SAB TVର ଏହି ୭ ଜଣ ଶିଶୁ କଳାକାର ବର୍ତ୍ତମାନ ବଡ଼ ହୋଇଯାଇଛନ୍ତି । ଦେଖାଯାଉଛନ୍ତି ବହୁତ ସୁନ୍ଦର, ଦେଖନ୍ତୁ ଫୋଟୋ ଗୁଡିକ…

“ପିଲାମାନେ କେତେବେଳେ ବଡ଼ ହୋଇଯାଆନ୍ତି ଜଣା ହିଁ ପଡିନଥାଏ” ଏହି ଉକ୍ତିଟିକୁ ଆପଣମାନେ ବହୁଥର ଶୁଣିଥିବେ । ବାସ୍ତବିକ ଜୀବନରେ ପାଖାପାଖି ସମସ୍ତେ ଦେଖି ନଥିବେ । ବର୍ତ୍ତମାନ ଦୂରଦର୍ଶନରେ କାମ କରୁଥିବା ଶିଶୁ କଳାକାରମାନଙ୍କ କଥା ନିଅନ୍ତୁ । ଗୋଟିଏ ସମୟରେ ଏହି ଶିଶୁ କଳାକାରମାନେ ଘରେ ଘରେ ପ୍ରସିଦ୍ଧି ଲାଭ କରିପାରିଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଆଗ ଅପେକ୍ଷା ବହୁତ ବଡ଼ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି କିଛି ଅଛନ୍ତି; ଯେଉଁମାନଙ୍କୁ ଚିହ୍ନିବା ହିଁ ବହୁତ କଷ୍ଟ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ “ସବ୍ ଟିଭି”ର ସେହି ଶିଶୁ କଳାକାରମାନଙ୍କ ସହ ମିଶାଇବାକୁ ଯାଉଛୁ; ଯେଉଁମାନେ ପୂର୍ବରୁ କ୍ୟୁଟ୍ ଏବଂ ନିରୀହ ଦେଖାଯାଉଥିଲେ କିନ୍ତୁ ବର୍ତ୍ତମାନ ବଡ଼ ହୋଇ ଆହୁରି ମଧ୍ୟ ସୁନ୍ଦର ହୋଇଯାଇଛନ୍ତି ।

ନିଧି ଭାନୁଶାଲି :

ସବ୍ (SAB) ଟିଭିର ଲୋକପ୍ରିୟ ଧାରାବାହିକ “ତାରକ ମେହେଟ୍ଟା କା ଓଲଟା ଚାଶମା”ରେ ସୋନାଲିକା ଭାଇଡ୍ ଭୂମିକାରେ ଅଭିନୟ ସେହି ସମୟର ନିଧି ବର୍ତ୍ତମାନ ୨୦ ବର୍ଷୀୟ ଅଟନ୍ତି ଓ ବହୁତ ପରିବର୍ତ୍ତନ କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସେ ଏହି ଶୋ’ରେ ୮ ବର୍ଷ କାମ କରିଥିଲେ ।

ଶ୍ରୁତି ବିଷ୍ଟ (Shruti Bhist) :

ବିଗତ ଦିନ ମାନଙ୍କରେ ଶ୍ରୁତି ଜଣେ ଶିଶୁ କଳାକାର ଭାବରେ ଅଭିନୟ କରୁଥିଲେ । ବର୍ତ୍ତମାନ ସେ ୧୭ ବର୍ଷର ହୋଇଯାଇଛନ୍ତି । ସେ ସବ୍ ଟିଭିରେ ପ୍ରସାରିତ ଧାରାବାହିକ “ବାଲବୀର”ରେ କାମ କରିଥିଲେ । ଏହା ବ୍ୟତୀତ ସେ “ହିଟଲର ଦୀଦୀ”, “ଏକ ନୟୀ ଛୋଟୀ ସି ଜିନ୍ଦାଗୀ” ଏବଂ “ଚିଣ୍ଟୁ ଚିଙ୍କି ଔର୍ ଏକ ବଡୀ ସୀ ଲଭ୍ ଷ୍ଟୋରୀ”ରେ ମଧ୍ୟ ନଜରରେ ଆସିଥିଲେ । ଶ୍ରୁତି ବର୍ତ୍ତମାନ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ହିବା ନୱାଵ (Hiba Nawab) :

