ପୁଅ ଅର୍ଜୁନଙ୍କ ଖରାପ ବ୍ୟବହାର ହେତୁ ସଚିନ୍ ତେନ୍ଦୁଲକରଙ୍କୁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥିଲା !

ପୁଅ ଅର୍ଜୁନଙ୍କ ଖରାପ ବ୍ୟବହାର ହେତୁ ସଚିନ୍ ତେନ୍ଦୁଲକରଙ୍କୁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥିଲା !

‘କ୍ରିକେଟ୍’ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ବର୍ତ୍ତମାନ ୪୮ ବର୍ଷ ବୟସ । ସଚିନଙ୍କ ଜନ୍ମ ୨୪ ଏପ୍ରିଲ, ୧୯୭୩ରେ ମୁମ୍ବାଇରେ ହୋଇଥିଲା । ନିଜ ଜୀବନରେ ଅନେକ ସଫଳତା ଲାଭ କରିଥିବା ସଚିନ୍ ୨୪ ବର୍ଷ ମଧ୍ୟରେ ଅନେକ ନାମ, ଧନ ଓ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ଥରେ ପୁଅ ଅର୍ଜୁନଙ୍କ କାରଣରୁ ଅମିତାଭ ବଚ୍ଚନଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଥିଲା । ଏହି ଘଟଣା ନିଜେ ସଚିନ୍ ଅମିତାଭଙ୍କ ୭୫ତମ ଜନ୍ମଦିନ ଅବସରରେ କହିଥିଲେ । ସୂଚନାଯୋଗ୍ୟ ଯେ ସଚିନ୍ ୧୯୯୫ରେ ଡ. ଅଞ୍ଜଳିଙ୍କୁ ବିବାହ କରିଥିଲେ । ଦମ୍ପତ୍ତିଙ୍କର ସାରା ଓ ଅର୍ଜୁନ ନାମରେ ଦୁଇ ସନ୍ତାନ ଅଛନ୍ତି । ଆସନ୍ତୁ ଜାଣିବା ବାସ୍ତବରେ ହୋଇଥିଲା କ’ଣ…

ସଚିନ୍ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ “ଅର୍ଜୁନ୍ ସେତେବେଳେ ଦେଢ଼ ବର୍ଷର ହୋଇଥିଲେ, ମୁଁ ଏବଂ ଅମିତାଭ୍ ବଚ୍ଚନ ‘ଏକ ଆଡ୍’ର ସୁଟ୍ କରୁଥିଲୁ । ସେତେବେଳେ ଅର୍ଜୁନ୍ କୋଳରେ ଥିଲେ ଏବଂ କମଳା ଖାଉଥିଲେ, ଅର୍ଜୁନ୍ କମଳା ଖାଇ ହାତ ଅମିତାଭଙ୍କ ପାଇଜାମାରେ ପୋଛି ଦେଲେ, ଏହା ଦେଖି ମୁଁ କଣ କରିବି କିଛି ବୁଝିପାରିଲି ନାହିଁ । ମୋତେ ବହୁତ ଲଜ୍ଜା ଅନୁଭବ ହେଲା, କିନ୍ତୁ ଅମିତାଭ ଏଥିରେ ସାଧାରଣ ପ୍ରତିକ୍ରିୟା ଦେଇଥିଲେ” । ଅର୍ଜୁନ ତେନ୍ଦୁଲକର୍ ଏବେ ୨୧ ବର୍ଷର ହୋଇଗଲେଣି, ବର୍ତ୍ତମାନ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଲେଣି ।

ଅମିତାଭ ବଚ୍ଚନ୍ ଓ ସଚିନ୍ ତେନ୍ଦୁଲକର୍ ଦୁହେଁ ନିଜ ନିଜ କ୍ୟାରିଅରରେ ବେଷ୍ଟ ଅଟନ୍ତି । ଏବଂ ଦୁହେଁ ପରସ୍ପରକୁ ଅନେକ ସମ୍ମାନ ମଧ୍ୟ କରନ୍ତି ।

