୍ତ୍ରୀ ଭାବରେ ପାଇ ନିଜକୁ ଭାଗ୍ୟବାନ୍ ମନେ କରନ୍ତି । ଯେଉଁଠି ଅଞ୍ଜଳି ସଚିନଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି । ଦୁହେଁ ଦୁହିଁଙ୍କୁ ଅତ୍ୟନ୍ତ ଭଲ ପାଆନ୍ତି ।

ଯଦି ଆମେ ସଚିନ୍ ଏବଂ ଅଞ୍ଜଳିଙ୍କ ଲଭ୍ ଲାଇଫ୍ ବିଷୟରେ କହିବୁ ତେବେ ସଚିନଙ୍କ କ୍ୟାରିଅର୍ କୁ ସଫଳ ବନାଇବା ପାଇଁ ସେ ନିଜର ମେଡିକାଲ୍ କ୍ୟାରିଅର୍ କୁ ଅଧାରେ ଛାଡ଼ି ଦେଇଥିଲେ ଏବଂ ବିବାହ ପରେ ଅଞ୍ଜଳି ନିଜର ସମ୍ପୂର୍ଣ୍ଣ ସମୟ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ଦେଇଥିଲେ ।

ଆଜିକା ସମୟରେ ସଚିନ୍ ଏବଂ ଅଞ୍ଜଳିଙ୍କର ଦୁଇ ସନ୍ତାନ ସାରା ଏବଂ ଅର୍ଜୁନ ତେନ୍ଦୁଲକର୍ । ସଚିନ୍ ବର୍ତ୍ତମାନ କ୍ରିକେଟ୍ ଜଗତରୁ ଅବସର ନେଇ ସାରିଛନ୍ତି ଏବଂ ନିଜର ପୁରା ସମୟ ପରିବାର ସହିତ ବିତାନ୍ତି ଏବଂ ଖୁସିର ଜୀବନ ଅତିବାହିତ କରୁଛନ୍ତି ।

କହୁରଖୁଛୁ ଯେ ସଚିନ୍ ନିଜ ପରିବାର ସହିତ ମୁମ୍ବାଇ ସ୍ଥିତ ନିଜର ଏକ ‘ସୁନ୍ଦର ମେନ୍ସନ୍’ରେ ରହନ୍ତି ଏବଂ ଆଜି ଆମେ ଆପଣଙ୍କୁ ‘ସଚିନ୍ ତେନ୍ଦୁଲକର୍’ଙ୍କ ବେଷ୍ଟ ବାନ୍ଦ୍ରାର ପେରି କ୍ରୋସ୍ ରୋଡ଼ ସ୍ଥିତ ତାଙ୍କର ସୁନ୍ଦର ବଙ୍ଗଳାର ଟୁର୍ କରିବୁ ଏବଂ ଆସନ୍ତୁ ଦେଖିବା ଏହି ବଙ୍ଗଳାର କିଛି ଖାସ୍ ଫୋଟ ।

କହିରଖୁଛୁ ଯେ ତେନ୍ଦୁଲକର୍ ନିଜର ଏହି ବଙ୍ଗଳା ୨୦୦୭ ମସିହାରେ କିଣିଥିଲେ ଏବଂ ଏହି ବଙ୍ଗଳାର ମୁଲ୍ୟ ପାଖାପାଖି ୩୯ କୋଟି ଟଙ୍କା ଅଟେ ଏବଂ ଆପଣଙ୍କୁ କହିରଖୁଛୁ ଯେ ‘ସଚିନ୍ ତେନ୍ଦୁଲକର୍’ଙ୍କର ଏହି ସମ୍ପୂର୍ଣ୍ଣ ଘର ୬୦୦୦ ବର୍ଗ ଫୁଟରେ ପ୍ରସାରିତ ହୋଇଛି । ଏହି ଘରେ ‘ସଚିନ୍ ତେନ୍ଦୁଲକର୍’ ୨୦୧୧ରେ ନିଜ ପରିବାର ସହିତ ଶିଫ୍ଟ ହୋଇଥିଲେ ।

ସଚିନ୍ ତେନ୍ଦୁଲକର୍ ଏହି ସୁନ୍ଦର ବଙ୍ଗଳାରେ କେତେ ମହଲା ଏବଂ ଏକ ଟେରିସ୍, ଦୁଇଟି ବେସମେଣ୍ଟସ୍ ମଧ୍ୟ ରହିଛି ଏବଂ ସଚିନ୍ ତେନ୍ଦୁଲକରଙ୍କର ପ୍ରବେଶ ଦ୍ୱାର ମଧ୍ୟ ଖୁବ୍ ସୁନ୍ଦର ଅଟେ ତାଙ୍କ ଘରର ଗାର୍ଡେନ୍ ମଧ୍ୟ ବହୁତ ସୁନ୍ଦର ।

ପୁଣି ଯଦି ଆମେ ‘ସଚିନ୍ ତେନ୍ଦୁଲକର୍’ଙ୍କ ଘରର ଲିଭିଂ ରୁମ୍ ବିଷୟରେ କହିବୁ ତେବେ ତାହା ଅତି ସୁନ୍ଦର ଏବଂ ନିଜର ୨୪ ବର୍ଷ କ୍ୟାରିଅରରେ ମିଳିଥିବା ଏହିସବୁ ଉପଲବ୍ଧି କୁ ସଚିନ୍ ନିଜ ‘ଲିଭିଂ ରୁମ୍’ର ‘ଏକ ଫ୍ରେମ୍’ରେ ଅତି ସୁନ୍ଦର ଭାବରେ ସଜାଇଛନ୍ତି ।

ତାଙ୍କର ଡ୍ରଇଂ ରୁମ୍ ମଧ୍ୟ ଅଧିକ ପରଫେକ୍ଟ ଏବଂ ସୁନ୍ଦର ଅଟେ । ସଚିନ୍ ଏବଂ ଅଞ୍ଜଳିଙ୍କ ରୋଷେଇ ଘରର ଭିତର ମଧ୍ୟ ସୁନ୍ଦର ।

କହିରଖୁଛୁ ଯେ ସଚିନଙ୍କୁ ନିଜ ଘରର ଗାର୍ଡେନ୍ ଏରିଆ ଅଧିକ ପସନ୍ଦ ଅଟେ, ଯେଉଁଠି ସେ ଅଧିକ ସମୟ ବିତାଇଥାନ୍ତି । ସଚିନଙ୍କର ଏହି ଲକଜରୀୟସ୍ ଘରର ପ୍ରତି କୋଣ ସୁନ୍ଦର ଭାବରେ ନଜର ଆସିଥାଏ । ତାଙ୍କ ଘରର ମନ୍ଦିର ମଧ୍ୟ ଖୁବ୍ ସୁନ୍ଦର । କହିରଖୁଛୁ ଯେ ସଚିନ୍ ଏବଂ ଅଞ୍ଜଳି ନିଜର ଏହି ସ୍ୱପ୍ନର ଘରକୁ ଖୁବ୍ ସୁନ୍ଦର ଭାବରେ ସଜାଇଛନ୍ତି ।

Leave a Reply

Your email address will not be published. Required fields are marked *