ହିବାଙ୍କ ଅଭିନୟ କ୍ୟାରିୟର ୨୦୦୯ ମସିହାରେ ସବ୍ ଟିଭି ପ୍ରସାରିତ ଶୋ’ “ଲୋ ହୋ ଗଈ ପୂଜା ଇସ୍ ଘର କି”ରୁ ଆରମ୍ଭ କରିଥିଲେ । ସେହି ସମୟରେ ସେ ଜଣେ ଶିଶୁ କଳାକାର ଥିଲେ । ବର୍ତ୍ତମାନ ହିବା ୨୩ ବର୍ଷର ଅଟନ୍ତି । ସେ “ଜିଜା ଜୀ ଛତ ପର ହେ”, “ତେରେ ସହର ମେ” ଏବଂ “ମେରୀ ସାସୁମା” ପରି ଧାରାବାହିକରେ ଅଭିନୟ କରି ସାରିଛନ୍ତି ।

ଅନୁଷ୍କା ସେନ (Anushka Sen)

ଅନୁଷ୍କା ୨୦୧୨ ମସିହାରେ ସବ୍ ଟିଭିର “ବାଲବୀର”ରେ ମେହେରଙ୍କ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ଅନୁଷ୍କା ୧୭ ବର୍ଷର ସୁନ୍ଦର ଝିଅଟିଏ ହୋଇଗଲେଣି । ସେ “ଝାନ୍ସୀ କୀ ରାନୀ” ଏବଂ “ଇଣ୍ଟରନେଟ ଵାଲା ଲଭ୍” ପରି ଶୋ’ ମଧ୍ୟ କରିସାରିଛନ୍ତି ।

ସିମରନ୍ ନାଟେକର୍ :

ସିମରନ୍ ନାଟେକର୍ ମାତ୍ର ୭ ବର୍ଷ ବୟସରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୦୧୧ରେ SAB ଟିଭି ଶୋ’ “ପ୍ୟାରୋଟ୍ ୱେଡସ୍ ମାଇନା’ରେ ଅଭିନୟନ କରିଥିଲେ । ଆଜି, ସେ ୨୨ ବର୍ଷ ବୟସରେ, ସିମରନ୍ ପୂର୍ବ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି ଓ ସୁନ୍ଦର ଦେଖାଯାଉଛନ୍ତି ।

ଝୀଲ ମେହତା (Jheel Mehta)

ଝୀଲ ମେହତା ୨୦୧୧ ମସିହାରେ ସବ୍ ଟିଭିର ପ୍ରସିଦ୍ଧ ଶୋ’ “ତାରକ ମେହତା କା ଉଲ୍ଟା ଚଷମା”ରେ କାମ କରିଥିଲେ । ଏଥିରେ ସେ ସୋନାଲିକା ଭୀଡେଙ୍କ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ପାଇଁ ସେ ଶୋ’ ଛାଡି ସାରିଛନ୍ତି । ବର୍ତ୍ତମାନ ଝୀଲ ୨୪ ବର୍ଷର ଅଟନ୍ତି ଏବଂ ପୂର୍ଵ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ।

ନୂପୁର ଭଟ୍ଟ (Nupur Bhatt) :

ନୂପୁର ୨୦୧୧ ମସିହାରେ ସବ୍ ଟିଭିର କମେଡି ଶୋ’ “ଆର୍ କେ ଲକ୍ଷ୍ମଣ କୀ ଦୁନିଆ”ରେ ଅଭିନୟ କରିଥିଲେ । ଏଥିରେ ସେ ଲତା ବସାୱଡାଙ୍କ ଭୂମିକାରେ ଅଭିନୟ କରିବା ନଜରରେ ଆସିଥିଲେ । ବର୍ତ୍ତମାନ ନୂପୁର ୨୪ ବର୍ଷର ହୋଇଯାଇଛନ୍ତି । ତାଙ୍କ ଶରୀରରେ ବହୁତ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ତାଙ୍କୁ ଚିହ୍ନିବା ମଧ୍ୟ ବହୁତ କଷ୍ଟକର ହୋଇଯାଇଛି ।

ଆପଣଙ୍କୁ କେଉଁ ଶିଶୁ କଳାକାର ସବୁଠାରୁ ଭଲ ଲାଗିଲେ ଆମକୁ କମେଣ୍ଟରେ ନିଶ୍ଚୟ କହିବେ ।

Be the first to comment

Leave a Reply

Your email address will not be published.


*