ସୂଚନାଯୋଗ୍ୟ ଯେ ଯେତେବେଳେ ସଚିନ୍ ତେନ୍ଦୁଲକର୍ ତାଙ୍କର ୫୦ତମ ଟେଷ୍ଟ ଶତକ କରିଥିଲେ, ତାଙ୍କୁ ପ୍ରାୟତ ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରା ଯାଇଥିଲା ଏଥିରେ ଅମିତାଭ କହିଥିଲେ ଯେ ସଚିନ୍ ତେନ୍ଦୁଲକର୍, ଡନ୍ ବ୍ରାଡମ୍ୟାନ୍ ମଧ୍ୟରେ କିଏ ଭଲ ଖେଳାଳି ବୋଲି ଆମେ କାହିଁକି ତୁଳନା କରୁଛେ, ସଚିନ୍ ଭଲ ଖେଳାଳି । ଯେତେବେଳେ ଆମେ ଏପରି ତୁଳନା କରିଥାଉ ଆମେ ଏ କଥାକୁ ମଧ୍ୟ ଆଲୋଚନା କରିଥାଉ ସେ ଭଲ କି ନୁହେଁ । ଏଥିରେ ଅମିତାଭ ଆପତ୍ତି ପ୍ରକାଶ କରିଥିଲେ ।

ଅମିତାଭ ବଚ୍ଚନ ସଚିନ୍ ତେନ୍ଦୁଲକରଙ୍କ ବିଷୟରେ କହିଥିଲେ, ଯେ ସଚିନ୍ ଏହି ଦେଶର ସବୁଠାରୁ ବଡ ସମ୍ପତ୍ତି ସେ ଆମ ଦେଶକୁ ବିଶ୍ୱସ୍ତରରେ ସମ୍ମାନ ପ୍ରଦାନ କରିଛନ୍ତି ।

୧୬ ବର୍ଷ ବୟସରେ ‘ଆନ୍ତର୍ଜାତୀୟ କ୍ରିକେଟ୍’ରେ ପ୍ରବେଶ କରିଥିବା ସଚିନ୍, ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ୍ ହେଲେ ସେ ବର୍ତ୍ତମାନ ନିଜ ପରିବାର ସହିତ ବନ୍ଦ୍ରାରେ ‘୧୯ ପେରି କ୍ରାସ୍ ରୋଡ୍’ରେ ରହୁଛନ୍ତି ।

ଏହା ସହିତ ବାନ୍ଦ୍ରାର କୁର୍ଲା କମ୍ପ୍ଲେକ୍ସରେ ତାଙ୍କର ଏକ ଫ୍ଲାଟ୍ ଅଛି, ଯାହାର ମୂଲ୍ୟ ପ୍ରାୟ ୬-୮ କୋଟି ଟଙ୍କା । ତାଙ୍କର କେରଳରେ ଏକ ୱାଟର୍ ଫେସିଙ୍ଗ ଘର ଅଛି ଯାହାର ମୂଲ୍ୟ ପ୍ରାୟ ୭୮ କୋଟି ଟଙ୍କା ।

ସୂଚନାଯୋଗ୍ୟ ଯେ ତେନ୍ଦୁଲକର୍ ୬୬୪ ‘ଅନ୍ତର୍ଜାତୀୟ ମ୍ୟାଚ୍’ରେ ‘୩୪ ହଜାର ୩୫୭ ରନ୍’ର ରେକର୍ଡ କରିଛନ୍ତି । ତତ୍ ସହିତ ୧୦୦ ଶତକ ଓ ୧୬୪ ଅର୍ଦ୍ଧ ଶତକ କରିଛନ୍ତି । ସେ ତାଙ୍କ ବୋଲିଂ ଦକ୍ଷତାର ପ୍ରଦର୍ଶନ ପୂର୍ବକ ୨୦୧ ୱିକେଟ୍ ନିଜ ନାମରେ କରିଛନ୍ତି ।

Leave a Reply

Your email address will not be published. Required fields are marked *